ପ୍ରକାଶିତ ବାକ୍ୟ14
1ଏଉତ୍ତାରେ ମୁଁ ଚାହିଁଲି, ମୋ ସମ୍ମୁଖରେ ସିୟୋନ ପର୍ବତ ଉପରେ ମେଷଶାବକଙ୍କୁ ଦଣ୍ଡାୟମାନ ଦେଖିଲି, ତାହାଙ୍କ ସହିତ 1,44,000 ଜଣ ଥିଲେ, ଏମାନଙ୍କ କପାଳରେ ମେଷଶାବକଙ୍କ ନାମ ତଥା ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା।2ପୁଣି ମୁଁ ସ୍ଵର୍ଗରୁ ଜଳପ୍ରପାତ ଓ ବଜ୍ରର ନିନାଦ ପରି ଶଦ୍ଦ ଶୁଣିଲି। ମୁଁ ଯେଉଁ ଶଦ୍ଦ ଶୁଣିଲି ତାହା ବୀଣା ବାଦକମାନଙ୍କର ବଂଶୀବାଦନର ଶଦ୍ଦ ପରି ଥିଲା।3ସେମାନେ ସିଂହାସନ ସମ୍ମୁଖରେ ଏବଂ ଚାରି ଜୀବନ୍ତ ପ୍ରାଣୀ ଓ କୁଳବୃଦ୍ଧମାନଙ୍କ ସମ୍ମୁଖରେ ଏକ ନୂତନ ଗୀତ ଗାନ କରୁଥିଲେ। ପୃଥିବୀରୁ ମୁକ୍ତିପ୍ରାପ୍ତ ସେହି 1,44,000 ଜଣଙ୍କ ବ୍ୟତୀତ ଆଉ କେହି ସେହି ଶିଖି ପାରିଲେ ନାହିଁ।4ସେମାନେ ସ୍ତ୍ରୀସଂସର୍ଗ ଦ୍ଵାରା ନିଜକୁ କଳୁଷିତ କରି ନ ଥିଲେ, କାରଣ ସେମାନେ ନିଜକୁ ପବିତ୍ର ରଖିଥିଲେ। ମେଷଶାବକ ଯେଉଁଆଡ଼େ ଯାଆନ୍ତି ଏମାନେ ତାଙ୍କର ଅନୁଗମନ କରନ୍ତି। ଏମାନେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇ ଈଶ୍ୱର ତଥା ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମ ଫଳ ସ୍ଵରୂପ ଉତ୍ସର୍ଗିତ ହୋଇଅଛନ୍ତି।5ଏମାନଙ୍କ ମୁଖରେ କୌଣସି ମିଥ୍ୟା କଥା ନ ଥିଲା; ଏମାନେ ଦୋଷଶୂନ୍ୟ।
ଆତ୍ମା କହନ୍ତି, ହିଁ, “ସେମାନେ ନିଜ ପରିଶ୍ରମରୁ ବିଶ୍ରାମ ଲାଭ କରିବେ ଓ ସେମାନଙ୍କ କର୍ମସକଳ ସେମାନଙ୍କ ଅନୁସରଣ କରିବ।”14ମୁଁ ଚାହିଁ ଦେଖିଲି, ମୋ ସମ୍ମୁଖରେ ଖଣ୍ଡେ ଧଳା ମେଘ ଓ ମେଘ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ଏକ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ଧାରଯୁକ୍ତ ଦାଆ।15ଏଉତ୍ତାରେ ଆଉ ଜଣେ ଦୂତ ମନ୍ଦିରରୁ ବାହାରି ମେଘାରୂଢ଼ ବ୍ୟକ୍ତିଙ୍କୁ ଉଚ୍ଚସ୍ଵରରେ କହିଲେ, “ତୁମର ଦାଆ ଲଗାଇ ଶସ୍ୟ ଛେଦନ କର, କାରଣ ଫସଲ କାଟିବା ସମୟ ଆସିଅଛି, ଯେହେତୁ ପୃଥିବୀର ଶସ୍ୟ ପାଚିଗଲାଣି।”16ଅତଏବ ମେଘାରୂଢ଼ ବ୍ୟକ୍ତି ପୃଥିବୀ ଉପରେ ଦାଆ ଲଗାଇଲେ ଓ ଶସ୍ୟ କଟାଗଲା।17ସ୍ଵର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ ଓ ତାଙ୍କ ହାତରେ ମଧ୍ୟ ଏକ ଧାରଯୁକ୍ତ ଦାଆ ଥିଲା।18ଅଗ୍ନି ଦାୟିତ୍ଵରେ ଥିବା ଆଉ ଜଣେ ଦୂତ ବେଦି ନିକଟରୁ ଆସି ତୀକ୍ଷ୍ଣ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ଵରରେ ଡାକି କହିଲେ, “ତୁମର ତୀକ୍ଷ୍ଣ ଦାଆ ଧରି ପୃଥିବୀର ଅଙ୍ଗୁର କ୍ଷେତ୍ରରୁ ଅଙ୍ଗୁର ପେନ୍ଥା କାଟି ସଂଗ୍ରହ କର, କାରଣ ଅଙ୍ଗୁର ସବୁ ପାଚିଗଲାଣି।”19ଦୂତ ପୃଥିବୀରେ ତାଙ୍କର ଦାଆ ଲଗାଇଲେ, ଅଙ୍ଗୁର ସବୁ କାଟି ସଂଗ୍ରହ କଲେ ଏବଂ ଈଶ୍ୱରଙ୍କ କୋପରୂପ ସୁବୃହତ୍ ଦ୍ରାକ୍ଷାପେଷଣ କୁଣ୍ଡରେ ସେଗୁଡ଼ିକୁ ପକାଇଦେଲେ।20ନଗର ବାହାରେ ଦ୍ରାକ୍ଷାପେଷଣ କୁଣ୍ଡରେ ସେଗୁଡ଼ିକ ଦଳନ କରାଗଲା, ଏବଂ ସେହି କୁଣ୍ଡରୁ ରକ୍ତ ନିର୍ଗତ ହୋଇ, ଘୋଡ଼ାର ଲଗାମ ପର୍ଯ୍ୟନ୍ତ ଉଚ୍ଚରେ ପ୍ରାୟ ତିନି ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଗଲା।
ତିନିଜଣ ଦୂତଙ୍କ ତିନୋଟି ଘୋଷଣା
6ତତ୍ପରେ ମୁଁ ଆଉ ଜଣେ ଦୂତଙ୍କୁ ମଧ୍ୟଆକାଶରେ ଉଡ଼ୁଥିବାର ଦେଖିଲି, ପୃଥିବୀନିବାସୀ ଅର୍ଥାତ୍ ପ୍ରତ୍ୟେକ ଦେଶ, ଗୋଷ୍ଠୀ, ଭାଷାଭାଷୀ ଓ ଜାତିର ଲୋକଙ୍କ ନିକଟରେ ଘୋଷଣା କରିବାକୁ ତାଙ୍କ ପାଖେ ଚିରନ୍ତନ ସୁସମାଚାର ଥିଲା।7ସେ ଉଚ୍ଚସ୍ଵରରେ କହିଲେ, “ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କର ବିଚାର କରିବା ସମୟ ଉପସ୍ଥିତ। ଯେ ଆକାଶ, ପୃଥିବୀ, ନିର୍ଝରିଣୀସବୁ ସୃଷ୍ଟି କଲେ ତାହାଙ୍କର ଆରାଧନା କର।”8ତାଙ୍କ ପଛେ ପଛେ ଆଉ ଜଣେ ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, “ପତନ ହେଲା! ଯେଉଁ ମହାନଗରୀ ବାବିଲୋନ, ତାହାର ବ୍ୟଭିଚାରରୂପ ସୁରାକୁ ସବୁ ଜାତିଙ୍କୁ ପାନ କରାଇ ମତ୍ତ କରିଥିଲା ତାହାର ପତନ ହେଲା।”9ସେମାନଙ୍କ ପଛେ ପଛେ ଆଉ ଜଣେ ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚସ୍ଵରରେ କହିଲେ: “ଯଦି କେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଏବଂ କପାଳରେ କିମ୍ବା ହାତରେ ତାହାର ଚିହ୍ନ ଧାରଣ କରେ,10ତେବେ, ସେ ମଧ୍ୟ ଈଶ୍ୱରଙ୍କ କୋପରୂପ ସୁରା ପାନ କରିବ, ଯାହାକି ତାହାଙ୍କ କ୍ରୋଧପାତ୍ରରେ ଅମିଶ୍ରିତଭାବେ ଢଳା ହୋଇଅଛି। ସେହି ମନୁଷ୍ୟ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସାକ୍ଷାତରେ ଜ୍ୱଳନ୍ତ ଗନ୍ଧକ ଦ୍ଵାରା ଯନ୍ତ୍ରଣା ଭୋଗ କରିବ।11ପୁଣି, ସେମାନଙ୍କର ଯନ୍ତ୍ରଣାର ଧୂମ ଚିରକାଳ ଉଠୁଥିବ। ପଶୁକୁ ଓ ତାହାର ପ୍ରତିମାକୁ ପ୍ରଣାମ କରିବା ଲୋକଙ୍କ ପାଇଁ କିମ୍ବା ତାହାର ନାମର ଚିହ୍ନ ଧାରଣ କରିବା ଲୋକ ପାଇଁ ଦିବାରାତ୍ରି କୌଣସି ବିଶ୍ରାମ ନାହିଁ।”12ଯେଉଁ ସାଧୁବୃନ୍ଦ ଈଶ୍ୱରଙ୍କ ଆଜ୍ଞାସବୁ ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହନ୍ତି, ସେମାନେ ଧୈର୍ଯ୍ୟ ସହକାରେ ରହିବାକୁ ଏହା ଏକ ଆହ୍ଵାନ ଅଟେ।13ତହୁଁ ମୁଁ ସ୍ଵର୍ଗରୁ ଏକ ସ୍ଵର ଏହା କହିବାର ଶୁଣିଲି, “ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ବିଶ୍ୱାସରେ ରହି ପ୍ରାଣତ୍ୟାଗ କରିବେ, ସେମାନେ ଧନ୍ୟ।”ଆତ୍ମା କହନ୍ତି, ହିଁ, “ସେମାନେ ନିଜ ପରିଶ୍ରମରୁ ବିଶ୍ରାମ ଲାଭ କରିବେ ଓ ସେମାନଙ୍କ କର୍ମସକଳ ସେମାନଙ୍କ ଅନୁସରଣ କରିବ।”14ମୁଁ ଚାହିଁ ଦେଖିଲି, ମୋ ସମ୍ମୁଖରେ ଖଣ୍ଡେ ଧଳା ମେଘ ଓ ମେଘ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ଏକ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ଧାରଯୁକ୍ତ ଦାଆ।15ଏଉତ୍ତାରେ ଆଉ ଜଣେ ଦୂତ ମନ୍ଦିରରୁ ବାହାରି ମେଘାରୂଢ଼ ବ୍ୟକ୍ତିଙ୍କୁ ଉଚ୍ଚସ୍ଵରରେ କହିଲେ, “ତୁମର ଦାଆ ଲଗାଇ ଶସ୍ୟ ଛେଦନ କର, କାରଣ ଫସଲ କାଟିବା ସମୟ ଆସିଅଛି, ଯେହେତୁ ପୃଥିବୀର ଶସ୍ୟ ପାଚିଗଲାଣି।”16ଅତଏବ ମେଘାରୂଢ଼ ବ୍ୟକ୍ତି ପୃଥିବୀ ଉପରେ ଦାଆ ଲଗାଇଲେ ଓ ଶସ୍ୟ କଟାଗଲା।17ସ୍ଵର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ ଓ ତାଙ୍କ ହାତରେ ମଧ୍ୟ ଏକ ଧାରଯୁକ୍ତ ଦାଆ ଥିଲା।18ଅଗ୍ନି ଦାୟିତ୍ଵରେ ଥିବା ଆଉ ଜଣେ ଦୂତ ବେଦି ନିକଟରୁ ଆସି ତୀକ୍ଷ୍ଣ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ଵରରେ ଡାକି କହିଲେ, “ତୁମର ତୀକ୍ଷ୍ଣ ଦାଆ ଧରି ପୃଥିବୀର ଅଙ୍ଗୁର କ୍ଷେତ୍ରରୁ ଅଙ୍ଗୁର ପେନ୍ଥା କାଟି ସଂଗ୍ରହ କର, କାରଣ ଅଙ୍ଗୁର ସବୁ ପାଚିଗଲାଣି।”19ଦୂତ ପୃଥିବୀରେ ତାଙ୍କର ଦାଆ ଲଗାଇଲେ, ଅଙ୍ଗୁର ସବୁ କାଟି ସଂଗ୍ରହ କଲେ ଏବଂ ଈଶ୍ୱରଙ୍କ କୋପରୂପ ସୁବୃହତ୍ ଦ୍ରାକ୍ଷାପେଷଣ କୁଣ୍ଡରେ ସେଗୁଡ଼ିକୁ ପକାଇଦେଲେ।20ନଗର ବାହାରେ ଦ୍ରାକ୍ଷାପେଷଣ କୁଣ୍ଡରେ ସେଗୁଡ଼ିକ ଦଳନ କରାଗଲା, ଏବଂ ସେହି କୁଣ୍ଡରୁ ରକ୍ତ ନିର୍ଗତ ହୋଇ, ଘୋଡ଼ାର ଲଗାମ ପର୍ଯ୍ୟନ୍ତ ଉଚ୍ଚରେ ପ୍ରାୟ ତିନି ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଗଲା।
Biblica, Inc.