ପ୍ରକାଶିତ ବାକ୍ୟ4
ସ୍ଵର୍ଗର ସିଂହାସନ
1ଏଉତ୍ତାରେ ମୁଁ ଚାହିଁଲି, ଏବଂ ମୋ ସମ୍ମୁଖରେ ସ୍ଵର୍ଗରେ ଗୋଟିଏ ଦ୍ଵାର ଉନ୍ମୁକ୍ତ ଥିବାର ଦେଖିଲି। ପୁଣି ତୂରୀଧ୍ୱନି ପରି ଯେଉଁ ସ୍ଵର ପୂର୍ବେ ମୋ ସହିତ କଥା କହିବାର ଶୁଣିଥିଲି ସେହି ସ୍ଵର କହିଲେ, “ଏଠାକୁ ଉଠି ଆସ, ଏବଂ ଏହାପରେ ଯାହାସବୁ ଅବଶ୍ୟ ଘଟିବ ତାହା ମୁଁ ତୁମକୁ ଦେଖାଇବି।”2ତତ୍କ୍ଷଣାତ୍ ମୁଁ ଆତ୍ମାରେ ଆବିଷ୍ଟ ହେଲି ଏବଂ ମୋ ସମ୍ମୁଖରେ ସ୍ଵର୍ଗରେ ଏକ ସିଂହାସନ ଓ ତହିଁ ଉପରେ ଜଣଙ୍କୁ ଉପବିଷ୍ଟ ଦେଖିଲି।3ପୁଣି ଯେ ଉପବିଷ୍ଟ ଥିଲେ ତାହାଙ୍କ ରୂପ ହୀରା ଓ ପଦ୍ମରାଗ ମଣି ପରି ଥିଲା। ମରକତ ମଣି ସଦୃଶ ଏକ ମେଘଧନୁ ସିଂହାସନକୁ ବେଷ୍ଟନ କରିଥିଲା।4ସିଂହାସନର ଚତୁର୍ଦ୍ଦିଗରେ ଆଉ ଚବିଶଟି ସିଂହାସନ ଓ ତହିଁ ଉପରେ ଚବିଶ ଜଣ କୁଳବୃଦ୍ଧ ଉପବିଷ୍ଟ ଥିଲେ। ସେମାନେ ଶୁକ୍ଳବସ୍ତ୍ର ପରିହିତ ଥିଲେ ଓ ସେମାନଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଥିଲା।5ସିଂହାସନରୁ ବିଦ୍ୟୁତର ଝଲକ, ଗୁରୁଗମ୍ଭୀର ସ୍ଵର ଓ ବଜ୍ରନାଦ ନିଃସୃତ ହେଉଥିଲା। ସିଂହାସନ ସମ୍ମୁଖରେ ସପ୍ତ ପ୍ରଦୀପ ଜଳୁଥିଲା। ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା।6ଆହୁରି ମଧ୍ୟ ସିଂହାସନ ସମ୍ମୁଖରେ ଯାହା ଥିଲା, ତାହା ସ୍ଫଟିକ ତୁଲ୍ୟ ସ୍ଵଚ୍ଛ ଏକ କାଚ-ସମୁଦ୍ର ପରି ଦିଶୁଥିଲା।ମଧ୍ୟସ୍ଥଳରେ, ସିଂହାସନକୁ ଘେରି ଚାରି ଜୀବନ୍ତ ପ୍ରାଣୀ ଥିଲେ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପୂର୍ଣ୍ଣ ଥିଲା।7ପ୍ରଥମ ଜୀବନ୍ତ ପ୍ରାଣୀ ସିଂହ ପରି ଦ୍ୱିତୀୟଟି ଗୋରୁ ପରି, ତୃତୀୟର ମୁଖ ମନୁଷ୍ୟର ମୁଖ ପରି ଓ ଚତୁର୍ଥ ଉଡ଼ନ୍ତା ଈଗଲ୍ ପକ୍ଷୀ ପରି ଥିଲା।8ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଛଅଟି ଲେଖାଏଁ ପକ୍ଷ ଥିଲା ଏବଂ ପକ୍ଷଗୁଡ଼ିକର ସବୁଆଡ଼େ, ଏପରିକି ପକ୍ଷ ତଳ ସୁଦ୍ଧା ଚକ୍ଷୁରେ ପୂର୍ଣ୍ଣ ଥିଲା। ସେମାନେ ଦିବାନିଶି ଅବିରତ କହୁଥିଲେ “ ‘ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍ ସେହି ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର,’ ପବିତ୍ର, ପବିତ୍ର, ପବିତ୍ର।”9ଯେ ସିଂହାସନରେ ଆସୀନ ଓ ଯେ ନିତ୍ୟଜୀବୀ ତାହାଙ୍କୁ ଯେତେବେଳେ ଜୀବନ୍ତ ପ୍ରାଣୀମାନେ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଅର୍ପଣ କରନ୍ତି,10ସେତେବେଳେ ଯେ ସିଂହାସନରେ ଆସୀନ ତାହାଙ୍କ ସମ୍ମୁଖରେ ଚବିଶ କୁଳବୃଦ୍ଧ ପ୍ରଣିପାତ କରନ୍ତି ଓ ନିତ୍ୟଜୀବୀଙ୍କର ଆରାଧନା କରନ୍ତି। ସେମାନେ ନିଜ ନିଜର ମୁକୁଟ ସିଂହାସନ ସମ୍ମୁଖରେ ରଖି ଦେଇ କହନ୍ତି11“ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର,ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ତୁମ୍ଭେ ହିଁ ଭାଜନ,ଯେହେତୁ ତୁମ୍ଭେ ସମସ୍ତ ବିଷୟ ସୃଷ୍ଟି କରିଅଛ,ତୁମ୍ଭ ଇଚ୍ଛାନୁସାରେ ସେହିସବୁ ସୃଷ୍ଟ ହୋଇଅଛିଓ ଅସ୍ତିତ୍ଵ ଲାଭ କରିଅଛି।”
Biblica, Inc.