ଗାଲାତୀୟ1
1ମୁଁ ପାଉଲ, ଜଣେ ପ୍ରେରିତ, ମନୁଷ୍ୟଠାରୁ କିମ୍ବା ମନୁଷ୍ୟ ଦ୍ଵାରା ପ୍ରେରିତ ହୋଇନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଓ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ଵାରା ପ୍ରେରିତ ହୋଇଅଛି,2ମୁଁ ଓ ମୋ ସହିତ ସମସ୍ତ ଭ୍ରାତା ଓ ଭଉଣୀମାନଙ୍କ ନିକଟରୁ,
ଗାଲାତୀୟ ମଣ୍ଡଳୀଗୁଡ଼ିକୁ ଅଭିବାଦନ:3ଆମର ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ,4ଆମର ଈଶ୍ୱର ତଥା ପିତାଙ୍କର ଇଚ୍ଛାନୁଯାୟୀ ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନର ଏହି ମନ୍ଦ ଜଗତରୁ, ଆମକୁ ଉଦ୍ଧାର କରିବା ପାଇଁ ଆମର ପାପ ନିମନ୍ତେ ନିଜକୁ ସମର୍ପି ଦେଲେ,5ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍।
ଗାଲାତୀୟ ମଣ୍ଡଳୀଗୁଡ଼ିକୁ ଅଭିବାଦନ:3ଆମର ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ,4ଆମର ଈଶ୍ୱର ତଥା ପିତାଙ୍କର ଇଚ୍ଛାନୁଯାୟୀ ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନର ଏହି ମନ୍ଦ ଜଗତରୁ, ଆମକୁ ଉଦ୍ଧାର କରିବା ପାଇଁ ଆମର ପାପ ନିମନ୍ତେ ନିଜକୁ ସମର୍ପି ଦେଲେ,5ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍।
ଅନ୍ୟ ସୁସମାଚାର ନାହି
6ଯେ ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଆହ୍ଵାନ କଲେ ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ଏକ ସୁସମାଚାର ପ୍ରତି ଆକୃଷ୍ଟ ହେଉଅଛ ଏଥିରେ ମୁଁ ବିସ୍ମିତ ହେଉଅଛି7ଏହା ତ ଆଦୌ ସୁସମାଚାର ନୁହେଁ। ଏହା ସ୍ପଷ୍ଟ ଯେ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରୁଅଛନ୍ତି।8ଏପରିକି ଆମେ ହେଉ କିମ୍ବା ସ୍ଵର୍ଗରୁ ଆଗତ କୌଣସି ଦୂତ ହେଉନ୍ତୁ କେହି ଯଦି ତୁମ ନିକଟରେ ଆମେ ପ୍ରଚାର କରିଥିବା ସୁସମାଚାର ବ୍ୟତୀତ ଅନ୍ୟ କୌଣସି ସୁସମାଚାର ପ୍ରଚାର କରେ, ସେ ଚିର ଅଭୀଶପ୍ତ ହେଉ!9ଆମେ ପୂର୍ବେ ଯେପରି କହିଅଛୁ, ବର୍ତ୍ତମାନ ମଧ୍ୟ ମୁଁ ସେହିପରି କହୁଅଛି: ତୁମ୍ଭେମାନେ ଗ୍ରହଣ କରିଥିବା ସୁସମାଚାର ବ୍ୟତୀତ କେହି ଯଦି ଅନ୍ୟ ଏକ ସୁସମାଚାର ପ୍ରଚାର କରେ, ସେ ଚିର ଅଭୀଶପ୍ତ ହେଉ!10ମୁଁ କଅଣ ଏବେ ମନୁଷ୍ୟମାନଙ୍କର, କିମ୍ବା ଈଶ୍ୱରଙ୍କ ଅନୁମୋଦନ ଲାଭ କରିବାକୁ ଚେଷ୍ଟା କରୁଅଛି? ଅଥବା ମୁଁ କଅଣ ମନୁଷ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଅଛି? ମୁଁ ଯଦି ଆହୁରି ମନୁଷ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥାଆନ୍ତି, ତେବେ ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।ଈଶ୍ୱରଙ୍କ ଦ୍ଵାରା ଆହୂତ ପାଉଲ
11ଭାଇମାନେ, ତୁମ୍ଭେମାନେ ଏହା ଜାଣ ବୋଲି ମୋର ଇଚ୍ଛା ଯେ, ମୁଁ ଯେଉଁ ସୁସମାଚାର ପ୍ରଚାର କରିଥିଲି ତାହା ମନୁଷ୍ୟ ପରିକଳ୍ପିତ ନୁହେଁ।12ମୁଁ ତାହା କୌଣସି ମନୁଷ୍ୟଠାରୁ ପାଇ ନ ଥିଲି, କି ଶିଖି ନ ଥିଲି; ମାତ୍ର, ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ଵାରା ତାହା ପାଇଥିଲି।13ଯିହୁଦୀ ଧର୍ମରେ ଥିଲାବେଳେ ମୋର ଜୀବନଧାରା କି ପ୍ରକାର ଥିଲା, ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ କିପରି ନିଷ୍ଠୁର ଭାବରେ ନିର୍ଯ୍ୟାତନା କରି ବିନାଶ କରିବାକୁ ଚେଷ୍ଟା କରୁଥିଲି ତାହା ତୁମ୍ଭେମାନେ ଶୁଣିଅଛ।14ମୁଁ ମୋର ପିତୃପୁରୁଷମାନଙ୍କ ପରମ୍ପରାଗତ ରୀତିନୀତି ବିଷୟରେ ଅତିଶୟ ଉଦ୍ଯୋଗୀ ଥିଲି ଏବଂ ମୋର ସମବୟସ୍କ ଅନେକ ଜାତିଭାଇଙ୍କ ଅପେକ୍ଷା ଯିହୁଦୀ ଧର୍ମରେ ଅଗ୍ରଗତି ଲାଭ କରୁଥିଲି।15କିନ୍ତୁ ଈଶ୍ୱର, ମୋତେ ମାତୃଗର୍ଭରୁ ମନୋନୀତ କରି ପୃଥକ୍ କଲେ ଓ ତାହାଙ୍କ ଅନୁଗ୍ରହରେ ମୋତେ ଆହ୍ଵାନ କଲେ16ପୁଣି ମୁଁ ଯେପରି ଅଣଯିହୁଦୀମାନଙ୍କ ନିକଟରେ ତାହାଙ୍କ ପୁତ୍ରଙ୍କୁ ପ୍ରଚାର କରିପାରେ, ଏଥିପାଇଁ ସେ ତାହାଙ୍କୁ ମୋ ନିକଟରେ ପ୍ରକାଶ କରିବାକୁ ସନ୍ତୋଷଲାଭ କଲେ, ସେତେବେଳେ ମୁଁ କୌଣସି ମନୁଷ୍ୟ ସହିତ ପରାମର୍ଶ କରି ନ ଥିଲି।17କିମ୍ବା ମୋ ପୂର୍ବରୁ ଯେଉଁମାନେ ପ୍ରେରିତଶିଷ୍ୟ ହୋଇଥିଲେ, ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଯିରୂଶାଲମକୁ ଯାଇ ନ ଥିଲି। କିନ୍ତୁ ମୁଁ ସଙ୍ଗେସଙ୍ଗେ ଆରବ ଦେଶକୁ ଚାଲିଗଲି ଓ ପରେ ଦାମାସ୍କସ୍କୁ ଫେରି ଯାଇଥିଲି।18ଏଉତ୍ତାରେ ମୁଁ ତିନି ବର୍ଷ ପରେ, କେଫାଙ୍କ ସହିତ ପରିଚିତ ହେବାକୁ ଯିରୂଶାଲମକୁ ଯାଇ ତାଙ୍କ ସହିତ ପନ୍ଦର ଦିନ ରହିଥିଲି।19ସେଠାରେ ମୁଁ ଅନ୍ୟ କୌଣସି ପ୍ରେରିତଙ୍କୁ ଦେଖିଲି ନାହି, କେବଳ ପ୍ରଭୁଙ୍କର ଭ୍ରାତା ଯାକୁବଙ୍କ ସହିତ ଦେଖା କଲି।20ଈଶ୍ୱରଙ୍କ ସାକ୍ଷାତରେ ମୁଁ ନିଶ୍ଚିତ ରୂପେ କହୁଛି ଯେ ମୁଁ ତୁମ୍ଭମାନଙ୍କୁ ଯାହା ଲେଖୁଛି ତାହା ମିଥ୍ୟା ନୁହେଁ।21ପରେ ମୁଁ ସିରିଆ ଓ ସିଲିସିଆକୁ ଯାଇଥିଲି।22ଯିହୁଦା ଦେଶରେ ଖ୍ରୀଷ୍ଟଙ୍କ ମଣ୍ଡଳୀଗୁଡ଼ିକରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି।23ସେମାନେ କେବଳ ଏହି ସମ୍ବାଦ ଶୁଣିଥିଲେ: “ଯେଉଁ ବ୍ୟକ୍ତି ଏକଦା ଆମ୍ଭମାନଙ୍କୁ ନିର୍ଯ୍ୟାତନା କରୁଥିଲେ ଓ ଯେଉଁ ବିଶ୍ୱାସମତକୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ ସେ ଏବେ ସେହି ବିଶ୍ୱାସମତ ପ୍ରଚାର କରୁଛନ୍ତି।”24ପୁଣି ସେମାନେ ମୋ ସକାଶେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ।Biblica, Inc.