ପ୍ରଥମ ପିତର5

ମଣ୍ଡଳୀର ପ୍ରାଚୀନମାନଙ୍କୁ ଓ ତରୁଣମାନଙ୍କୁ ଉପଦେଶ

1ଜଣେ ସହକାରୀ ପ୍ରାଚୀନ ଓ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଓ ପ୍ରକାଶିତ ହେବାକୁ ଯାଉଥିବାଗୌରବର ଅଂଶାଧିକାରୀ ଭାବରେ ମୁଁ ତୁମ୍ଭମାନଙ୍କମଧ୍ୟରେ ଥିବା ମଣ୍ଡଳୀର ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି:2ତୁମ ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟବାଧକତାରେ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାନୁସାରେ ସ୍ଵତଃପ୍ରବୃତ୍ତ ହୋଇ କର; ଅର୍ଥ ଲାଳସାରୁ ନୁହେଁ, ମାତ୍ର ଆଗ୍ରହ ସହକାରେ କର;3ତୁମ ଦାୟିତ୍ଵରେ ଥିବା ଲୋକଙ୍କ ଉପରେ ପ୍ରଭୁତ୍ଵ ନ କରି, ପଲର ଆଦର୍ଶ ସ୍ଵରୂପ ହୋଇ ସେବା କର।4ପୁଣି ପ୍ରଧାନ ପାଳକ ଯେତେବେଳେ ଆବିର୍ଭୂତ ହେବେ, ତୁମ୍ଭେମାନେ ଅମ୍ଳାନର ଗୌରବମୁକୁଟ ପାଇବ।
5ହେ ଯୁବକମାନେ, ତୁମ୍ଭେମାନେ ସେହିପ୍ରକାରେ, ବୟୋଜ୍ୟେଷ୍ଠମାନଙ୍କର ବଶୀଭୂତ ହୁଅ। ପରସ୍ପର ପ୍ରତି ନମ୍ର ଆଚରଣରେ ନିଜକୁ ଭୂଷିତ କର, କାରଣ,“ଈଶ୍ୱର ଅହଂକାରୀ ଲୋକଙ୍କର ବିରୋଧ କରନ୍ତିକିନ୍ତୁ ନମ୍ରଚିତ୍ତ ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”
6ଅତଏବ, ଈଶ୍ୱରଙ୍କ ବଳବନ୍ତ ହସ୍ତତଳେ, ନିଜକୁ ନତ କର, ତାହାହେଲେ ସେ ଯଥା ସମୟରେ ତୁମକୁ ଉନ୍ନତ କରିବେ।7ତୁମର ସମସ୍ତ ଚିନ୍ତାର ଭାର ତାହାଙ୍କଠାରେ ସମର୍ପଣ କର, କାରଣ ସେ ତୁମ ନିମନ୍ତେ ଚିନ୍ତା କରନ୍ତି।
8ଆତ୍ମସଂଯମୀ ଓ ସତର୍କ ହୁଅ। ତୁମର ଶତ୍ରୁ ଶୟତାନ ଗର୍ଜନ କରୁଥିବା ସିଂହ ପରି କାହାକୁ ଗ୍ରାସିବ ତାହା ଖୋଜି ବୁଲୁଅଛି।9ବିଶ୍ୱାସରେ ଅଟଳ ରହି, ତାହାର ପ୍ରତିରୋଧ କର, କାରଣ ତୁମ୍ଭେମାନେ ଜାଣିଛ ଯେ ସାରା ଜଗତରେ ତୁମର ଭାଇମାନେ ଏହିପ୍ରକାର ଦୁଃଖକ୍ଳେଶ ଭୋଗ କରୁଅଛନ୍ତି।
10ସର୍ବ ଅନୁଗ୍ରହର ଉତ୍ସ ଈଶ୍ୱର, ଯେ କି ଖ୍ରୀଷ୍ଟଙ୍କ ହେତୁ ତାହାଙ୍କର ଅନନ୍ତ ଗୌରବରେ ଭାଗୀ ହେବାକୁ ତୁମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି, ଏହି କ୍ଷଣିକ ଦୁଃଖଭୋଗ ଉତ୍ତାରେ, ସେ ନିଜେ ତୁମ୍ଭମାନଙ୍କୁ ଶକ୍ତିମନ୍ତ ସୁଦୃଢ଼ ଓ ସ୍ଥିରଚିତ୍ତ କରି, ପୁନଃସ୍ଥାପିତ କରିବେ।11ଯୁଗେ ଯୁଗେ ପରାକ୍ରମ ତାହାଙ୍କର। ଆମେନ୍।

ଶୁଭେଚ୍ଛା ଜ୍ଞାପନ

12ଯେଉଁ ଶୀଲାଙ୍କୁ ଜଣେ ବିଶ୍ୱସ୍ତ ଭ୍ରାତା ବୋଲି ମୁଁ ମନେ କରେ, ତାଙ୍କରି ସହାୟତାରେ ମୁଁ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରି, ଈଶ୍ୱରଙ୍କ ପ୍ରକୃତ ଅନୁଗ୍ରହ ସମ୍ବନ୍ଧରେ ସାକ୍ଷ୍ୟ ଦେଇ, ସଂକ୍ଷେପରେ ଏହି ପତ୍ର ଲେଖିଅଛି। ସେହି ଅନୁଗ୍ରହରେ ଅଟଳ ରହିଥାଅ।
13ତୁମ୍ଭମାନଙ୍କ ସହିତ ମନୋନୀତ, ବାବିଲୋନରେ ଥିବା ମଣ୍ଡଳୀ ଓ ମୋହର ପୁତ୍ର ମାର୍କ, ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଅଛନ୍ତି।
14ପରସ୍ପରକୁ ପ୍ରେମଚୁମ୍ବନରେ ଅଭିବାଦନ ଜଣାଅ।
ଖ୍ରୀଷ୍ଟାଶ୍ରିତ ତୁମ ସମସ୍ତଙ୍କ ପ୍ରତି ଶାନ୍ତି ହେଉ।

Biblica, Inc.

https://app.library.bible/content/97b51048ae7f2ec9