ଦ୍ୱିତୀୟ ପିତର1
1ଯୀଶୁ ଖ୍ରୀଷ୍ଟଙ୍କର ସେବକ ଓ ପ୍ରେରିତଶିଷ୍ୟ ଶିମୋନ ପିତର ନିକଟରୁ,
ଆମର ଈଶ୍ୱର ତଥା ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ଯେଉଁମାନେ ଆମର ବିଶ୍ୱାସ ପରି ବହୁମୂଲ୍ୟ ବିଶ୍ୱାସ ପାଇଅଛନ୍ତି ସେମାନଙ୍କ ନିକଟକୁ ଅଭିବାଦନ ଜଣାଉଅଛୁ:2ଈଶ୍ୱର ତଥା ଆମର ପ୍ରଭୁ ଯୀଶୁଙ୍କ ସମ୍ଭନ୍ଧୀୟ ଜ୍ଞାନ ଦ୍ଵାରା ତୁମ୍ଭମାନଙ୍କ ପ୍ରତି ବିପୁଳ ଅନୁଗ୍ରହ ଓ ଶାନ୍ତି ବିରାଜୁ।
ଆମର ଈଶ୍ୱର ତଥା ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ଯେଉଁମାନେ ଆମର ବିଶ୍ୱାସ ପରି ବହୁମୂଲ୍ୟ ବିଶ୍ୱାସ ପାଇଅଛନ୍ତି ସେମାନଙ୍କ ନିକଟକୁ ଅଭିବାଦନ ଜଣାଉଅଛୁ:2ଈଶ୍ୱର ତଥା ଆମର ପ୍ରଭୁ ଯୀଶୁଙ୍କ ସମ୍ଭନ୍ଧୀୟ ଜ୍ଞାନ ଦ୍ଵାରା ତୁମ୍ଭମାନଙ୍କ ପ୍ରତି ବିପୁଳ ଅନୁଗ୍ରହ ଓ ଶାନ୍ତି ବିରାଜୁ।
ସପ୍ତ ସଦ୍ଗୁଣ ଓ ଆହ୍ଵାନ
3ଯେ ନିଜର ଗୌରବ ଓ ଗୁଣାବଳୀ ଦ୍ଵାରା ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି ତାହାଙ୍କ ବିଷୟରେ ଆମେ ଜ୍ଞାନଲାଭ କରିବା ହେତୁ ଆମର ଜୀବନ ପାଇଁ ଓ ଧାର୍ମିକତା ପାଇଁ ଯାହାକିଛି ପ୍ରୟୋଜନ ତାହାଙ୍କର ଐଶ୍ୱରିକ ଶକ୍ତି ସେସମସ୍ତ ଆମକୁ ଦାନ କରିଅଛି।4ଏହିସବୁ ଦ୍ଵାରା ସେ ଆମ୍ଭମାନଙ୍କୁ ଅତି ମହତ୍ ଓ ଅମୂଲ୍ୟ ପ୍ରତିଜ୍ଞାମାନ ଦେଇଅଛନ୍ତି, ଯଦ୍ଦ୍ୱାରା ତୁମ୍ଭେମାନେ ଜଗତର କୁଅଭିଳାଷଜନିତ ନୈତିକ ଭ୍ରଷ୍ଟତାରୁ ରକ୍ଷା ପାଇ, ଐଶ୍ୱରିକ ସ୍ଵଭାବରେ ଭାଗୀ ହୋଇପାରିବ।5ଏହି କାରଣରୁ, ତୁମ୍ଭେମାନେ ନିଜର ବିଶ୍ୱାସ ସହିତ ସଦ୍ଗୁଣ ଏବଂ ସଦ୍ଗୁଣ ସହିତ ଜ୍ଞାନ6ଏବଂ ଜ୍ଞାନ ସହିତ ଆତ୍ମସଂଯମ; ଏବଂ ଆତ୍ମସଂଯମ ସହିତ ଧୈର୍ଯ୍ୟ; ଏବଂ ଧୈର୍ଯ୍ୟ ସହିତ ଈଶ୍ୱରପରାୟଣତା;7ଏବଂ ଈଶ୍ୱରପରାୟଣତା ସହିତ ଭ୍ରାତୃସ୍ନେହ; ଏବଂ ଭ୍ରାତୃସ୍ନେହ ସହିତ ପ୍ରେମ ଯୋଗ କର।8କାରଣ ଏହିସବୁ ଗୁଣ ଯଦି ତୁମଠାରେ ଅଛି ଓ ବୃଦ୍ଧି ପାଉଅଛି, ତେବେ ସେହିଗୁଡ଼ିକ ତୁମକୁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଜ୍ଞାନରେ ନିଷ୍କ୍ରିୟ ଓ ନିଷ୍ଫଳ ହେବାକୁ ଦେବ ନାହିଁ।9କିନ୍ତୁ ଏହିଗୁଡ଼ିକ ଯାହାଠାରେ ନାହିଁ, ସେ ଅଦୂରଦର୍ଶୀ ଓ ଅନ୍ଧ ଏବଂ ତାହାର ବିଗତ ଜୀବନର ପାପସବୁ ପରିଷ୍କୃତ ହୋଇଅଛି ବୋଲି ସେ ଭୁଲି ଯାଇଅଛି।10ସେଥିପାଇଁ, ହେ ଭାଇମାନେ, ଈଶ୍ୱରଙ୍କ ଦ୍ଵାରା ତୁମ୍ଭମାନଙ୍କର ଆହ୍ଵାନ ଓ ନିର୍ବାଚନ ସୁଦୃଢ଼ କରିବାକୁ ଆହୁରି ଆଗ୍ରହାନ୍ୱିତ ହୁଅ। କାରଣ ଏହିସବୁ କଲେ, କେବେ ତୁମର ପତନ ହେବ ନାହିଁ,11ପୁଣି ଆମର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ତୁମ୍ଭେମାନେ ସାଦର ଅଭ୍ୟର୍ଥନା ପାଇବ।ଧର୍ମଶାସ୍ତ୍ରର ଅଭ୍ରାନ୍ତ ଭବିଷ୍ୟଦ୍ବାଣୀ
12ଯଦିବା ତୁମ୍ଭେମାନେ ଏହିସବୁ ବିଷୟ ଜାଣିଅଛ ଓ ବର୍ତ୍ତମାନ ପାଇଥିବା ସତ୍ୟରେ ଦୃଢ଼ ରହିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ଏହିସବୁ ସର୍ବଦା ସ୍ମରଣ କରାଇବି।13ଏହି ତମ୍ବୁରୂପ ଶରୀରରେ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କର ସ୍ମୃତି ଶକ୍ତିକୁ ସତେଜ ରଖିବା ଉଚିତ ମନେ କରୁଅଛି,14କାରଣ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ସ୍ପଷ୍ଟ ଜଣାଇଛନ୍ତି, ତଦନୁସାରେ ଏହି ତମ୍ବୁରୂପ ଶରୀର ମୋତେ ଶୀଘ୍ର ତ୍ୟାଗ କରିବାକୁ ହେବ।15ଆହୁରି ମଧ୍ୟ ମୋର ମହାପ୍ରୟାଣ ଉତ୍ତାରେ ତୁମ୍ଭେମାନେ ଯେପରି ଏସମସ୍ତ ବିଷୟ ସର୍ବଦା ମନେରଖି ପାରିବ, ଏଥିପାଇଁ ମୁଁ ସର୍ବପ୍ରକାର ଚେଷ୍ଟା କରିବି।16ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରାକ୍ରମ ଓ ଆଗମନ ବିଷୟ ଆମେ ତୁମ୍ଭମାନଙ୍କୁ କହିଲା ବେଳେ ଚତୁରତା ସହ କୌଣସି କପୋଳକଳ୍ପିତ କାହାଣୀ ଅବଲମ୍ବନ କରି କହି ନ ଥିଲୁ, ମାତ୍ର ଆମେ ତାହାଙ୍କ ମହିମାର ପ୍ରତ୍ୟକ୍ଷଦର୍ଶୀ ଥିଲୁ।17କାରଣ ଯେତେବେଳେ ତେଜୋମୟ ମହିମା ମଧ୍ୟରୁ, ତାହାଙ୍କ ପ୍ରତି ଏହି ବାଣୀ ଉଚ୍ଚାରିତ ହେଲା, “ଏ ମୋହର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମପ୍ରୀତ।” ସେତେବେଳେ ସେ ପିତା ଈଶ୍ୱରଙ୍କଠାରୁ ସମ୍ଭ୍ରମ ଓ ଗୌରବ ଲାଭ କରିଥିଲେ;18ତାହାଙ୍କ ସହିତ ସେହି ପବିତ୍ର ପର୍ବତ ଉପରେ ଥିବା ସମୟରେ ଆମେ ନିଜେ ଆକାଶରୁ ସେହି ବାଣୀ ଶୁଣିଥିଲୁ।19ତେଣୁ ଭାବବାଦୀମାନଙ୍କର ବାକ୍ୟ ଆମ ନିକଟରେ ଅଧିକ ସୁନିଶ୍ଚିତ ହୋଇଅଛି, ଏବଂ ତାହା ଅନ୍ଧକାର ସ୍ଥାନରେ ଉଜ୍ଜ୍ୱଳ ଆଲୋକ ସଦୃଶ ହୋଇଥିବାରୁ, ଉଷାର ଆଲୋକ ଓ ତୁମ ହୃଦୟରେ ପ୍ରଭାତୀ ତାରାର ଉଦୟ ନ ହେବା ପର୍ଯ୍ୟନ୍ତ, ସେଥିପ୍ରତି ତୁମର ମନୋଯୋଗ କରିବା ଉଚିତ।20ସର୍ବୋପରି, ତୁମ୍ଭେମାନେ ଏହା ଜାଣିରଖ ଯେ ଧର୍ମଶାସ୍ତ୍ରର କୌଣସି ଭବିଷ୍ୟଦ୍ବାଣୀ ଭବିଷ୍ୟତ୍ବକ୍ତାର ଅର୍ଥ ପ୍ରକାଶରୁ ଉତ୍ପନ୍ନ ହୋଇନାହିଁ।21କାରଣ କୌଣସି ଭବିଷ୍ୟଦ୍ବାଣୀ କେବେହେଲେ ମନୁଷ୍ୟର ଇଚ୍ଛାରୁ ଜାତ ହୋଇନାହିଁ, ମାତ୍ର ମନୁଷ୍ୟମାନେ ପବିତ୍ରଆତ୍ମାଙ୍କ ଅନୁପ୍ରେରଣାରେ ଈଶ୍ୱରଙ୍କଠାରୁ ବାର୍ତ୍ତା ପାଇ ବ୍ୟକ୍ତ କରିଅଛନ୍ତି।Biblica, Inc.