ଏଫିସୀୟ1
1ଈଶ୍ୱରଙ୍କ ଇଚ୍ଛାନୁଯାୟୀ, ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ପାଉଲଙ୍କ
ନିକଟରୁ ଏଫିସସ୍ରେ ଥିବା ସାଧୁମାନଙ୍କୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱସ୍ତ ଥିବା ଲୋକମାନଙ୍କୁ ଅଭିବାଦନ:2ଆମର ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ନିକଟରୁ ଏଫିସସ୍ରେ ଥିବା ସାଧୁମାନଙ୍କୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱସ୍ତ ଥିବା ଲୋକମାନଙ୍କୁ ଅଭିବାଦନ:2ଆମର ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଖ୍ରୀଷ୍ଟଙ୍କଠାରେ ଆଧ୍ୟତ୍ମିକ ଆଶୀର୍ବାଦ ଲାଭର ପ୍ରଶଂସା ହେଉ
3ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ଈଶ୍ୱରଙ୍କ ସ୍ତୁତିବାଦ ହେଉ, ସେ ଖ୍ରୀଷ୍ଟଙ୍କ ଦ୍ଵାରା ସମସ୍ତ ଆଧ୍ୟତ୍ମିକ ଆଶୀର୍ବାଦରେ ପୂର୍ଣ୍ଣ କରି ଆମକୁ ସ୍ଵର୍ଗୀୟ ସ୍ଥାନରେ ଆଶୀର୍ବାଦ କରିଅଛନ୍ତି।4ଆମେ ଯେପରି ତାହାଙ୍କ ଦୃଷ୍ଟିରେ ପବିତ୍ର ଓ ଦୋଷଶୂନ୍ୟ ହେବୁ ଏଥିପାଇଁ ସେ ଆମକୁ ଜଗତର ସୃଷ୍ଟି ପୂର୍ବରୁ ପ୍ରେମରେ ଖ୍ରୀଷ୍ଟଙ୍କଠାରେ ମନୋନୀତ କଲେ।5ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସେ ଆମ୍ଭମାନଙ୍କୁ ପୁତ୍ରତ୍ୱ ଗ୍ରହଣ କରିବାକୁ ପୂର୍ବରୁ ନିରୂପଣ କଲେ, ସେ ଆନନ୍ଦରେ ଓ ସ୍ଵଇଚ୍ଛା ଅନୁସାରେ ଏହା କଲେ,6ଏହା ତାହାଙ୍କର ଗୌରବମୟ ଅନୁଗ୍ରହର ପ୍ରଶଂସା ନିମନ୍ତେ ହୋଇଅଛି, ଯେ ତାହାଙ୍କର ପ୍ରିୟତମ ତାହାଙ୍କ ଦ୍ଵାରା ସେହି ଅନୁଗ୍ରହ ସେ ଆମ୍ଭମାନଙ୍କୁ ସ୍ୱାଧୀନ ଭାବେ ଦାନ କରିଅଛନ୍ତି।7ଈଶ୍ୱରଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମେ ଖ୍ରୀଷ୍ଟଙ୍କଠାରେ ତାହାଙ୍କ ରକ୍ତ ଦ୍ଵାରା ମୁକ୍ତି, ଅର୍ଥାତ୍ ପାପକ୍ଷମା ଲାଭ କରିଅଛୁ8ସେ ଏହି ଅନୁଗ୍ରହ ସମସ୍ତ ଜ୍ଞାନ, ଓ ବୁଦ୍ଧି ସହିତ ଆମକୁ ପ୍ରଚୁରଭାବେ ଦେଇଅଛନ୍ତି।9ସେ ଖ୍ରୀଷ୍ଟଙ୍କଠାରେ ଯାହା କରିବାକୁ ସଂକଳ୍ପ କରିଥିଲେ, ଆପଣାର ମଙ୍ଗଳମୟ ଇଚ୍ଛାନୁସାରେ, ସେହି ସଂକଳ୍ପର ନିଗୂଢ଼ତତ୍ତ୍ୱ ଆମ୍ଭମାନଙ୍କୁ ଜଣାଇଅଛନ୍ତି,10ଯେପରିକି କାଳ ସଂପୂର୍ଣ୍ଣ ହେଲେ ସ୍ଵର୍ଗରେ ଓ ମର୍ତ୍ତ୍ୟରେ ସମସ୍ତ ବିଷୟକୁ ଏକତ୍ର କରି ସେ ଜଣଙ୍କର ଅର୍ଥାତ୍ ଖ୍ରୀଷ୍ଟଙ୍କର ଅଧୀନକୁ ଆଣି ସଫଳ କରିବେ।11ଖ୍ରୀଷ୍ଟଙ୍କ ହେତୁ ଆମେ ମନୋନୀତ ମଧ୍ୟ ହୋଇଛୁ, କାରଣ ଯେଉଁ ଈଶ୍ୱର ସ୍ଵଇଚ୍ଛାର ଉଦ୍ଦେଶ୍ୟ ଅନୁଯାୟୀ ସମସ୍ତ ବିଷୟ ସାଧନ କରନ୍ତି ତାହାଙ୍କର ପରିକଳ୍ପନା ଅନୁସାରେ ଆମେ ପୂର୍ବରୁ ନିରୂପଣ ହୋଇଅଛୁ,12ତା ହେଲେ ଆମେ, ଯେଉଁମାନେ କି ପ୍ରଥମେ ଖ୍ରୀଷ୍ଟଙ୍କଠାରେ ଭରସା କରିଥିଲୁ, ତାହାଙ୍କ ଗୌରବର ପ୍ରଶଂସା ପାଇଁ ଜୀବନଯାପନ କରିବା।13ପୁଣି ତୁମ୍ଭେମାନେ ମଧ୍ୟ ଯେତେବେଳେ ସତ୍ୟବାକ୍ୟ, ଅର୍ଥାତ୍ ତୁମ ପରିତ୍ରାଣର ସୁସମାଚାର ଶୁଣିଲ ସେତେବେଳେ ଖ୍ରୀଷ୍ଟଙ୍କର ହେଲ। ତୁମ୍ଭେମାନେ ବିଶ୍ୱାସ କରିବାରୁ, ପ୍ରତିଜ୍ଞାତ ପବିତ୍ରଆତ୍ମାଙ୍କ ଦ୍ଵାରା ମୁଦ୍ରାଙ୍କିତ ହେଲ,14ସେ ହେଉଛନ୍ତି ଈଶ୍ୱରଙ୍କ ନିଜସ୍ଵ ଲୋକଙ୍କର ମୁକ୍ତି ନିମନ୍ତେ ଆମର ଉତ୍ତରାଧିକାରର ଅଗ୍ରୀମ ଦାନ ସ୍ଵରୂପ, ଏହା ତାହାଙ୍କର ଗୌରବର ପ୍ରଶଂସା ନିମନ୍ତେ।ପ୍ରଶଂସା ଓ ପ୍ରାର୍ଥନା
15ଏହି କାରଣରୁ, ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ସମସ୍ତ ସାଧୁମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିବା ସମୟରୁ।16ମୁଁ ତୁମ୍ଭମାନଙ୍କୁ ମୋର ପ୍ରାର୍ଥନାରେ ସ୍ମରଣ କରି, ତୁମ୍ଭମାନଙ୍କ ପାଇଁ ଧନ୍ୟବାଦ ଦେବାରୁ ବିରତ ହୋଇନାହିଁ।17ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର, ଯେ କି ଗୌରବମୟ ପିତା ଅଟନ୍ତି, ତାହାଙ୍କୁ ଯେପରି ତୁମ୍ଭେମାନେ ଆହୁରି ଉତ୍ତମ ରୂପେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କୁ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ଦେବାକୁ ମୁଁ ନିବେଦନ କରୁଅଛି।18ମୁଁ ଆହୁରି ମଧ୍ୟ ପ୍ରାର୍ଥନା କରୁଛି ଯେ ସେ ତୁମ୍ଭମାନଙ୍କର ଅନ୍ତର-ଚକ୍ଷୁ ପ୍ରସନ୍ନ କରିବେ ତାହାହେଲେ ସେ ତୁମ୍ଭମାନଙ୍କୁ ଯେଉଁ ଭରସାକୁ ଆହ୍ଵାନ କରିଅଛନ୍ତି, ତାହା ଯେ କଅଣ, ଏବଂ ସାଧୁମାନଙ୍କ ସହିତ ତାହାଙ୍କର ଗୌରବମୟ ଅଧିକାରରୂପ ଧନ ଯେ କଅଣ,19ଆମ ପରି ବିଶ୍ୱାସୀମାନଙ୍କ ପାଇଁ ତାହାଙ୍କ ଅତୁଳନୀୟ ଶକ୍ତିର ମହତ୍ତ୍ୱ ଯେ କଅଣ ତାହା ତୁମ୍ଭେମାନେ ଜାଣିବ। ସେହି ଶକ୍ତି ତାହାଙ୍କର ମହତ୍ କାର୍ଯ୍ୟସାଧକ କ୍ଷମତା20ଯାହା ଦ୍ଵାରା ସେ ଖ୍ରୀଷ୍ଟଙ୍କୁ ମୃତଲୋକଙ୍କ ମଧ୍ୟରୁ ଉଠାଇ ସ୍ଵର୍ଗରେ ଆପଣା ଦକ୍ଷିଣପାର୍ଶ୍ୱରେ ଉପବେଶନ କରାଇଛନ୍ତି,21ଏହା ସମସ୍ତ ଶାସନ ଓ କ୍ଷମତା, ପରାକ୍ରମ ଓ ଆଧିପତ୍ୟ, ଏବଂ କେବଳ ଇହଲୋକରେ ନୁହେଁ, ମାତ୍ର ପରଲୋକରେ ମଧ୍ୟ ଦିଆଯିବା ସମସ୍ତ ପଦପଦବୀଠାରୁ ବହୁ ଉଚ୍ଚରେ।22ଆହୁରି ମଧ୍ୟ ଈଶ୍ୱର ସମସ୍ତ ବିଷୟ ତାହାଙ୍କର ପଦାଧୀନ କରିଅଛନ୍ତି ଏବଂ ମଣ୍ଡଳୀର ସମସ୍ତ ବିଷୟ ଉପରେ ମସ୍ତକ ସ୍ଵରୂପେ ନିଯୁକ୍ତ କରିଛନ୍ତି,23ଏହି ମଣ୍ଡଳୀ ତାହାଙ୍କର ଶରୀର ସ୍ଵରୂପ, ଯେସମସ୍ତ ବିଷୟ ସର୍ବତୋଭାବରେ ପୂର୍ଣ୍ଣ କରନ୍ତି ତାହାଙ୍କ ପୂର୍ଣ୍ଣତା ତହିଁରେ ବିଦ୍ୟମାନ ରହିଛି।Biblica, Inc.