ଏବ୍ରୀ2
ପରିତ୍ରାଣ ଲାଭର ଗୁରୁତ୍ଵ
1ସେଥିପାଇଁ, ଆମେ ଯାହା ଶୁଣିଅଛୁ, ସେଥିପ୍ରତି ସମ୍ପୁର୍ଣ୍ଣ ମନୋଯୋଗୀ ହେବା ଉଚିତ୍, ନଚେତ୍ ଆମେପଥଭ୍ରଷ୍ଟ ହେବୁ।2କାରଣ ସ୍ଵର୍ଗଦୂତମାନଙ୍କ ଦ୍ଵାରା ଘୋଷିତ ବାର୍ତ୍ତା ଯଦି ଅବଶ୍ୟ ପାଳନୀୟ ହେଲା, ଏବଂ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତାର ସମୁଚିତ ଦଣ୍ଡ ମିଳିଲା,3ତେବେ ଆମେ ଏହି ମହତ୍ ପରିତ୍ରାଣକୁ ଉପେକ୍ଷା କଲେ କିପରି ରକ୍ଷା ପାଇବା? ଏହି ପରିତ୍ରାଣ, ପ୍ରଥମେ ପ୍ରଭୁଙ୍କ ଦ୍ଵାରା ଘୋଷିତ ହେଲା ଏବଂ ତାହାଙ୍କଠାରୁ ଶୁଣିଥିବା ଲୋକଙ୍କ ଦ୍ଵାରା ତାହା ଆମ ନିକଟରେ ସତ୍ୟ ବୋଲି ପ୍ରମାଣିତ ହେଲା।4ଈଶ୍ୱର ମଧ୍ୟ ନାନାଦି ଚିହ୍ନ, ଆଶ୍ଚର୍ଯ୍ୟ ଲକ୍ଷଣ, ବିବିଧ ଅଲୌକିକ କର୍ମ ଏବଂ ସ୍ଵଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କର ଦାନସମୂହ ବିତରଣ କରି ଏହାର ସାକ୍ଷ୍ୟ ଦେଇଅଛନ୍ତି।ଯୀଶୁ ମାନବ ରୂପୀ ହେଲେ
5ଯେଉଁ ଭାବୀ ଜଗତର କଥା ଆମେ କହୁଅଛୁ, ତାହାକୁ ସେ ସ୍ଵର୍ଗଦୂତମାନଙ୍କର ଅଧୀନ କରିନାହାନ୍ତି।6କିନ୍ତୁ କୌଣସି ଏକ ସ୍ଥାନରେ ଜଣେ ଏହାର ସାକ୍ଷ୍ୟ ଦେଇ କହିଅଛନ୍ତି:“ମନୁଷ୍ୟ କିଏ ଯେ ତୁମ୍ଭେ ତା ପ୍ରତି ମନୋଯୋଗୀ ଏବଂ,ମନୁଷ୍ୟସନ୍ତାନ କିଏ ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ?7ତୁମ୍ଭେ ତାହାକୁ ସ୍ଵର୍ଗଦୂତମାନଙ୍କ ଅପେକ୍ଷା ଅଳ୍ପ ନ୍ୟୂନ କରିଅଛ;ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନ ରୂପ ମୁକୁଟରେ ଭୂଷିତ କରିଅଛ8ଏବଂ ସବୁକିଛି ତାହାର ପଦାଧୀନ କରିଅଛ।”ଈଶ୍ୱର ସମସ୍ତ ବିଷୟ ତାହାର କର୍ତ୍ତୃତ୍ୱାଧୀନ କରିବା ଦ୍ଵାରା, ତାହାର କର୍ତ୍ତୃତ୍ୱାଧୀନରୁ କୌଣସି ବିଷୟ ବାଦ୍ ଦେଇ ନାହାନ୍ତି। ତଥାପି ସମସ୍ତ ବିଷୟ ଏପର୍ଯ୍ୟନ୍ତ ତାହାର କର୍ତ୍ତୃତ୍ୱାଧୀନ ହେବାର ଆମେ ଦେଖୁ ନାହୁଁ।9କିନ୍ତୁ ଆମେ ଯୀଶୁଙ୍କୁ ଦେଖୁଅଛୁ, ସେ ସ୍ଵର୍ଗଦୂତମାନଙ୍କ ଅପେକ୍ଷା ଅଳ୍ପ ନ୍ୟୂନ କରାଗଲେ, ସେ ଏବେ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟରେ ଭୂଷିତ ହୋଇଅଛନ୍ତି, କାରଣ ସେ ମୃତ୍ୟୁଭୋଗ କଲେ ଯଦ୍ଦ୍ୱାରା ଈଶ୍ୱରଙ୍କ ଅନୁଗ୍ରହରେ ସେସମସ୍ତଙ୍କ ପାଇଁ ମୃତ୍ୟୁ ଆସ୍ୱାଦନ କରିବେ।10ଯାହାଙ୍କ ପାଇଁ ଓ ଯାହାଙ୍କ ଦ୍ଵାରା ସମସ୍ତ ବିଷୟର ଅସ୍ତିତ୍ଵ ରହିଅଛି, ସେହି ଈଶ୍ୱର ଅନେକ ସନ୍ତାନଙ୍କୁ ଗୌରବରେ ଭାଗୀ କରାଇବାକୁ, ସେମାନଙ୍କ ପରିତ୍ରାଣର ପ୍ରଣେତା ଯେ ଦୁଃଖଭୋଗ ଦ୍ଵାରା ପୂର୍ଣ୍ଣତା ଲାଭ କରିବେ, ଏହା ଉଚିତ୍ ମନେ କଲେ।11ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ର କରାଯାଆନ୍ତି, ସେମାନେ ସମସ୍ତେ ଏକ ପରିବାରଭୁକ୍ତ। ତେଣୁ ସେମାନଙ୍କୁ ଭ୍ରାତା ବୋଲି ପରିଚୟ ଦେବାକୁ ଯୀଶୁ ଲଜ୍ଜିତ ନୁହନ୍ତି।12ସେ କହନ୍ତି:“ମୁଁ ମୋର ଭ୍ରାତାଗଣ ନିକଟରେ ତୁମ୍ଭ ନାମ ଘୋଷଣା କରିବି;ମୁଁ ମଣ୍ଡଳୀ ସମ୍ମୁଖରେ ତୁମ୍ଭର ସ୍ତୁତିଗାନ କରିବି।”13ପୁନଶ୍ଚ,“ମୁଁ ତାହାଙ୍କଠାରେ ମୋର ଭରସା ରଖିବି।”ପୁନର୍ବାର ସେ କହନ୍ତି,“ମୁଁ ଓ ଈଶ୍ୱରଦତ୍ତ ମୋର ସନ୍ତାନମାନେ, ଏଠାରେ ଅଛୁ।”14ସନ୍ତାନମାନେ ରକ୍ତମାଂସ ଶରୀରଧାରୀ ହୋଇଥିବାରୁ ସେ ମଧ୍ୟ ସେମାନଙ୍କ ମାନବରୂପ ଗ୍ରହଣ କଲେ ତା ହେଲେ ଯେଉଁ ଶୟତାନ ମୃତ୍ୟୁ ଉପରେ କର୍ତ୍ତୃତ୍ଵ କରେ, ତାହାକୁ ସେ ନିଜର ମୃତ୍ୟୁ ଦ୍ଵାରା ବିନାଶ କରିବେ15ଏବଂ ମୃତ୍ୟୁ ଭୟରେ ସାରା ଜୀବନର ଦାସତ୍ଵ ବନ୍ଧନରେ ଆବଦ୍ଧ ଥିବା ଲୋକଙ୍କୁ ମୁକ୍ତ କରିବେ।16କାରଣ ଏହା ନିଶ୍ଚିତ ଯେ ସେ ଦୂତମାନଙ୍କୁ ସାହଯ୍ୟ କରନ୍ତି ନାହିଁ, ମାତ୍ର ଅବ୍ରହାମଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରନ୍ତି।17ସେ ଯେପରି ଈଶ୍ୱରଙ୍କ ସେବାରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୋଇପାରିବେ, ଏବଂ ମନୁଷ୍ୟମାନଙ୍କ ପାପର ପ୍ରାୟଶ୍ଚିତ କରିପାରିବେ, ଏଥିପାଇଁ ସର୍ବତୋଭାବେ ତାହାଙ୍କର ଭ୍ରାତାମାନଙ୍କ ସଦୃଶ ହେବା, ତାହାଙ୍କ ପକ୍ଷେ ନିତାନ୍ତ ଆବଶ୍ୟକ ଥିଲା।18ସେ ନିଜେ ପରୀକ୍ଷାର ସମ୍ମୁଖୀନ ହୋଇ ଦୁଃଖକ୍ଳେଶ ଭୋଗ କରିଥିବାରୁ, ପରୀକ୍ଷାରେ ସମ୍ମୁଖୀନ ହେଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସମର୍ଥ ଅଟନ୍ତି।Biblica, Inc.