ଦ୍ୱିତୀୟ ଯୋହନ1
1ପ୍ରାଚୀନ ଯେ ମୁଁ,
ଯେଉଁ ମନୋନୀତା ମହିଳାଙ୍କୁ ଓ ତାଙ୍କର ସନ୍ତାନମାନଙ୍କୁ ସତ୍ୟ ରୁପେ ପ୍ରେମ କରେ, ପୁଣି କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜ୍ଞାନପ୍ରାପ୍ତ ସମସ୍ତେ ପ୍ରେମ କରନ୍ତି ସେମାନଙ୍କୁ ଏହି ପତ୍ର ଲେଖୁଅଛି।2ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଓ ଆମ ସହିତ ଚିରକାଳ ରହିବ, ସେଥିସକାଶୁ ଆମେ ତୁମ୍ଭମାନଙ୍କୁ ସ୍ନେହ କରୁଅଛୁ:3ପିତା ଈଶ୍ୱରଙ୍କଠାରୁ ଏବଂ ପିତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ସତ୍ୟ ଓ ପ୍ରେମରେ ଆମ ସହିତ ରହିଥିବ।4ଆମ ପ୍ରତି ପିତାଙ୍କର ଆଜ୍ଞାନୁସାରେ ତୁମର ସନ୍ତାନମାନଙ୍କ ମଧ୍ୟରୁ କେତେଜଣ ଯେ ସତ୍ୟରେ ଜୀବନଯାପନ କରୁଅଛନ୍ତି, ତାହା ଜାଣି ମୁଁ ବିଶେଷ ଆନନ୍ଦ ଲାଭ କରିଅଛି।5ଆଗୋ ଭଦ୍ରେ, ମୁଁ ତୁମ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁନାହିଁ ମାତ୍ର ଯାହା ଆମେ ଆରମ୍ଭରୁ ପାଇଅଛୁ ତାହା ହିଁ ଲେଖୁଅଛି। ଆମେ ପରସ୍ପରକୁ ପ୍ରେମ କରୁ, ଏହା ହିଁ ମୋହର ଅନୁରୋଧ।6ପୁଣି ଏହା ହିଁ ପ୍ରେମ ଯେ ଆମେ ତାହାଙ୍କର ଆଜ୍ଞା ପାଳନ କରି ଜୀବନଯାପନ କରୁ। ତୁମ୍ଭେମାନେ ଆରମ୍ଭରୁ ତାହାଙ୍କର ଆଜ୍ଞା ଶୁଣିଅଛ, ପ୍ରେମରେ ଜୀବନଯାପନ କର।7ଯୀଶୁ ଖ୍ରୀଷ୍ଟ ଦେହ ଧାରଣ କରି ଆସିଥିଲେ ବୋଲି, ଯେଉଁମାନେ ସ୍ୱୀକାର କରନ୍ତି ନାହିଁ, ଏପରି ଅନେକ ପ୍ରତାରକ ଜଗତରେ ବାହାରିଗଲେଣି। ଏପ୍ରକାର ଲୋକ ପ୍ରତାରକ ଓ ଖ୍ରୀଷ୍ଟବିରୋଧୀ ଅଟେ।8ଯେଉଁସବୁ ବିଷୟ ପାଇଁ ତୁମ୍ଭେମାନେ ପରିଶ୍ରମ କରିଅଛ ତାହାର ଫଳ ଯେପରି ନ ହରାଅ, ମାତ୍ର ପୂର୍ଣ୍ଣ ପୁରସ୍କାର ଲାଭ କର ଏଥିପ୍ରତି ସତର୍କ ଦୃଷ୍ଟି ରଖ।9ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ସୀମା ଲଙ୍ଘନ କରେ ସେ ଈଶ୍ୱରଙ୍କୁ ପାଇ ନାହିଁ; କିନ୍ତୁ ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ରହେ ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।10କେହି ଯଦି ଏହି ଶିକ୍ଷା ନ ନେଇ ତୁମ ନିକଟକୁ ଆସେ, ତେବେ ତାହାକୁ ତୁମ ଘରକୁ ଡାକ ନାହିଁ କିମ୍ବା ସ୍ୱାଗତ କର ନାହିଁ।11କେହି ଯଦି ତାହାକୁ ସ୍ୱାଗତ କରେ ତେବେ ସେ ତାହାର ଦୁଷ୍କର୍ମରେ ଭାଗୀ ହୁଏ।12ତୁମ୍ଭମାନଙ୍କ ନିକଟକୁ ମୋହର ଅନେକ କିଛି ଲେଖିବାର ଅଛି, କିନ୍ତୁ ମୁଁ କାଗଜ ଓ କାଳିରେ ଲେଖିବାକୁ ଚାହୁଁ ନାହିଁ। ଆମର ଆନନ୍ଦ ଯେପରି ସମ୍ପୁର୍ଣ୍ଣ ହୁଏ, ଏଥିପାଇଁ, ମୁଁ ବରଂ ତୁମ୍ଭମାନଙ୍କ ନିକଟକୁ ଯାଇ ସାକ୍ଷାତ୍ କରି କଥାବାର୍ତ୍ତା କରିବି ବୋଲି ଆଶା କରୁଅଛି।13ମନୋନୀତା ଭଗିନୀଙ୍କର ସନ୍ତାନମାନେ ତୁମକୁ ଅଭିବାଦନ ଜଣାଉଅଛନ୍ତି।

Biblica, Inc.