ଯୋହନ16
1“ଏସମସ୍ତ କଥା ମୁଁ ତୁମ୍ଭମାନଙ୍କୁ କହିଅଛି ଯେପରି ତୁମ୍ଭେମାନେ ପଥଭ୍ରଷ୍ଟ ନ ହୁଅ।2ସେମାନେ ତୁମକୁ ସମାଜଚ୍ୟୁତ କରିବେ; ପ୍ରକୃତରେ, ଏପରି ସମୟ ଆସୁଛି ଯେତେବେଳେ ଯିଏ ତୁମକୁ ହତ୍ୟା କରିବ ସେ ଈଶ୍ୱରଙ୍କ ସେବା କରୁଛି ବୋଲି ମନେ କରିବ।3ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣି ନ ଥିବାରୁ ଏପ୍ରକାର କାର୍ଯ୍ୟସବୁ କରିବେ।4ସେପରି ସମୟ ଆସିଲେ ମୁଁ ଯେ ତୁମ୍ଭମାନଙ୍କୁ ସତର୍କ କରାଇଥିଲି, ଏହା ସ୍ମରଣ କରିବ ବୋଲି ମୁଁ ଏହିସବୁ କହୁଅଛି। ମୁଁ ଆଗରୁ ଏହା କହି ନ ଥିଲି କାରଣ ମୁଁ ତୁମ ସହିତ ଥିଲି।5“ଯେ ମୋତେ ପଠାଇଥିଲେ ଏବେ ମୁଁ ତାହାଙ୍କ ନିକଟକୁ ଯାଉଅଛି। ଅଥଚ ଆପଣ କୁଆଡ଼େ ଯାଉଅଛନ୍ତି, ଏ କଥା ‘ତୁମ ମଧ୍ୟରୁ କେହି ମୋତେ ପଚାରୁ ନାହଁ?’6ମୁଁ ଏହିସବୁ କଥା କହିବାରୁ, ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପୂର୍ଣ୍ଣ ଅଟେ।7କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋର ଯିବାରେ ତୁମ ପାଇଁ ମଙ୍ଗଳଜନକ। ମୁଁ ନ ଗଲେ, ସାହାଯ୍ୟକାରୀ ତୁମ ନିକଟକୁ ଆସିବେ ନାହିଁ; କିନ୍ତୁ ମୁଁ ଗଲେ, ତାହାଙ୍କୁ ତୁମ ନିକଟକୁ ପଠାଇବି।8ସେ ଯେତେବେଳେ ଆସିବେ, ସେ ଜଗତକୁ ତାର ପାପ, ଧାର୍ମିକତା ଓ ବିଚାର ବିଷୟରେ ବୋଧ ଦେବେ:9ପାପ ବିଷୟରେ, କାରଣ ଲୋକେ ମୋ ଠାରେ ବିଶ୍ୱାସ କରୁନାହାନ୍ତି;10ପୁଣ୍ୟ ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି, ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ;11ପୁଣି ବିଚାର ବିଷୟରେ, କାରଣ ଏହି ଜଗତର ଅଧିପତି ଦଣ୍ଡାଜ୍ଞା ପାଇ ସାରିଲାଣି।12“ତୁମ୍ଭମାନଙ୍କୁ ମୋର ଆହୁରି ଅନେକ ବିଷୟ କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହିସବୁ ସହି ପାରିବ ନାହିଁ।13କିନ୍ତୁ, ସତ୍ୟମୟ ଆତ୍ମା, ଯେତେବେଳେ ଆସିବେ, ସେ ତୁମକୁ ସମସ୍ତ ସତ୍ୟରେ କଢ଼ାଇ ନେବେ। ସେ ନିଜଠାରୁ କଥା କହିବେ ନାହିଁ; କିନ୍ତୁ ଯାହା ଶୁଣିବେ ତାହା କହିବେ, ଓ ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ।14ସେ ମୋତେ ଗୌରବାନ୍ୱିତ କରିବେ କାରଣ ଯାହା ମୋହର ତାହା ନେଇ ସେ ତୁମ୍ଭମାନଙ୍କୁ ଜଣାଇବେ।15ଯାହାକିଛି ପିତାଙ୍କର ସେହିସବୁ ମୋହର। ଏହି ହେତୁ ମୁଁ କହିଲି ଯେ ଯାହା ମୋହର, ତାହା ନେଇ ଆତ୍ମା ତୁମ୍ଭମାନଙ୍କୁ ଜଣାଇବେ।”16“ଆଉ ଅଳ୍ପ ସମୟପରେ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ ଓ ଆଉ ଅଳ୍ପ ସମୟପରେ ମୋତେ ପୁଣି ଦେଖିବ।”
ଶିଷ୍ୟମାନଙ୍କର ଶୋକ ଆନନ୍ଦରେ ପରିଣତ ହେବ
17ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ, କେହି କେହି ପରସ୍ପରକୁ କହିଲେ, “ସେ ଏହି ଯେଉଁ କଥା କହିଲେ, ‘ଅଳ୍ପ ସମୟପରେ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ, ଓ ପୁଣି ଅଳ୍ପ ସମୟପରେ ମୋତେ ଦେଖିବ,’ ଆହୁରି ମଧ୍ୟ, ‘ମୁଁ ପିତାଙ୍କ ନିକଟକୁ ଯାଉଛି ତାହାଙ୍କର ଏହି କଥାର ଅର୍ଥ କଅଣ’?”18ସେମାନେ ପଚାରିବାକୁ ଲାଗିଲେ, “ ‘ଆଉ ଅଳ୍ପ ସମୟ’ ଏହା କେଉଁ ଅର୍ଥରେ ସେ କହୁଛନ୍ତି? ସେ ଯାହା କହୁଛନ୍ତି ତାହା ଆମେ ବୁଝୁ ନାହୁଁ।”19ସେମାନେ ଯେ ଏହି ବିଷୟ ତାହାଙ୍କୁ ପଚାରିବାକୁ ଇଚ୍ଛା କରୁଛନ୍ତି, ତାହା ଯୀଶୁ ଜାଣିପାରି ସେମାନଙ୍କୁ କହିଲେ, “ମୁଁ ଯେତେବେଳେ କହିଲି, ‘ଅଳ୍ପ ସମୟପରେ ମୋତେ ଆଉ ଦେଖିବ ନାହିଁ, ଓ ପୁଣି ଅଳ୍ପ ସମୟପରେ ମୋତେ ଦେଖିବ ଏହାର ଅର୍ଥ କଣ ବୋଲି ତୁମ୍ଭେମାନେ ପରସ୍ପରକୁ ପଚାରୁଛ କି’?20ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମ୍ଭେମାନେ କ୍ରନ୍ଦନ ଓ ବିଳାପ କରିବ କିନ୍ତୁ ଜଗତ ଆନନ୍ଦୋଲ୍ଲାସ କରିବ। ତୁମ୍ଭେମାନେ ଶୋକ କରିବ, କିନ୍ତୁ ତୁମର ଶୋକ ଆନନ୍ଦରେ ପରିଣତ ହେବ।21ସନ୍ତାନ ପ୍ରସବ କଲାବେଳେ ସ୍ତ୍ରୀ କଷ୍ଟ ପାଏ; କିନ୍ତୁ ତାହାର ଶିଶୁଟି ଜନ୍ମ ହେଲାପରେ ଜଗତରେ ଶିଶୁ ସନ୍ତାନଟିଏ ଜନ୍ମ ହେଲା ବୋଲି ଆନନ୍ଦରେ ସେ ଯନ୍ତ୍ରଣା ଭୁଲିଯାଏ।22ସେହିପ୍ରକାରେ: ବର୍ତ୍ତମାନ ତୁମର ଶୋକର ସମୟ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ଦେଖିବି ଓ ତୁମ୍ଭେମାନେ ଆନନ୍ଦୋଲ୍ଲାସ କରିବ, ଓ କେହି ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ।23ସେହିଦିନ ତୁମ୍ଭେମାନେ ମୋତେ ଆଉ କିଛି ମାଗିବ ନାହିଁ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋ ନାମରେ ତୁମ୍ଭେମାନେ ଯାହାକିଛି ମାଗିବ, ମୋର ପିତା ତାହା ତୁମ୍ଭମାନଙ୍କୁ ଦେବେ।24ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ ନାମରେ କିଛି ମାଗି ନାହଁ। ମାଗ ଓ ତୁମ୍ଭେମାନେ ପାଇବ, ଏବଂ ତୁମର ଆନନ୍ଦ ସଂପୂର୍ଣ୍ଣ ହେବ।25“ଯଦିବା ମୁଁ ତୁମ୍ଭମାନଙ୍କୁ ଦୃଷ୍ଟାନ୍ତ ଦ୍ଵାରା ଏସମସ୍ତ କଥା କହିଛି, ସମୟ ଆସୁଅଛି ଯେତେବେଳେ ମୁଁ ଆଉ ଏପ୍ରକାରେ କଥା କହିବି ନାହିଁ ମାତ୍ର ମୋର ପିତାଙ୍କ ସମ୍ବନ୍ଧରେ ସ୍ପଷ୍ଟଭାବେ ତୁମ୍ଭମାନଙ୍କୁ କହିବି।26ସେହିଦିନ ତୁମେ ମୋ ନାମରେ ମାଗିବ। ତୁମ ପକ୍ଷରୁ ମୁଁ ଯେ ପିତାଙ୍କୁ ମାଗିବି ଏହା ମୁଁ କହୁ ନାହିଁ।27ପିତା ନିଜେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, କାରଣ ତୁମ୍ଭେମାନେ ମୋତେ ପ୍ରେମ କରିଅଛ ଓ ମୁଁ ଈଶ୍ୱରଙ୍କ ନିକଟରୁ ଆସିଅଛି ବୋଲି ବିଶ୍ୱାସ କରିଅଛ।28ମୁଁ ପିତାଙ୍କ ନିକଟରୁ ଏ ଜଗତ ମଧ୍ୟକୁ ଆସିଲି; ଓ ଏବେ ଜଗତ ପରିତ୍ୟାଗ କରି ପିତାଙ୍କ ନିକଟକୁ ଫେରି ଯାଉଅଛି।”29ତତ୍ପରେ ଯୀଶୁଙ୍କର ଶିଷ୍ୟମାନେ କହିଲେ, “ଏବେ ଆପଣ ଦୃଷ୍ଟାନ୍ତ ବିନା ସ୍ପଷ୍ଟଭାବେ କଥା କହୁଅଛନ୍ତି।30ଏବେ ଆମେ ଜାଣୁଅଛୁ ଯେ ଆପଣ ସବୁ ଜାଣନ୍ତି ଓ କେହି ଆପଣଙ୍କୁ କୌଣସି ପ୍ରଶ୍ନ ପଚାରିବାର ଆବଶ୍ୟକତା ନାହିଁ। ଏହା ଦ୍ଵାରା ଆମେ ବିଶ୍ୱାସ କରୁଅଛୁ ଯେ ଆପଣ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି।”31ଯୀଶୁ ଉତ୍ତର ଦେଲେ। “ତୁମ୍ଭେମାନେ ଏବେ ବିଶ୍ୱାସ କରୁଅଛ?”32“କିନ୍ତୁ ସମୟ ଆସୁଅଛି ପ୍ରକୃତରେ ଆସିଗଲାଣି ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ, ଯେ ଯାହାର ଘରକୁ ପଳାଇ ଯିବ। ତୁମ୍ଭେମାନେ ମୋତେ ଏକାକୀ ଛାଡ଼ି ଚାଲିଯିବ। ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ ସହିତ ଅଛନ୍ତି।33“ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଅଛି, ଯେପରି ତୁମ୍ଭେମାନେ ମୋ ଠାରେ ଶାନ୍ତି ଲାଭ କରିବ। ଏ ଜଗତରେ ତୁମ ପାଇଁ ଦାରୁଣ କ୍ଳେଶ ଅଛି। କିନ୍ତୁ ସାହସ ଧର! ମୁଁ ଜଗତକୁ ଜୟ କରିଅଛି।”Biblica, Inc.