ପ୍ରକାଶିତ ବାକ୍ୟ19
1ଏଥିଉତ୍ତାରେ ଏକ ବିରାଟ ଜନତାର କୋଳାହଳ ପରି ସ୍ଵର୍ଗରେ ଏକ ଶଦ୍ଦ ଏହା କହିବାର ମୁଁ ଶୁଣିଲି:“ହାଲ୍ଲିଲୁୟା!ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ ଈଶ୍ୱରଙ୍କର ଅଟେ।2କାରଣ ତାହାଙ୍କର ବିଚାରସକଳ ଯଥାର୍ଥ ଓ ନ୍ୟାୟସଙ୍ଗତ।ଯେଉଁ ମହାବେଶ୍ୟା ତାହାର ବ୍ୟଭିଚାରଦ୍ଵାରା ପୃଥିବୀକୁ କଳୁଷିତ କରିଥିଲା, ତାହାକୁ ସେ ଦଣ୍ଡିତ କରିଅଛନ୍ତି।ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ତା ଠାରୁ ନେଇଅଛନ୍ତି।”3ସେମାନେ ପୁନର୍ବାର ଉଚ୍ଚସ୍ଵରରେ କହିଲେ,“ହାଲ୍ଲିଲୁୟା!ତାହାର ଦହନର ଧୂମ ଚିରକାଳ ଉପରକୁ ଉଠୁଥିବ।”4ଚବିଶ କୁଳବୃଦ୍ଧ ଓ ଚାରି ଜୀବନ୍ତ ପ୍ରାଣୀ ଉବୁଡ଼ ହୋଇ ସିଂହାସନୋପବିଷ୍ଟ ଈଶ୍ୱରଙ୍କ ଆରାଧନା କଲେ, ପୁଣି ସେମାନେ ଉଚ୍ଚସ୍ଵରରେ କହିଲେ:“ଆମେନ୍, ହାଲ୍ଲିଲୁୟା!”5ଅନନ୍ତର ସିଂହାସନ ନିକଟରୁ ଏକ ସ୍ଵର ନିଃସୃତ ହୋଇ, କହିଲା,“ହେ ଈଶ୍ୱରଙ୍କ ଦାସ ସମସ୍ତେ,ତାହାଙ୍କୁ ଭୟଭକ୍ତି କରୁଥିବା,ସାନ, ବଡ଼ ସମସ୍ତେ,ଆମର ଈଶ୍ୱରଙ୍କ ସ୍ତୁତିବାଦ କର!”6ତତ୍ପରେ ମୁଁ ମହା ଜନତାର କୋଳାହଳ ପରି, ଜଳପ୍ରପାତର ଗର୍ଜନ ପରି ଏବଂ ଘୋର ବଜ୍ରନାଦ ପରି ଏକ ଉଚ୍ଚ ସ୍ଵର ଏହା କହିବାର, ଶୁଣିଲି,“ହାଲ୍ଲିଲୁୟା!କାରଣ ଆମର ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ରାଜତ୍ଵ କରନ୍ତି।7ଆସ ଆମେ ଆନନ୍ଦୋଲ୍ଲାସ କରୁଓ ଆହ୍ଲାଦିତ ହେଉ ଏବଂ ତାହାଙ୍କୁ ଗୌରବ ଅର୍ପଣ କରୁ!କାରଣ ମେଷଶାବକଙ୍କର ବିବାହୋତ୍ସବର ସମୟ ଆସିଅଛି,ଓ ତାହାଙ୍କର କନ୍ୟା ନିଜକୁ ସୁସଜ୍ଜିତ କରିଅଛି।8ତାହାକୁ ଶୁଭ୍ର, ପରିଷ୍କୃତ ଓ ସୂକ୍ଷ୍ମ ବସ୍ତ୍ର,ପରିଧାନ କରିବାକୁ ଦିଆଯାଇଅଛି।”(ଏହା ଉତ୍ତମ ସୂକ୍ଷ୍ମ ବସ୍ତ୍ର, ଯାହା ପବିତ୍ର ଲୋକଙ୍କର ଧାର୍ମିକ କାର୍ଯ୍ୟ ଅଟେ।)9ତତ୍ପରେ ଦୂତ ମୋତେ କହିଲେ, “ଲେଖ, ଯେଉଁମାନେ ମେଷଶାବକଙ୍କର ବିବାହ ଭୋଜିକୁ ନିମନ୍ତ୍ରିତ ସେମାନେ ଧନ୍ୟ!” ସେ ଆହୁରି ମଧ୍ୟ କହିଲେ, “ଏହିସବୁ ଈଶ୍ୱରଙ୍କ ସତ୍ୟବାକ୍ୟ।”10ଏଥିରେ ମୁଁ ଦୂତଙ୍କର ଆରାଧନା କରିବାକୁ ତାହାଙ୍କ ପାଦତଳେ ପଡ଼ିଲି। କିନ୍ତୁ ସେ ମୋତେ କହିଲେ, “ଏପରି କର ନାହିଁ! ମୁଁ ତୁମ ପରି ଓ ଯୀଶୁଙ୍କର ସାକ୍ଷ୍ୟ ବହନ କରୁଥିବା ତୁମ ଭ୍ରାତୃବର୍ଗଙ୍କ ସହିତ ଜଣେ ସେବକ ମାତ୍ର। ଈଶ୍ୱରଙ୍କର ଆରାଧନା କର! କାରଣ ଯୀଶୁଙ୍କ ସମ୍ବନ୍ଧରେ ସାକ୍ଷ୍ୟ ହିଁ ଭାବବାଣୀର ସାରମର୍ମ।”
ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।17ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟରେ ଦଣ୍ଡାୟମାନ ଦେଖିଲି, ମଧ୍ୟାକାଶରେ ଉଡ଼ୁଥିବା ସବୁ ପକ୍ଷୀଙ୍କୁ ସେ ଉଚ୍ଚସ୍ଵରରେ ଡାକି କହିଲେ, “ଆସ, ଈଶ୍ୱରଙ୍କ ମହାଭୋଜି ପାଇଁ ସମବେତ ହୁଅ,18ତା ହେଲେ ତୁମେମାନେ ରାଜା, ସେନାଧ୍ୟକ୍ଷ ଓ ବିକ୍ରମୀ ଲୋକଙ୍କର ମାଂସ, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର ମାଂସ ଏବଂ ସ୍ୱାଧୀନ ଓ ପରାଧୀନ, ବଡ଼, ସାନ, ସମସ୍ତଙ୍କର ମାଂସ ଭକ୍ଷଣ କରିବ।”19ଅନନ୍ତର ମୁଁ ପଶୁକୁ ଓ ପୃଥିବୀର ରାଜାଗଣଙ୍କୁ ଏବଂ ସେମାନଙ୍କ ସେନାବାହିନୀକୁ ଅଶ୍ୱାରୋହୀ ଓ ତାହାଙ୍କର ସେନାବାହିନୀ ବିରୁଦ୍ଧରେ ଯୁଦ୍ଧ କରିବାକୁ ଏକତ୍ରିତ ହେବାର ଦେଖିଲି।20କିନ୍ତୁ ପଶୁ ବନ୍ଦୀ ହେଲା, ଏବଂ ତା ତରଫରୁ ଆଶ୍ଚର୍ଯ୍ୟ କର୍ମମାନ କରିଥିବା ଭଣ୍ଡ ଭାବବାଦୀ ମଧ୍ୟ ବନ୍ଦୀ ହେଲା। ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକଙ୍କୁ ସେ ଏହିସବୁ ଆଶ୍ଚର୍ଯ୍ୟ କର୍ମ କରି ବିଭ୍ରାନ୍ତ କରିଥିଲା। ଏ ଉଭୟେ ଗନ୍ଧକ ପ୍ରଜ୍ୱଳିତ ଅଗ୍ନିମୟ ହ୍ରଦରେ ଜୀବିତ ଅବସ୍ଥାରେ ନିକ୍ଷିପ୍ତ ହେଲେ।21ଅବଶିଷ୍ଟ ଲୋକେ ଅଶ୍ୱାରୋହୀଙ୍କ ମୁଖନିଃସୃତ ଖଡ଼୍ଗ ଦ୍ଵାରା ନିହତ ହେଲେ, ପୁଣି ସବୁ ପକ୍ଷୀ ସେମାନଙ୍କର ମାଂସ ଭକ୍ଷଣ କଲେ।
ଶ୍ୱେତ ଅଶ୍ୱର ଆରୋହୀ
11ତତ୍ପରେ ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଏବଂ ମୋ ସମ୍ମୁଖରେ ଏକ ଶ୍ୱେତବର୍ଣ୍ଣ ଅଶ୍ୱକୁ ଦେଖିଲି, ଯାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ବୋଲି ଅଭିହିତ। ସେ ନ୍ୟାୟରେ ବିଚାର ଏବଂ ଯୁଦ୍ଧ କରନ୍ତି।12ତାହାଙ୍କର ଚକ୍ଷୁଦ୍ଵୟ ଜ୍ୱଳନ୍ତ ଅଗ୍ନି ସଦୃଶ ଏବଂ ତାହାଙ୍କ ମସ୍ତକରେ ଅନେକ ମୁକୁଟ। ତାହାଙ୍କ ଉପରେ ଏକ ନାମ ଲିଖିତ ଅଛି, ଯାହାକି ତାହାଙ୍କ ବ୍ୟତୀତ ଆଉ କେହି ଜାଣେ ନାହିଁ।13ସେ ରକ୍ତରଞ୍ଜିତ ପୋଷାକ ପରିହିତ, ଓ ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ।14ସ୍ଵର୍ଗୀୟ ସେନାବାହିନୀ ଶୁଭ୍ର, ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶ୍ୱେତକାୟ ଅଶ୍ୱଗୁଡ଼ିକ ଉପରେ ଆରୋହଣ କରି ତାହାଙ୍କର ଅନୁଗମନ କରୁଥିଲେ।15ଜାତିବର୍ଗଙ୍କୁ ଆଘାତ କରିବାକୁ ତାହାଙ୍କ ମୁଖରୁ ଏକ ତୀକ୍ଷ୍ଣ ଖଡ଼୍ଗ ନିଃସୃତ ହୁଏ। “ସେ ଲୌହ ରାଜଦଣ୍ଡରେ ସେମାନଙ୍କୁ ଶାସନ କରିବେ।” ସେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କୋପରୂପ ଦ୍ରାକ୍ଷାଦଳନ କୁଣ୍ଡ ଦଳନ କରିବେ।16ତାହାଙ୍କର ପୋଷାକରେ ଓ ଊରୁଦେଶରେ ଏହି ନାମ ଲିଖିତ ଅଛି,ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।17ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟରେ ଦଣ୍ଡାୟମାନ ଦେଖିଲି, ମଧ୍ୟାକାଶରେ ଉଡ଼ୁଥିବା ସବୁ ପକ୍ଷୀଙ୍କୁ ସେ ଉଚ୍ଚସ୍ଵରରେ ଡାକି କହିଲେ, “ଆସ, ଈଶ୍ୱରଙ୍କ ମହାଭୋଜି ପାଇଁ ସମବେତ ହୁଅ,18ତା ହେଲେ ତୁମେମାନେ ରାଜା, ସେନାଧ୍ୟକ୍ଷ ଓ ବିକ୍ରମୀ ଲୋକଙ୍କର ମାଂସ, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର ମାଂସ ଏବଂ ସ୍ୱାଧୀନ ଓ ପରାଧୀନ, ବଡ଼, ସାନ, ସମସ୍ତଙ୍କର ମାଂସ ଭକ୍ଷଣ କରିବ।”19ଅନନ୍ତର ମୁଁ ପଶୁକୁ ଓ ପୃଥିବୀର ରାଜାଗଣଙ୍କୁ ଏବଂ ସେମାନଙ୍କ ସେନାବାହିନୀକୁ ଅଶ୍ୱାରୋହୀ ଓ ତାହାଙ୍କର ସେନାବାହିନୀ ବିରୁଦ୍ଧରେ ଯୁଦ୍ଧ କରିବାକୁ ଏକତ୍ରିତ ହେବାର ଦେଖିଲି।20କିନ୍ତୁ ପଶୁ ବନ୍ଦୀ ହେଲା, ଏବଂ ତା ତରଫରୁ ଆଶ୍ଚର୍ଯ୍ୟ କର୍ମମାନ କରିଥିବା ଭଣ୍ଡ ଭାବବାଦୀ ମଧ୍ୟ ବନ୍ଦୀ ହେଲା। ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକଙ୍କୁ ସେ ଏହିସବୁ ଆଶ୍ଚର୍ଯ୍ୟ କର୍ମ କରି ବିଭ୍ରାନ୍ତ କରିଥିଲା। ଏ ଉଭୟେ ଗନ୍ଧକ ପ୍ରଜ୍ୱଳିତ ଅଗ୍ନିମୟ ହ୍ରଦରେ ଜୀବିତ ଅବସ୍ଥାରେ ନିକ୍ଷିପ୍ତ ହେଲେ।21ଅବଶିଷ୍ଟ ଲୋକେ ଅଶ୍ୱାରୋହୀଙ୍କ ମୁଖନିଃସୃତ ଖଡ଼୍ଗ ଦ୍ଵାରା ନିହତ ହେଲେ, ପୁଣି ସବୁ ପକ୍ଷୀ ସେମାନଙ୍କର ମାଂସ ଭକ୍ଷଣ କଲେ।
Biblica, Inc.