ଏବ୍ରୀ8

ନୂତନ ଚୁକ୍ତିର ମହାଯାଜକ ଖ୍ରୀଷ୍ଟ

1ଆମ କଥାର ଅର୍ଥ ଏହି, ଆମର ଏହିପ୍ରକାର ଜଣେ ମହାଯାଜକ ଅଛନ୍ତି, ଯେ କି ସ୍ଵର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣପାର୍ଶ୍ୱରେ ଆସୀନ,2ଏବଂ ଯେଉଁ ପ୍ରକୃତ ମନ୍ଦିର ମନୁଷ୍ୟ ଦ୍ଵାରା ନ ହୋଇ, ପ୍ରଭୁଙ୍କ ଦ୍ଵାରା ସ୍ଥାପିତ, ସେହି ପବିତ୍ରଧାମରେ ସେ ସେବାକାର୍ଯ୍ୟ କରନ୍ତି।
3ପ୍ରତ୍ୟେକ ମହାଯାଜକ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି ଏବଂ ଏହି ମହାଯାଜକଙ୍କର ମଧ୍ୟ କିଛି ଉତ୍ସର୍ଗ କରିବା ଆବଶ୍ୟକ ଥିଲା।4ସେ ଯଦି ପୃଥିବୀରେ ଥାଆନ୍ତେ, ତେବେ ସେ ଯାଜକ ସୁଦ୍ଧା ହୋଇପାରି ନ ଥାଆନ୍ତେ, କାରଣ ବିଧିବ୍ୟବସ୍ଥା ଅନୁସାରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଯାଜକମାନେ ରହିଅଛନ୍ତି।5ସେମାନେ ଯେଉଁ ପବିତ୍ରଧାମରେ ସେବାକାର୍ଯ୍ୟ କରନ୍ତି ତାହା ସ୍ଵର୍ଗରେ ଥିବା ପବିତ୍ରଧାମର ଏକ ନମୁନା ଓ ଛୟାମାତ୍ର। ସେଥିପାଇଁ ସମାଗମତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ମୋଶାଙ୍କୁ ସତର୍କ କରାଇ କୁହାଯାଇଥିଲା: “ଦେଖ ପର୍ବତ ଉପରେ ତୁମକୁ ଯେଉଁ ନମୁନା ଦେଖାଇ ଦିଆଯାଇଛି ତଦନୁସାରେ ସମସ୍ତ ବିଷୟ କରିବ।”6କିନ୍ତୁ ଯୀଶୁ ଯେଉଁ ଚୁକ୍ତିର ମଧ୍ୟସ୍ଥ ଅଟନ୍ତି, ତାହା ଉତ୍କୃଷ୍ଟତର ପ୍ରତିଜ୍ଞାମାନ ଉପରେ ଆଧାରିତ ହୋଇଥିବାରୁ ପୁରାତନ ଚୁକ୍ତିଠାରୁ ଶ୍ରେଷ୍ଠତର ସେହିପରି ସେ ଯେଉଁ ସେବାକାର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ତାହା ସେମାନଙ୍କ ସେବାକାର୍ଯ୍ୟଠାରୁ ଶ୍ରେଷ୍ଠତର।
7କାରଣ ପ୍ରଥମ ଚୁକ୍ତି ଯଦି ତ୍ରୁଟିଶୂନ୍ୟ ହୋଇଥାଆନ୍ତା, ତେବେ ଆଉ ଏକ ଚୁକ୍ତିର ପ୍ରଶ୍ନ ଉଠି ନ ଥାଆନ୍ତା।8କିନ୍ତୁ ଈଶ୍ୱର ଲୋକମାନଙ୍କଠାରେ ଦୋଷ ପାଇବାରୁ କହିଲେ:“ପ୍ରଭୁ କହନ୍ତି, ଦିନ ଆସୁଅଛି,ମୁଁ ଇସ୍ରାଏଲ ବଂଶଓ ଯିହୁଦା ବଂଶ ସହିତଏକ ନୂତନ ଚୁକ୍ତି କରିବି।9ମୁଁ ସେମାନଙ୍କ ପିତୃପୁରୁଷମାନଙ୍କୁମିଶର ଦେଶରୁ ହାତ ଧରି କଢ଼ାଇ ଆଣିଲା ବେଳେ,ସେମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲି,ଏହି ଚୁକ୍ତି ସେପରି ହେବ ନାହିଁସେମାନେ ମୋର ଚୁକ୍ତି ପ୍ରତି ବିଶ୍ୱସ୍ତ ନ ରହିବାରୁମୁଁ ସେମାନଙ୍କ ପ୍ରତି ବିମୁଖ ହେଲି,ପ୍ରଭୁ କହନ୍ତି।10ପ୍ରଭୁ କହନ୍ତି।ପରେ ମୁଁ ଇସ୍ରାଏଲ ବଂଶ ସଙ୍ଗେ ଏହି ଚୁକ୍ତି କରିବିମୁଁ ସେମାନଙ୍କ ଅନ୍ତରରେ ମୋହର ବିଧିବ୍ୟବସ୍ଥା ସବୁ ସ୍ଥାପନ କରିବି,ଏବଂ ସେମାନଙ୍କ ହୃଦୟ ଫଳକରେ ସେହିସବୁ ଲେଖିଦେବି।ମୁଁ ସେମାନଙ୍କ ଈଶ୍ୱର ହେବି,ଓ ସେମାନେ ମୋହର ଲୋକ ହେବେ।11ସେତେବେଳେ କେହି ତାହାର ପ୍ରତିବାଶୀକୁ,କିମ୍ବା କେହି ତାହାର ଭାଇକୁ, ‘ପ୍ରଭୁଙ୍କର ପରିଚୟ ଲାଭ କର,’ଏହା କହି ଶିକ୍ଷା ଦେବ ନାହିଁ, କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେମୋର ପରିଚୟ ପାଇବେ।12ଯେହେତୁ ମୁଁ ସେମାନଙ୍କର ଅଧର୍ମସବୁ କ୍ଷମା କରିବିଓ ସେମାନଙ୍କ ପାପସମୂହ ଆଉ ସ୍ମରଣ କରିବି ନାହିଁ।”
13ଏହି ଚୁକ୍ତିକୁ “ନୂତନ,” ବୋଲି ଆଖ୍ୟା ଦେବା ଦ୍ଵାରା ସେ ପ୍ରଥମଟିକୁ ଅପ୍ରଚଳିତ କରିଅଛନ୍ତି; ଏବଂ ଯାହା ଅପ୍ରଚଳିତ ଓ ପ୍ରାଚୀନ ହୋଇ ଆସୁଅଛି ତାହା ଶୀଘ୍ର ଲୋପ ପାଇବ।

Biblica, Inc.

https://app.library.bible/content/97b51048ae7f2ec9