ଏବ୍ରୀ3
ଯୀଶୁ ଖ୍ରୀଷ୍ଟ ମୋଶାଙ୍କଠାରୁ ଶ୍ରେଷ୍ଠ
1ହେ ପବିତ୍ର ଭ୍ରାତାଗଣ, ତୁମ୍ଭେମାନେ ସ୍ଵର୍ଗୀୟ ଆହ୍ଵାନରେ ଭାଗୀ ହୋଇଥିବାରୁ, ଆମେ ଯେଉଁପ୍ରେରିତ ଓ ମହାଯାଜକଙ୍କୁ ସ୍ୱୀକାର କରୁ, ସେହି ଯୀଶୁଙ୍କଠାରେ ମନୋନିବେଶ କର।2ମୋଶା ଯେପରି ଈଶ୍ୱରଙ୍କ ସମଗ୍ର ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ତାହାଙ୍କର ନିଯୁକ୍ତିଦାତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ।3ଗୃହ ଅପେକ୍ଷା ଗୃହନିର୍ମାତା ଯେପରି ଅଧିକ ସମ୍ମାନ ଲାଭ କରେ, ଯୀଶୁ ସେହିପରି ମୋଶାଙ୍କ ଅପେକ୍ଷା ଅଧିକତର ସମ୍ମାନର ଯୋଗ୍ୟ ବିବେଚିତ ହେଲେ।4କାରଣ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତି ଦ୍ଵାରା ନିର୍ମିତ କିନ୍ତୁ ସର୍ବ ବିଷୟର ନିର୍ମାତା ହେଉଛନ୍ତି ଈଶ୍ୱର।5ଭବିଷ୍ୟତ୍କାଳରେ ଯେଉଁସବୁ ବିଷୟ କୁହାଯିବ, ତାହାର ସାକ୍ଷ୍ୟ ଦେଇ “ମୋଶା ଈଶ୍ୱରଙ୍କ ସମଗ୍ର ଗୃହରେ ସେବକ ରୂପେ ବିଶ୍ୱସ୍ତ ଥିଲେ।”6କିନ୍ତୁ ଖ୍ରୀଷ୍ଟ ପୁତ୍ର ରୂପେ ଈଶ୍ୱରଙ୍କ ଗୃହରେ ବିଶ୍ୱସ୍ତ ଅଟନ୍ତି। ଏବଂ ଆମେ ଯଦି ଆମର ସାହସକୁ ଓ ଯେଉଁ ଭରସା ବିଷୟରେ ଦର୍ପ କରୁ ତାହାକୁ ଶେଷ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖୁ, ତେବେ ଆମେ ହେଉଛୁ ସେହି ଗୃହସ୍ଵରୂପ।ଅବିଶ୍ୱାସ ବିରୁଦ୍ଧରେ ସତର୍କବାଣୀ
7ତେଣୁ ପବିତ୍ରଆତ୍ମା ଏହିପରି କହନ୍ତି:“ଆଜି ଯଦି ତୁମ୍ଭେମାନେ ତାହାଙ୍କର ବାଣୀ ଶୁଣ,8ତେବେ ବିଦ୍ରୋହବେଳେ ମରୁପ୍ରାନ୍ତରରେପରୀକ୍ଷା କରିବା ସମୟରେ,ଯେପରି ହୃଦୟ କଠିନ କରିଥିଲ ସେପରି କର ନାହିଁ,9ସେଠାରେ ତୁମ ପିତୃପୁରୁଷମାନେ ମୋତେ ଅବିଶ୍ୱାସ କରି ମୋର ଧୈର୍ଯ୍ୟ ପରୀକ୍ଷା କଲେ,ଅଥଚ ଚାଳିଶ ବର୍ଷ ଯାଏ ମୋହର କର୍ମ ଦେଖିଲେ।10ସେଥିପାଇଁ ମୁଁ ସେହି ବଂଶ ପ୍ରତି କ୍ରୋଧାନ୍ୱିତ ହୋଇଥିଲି;ଏବଂ କହିଥିଲି, ‘ସେମାନଙ୍କ ହୃଦୟ ସବୁବେଳେ ବିପଥଗାମୀ,ଓ ସେମାନେ ମୋହର ମାର୍ଗ ଜାଣନ୍ତି ନାହିଁ।’11ସେଥିପାଇଁ ମୁଁ କ୍ରୋଧାନ୍ୱିତ ହୋଇ ଶପଥ କରିଥିଲି ଯେ,‘ସେମାନେ କଦାପି ମୋର ବିଶ୍ରାମରେ ପ୍ରବେଶ କରିବେ ନାହିଁ।’ ”12ଭାଇମାନେ, ସାବଧାନ, ତୁମ ମଧ୍ୟରୁ କାହାରି ହୃଦୟ ଯେପରି ପାପ ଓ ଅବିଶ୍ୱାସରେ ପୂର୍ଣ୍ଣ ହୋଇ ନିତ୍ୟଜୀବୀ ଈଶ୍ୱରଙ୍କଠାରୁ ବିମୁଖ ନ ହୁଏ।13ତୁମ ମଧ୍ୟରୁ କେହି ଯେପରି ପାପର ଛଳନା ଦ୍ଵାରା କଠିନମନା ନ ହୁଏ, ଏଥିପାଇଁ “ଆଜି,” ଦିନଟିର ସୁଯୋଗ ଥାଉଁ ଥାଉଁ ପରସ୍ପରକୁ ପ୍ରତିଦିନ ଉତ୍ସାହ ପ୍ରଦାନ କର।14ଆରମ୍ଭରେ ଆମର ଯେଉଁ ଭରସା ଥିଲା ଯଦି ତାହାକୁ ଶେଷ ପର୍ଯ୍ୟନ୍ତ ଦୃଢ଼ଭାବେ ଧରି ରଖୁ, ତା ହେଲେ ଆମେ ଖ୍ରୀଷ୍ଟଙ୍କର ସହଭାଗୀ ହେଉ।15କାରଣ ଏହିପରି ଲିଖିତ ଅଛି:“ଆଜି, ଯଦି ତୁମ୍ଭେମାନେ ତାହାଙ୍କର ବାଣୀ ଶୁଣ,ତେବେ ବିଦ୍ରୋହବେଳେ ଯେପରିହୃଦୟ କଠିନ କରିଥିଲ ସେପରି କର ନାହିଁ।”16ଯେଉଁମାନେ ଶୁଣିଲେ ଓ ବିଦ୍ରୋହାଚରଣ କଲେ ସେମାନେ କିଏ? ଯେଉଁମାନଙ୍କୁ ମୋଶା ମିଶରରୁ କଢ଼ାଇ ଆଣିଥିଲେ ଏମାନେ କଅଣ ସେହି ନୁହନ୍ତି?17ପୁଣି କେଉଁମାନଙ୍କ ଉପରେ ସେ ଚାଳିଶ ବର୍ଷ ଧରି କ୍ରୋଧାନ୍ୱିତ ହୋଇଥିଲେ? ଯେଉଁମାନେ ପାପ କଲେ, ଯେଉଁମାନଙ୍କ ଶରୀର ମରୁପ୍ରାନ୍ତରରେ ପଡ଼ିଲା କଅଣ ଏହିମାନଙ୍କ ଉପରେ ନୁହେଁ?18ଆହୁରି ମଧ୍ୟ ଯେଉଁମାନେ ଅବାଧ୍ୟ ହେଲେ ସେମାନଙ୍କ ଛଡ଼ା ଈଶ୍ୱର ଆଉ କାହା ନିକଟରେ ଶପଥ କରି କହିଥିଲେ ଯେ ସେମାନେ କଦାପି ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ?19ଅତଏବ, ଆମେ ଦେଖୁଅଛୁ ଯେ ସେମାନଙ୍କ ଅବିଶ୍ୱାସ ହେତୁ, ସେମାନେ ପ୍ରବେଶ କରିପାରିଲେ ନାହିଁ।Biblica, Inc.