ଗାଲାତୀୟ2
ପ୍ରେରିତଶିଷ୍ୟମାନଙ୍କ ଦ୍ଵାରା ପାଉଲ ସମାଦୃତ
1ଚଉଦ ବର୍ଷ ପରେ, ମୁଁ ପୁନର୍ବାର ଯିରୂଶାଲମକୁ ଗଲି, ଏଥର ବର୍ଣ୍ଣବାଙ୍କ ସଙ୍ଗରେ ଗଲି। ମୁଁ ତୀତସଙ୍କୁ ମଧ୍ୟ ସଙ୍ଗରେ ନେଇଥିଲି।2ମୁଁ ଏକ ପ୍ରତ୍ୟାଦେଶ ପାଇ ସେଠାକୁ ଗଲି, ଏବଂ ଅଣଯିହୁଦୀମାନଙ୍କ ନିକଟରେ ମୁଁ ପ୍ରଚାର କରୁଥିବା ସୁସମାଚାର, ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କଲି। କିନ୍ତୁ କେତେଜଣ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ନିକଟରେ ନିଭୃତରେ ମୁଁ ଏହା କରିଥିଲି କାରଣ ମୋର ଭୟ ଥିଲା ଯେ କାଳେ ଅତୀତର ଓ ବର୍ତ୍ତମାନର ମୋର ପରିଶ୍ରମ ବିଫଳ ହୋଇଯିବ।3କିନ୍ତୁ, ମୋର ସଙ୍ଗୀ ତୀତସ, ଗ୍ରୀକ ଜାତିର ହେଲେ ମଧ୍ୟ, ସୁନ୍ନତ ହେବା ପାଇଁ ତାଙ୍କୁ ବାଧ୍ୟ କରାଯାଇ ନ ଥିଲା।4ଏହି ପ୍ରସଙ୍ଗ ଉଠିବାର କାରଣ ଏହି ଯେ କେତେଜଣ ଭଣ୍ଡ ଭ୍ରାତା ଆସି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମେ କି ପ୍ରକାର ସ୍ୱାଧୀନତା ଉପଭୋଗ କରୁଛୁ ତାହା ଦେଖିବାକୁ ଓ ଆମକୁ ଦାସ କରିବାକୁ ଚର ରୂପେ ଆମ ଦଳରେ ପ୍ରବେଶ କଲେ।5ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କଠାରେ ସ୍ଥାୟୀ ହେବ, ଏଥିପାଇଁ ଆମେ ସେମାନଙ୍କୁ କ୍ଷଣକ ପାଇଁ ସୁଦ୍ଧା ପ୍ରଶ୍ରୟ ଦେଇ ନ ଥିଲୁ।6ଆହୁରି ମଧ୍ୟ ଯେଉଁମାନେ ଗଣ୍ୟମାନ୍ୟ ବୋଲି ବିବେଚିତ, ସେମାନେ ଯାହାକିଛି ହୁଅନ୍ତୁ ସେଥିରେ ମୋର କିଛି ଯାଏ ଆସେ ନାହିଁ; ଈଶ୍ୱର ତ ବାହ୍ୟିକ ରୂପ ଦେଖି ବିଚାର କରନ୍ତି ନାହିଁ, ସେମାନେ ମୋର ବାର୍ତ୍ତାରେ କିଛି ହିଁ ଯୋଗ କରି ନ ଥିଲେ।7ବରଞ୍ଚ, ସେମାନେ ଦେଖିଲେ ଯେ ପିତରଙ୍କୁ ଯେପରି ଯିହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ଵ ଦିଆଯାଇଛି, ମୋତେ ସେହିପରି ଅସୁନ୍ନତ ବା ଅଣଯିହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ଵ ଦିଆଯାଇଛି।8କାରଣ ଯିହୁଦୀମାନଙ୍କ ନିକଟରେ ପ୍ରେରିତଶିଷ୍ୟ ରୂପେ ପିତରଙ୍କ ସେବା ମାଧ୍ୟମରେ ଯେଉଁ ଈଶ୍ୱର କାର୍ଯ୍ୟ କଲେ, ସେ ମଧ୍ୟ ଅଣଯିହୁଦୀମାନଙ୍କ ନିକଟରେ ପ୍ରେରିତଶିଷ୍ୟ ରୂପେ ମୋର ସେବା ମାଧ୍ୟମରେ କାର୍ଯ୍ୟ କଲେ।9ଯେଉଁ ଯାକୁବ, କେଫା ଓ ଯୋହନ, ସ୍ତମ୍ଭସ୍ଵରୂପ, ସେମାନେ ଯେତେବେଳେ ମୋହର ପ୍ରଦତ୍ତ ଅନୁଗ୍ରହର ପରିଚୟ ପାଇଲେ ସେତେବେଳେ ମୋତେ ଓ ବର୍ଣ୍ଣବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ଦେଲେ। ଆମେ ଅଣଯିହୁଦୀମାନଙ୍କ ନିକଟକୁ ଯାଉ, ଓ ସେମାନେ ଯିହୁଦୀମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସେମାନେ ସମ୍ମତ ହେଲେ।10ଆମେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁଥିବୁ, କେବଳ ଏତିକି ସେମାନେ ନିବେଦନ କରିଥିଲେ ଆଉ ଏହି କାର୍ଯ୍ୟ ନିମନ୍ତେ ମୁଁ ତ ଉଦ୍ଯୋଗୀ ଥିଲି।ପିତରଙ୍କ ଅନ୍ୟାୟ କାର୍ଯ୍ୟକୁ ପାଉଲଙ୍କ ବିରୋଧ
11କେଫା ଯେତେବେଳେ ଆଣ୍ଟିୟୋଖକୁ ଆସିଲେ, ମୁଁ ସିଧାସଳଖ ତାଙ୍କର ବିରୋଧ କଲି, କାରଣ ସେ ଅନ୍ୟାୟ କାର୍ଯ୍ୟ କରିଥିଲେ।12ଯାକୁବଙ୍କ ପାଖରୁ କେତେକ ବ୍ୟକ୍ତି ଆସିବା ପୂର୍ବରୁ, ସେ ଅଣଯିହୁଦୀମାନଙ୍କ ସହିତ ଭୋଜନ କରୁଥିଲେ। ମାତ୍ର ସେମାନେ ଆସିବା ପରେ, ସେ ସେଥିରୁ ଓହରି ଯାଇ ଅଣଯିହୁଦୀମାନଙ୍କ ନିକଟରୁ ଅଲଗା ହୋଇଗଲେ, କାରଣ ସୁନ୍ନତ ପକ୍ଷବାଦୀ ଦଳର ଲୋକମାନଙ୍କୁ ସେ ଭୟ କଲେ।13ଅନ୍ୟ ଯିହୁଦୀମାନେ ମଧ୍ୟ ତାଙ୍କ ପରି କପଟାଚରଣ କଲେ, ଏପରିକି ବର୍ଣ୍ଣବା ମଧ୍ୟ ସେମାନଙ୍କ କପଟତାରେ ପଡ଼ିଗଲେ।14ମୁଁ ଯେତେବେଳେ ଦେଖିଲି ଯେ ସେମାନେ ସୁସମାଚାରର ସତ୍ୟତା ଅନୁଯାୟୀ ଆଚରଣ କରୁନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କେଫା ଙ୍କୁ କହିଲି, “ତୁମେ ଜଣେ ଯିହୁଦୀ, ଅଥଚ ଯିହୁଦୀ ପରି ଜୀବନଯାପନ ନ କରି ଅଣଯିହୁଦୀ ପରି କରୁଅଛ। ତା ହେଲେ, ତୁମେ ଯିହୁଦୀୟ ରୀତିନୀତି ପାଳନ କରିବାକୁ ଅଣଯିହୁଦୀମାନଙ୍କୁ କିପରି ବାଧ୍ୟ କରୁଛ?15“ଆମେ ଜନ୍ମରୁ ଯିହୁଦୀ ପାପିଷ୍ଠ ଅଣଯିହୁଦୀ ନୋହୁଁ16ଆମେ ଜାଣୁ ଯେ ମନୁଷ୍ୟ ବିଧିବ୍ୟବସ୍ଥା ପାଳନ କରିବା ଦ୍ଵାରା ଧାର୍ମିକ ଗଣ୍ୟ ହୁଏ ନାହିଁ, ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ଵାରା ହୁଏ। ତେଣୁ, ଆମେ ମଧ୍ୟ, ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିଅଛୁ ଯେପରିକି ବିଧିବ୍ୟବସ୍ଥା ପାଳନ ଦ୍ଵାରା ଧାର୍ମିକ ଗଣ୍ୟ ହେବୁ ନାହିଁ ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ଵାରା ହେବୁ, କାରଣ ବିଧିବ୍ୟବସ୍ଥା ପାଳନ କରି କେହି ଧାର୍ମିକ ବିବେଚିତ ହେବେ ନାହିଁ।17“ଆମେ, ଖ୍ରୀଷ୍ଟଙ୍କ ଦେଇ ଧାର୍ମିକ ବିବେଚିତ ହେବାକୁ ଚେଷ୍ଟା କଲାବେଳେ, ଯଦି ନିଜେ ପାପୀ ବୋଲି ଦେଖାଯାଉ, ତେବେ ଏହାର ଅର୍ଥ କଅଣ ଖ୍ରୀଷ୍ଟ କଅଣ ପାପର ସହାୟକ? ଆଦୌ ନୁହେଁ!18ମୁଁ ଯେଉଁସବୁ ବିଷୟ ଭାଙ୍ଗିଅଛି, ସେହିସବୁ ଯଦି ପୁନର୍ବାର ନିର୍ମାଣ କରେ ତେବେ ମୁଁ ନିୟମ ଭଙ୍ଗକାରୀ ହେବି।19“କାରଣ ବିଧିବ୍ୟବସ୍ଥା ଦ୍ଵାରା ମୁଁ ବିଧିବ୍ୟବସ୍ଥା ପ୍ରତି ମୃତ ହେଲି, ଯେପରି ମୁଁ ଈଶ୍ୱରଙ୍କ ନିମନ୍ତେ ଜୀବନ କାଟି ପାରିବି।20ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ମଧ୍ୟରେ ଜୀବିତ ଅଛନ୍ତି। ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖି ଜୀବନଯାପନ କରୁଅଛି, ସେ ତ ମୋତେ ପ୍ରେମ କରି ଆପଣାକୁ ମୋ ନିମନ୍ତେ ଉତ୍ସର୍ଗ କଲେ।21ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ରଦ୍ କରୁ ନାହିଁ, କାରଣ ବିଧିବ୍ୟବସ୍ଥା ପାଳନ ଦ୍ଵାରା ଯଦି ଧାର୍ମିକତା ଲାଭ କରାଯାଇ ପାରନ୍ତା, ତେବେ ଖ୍ରୀଷ୍ଟ ବୃଥାରେ ମୃତ୍ୟୁବରଣ କଲେ।”Biblica, Inc.