ଏବ୍ରୀ1
ଈଶ୍ୱରପୁତ୍ର ସର୍ବଶ୍ରେଷ୍ଠ
1ଅତୀତରେ ଈଶ୍ୱର ଆମର ପିତୃପୁରୁଷମାନଙ୍କୁ ବିଭିନ୍ନ ସମୟରେ ଓ ବିଭିନ୍ନ ଭାବରେ ଭାବବାଦୀମାନଙ୍କ ମାଧ୍ୟମରେ କଥା କହିଥିଲେ,2କିନ୍ତୁ ସେ ଏହି ଶେଷକାଳରେ ଆପଣା ପୁତ୍ରଙ୍କ ଦ୍ଵାରା ଆମ୍ଭମାନଙ୍କୁ କଥା କହିଅଛନ୍ତି, ତାହାଙ୍କୁ ସେ ସର୍ବ ବିଷୟର ଅଧିକାରୀ ହେବାକୁ ମନୋନୀତ କରିଅଛନ୍ତି, ଏବଂ ତାହାଙ୍କ ଦ୍ଵାରା ହିଁ ସମଗ୍ର ବିଶ୍ୱଜଗତକୁ ସୃଷ୍ଟି କରିଅଛନ୍ତି।3ପୁତ୍ର ହେଉଛନ୍ତି ଈଶ୍ୱରଙ୍କ ମହିମାର ତେଜ ଏବଂ ତାହାଙ୍କ ସ୍ଵରୂପର ପୂର୍ଣ୍ଣ ପରିପ୍ରକାଶ, ସେ ନିଜର ଶକ୍ତିଶାଳୀ ବାକ୍ୟ ଦ୍ଵାରା ସମସ୍ତ ବିଷୟ ଧାରଣ କରିଅଛନ୍ତି। ସେ ପାପ ଦୂରୀକରଣ କରିବାପରେ, ସ୍ଵର୍ଗରେ ମହାମହିମଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କରିଅଛନ୍ତି।4ଅତଏବ ସେ ଯେଉଁ ନାମର ଅଧିକାରୀ ହୋଇଅଛନ୍ତି ତାହା ସ୍ଵର୍ଗଦୂତମାନଙ୍କ ନାମ ଅପେକ୍ଷା ଯେପରି ଶ୍ରେଷ୍ଠତର ସେହିପରି ସେ ସ୍ଵର୍ଗଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠତର ହୋଇଅଛନ୍ତି।5କାରଣ ସ୍ଵର୍ଗଦୂତମାନଙ୍କ ମଧ୍ୟରୁ ଈଶ୍ୱର କଅଣ କାହାକୁ କେବେ ଏହା କହିଛନ୍ତି,“ତୁମ୍ଭେ ମୋହର ପୁତ୍ର;ଆଜି ମୁଁ ତୁମ୍ଭର ପିତା ହେଲି”?କିମ୍ବା ପୁନଶ୍ଚ,“ମୁଁ ତାଙ୍କର ପିତା ହେବି,ଓ ସେ ମୋର ପୁତ୍ର ହେବେ”?6ଆହୁରି ମଧ୍ୟ, ଈଶ୍ୱର ଆପଣାର ପ୍ରଥମଜାତଙ୍କୁ ଜଗତକୁ ଆଣିବା ବେଳେ, ଏହା କହନ୍ତି,“ଈଶ୍ୱରଙ୍କ ସମସ୍ତ ଦୂତ ତାହାଙ୍କର ଆରାଧନା କରନ୍ତୁ।”7ସ୍ଵର୍ଗଦୂତମାନଙ୍କ ସମ୍ବନ୍ଧରେ ସେ କହନ୍ତି,“ସେ ତାହାଙ୍କର ଦୂତମାନଙ୍କୁ ପବନ ସ୍ଵରୂପ,ତାହାଙ୍କର ସେବକମାନଙ୍କୁ ଅଗ୍ମିଶିଖା ସ୍ଵରୂପ କରନ୍ତି।”8କିନ୍ତୁ ପୁତ୍ରଙ୍କ ସମ୍ବନ୍ଧରେ ସେ କହନ୍ତି,“ହେ ଈଶ୍ୱର, ତୁମ୍ଭର ସିଂହାସନ, ଚିରକାଳ ସ୍ଥାୟୀ ଅଟେ;ଏବଂ ଧାର୍ମିକତା ତୁମ୍ଭର ରାଜଦଣ୍ଡ ହେବ।9ତୁମ୍ଭେ ଧାର୍ମିକତା ଭଲ ପାଇଅଛ ଓ ଅଧର୍ମକୁ ଘୃଣା କରିଅଛ;ସେଥିପାଇଁ ଈଶ୍ୱର, ତୁମ୍ଭର ଈଶ୍ୱର, ତୁମ୍ଭଙ୍କୁ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିତୁମ୍ଭ ମିତ୍ରଗଣଙ୍କ ଅପେକ୍ଷା ଉନ୍ନତ କରିଅଛନ୍ତି।”10ସେ ଆହୁରି ମଧ୍ୟ କହନ୍ତି,“ହେ ପ୍ରଭୁ, ଆଦ୍ୟରେ ତୁମ୍ଭେ, ପୃଥିବୀର ଭିତ୍ତି ସ୍ଥାପନ କଲ,ଏବଂ ଗଗନମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ।11ସେହିସବୁ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ୟ ରହିଥିବ;ସେହିସବୁ ବସ୍ତ୍ର ଭଳି ଜୀର୍ଣ୍ଣଶୀର୍ଣ୍ଣ ହେବ।12ପୋଷାକ ପରି ସେହିସବୁକୁ ତୁମ୍ଭେ ଗୁଡ଼ାଇଦେବ;ବସ୍ତ୍ର ପରି ସେଗୁଡ଼ିକ ପରିବର୍ତ୍ତନ କରାଯିବ।କିନ୍ତୁ ତୁମ୍ଭେ ଅପରିବର୍ତ୍ତନୀୟ,ଏବଂ ତୁମ୍ଭ ବର୍ଷ ସକଳର ଶେଷ ନାହିଁ।”13ସ୍ଵର୍ଗଦୂତମାନଙ୍କ ମଧ୍ୟରୁ ଈଶ୍ୱର କାହାକୁ କେବେ ଏହା କହିଛନ୍ତି,“ମୁଁ ତୁମ୍ଭ ଶତ୍ରୁମାନଙ୍କୁତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତମୋର ଦକ୍ଷିଣପାର୍ଶ୍ୱରେ ବସିଥାଅ”?14ସ୍ଵର୍ଗଦୂତ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହନ୍ତି, ପରିତ୍ରାଣର ଅଧିକାରୀମାନଙ୍କ ସେବା ପାଇଁ ଏମାନେ କଅଣ ପ୍ରେରିତ ହୁଅନ୍ତି ନାହିଁ?Biblica, Inc.