ପ୍ରଥମ ଥେସଲନୀକୀୟ1

1ପାଉଲ, ଶୀଲା ଓ ତୀମଥିଙ୍କ,
ନିକଟରୁ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆଶ୍ରିତ ଥେସଲନିକୀୟ ମଣ୍ଡଳୀକୁ ଅଭିବାଦନ:
ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ବିରାଜୁ।

ଥେସଲନିକୀୟ ମଣ୍ଡଳୀର ବିଶ୍ୱାସ ପାଇଁ ଧନ୍ୟବାଦ ଅର୍ପଣ

2ଆମର ପ୍ରାର୍ଥନାରେ ଆମେ ତୁମ୍ଭମାନଙ୍କ ବିଷୟ ଉଲ୍ଲେଖ କରି ତୁମ ସମସ୍ତଙ୍କ ପାଇଁ ସର୍ବଦା ଈଶ୍ୱରଙ୍କର ଧନ୍ୟବାଦ କରିଥାଉ।3ତୁମ୍ଭମାନଙ୍କର ବିଶ୍ୱାସଜନିତ କର୍ମ, ପ୍ରେମଜନିତ ପରିଶ୍ରମ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଭରସାଜନିତ ଧୈର୍ଯ୍ୟର ବିଷୟ ଆମେ ଆମର ଈଶ୍ୱର ଓ ପିତାଙ୍କ ସାକ୍ଷାତରେ ସର୍ବଦା ସ୍ମରଣ କରିଥାଉ।
4ହେ ଈଶ୍ୱରଙ୍କ ପ୍ରିୟ ଭାଇ ଓ ଭଉଣୀମାନେ, ତୁମ୍ଭମାନଙ୍କୁ ଈଶ୍ୱର ମନୋନୀତ କରିଅଛନ୍ତି ବୋଲି ଆମେ ଜାଣୁ,5କାରଣ ଆମର ସୁସମାଚାର କେବଳ ବାକ୍ୟରେ ନୁହେଁ ମାତ୍ର ଶକ୍ତିରେ, ପବିତ୍ରଆତ୍ମାଙ୍କ ସହାୟତାରେ ଓ ଦୃଢ଼ ନିଶ୍ଚିତ ବୋଧ ସହକାରେ ତୁମ୍ଭମାନଙ୍କ ନିକଟକୁ ଆସିଥିଲା। ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ସକାଶେ ଆମେ କି ପ୍ରକାର ଜୀବନଯାପନ କରିଥିଲୁ ତାହା ତୁମ୍ଭେମାନେ ଜାଣିଅଛ।6ଦାରୁଣ ଦୁଃଖକ୍ଳେଶ ସତ୍ତ୍ୱେ, ପବିତ୍ରଆତ୍ମାଙ୍କପ୍ରଦତ୍ତ ଆନନ୍ଦରେ ତୁମ୍ଭେମାନେ ସେହି ବାର୍ତ୍ତା ଗ୍ରହଣ କରି ଆମର ଓ ପ୍ରଭୁଙ୍କର ଅନୁକରଣ କଲ।7ପୁଣି ଏହିରୂପେ ତୁମ୍ଭେମାନେ ମାସିଦୋନିଆ ଓ ଆଖାୟାରେ ଥିବା ସବୁ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ହେଲ।8ତୁମ୍ଭମାନଙ୍କଠାରୁ ପ୍ରଭୁଙ୍କର ବାକ୍ୟ ଯେ କେବଳ ମାସିଦୋନିଆ ଓ ଆଖାୟାରେ ଘୋଷିତ ହେଲା ତାହା ନୁହେଁ ତୁମ୍ଭମାନଙ୍କର ଈଶ୍ୱର ବିଶ୍ୱାସର କଥା ସର୍ବତ୍ର ବିଦିତ ହୋଇଅଛି। ତେଣୁ ସେହି ବିଷୟରେ ଆମର କିଛି କହିବା ଆବଶ୍ୟକ ନାହିଁ,9କାରଣ ତୁମ୍ଭେମାନେ କି ପ୍ରକାରେ ଆମ୍ଭମାନଙ୍କୁ ସ୍ୱାଗତ କଲ। ପ୍ରତିମାଗୁଡ଼ିକ ପରିତ୍ୟାଗ କରି ନିତ୍ୟଜୀବୀ ଓ ସତ୍ୟ ଈଶ୍ୱରଙ୍କ ସେବା କରିବାକୁ ତାହାଙ୍କ ନିକଟକୁ ଆସିଲ,10ଏବଂ ଯେଉଁ ଯୀଶୁଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇଲେ ଓ ଆଗାମୀ କ୍ରୋଧରୁ ଯେ ଆମକୁ ଉଦ୍ଧାର କରିବେ, ଈଶ୍ୱରଙ୍କ ସେହି ପୁତ୍ରଙ୍କର ସ୍ଵର୍ଗରୁ ଆଗମନର ଅପେକ୍ଷାରେ କିପରି ରହିଅଛ ଏହିସବୁ ବିଷୟ ସେମାନେ କହନ୍ତି।

Biblica, Inc.

https://app.library.bible/content/97b51048ae7f2ec9