ପ୍ରକାଶିତ ବାକ୍ୟ5
ଏକ ପୁସ୍ତକ ଓ ମେଷଶାବକ
1ତତ୍ପରେ ଯେ ସିଂହାସନରେ ଉପବିଷ୍ଟ, ତାହାଙ୍କ ଦକ୍ଷିଣ ହସ୍ତରେ ଏକ ଚର୍ମପୁସ୍ତକ ମୁଁ ଦେଖିଲି ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୋହର ଦ୍ଵାରା ମୁଦ୍ରାଙ୍କିତ ହୋଇଥିଲା।2ଆହୁରି ମଧ୍ୟ ମୁଁ ଜଣେ ପରାକ୍ରମୀ ସ୍ଵର୍ଗଦୂତଙ୍କୁ ଦେଖିଲି ସେ ଉଚ୍ଚସ୍ଵରରେ ଘୋଷଣା କରି କହୁଥିଲେ, “ମୁଦ୍ରାଙ୍କ ଭାଙ୍ଗି ପୁସ୍ତକ ଫିଟାଇବାକୁ କିଏ ଯୋଗ୍ୟ?”3କିନ୍ତୁ ସ୍ଵର୍ଗ କି ମର୍ତ୍ତ୍ୟ କି ପାତାଳରେ ସେହି ପୁସ୍ତକ ଫିଟାଇବାକୁ ଏପରିକି ତା ଭିତରକୁ ଅନାଇବାକୁ ସୁଦ୍ଧା କେହି ସମର୍ଥ ହେଲେ ନାହିଁ।4ସେହି ପୁସ୍ତକ ଫିଟାଇବାକୁ କିମ୍ବା ତା ଭିତରକୁ ଅନାଇବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ କ୍ରନ୍ଦନ କଲି।5ତତ୍ପରେ ଜଣେ କୁଳବୃଦ୍ଧ ମୋତେ କହିଲେ, “କାନ୍ଦ ନାହିଁ! ଦେଖ, ଯେ ଯିହୁଦାଗୋଷ୍ଠୀର ସିଂହ, ଦାଉଦଙ୍କ ବଂଶର ମୂଳ, ସେ ବିଜୟୀ ହୋଇଅଛନ୍ତି। ପୁସ୍ତକର ସପ୍ତ ମୁଦ୍ରାଙ୍କ ଭାଙ୍ଗି ତାହା ଫିଟାଇବାକୁ ସେ ଯୋଗ୍ୟ ଅଟନ୍ତି।”6ତତ୍ପରେ ହତ ହେଲା ପରି ଦିଶୁଥିବା ମେଷଶାବକଙ୍କୁ, ମୁଁ ସିଂହାସନର ମଧ୍ୟସ୍ଥଳରେ ଦଣ୍ଡାୟମାନ ଦେଖିଲି, ସେ ଚାରି ଜୀବନ୍ତ ପ୍ରାଣୀ ଓ କୁଳବୃଦ୍ଧମାନଙ୍କ ଦ୍ଵାରା ପରିବେଷ୍ଟିତ ଥିଲେ। ତାଙ୍କର ସାତୋଟି ଶୃଙ୍ଗ ଓ ସାତୋଟି ଚକ୍ଷୁ ଥିଲା, ଏହି ଚକ୍ଷୁଗୁଡ଼ିକ ସମଗ୍ର ପୃଥିବୀକୁ ପ୍ରେରିତ ଈଶ୍ୱରଙ୍କ ସପ୍ତ ଆତ୍ମା।7ଯେ ସିଂହାସନରେ ଉପବିଷ୍ଟ ଥିଲେ ତାହାଙ୍କ ଦକ୍ଷିଣ ହସ୍ତରୁ ସେ ପୁସ୍ତକଟିକୁ ନେଲେ।8ସେ ତାହା ନେବା ପରେ, ଚାରି ଜୀବନ୍ତ ପ୍ରାଣୀ ଓ ଚବିଶ କୁଳବୃଦ୍ଧ ମେଷଶାବକଙ୍କ ସମ୍ମୁଖରେ ପ୍ରଣିପାତ କଲେ। ଏମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ, ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ରଗୁଡ଼ିକ ଧରିଥିଲେ।9ପୁଣି ସେମାନେ ଏକ ନୂତନ ଗୀତ ଗାନ କଲେ:“ପୁସ୍ତକ ଗ୍ରହଣ କରିବାକୁ ଓ ତାହାରମୁଦ୍ରାଙ୍କ ଖୋଲିବାକୁ ତୁମ୍ଭେ ହିଁ ଯୋଗ୍ୟ,କାରଣ ତୁମ୍ଭେ ହତ ହୋଇଥିଲ,ଏବଂ ସ୍ଵରକ୍ତ ଦ୍ଵାରା ପ୍ରତ୍ୟେକ ଗୋଷ୍ଠୀ ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁଈଶ୍ୱରଙ୍କ ନିମନ୍ତେ ମନୁଷ୍ୟମାନଙ୍କୁ କ୍ରୟ କରିଅଛ।10ଆମ ଈଶ୍ୱରଙ୍କ ସେବା କରିବାକୁ ତୁମ୍ଭେ ସେମାନଙ୍କୁ ଏକ ରାଜକୁଳ ଓ ଯାଜକ କରିଅଛଏବଂ ସେମାନେ ପୃଥିବୀରେ ରାଜତ୍ଵ କରିବେ।”11ଏଉତ୍ତାରେ ମୁଁ ଚାହିଁଲି ଓ ଅନେକ ଦୂତଙ୍କର ସ୍ଵର ଶୁଣିଲି, ଏମାନଙ୍କ ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ ଥିଲା। ସେମାନେ ସିଂହାସନର, ଜୀବନ୍ତ ପ୍ରାଣୀମାନଙ୍କର ଓ କୁଳବୃଦ୍ଧମାନଙ୍କର ଚାରିଆଡ଼େ ଘେରି ରହିଥିଲେ।12ସେମାନେ ଉଚ୍ଚସ୍ଵରରେ ଗାଉଥିଲେ:“ଯେଉଁ ମେଷଶାବକ, ହତ ହୋଇଥିଲେ,ସେ ପରାକ୍ରମ, ଐଶ୍ୱର୍ଯ୍ୟ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବଓ ପ୍ରଶଂସା ପାଇବାକୁ ଯୋଗ୍ୟ ଅଟନ୍ତି!”13ତତ୍ପରେ ମୁଁ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ପ୍ରତ୍ୟେକ ପ୍ରାଣୀ ଓ ଏହିସମସ୍ତ ମଧ୍ୟରେ ଥିବା ସବୁକିଛି ଏହା ଗାନ କରୁଥିବା ଶୁଣିଲି:“ଯେ ସିଂହାସନରେ ଆସୀନ, ତାହାଙ୍କର ଓ ମେଷଶାବକଙ୍କରପ୍ରଶଂସା, ସମ୍ଭ୍ରମ, ଗୌରବ ଓ ପରାକ୍ରମ,ଯୁଗେ ଯୁଗେ ହେଉ!”14ଚାରି ଜୀବନ୍ତ ପ୍ରାଣୀ କହିଲେ, “ଆମେନ୍,” ଏବଂ କୁଳବୃଦ୍ଧମାନେ ପ୍ରଣିପାତ କରି ଆରାଧନା କଲେ।Biblica, Inc.