ତୃତୀୟ ଯୋହନ1
1ପ୍ରାଚୀନ ଯେ ମୁଁ
ଯାହାଙ୍କୁ ମୁଁ ସତ୍ୟ ରୁପେ ପ୍ରେମ କରେ, ମୋର ସେହି ପ୍ରିୟ ବନ୍ଧୁ ଗାୟସଙ୍କୁ ଏହି ପତ୍ର ଲେଖୁଅଛି।2ପ୍ରିୟ ବନ୍ଧୁ, ତୁମ ଆତ୍ମାର ଯେପରି ମଙ୍ଗଳ ହେଉଅଛି ସେହିପରି ସବୁ ବିଷୟରେ ତୁମର ମଙ୍ଗଳ ହେଉ ଓ ତୁମେ ଉତ୍ତମ ସ୍ୱାସ୍ଥ୍ୟ ଉପଭୋଗ କର ବୋଲି ମୁଁ ପ୍ରାର୍ଥନା କରେ।3କେତେକ ବିଶ୍ୱାସୀ ଭାଇ ଯେତେବେଳେ ଆସି ସତ୍ୟ ପ୍ରତି ତୁମର ବିଶ୍ୱସ୍ତତା ଓ ସତ୍ୟ ଅନୁସରଣ କରିବା ବିଷୟ କହିଲେ, ମୁଁ ବିଶେଷ ଆନନ୍ଦ ଲାଭ କଲି।4ମୋର ପିଲାମାନେ ଯେ ସତ୍ୟରେ ଜୀବନ କାଟୁଅଛନ୍ତି ଏହା ଶୁଣିବା ଅପେକ୍ଷା ଆଉ କିଛି ମୋତେ ଅଧିକ ଆନନ୍ଦ ଦେଇ ନ ପାରେ।5ପ୍ରିୟ ବନ୍ଧୁ, ତୁମେ ବିଶ୍ୱସ୍ତ ଭାବରେ ଭାଇମାନଙ୍କର, ଏପରିକି ସେମାନେ ଅପରିଚିତ ହେଲେ ମଧ୍ୟ ସେମାନଙ୍କର ସେବା କରୁଅଛ।6ସେମାନେ ତୁମର ପ୍ରେମ ବିଷୟରେ ମଣ୍ଡଳୀକୁ ଜଣାଇଅଛନ୍ତି। ତୁମେ ଯଦିସେମାନଙ୍କ ଯାତ୍ରା ପାଇଁ ଈଶ୍ୱରଙ୍କ ଦୃଷ୍ଟିରେ ଯଥୋଚିତ ସାହାଯ୍ୟ ଯୋଗାଇ ଦିଅ ତାହା ଭଲ ହେବ।7କାରଣ ସେମାନେ ବିଜାତୀୟ ଲୋକଙ୍କଠାରୁ କିଛି ହିଁ ସାହାଯ୍ୟ ଗ୍ରହଣ ନ କରି, ଖ୍ରୀଷ୍ଟଙ୍କ ନାମ ସକାଶେ ବାହାରିଅଛନ୍ତି।8ସେଥିପାଇଁ ଏହି ବ୍ୟକ୍ତିମାନଙ୍କର ଆତିଥ୍ୟ କରିବା ଆମର କର୍ତ୍ତବ୍ୟ ତାହା କଲେ ଆମେ ସତ୍ୟ ନିମନ୍ତେ ଏକତ୍ର କାର୍ଯ୍ୟ କରିପାରିବୁ।9ମୁଁ ମଣ୍ଡଳୀକୁ ଲେଖିଲି, କିନ୍ତୁ ଦାୟତ୍ରଫିସ୍, ଯେ କି ପ୍ରଧାନ ହେବାକୁ ଭଲ ପାଏ, ସେ ଆମ ସହିତ କୌଣସି ସମ୍ପର୍କ ରଖିବାକୁ ଇଚ୍ଛା କରୁ ନାହିଁ।10ଅତଏବ ମୁଁ ଗଲେ, ସେ କିପରି ଆମ ବିଷୟରେ ମନ୍ଦ କଥା କହି କୁତ୍ସାରଟନା କରୁଅଛି, ତାହାର ଏହିସବୁ କାର୍ଯ୍ୟକଳାପ ପ୍ରକାଶ କରିବି। ସେ ଏତିକିରେ ସନ୍ତୁଷ୍ଟ ନ ହୋଇ, ନିଜେ ଭାଇମାନଙ୍କୁ ସ୍ୱାଗତ କରିବାକୁ ଇଚ୍ଛା କରେ ନାହିଁ। ଏବଂ ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ବାଧା ଦିଏ ଓ ମଣ୍ଡଳୀରୁ ବହିଷ୍କାର କରେ।11ପ୍ରିୟ ବନ୍ଧୁ, ଅସତ୍ ବିଷୟ ଅନୁକରଣ ନ କରି ସତ୍ ବିଷୟର ଅନୁକରଣ କର। ଯେକେହି ସତ୍କର୍ମ କରେ ସେ ଈଶ୍ୱରଙ୍କଠାରୁ ଜାତ। ଯେକେହି ଅସତ୍ କର୍ମ କରେ ସେ ଈଶ୍ୱରଙ୍କୁ ଦେଖିନାହିଁ।12ସମସ୍ତେ ଦିମିତ୍ରୀୟସ୍ଙ୍କ ପ୍ରଶଂସା କରନ୍ତି ଏପରିକି ସେ ସତ୍ୟ ଦ୍ଵାରା ମଧ୍ୟ ପ୍ରଶଂସିତ। ଆମେ ମଧ୍ୟ ପ୍ରଶଂସା କରୁଅଛୁ, ଏବଂ ତୁମେ ଜାଣ ଯେ ଆମର ସାକ୍ଷ୍ୟ ସତ୍ୟ ଅଟେ।13ତୁମ ନିକଟକୁ ମୋର ଅନେକ କିଛି ଲେଖିବାର ଅଛି, କିନ୍ତୁ ମୁଁ ତାହା କାଳି କଲମରେ ଲେଖିବାକୁ ଚାହୁଁ ନାହିଁ।14ତୁମ ସହିତ ଶୀଘ୍ର ଦେଖା ହେବ ବୋଲି ମୋର ଆଶା, ସେତେବେଳେ ଆମେ ପ୍ରତ୍ୟକ୍ଷ ଭାବରେ କଥାବାର୍ତ୍ତା କରିବା।15ତୁମ ପ୍ରତି ଶାନ୍ତି ହେଉ।
ଏଠାକାର ବନ୍ଧୁମାନେ ତୁମକୁ ଅଭିବାଦନ ଜଣାଉଅଛନ୍ତି। ସେଠାକାର ବନ୍ଧୁମାନଙ୍କୁ ନାମ ଧରି ଅଭିବାଦନ ଜଣାଇବ।

Biblica, Inc.