ଦ୍ୱିତୀୟ କରିନ୍ଥୀୟ10

ନିଜ କାର୍ଯ୍ୟ ବିଷୟରେ ପାଉଲଙ୍କ ଆତ୍ମସମର୍ଥନ

1ତୁମ୍ଭମାନଙ୍କ ସମ୍ମୁଖାସମ୍ମୁଖୀ ହେଲେ, “ଭୀରୁ” କିନ୍ତୁ ଦୂରରେ ଥିଲାବେଳେ “ସାହସୀ” ଯେ ମୁଁ, ପାଉଲ, ଖ୍ରୀଷ୍ଟଙ୍କର ନମ୍ର ଓ ମୃଦୁ ଭାବ ଅନୁସାରେ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି2କେତେକ ଲୋକ ମନେ କରନ୍ତି ଯେ ଆମେ ଜାଗତିକ ରୀତି ଅନୁସାରେ ଜୀବନଯାପନ କରୁଅଛୁ ତେଣୁ ତୁମ୍ଭମାନଙ୍କୁ ବିନତି କରୁଅଛି ସେଠାକୁ ଗଲେ ଏହି ଲୋକମାନଙ୍କ ପ୍ରତି ଯେତେ ସାହସ ଦେଖାଇବାକୁ ହେବ ବୋଲି ମୁଁ ମନେ କରୁଅଛି ସେତେ ସାହସ ମୋତେ ଯେପରି ଦେଖାଇବାକୁ ନ ହୁଏ।3ଆମେ ଏହି ଜଗତରେ ବାସ କଲେ ମଧ୍ୟ, ଆମେ ଏକ ଜାଗତିକ ଯୁଦ୍ଧ ଚଳାଉ ନାହୁଁ।4ଆମେ ଯେଉଁ ଅସ୍ତ୍ରଶସ୍ତ୍ର ନେଇ ଯୁଦ୍ଧ କରୁ ସେହିସବୁ ଏହି ଜଗତର ଅସ୍ତ୍ରଶସ୍ତ୍ର ନୁହେଁ, ବରଞ୍ଚ, ଦୃଢ଼ ଗଡ଼ସବୁ ଭୂମିସାତ୍ କରିବାକୁ ସେଗୁଡ଼ିକର ଐଶ୍ୱରିକ ଶକ୍ତି ଅଛି।5ଆମେ ଯୁକ୍ତିତର୍କସବୁକୁ ଏବଂ ଈଶ୍ୱରଙ୍କ ଜ୍ଞାନର ବିରୋଧ କରୁଥିବା ମିଥ୍ୟା ଦାବୀଗୁଡ଼ିକୁ ଖଣ୍ଡନ କରି ଧ୍ୱଂସ କରୁ, ପୁଣି ଖ୍ରୀଷ୍ଟଙ୍କର ଆଜ୍ଞାବହ ହେବା ପାଇଁ ପ୍ରତ୍ୟେକ ଚିନ୍ତାଭାବନାକୁ ବନ୍ଧନରେ ରଖୁ।6ତୁମ୍ଭମାନଙ୍କର ଆଜ୍ଞାବହତା ସଂପୂର୍ଣ୍ଣ ହେଲେ, ଆମେ ସବୁପ୍ରକାର ଅବାଧ୍ୟ କର୍ମର ଦଣ୍ଡବିଧାନ କରିବାକୁ ପ୍ରସ୍ତୁତ ହେବୁ।
7ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ। କାହାରି ଯଦି ନିଶ୍ଚିତ ଧାରଣା ଥାଏ ଯେ ସେ ଖ୍ରୀଷ୍ଟଙ୍କର, ତେବେ ତାହାର ପୁନର୍ବାର ବିବେଚନା କରିବା ଉଚିତ ଯେ ସେ ଯେପରି ଆମେ ମଧ୍ୟ ସେହିପରି ଖ୍ରୀଷ୍ଟଙ୍କର ଅଟୁ।8ତୁମ୍ଭମାନଙ୍କର ଅଧଃପତନ ଘଟାଇବା ନିମନ୍ତେ ନୁହେଁ, ମାତ୍ର ତୁମ୍ଭମାନଙ୍କର ଗଠନ ନିମନ୍ତେ ପ୍ରଭୁ ଆମକୁ ଯେଉଁ ଅଧିକାର ଦେଇଅଛନ୍ତି ସେହି ବିଷୟରେ ମୁଁ ଯଦି ଅଧିକ ମାତ୍ରାରେ ଦର୍ପ କରିଥାଏ, ତେବେ ଲଜ୍ଜିତ ହେବି ନାହିଁ।9ମୋର ପତ୍ରଗୁଡ଼ିକ ଦ୍ଵାରା ମୁଁ ତୁମ୍ଭମାନଙ୍କୁ ଭୟଭୀତ କରୁଅଛି ଏହା ତୁମ୍ଭେମାନେ ମନେକର ବୋଲି ମୁଁ ଚାହେଁ ନାହିଁ।10କାରଣ କେହି କେହି କହନ୍ତି, “ତାହାର ପତ୍ରଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ଓ ଶକ୍ତିଯୁକ୍ତ, କିନ୍ତୁ ବ୍ୟକ୍ତିଗତ ଭାବରେ ସେ ନଗଣ୍ୟ ଓ ବକ୍ତା ଭାବରେ କିଛି ହିଁ ନୁହେଁ।”11ଏପ୍ରକାର ଲୋକମାନେ ଜାଣି ରଖିବା ଉଚିତ ଯେ ଆମେ ଅନୁପସ୍ଥିତ ଥିବା ବେଳେ ଆମ ପତ୍ରଗୁଡ଼ିକରେ ଯେପରି କହୁ, ଉପସ୍ଥିତ ଥିବା ବେଳେ ଆମର କାର୍ଯ୍ୟରେ ସେହିପରି କରିବୁ।
12ଯେଉଁମାନେ ଆମପ୍ରଶଂସା କରନ୍ତି ଆମେ ସେମାନଙ୍କ ସମକକ୍ଷ କିମ୍ବା ତୁଳନୀୟ ହେବାକୁ ସାହସ କରୁ ନାହୁଁ। ସେମାନେ ଯେତେବେଳେ ନିଜକୁ ନିଜ ସହିତ ମାପନ୍ତି ଓ ନିଜକୁ ନିଜ ସହିତ ତୁଳନା କରନ୍ତି ସେମାନେ ନିର୍ବୋଧତା ପ୍ରକାଶ କରନ୍ତି।13କିନ୍ତୁ, ଆମେ, ନିରୂପିତ ସୀମା ଅତିକ୍ରମ କରି ଦର୍ପ କରିବୁ ନାହିଁ, ମାତ୍ର ଈଶ୍ୱରଙ୍କ ଯେଉଁ ନିରୂପିତ କ୍ଷେତ୍ର ମଧ୍ୟରେ ତୁମ୍ଭେମାନେ ଅନ୍ତର୍ଭୁକ୍ତ, ତାହାରି ସୀମା ମଧ୍ୟରେ ଆମର ଦର୍ପକୁ ସୀମିତ ରଖିବୁ।14ଖ୍ରୀଷ୍ଟଙ୍କ ସୁସମାଚାର ଘେନି ତୁମ ନିକଟକୁ ଯିବାରେ ଆମେ ସର୍ବପ୍ରଥମେ ଯଦି ତୁମ ନିକଟକୁ ଯାଇ ନ ଥାଆନ୍ତୁ, ତେବେ ଆମର ଦର୍ପ ସୀମାର ବହିର୍ଭୂତ ହୋଇଥାଆନ୍ତା।15ଅଥବା ଆମେ ଅନ୍ୟମାନଙ୍କର କାର୍ଯ୍ୟ ବିଷୟରେ ଦର୍ପ କରି ସୀମା ଅତିକ୍ରମ କରୁ ନାହୁଁ। ଆମର ଆଶା ଏହି ଯେ, ତୁମ୍ଭମାନଙ୍କର ବିଶ୍ୱାସ ବୃଦ୍ଧି ପାଇବା ସଙ୍ଗେସଙ୍ଗେ ତୁମ୍ଭମାନଙ୍କମଧ୍ୟରେ ଆମର କାର୍ଯ୍ୟକ୍ଷେତ୍ର ବହୁଳଭାବେ ବୃଦ୍ଧି ପାଇବ,16ତାହାହେଲେ ତୁମ୍ଭମାନଙ୍କ ଅଞ୍ଚଳ ବାହାରେ ଆମେ ସୁସମାଚାର ପ୍ରଚାର କରିପାରିବା। କାରଣ ଅନ୍ୟ ଲୋକର କ୍ଷେତ୍ରରେ କରାଯାଇଥିବା କର୍ମ ବିଷୟ ଆମେ ଦର୍ପ କରିବାକୁ ଚାହୁଁ ନାହୁଁ।17କିନ୍ତୁ, “ଯେ ଦର୍ପ କରେ ସେ ପ୍ରଭୁଙ୍କଠାରେ ଦର୍ପ କରୁ।”18କାରଣ ଯେଉଁ ମନୁଷ୍ୟ ନିଜର ପ୍ରଶଂସା କରେ ସେ ଯେ ଗ୍ରାହ୍ୟ ହୁଏ ତା ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି ସେ ଗ୍ରାହ୍ୟ ହୁଏ।

Biblica, Inc.

https://app.library.bible/content/97b51048ae7f2ec9