ଫିଲିପୀୟ1
1ଖ୍ରୀଷ୍ଟ ଯୀଶୁଙ୍କର ସେବକ ପାଉଲ ଓ ତୀମଥିଙ୍କ
ନିକଟରୁ ଫିଲିପ୍ପି ରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତସମସ୍ତ ସାଧୁବୃନ୍ଦ, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ଅଭିବାଦନ:2ଆମ୍ଭମାନଙ୍କର ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ନିଶ୍ଚୟ, ମୁଁ ଆନନ୍ଦ ଲାଭ କରୁଥିବି,19କାରଣ ମୋ ପ୍ରତି ଯାହା ଘଟିଅଛି ତାହା ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ଵାରା ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କର ସାହାଯ୍ୟ ଦ୍ଵାରା ମୋର ଉଦ୍ଧାରର କାରଣ ହେବ।20ମୋର ଏକାନ୍ତ ଆଶା ଓ ଭରସା ଅଛି ଯେ ମୁଁ କୌଣସିମତେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେପରି ଏବେ ମଧ୍ୟ ସେହିପରି ପୂର୍ଣ୍ଣ ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋର ଶରୀରରେ ଗୌରବାନ୍ୱିତ କରିବି।21କାରଣ ମୋ ପାଇଁ ଖ୍ରୀଷ୍ଟ ହିଁ ମୋର ବଞ୍ଚିବାର ଉଦ୍ଦେଶ୍ୟ ଓ ମରଣ ଲାଭଜନକ।22କିନ୍ତୁ ଯଦି ମୋତେ ଶରୀରଧାରଣ କରି ବଞ୍ଚିବାକୁ ହୁଏ, ତେବେ ତାହା ମୋ ପାଇଁ ଫଳପ୍ରଦ ପରିଶ୍ରମର କାରଣ ହେବ। ଅଥଚ କେଉଁଟା ପସନ୍ଦ କରିବି? ତାହା ମୁଁ ଜାଣେ ନାହିଁ!23ଏହି ଦୁଇଟି ମଧ୍ୟରେ ମୁଁ ଦ୍ୱିଧାବିଭକ୍ତ, ଜଗତରୁ ବିଦାୟନେଇ ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋର ଇଚ୍ଛା, ଏହା ବହୁଗୁଣରେ ଶ୍ରେୟସ୍କର;24କିନ୍ତୁ ତୁମ୍ଭମାନଙ୍କ ସକାଶେ ଶରୀରଧାରଣ କରି ବଞ୍ଚିବା ମୋର ଅଧିକ ଆବଶ୍ୟକ।25ଏ ବିଷୟରେ ମୋର ଦୃଢ଼ ବିଶ୍ୱାସ ଥିବାରୁ, ମୁଁ ଜାଣେ ଯେ, ମୁଁ ରହିବି ଏବଂ ବିଶ୍ୱାସରେ ତୁମ୍ଭମାନଙ୍କ ବୃଦ୍ଧି ଓ ଆନନ୍ଦ ପାଇଁ ମୁଁ ତୁମ ସମସ୍ତଙ୍କ ସହିତ ରହିବି,26ତା ହେଲେ ତୁମ୍ଭମାନଙ୍କ ନିକଟକୁ ମୋର ପୁନର୍ବାର ଯିବା ଦ୍ଵାରା ମୋ ହେତୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଆନନ୍ଦ ଉଚ୍ଛୁଳି ଉଠିବ।27ଯାହାକିଛି ଘଟୁନା କାହିଁକି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ହେଲା ଭଳି ଆଚରଣ କର। ତା ହେଲେ, ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ଉପସ୍ଥିତ ହୁଏ କିମ୍ବା ଅନୁପସ୍ଥିତ ରହି ତୁମ୍ଭମାନଙ୍କ ବିଷୟ ଶୁଣେ, ଏତିକି ଜାଣିବି ଯେ ଏକ ଆତ୍ମାରେ ଅଟଳ ରହି, ତୁମ୍ଭେମାନେ ଏକ ମନପ୍ରାଣରେ ସୁସମାଚାରର ବିଶ୍ୱାସ ପାଇଁ ଉଦ୍ୟମ କରୁଅଛ28ଏବଂ ତୁମ୍ଭମାନଙ୍କ ବିରୋଧୀମାନଙ୍କ ଦ୍ଵାରା କୌଣସିମତେ ଭୟଭୀତ ହେଉ ନାହଁ। ଏହା ସେମାନଙ୍କ ପାଇଁ ଏକ ଚିହ୍ନ ହେବ ଯେ ସେମାନେ ବିନଷ୍ଟ ହେବେ, ମାତ୍ର ତୁମ୍ଭେମାନେ ପରିତ୍ରାଣ ପାଇବ, ତାହା ଈଶ୍ୱରଙ୍କ ଦ୍ଵାରା ହେବ।29କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ପାଇଁ ନୁହେଁ ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ କରିବା ପାଇଁ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦତ୍ତ ହୋଇଅଛି,30ସେହିହେତୁ ତୁମ୍ଭେମାନେ ମୋତେ ଯେଉଁ ସଂଗ୍ରାମ କରିବାର ଦେଖିଅଛ ଓ ଏବେ ମଧ୍ୟ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହି ସଂଗ୍ରାମ ମଧ୍ୟରେ ଗତି କରୁଅଛ।
ନିକଟରୁ ଫିଲିପ୍ପି ରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତସମସ୍ତ ସାଧୁବୃନ୍ଦ, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ଅଭିବାଦନ:2ଆମ୍ଭମାନଙ୍କର ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଧନ୍ୟବାଦ ଓ ପ୍ରାର୍ଥନା
3ମୁଁ ଯେତେ ଥର ତୁମ୍ଭମାନଙ୍କୁ ସ୍ମରଣ କରେ ସେତେଥର ମୋର ଈଶ୍ୱରଙ୍କର ଧନ୍ୟବାଦ କରେ।4ତୁମ ସମସ୍ତଙ୍କ ପାଇଁ ମୋର ସମସ୍ତ ପ୍ରାର୍ଥନାରେ, ମୁଁ ସର୍ବଦା ଆନନ୍ଦ ସହ ନିବେଦନ କରେ5କାରଣ ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ତୁମ୍ଭେମାନେ ସୁସମାଚାର ସେବାକାର୍ଯ୍ୟରେ ସହଭାଗୀ ହୋଇଅଛ,6ଯେ ତୁମ୍ଭମାନଙ୍କ ଅନ୍ତରରେ ସେହି ଉତ୍ତମ କାର୍ଯ୍ୟ ଆରମ୍ଭ କଲେ, ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ସେ ତାହା ସାଧନ କରି ସଂପୂର୍ଣ୍ଣ କରିବେ ବୋଲି ମୋର ଦୃଢ଼ ଭରସା ରହିଅଛି।7ତୁମ୍ଭେମାନେ ମୋର ହୃଦୟରେ ସ୍ଥାନ ପାଇଥିବାରୁ ତୁମ ସମସ୍ତଙ୍କ ବିଷୟରେ ମୁଁ ଏପ୍ରକାର ଅନୁଭବ କରିବା ଯଥାର୍ଥ, କାରଣ ମୁଁ ଶୃଙ୍ଖଳାବଦ୍ଧ ଥାଏ କିଅବା ସୁସମାଚାରର ପକ୍ଷସମର୍ଥନ ଏବଂ ତାହାର ସତ୍ୟତା ପ୍ରତିପନ୍ନ କରୁଥାଏ, ତୁମେ ସମସ୍ତେ ମୋ ସହିତ ଈଶ୍ୱରଙ୍କ ଅନୁଗ୍ରହରେ ଭାଗୀ ହେଉଅଛ।8ଖ୍ରୀଷ୍ଟ ଯୀଶୁଙ୍କର ସ୍ନେହରେ ମୁଁ ତୁମ ସମସ୍ତଙ୍କ ପାଇଁ କେତେ ଯେ ଆକାଂକ୍ଷିତ ଏ ବିଷୟରେ ଈଶ୍ୱର ସାକ୍ଷୀ।9ଏହା ହିଁ ମୋର ପ୍ରାର୍ଥନା ତୁମ୍ଭମାନଙ୍କର ପ୍ରେମ ଜ୍ଞାନରେ ଓ ସମସ୍ତ ସୂକ୍ଷ୍ମ ବୁଦ୍ଧିରେ ଅଧିକରୁ ଅଧିକ ବୃଦ୍ଧି ପାଉ,10ତା ହେଲେ ତୁମ୍ଭେମାନେ ଭଲମନ୍ଦର ଜ୍ଞାନ ପାଇ ସର୍ବୋତ୍କୃଷ୍ଟ ବିଷୟ ସମର୍ଥନ କରିବ ଏବଂ ଖ୍ରୀଷ୍ଟଙ୍କ ଦିବସ ପର୍ଯ୍ୟନ୍ତ ଶୁଦ୍ଧ ଓ ନିର୍ଦ୍ଦୋଷ ରହିପାରିବ,11ପୁଣି ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଧାର୍ମିକତାରୂପ ଫଳରେ ପରିପୂର୍ଣ୍ଣ ହୋଇ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସାର କାରଣ ହେବ।ପାଉଲଙ୍କବନ୍ଧନ ସୁସମାଚାରକୁ ଆଗକୁ ବଢ଼ାଏ
12ଭାଇ ଓ ଭଉଣୀମାନେ, ମୋ ପ୍ରତି ଯାହା ଘଟିଅଛି, ତାହା ଯେ ପ୍ରକୃତରେ ସୁସମାଚାରର ଅଗ୍ରଗତିରେ ସହାୟ ହୋଇଅଛି ଏହା ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ।13ଫଳତଃ, ମୋର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ ଏହା ସମଗ୍ର ରାଜପ୍ରାସାଦର ପ୍ରହରୀଦଳ ମଧ୍ୟରେ ଏବଂ ଅନ୍ୟ ସମସ୍ତଙ୍କ ନିକଟରେ ସୁସ୍ପଷ୍ଟ ହୋଇଅଛି।14ମୋର ବନ୍ଧନ ହେତୁ, ଖ୍ରୀଷ୍ଟାଶ୍ରିତ ଅଧିକାଂଶ ଭାଇ ଈଶ୍ୱରଙ୍କ ବାକ୍ୟ ସାହସରେ ଓ ନିର୍ଭୟରେ କହିବାକୁ ଉତ୍ସାହ ଲାଭ କରିଅଛନ୍ତି।15ଏ କଥା ସତ୍ୟ ଯେକେହି କେହି ଈର୍ଷାନ୍ୱିତ ହୋଇ ଓ ପ୍ରତିଯୋଗିତା ମନୋଭାବ ନେଇ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି, କିନ୍ତୁ ଅନ୍ୟମାନେ ସତ୍ ଅଭିପ୍ରାୟରେ ପ୍ରଚାର କରୁଅଛନ୍ତି।16ଶେଷୋକ୍ତ ଲୋକମାନେ ପ୍ରେମ ହେତୁ ପ୍ରଚାର କରୁଅଛନ୍ତି, କାରଣ ସେମାନେ ଜାଣନ୍ତି ଯେ ସୁସମାଚାରର ପକ୍ଷ ଅବଲମ୍ବନ କରିବାକୁ ମୋତେ ଏଠାରେ ରଖାଯାଇଅଛି।17ପୂର୍ବୋକ୍ତ ଲୋକମାନେ ଆନ୍ତରିକ ଭାବରେ ନ କରି, ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି, ଯେପରି ମୋର ବନ୍ଦୀ ଅବସ୍ଥାରେ ସେମାନେ ମୋତେ କ୍ଳେଶ ଦେଇ ପାରିବେ ବୋଲି ମନେ କରୁଅଛନ୍ତି।18କିନ୍ତୁ ସେଥିରେ ଅବା କଅଣ ଯାଏ ଆସେ? ଅସତ୍ ଅଭିପ୍ରାୟରେ ହେଉ ବା ସତ୍ ଅଭିପ୍ରାୟରେ ହେଉ, ଯେକୌଣସି ଉପାୟରେ, ଖ୍ରୀଷ୍ଟ ଯେ ପ୍ରଚାରିତ ହେଉଅଛନ୍ତି। ଏହା ସାର କଥା ଅଟେ ଓ ଏଥିରେ ହିଁ ମୁଁ ଆନନ୍ଦ ଲାଭ କରୁଅଛି।ନିଶ୍ଚୟ, ମୁଁ ଆନନ୍ଦ ଲାଭ କରୁଥିବି,19କାରଣ ମୋ ପ୍ରତି ଯାହା ଘଟିଅଛି ତାହା ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ଵାରା ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କର ସାହାଯ୍ୟ ଦ୍ଵାରା ମୋର ଉଦ୍ଧାରର କାରଣ ହେବ।20ମୋର ଏକାନ୍ତ ଆଶା ଓ ଭରସା ଅଛି ଯେ ମୁଁ କୌଣସିମତେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେପରି ଏବେ ମଧ୍ୟ ସେହିପରି ପୂର୍ଣ୍ଣ ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋର ଶରୀରରେ ଗୌରବାନ୍ୱିତ କରିବି।21କାରଣ ମୋ ପାଇଁ ଖ୍ରୀଷ୍ଟ ହିଁ ମୋର ବଞ୍ଚିବାର ଉଦ୍ଦେଶ୍ୟ ଓ ମରଣ ଲାଭଜନକ।22କିନ୍ତୁ ଯଦି ମୋତେ ଶରୀରଧାରଣ କରି ବଞ୍ଚିବାକୁ ହୁଏ, ତେବେ ତାହା ମୋ ପାଇଁ ଫଳପ୍ରଦ ପରିଶ୍ରମର କାରଣ ହେବ। ଅଥଚ କେଉଁଟା ପସନ୍ଦ କରିବି? ତାହା ମୁଁ ଜାଣେ ନାହିଁ!23ଏହି ଦୁଇଟି ମଧ୍ୟରେ ମୁଁ ଦ୍ୱିଧାବିଭକ୍ତ, ଜଗତରୁ ବିଦାୟନେଇ ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋର ଇଚ୍ଛା, ଏହା ବହୁଗୁଣରେ ଶ୍ରେୟସ୍କର;24କିନ୍ତୁ ତୁମ୍ଭମାନଙ୍କ ସକାଶେ ଶରୀରଧାରଣ କରି ବଞ୍ଚିବା ମୋର ଅଧିକ ଆବଶ୍ୟକ।25ଏ ବିଷୟରେ ମୋର ଦୃଢ଼ ବିଶ୍ୱାସ ଥିବାରୁ, ମୁଁ ଜାଣେ ଯେ, ମୁଁ ରହିବି ଏବଂ ବିଶ୍ୱାସରେ ତୁମ୍ଭମାନଙ୍କ ବୃଦ୍ଧି ଓ ଆନନ୍ଦ ପାଇଁ ମୁଁ ତୁମ ସମସ୍ତଙ୍କ ସହିତ ରହିବି,26ତା ହେଲେ ତୁମ୍ଭମାନଙ୍କ ନିକଟକୁ ମୋର ପୁନର୍ବାର ଯିବା ଦ୍ଵାରା ମୋ ହେତୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଆନନ୍ଦ ଉଚ୍ଛୁଳି ଉଠିବ।27ଯାହାକିଛି ଘଟୁନା କାହିଁକି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ହେଲା ଭଳି ଆଚରଣ କର। ତା ହେଲେ, ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ଉପସ୍ଥିତ ହୁଏ କିମ୍ବା ଅନୁପସ୍ଥିତ ରହି ତୁମ୍ଭମାନଙ୍କ ବିଷୟ ଶୁଣେ, ଏତିକି ଜାଣିବି ଯେ ଏକ ଆତ୍ମାରେ ଅଟଳ ରହି, ତୁମ୍ଭେମାନେ ଏକ ମନପ୍ରାଣରେ ସୁସମାଚାରର ବିଶ୍ୱାସ ପାଇଁ ଉଦ୍ୟମ କରୁଅଛ28ଏବଂ ତୁମ୍ଭମାନଙ୍କ ବିରୋଧୀମାନଙ୍କ ଦ୍ଵାରା କୌଣସିମତେ ଭୟଭୀତ ହେଉ ନାହଁ। ଏହା ସେମାନଙ୍କ ପାଇଁ ଏକ ଚିହ୍ନ ହେବ ଯେ ସେମାନେ ବିନଷ୍ଟ ହେବେ, ମାତ୍ର ତୁମ୍ଭେମାନେ ପରିତ୍ରାଣ ପାଇବ, ତାହା ଈଶ୍ୱରଙ୍କ ଦ୍ଵାରା ହେବ।29କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ପାଇଁ ନୁହେଁ ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ କରିବା ପାଇଁ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦତ୍ତ ହୋଇଅଛି,30ସେହିହେତୁ ତୁମ୍ଭେମାନେ ମୋତେ ଯେଉଁ ସଂଗ୍ରାମ କରିବାର ଦେଖିଅଛ ଓ ଏବେ ମଧ୍ୟ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହି ସଂଗ୍ରାମ ମଧ୍ୟରେ ଗତି କରୁଅଛ।
Biblica, Inc.