ପ୍ରଥମ ଥେସଲନୀକୀୟ4
ଈଶ୍ୱରଙ୍କ ତୁଷ୍ଟିଜନକ ଜୀବନ
1ପରିଶେଷରେ, ହେ ଭାଇମାନେ, ଈଶ୍ୱରଙ୍କ ତୁଷ୍ଟିଜନକ ଜୀବନ କିପରି କାଟିବାକୁ ହୁଏ, ସେବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଥିଲୁ, ପ୍ରକୃତରେ ଦେଖିବାକୁ ଗଲେ ତୁମ୍ଭେମାନେ ସେପ୍ରକାର ଜୀବନ କାଟୁଅଛ। ଏବେ ଆମେ ପ୍ରଭୁ ଯୀଶୁଙ୍କ ନାମରେ ବିନତି ଓ ଅନୁରୋଧ କରୁଅଛୁ, ଆହୁରି ଅଧିକ ଭାବରେ ସେପ୍ରକାର ଜୀବନ କାଟ।2ପ୍ରଭୁ ଯୀଶୁଙ୍କ ଅଧିକାର ବଳରେ ଆମେ ତୁମ୍ଭମାନଙ୍କୁ କି କି ନିର୍ଦ୍ଦେଶ ଦେଇଥିଲୁ, ତାହା ତୁମ୍ଭେମାନେ ଜାଣ।3ଈଶ୍ୱରଙ୍କ ଇଚ୍ଛା ଏହି ଯେ ତୁମ୍ଭେମାନେ ପବିତ୍ର ହେବ, ଯୌନ ଅସଦାଚରଣରୁ ଦୂରରେ ରହିବ;4ଈଶ୍ୱରଙ୍କୁ ଜାଣି ନ ଥିବା ଅନ୍ୟଜାତୀୟ ଲୋକଙ୍କପରି, କାମାଭିଳାଷୀ ନ ହୋଇ5ନିଜ ନିଜ ପତ୍ନୀ ସହିତ, ପବିତ୍ର ଓ ସମ୍ମାନଜନକଭାବେ ବାସ କରିବାକୁ ଶିଖିବ;6ଏବଂ ଏ ବିଷୟରେ କେହି ଯେପରି ତାହାର ଭାଇ ପ୍ରତି ଅନ୍ୟାୟ କରିବ ନାହିଁ କି ପ୍ରତାରଣା କରିବ ନାହିଁ, ଆମେ ପୂର୍ବରୁ ତୁମ୍ଭମାନଙ୍କୁ କହିଅଛୁ ଓ ସତର୍କ କରାଇଅଛୁ ଯେ, ଏପ୍ରକାର ପାପସବୁ ପାଇଁ ପ୍ରଭୁ ଦଣ୍ଡ ଦେବେ।7କାରଣ ଈଶ୍ୱର ଆମକୁ ଅପବିତ୍ର ହେବା ପାଇଁ ନୁହେଁ, ମାତ୍ର ପବିତ୍ର ଜୀବନଯାପନ କରିବାକୁ ଆହ୍ଵାନ କରିଅଛନ୍ତି।8ତେଣୁ ଯିଏ ଏହି ନିର୍ଦ୍ଦେଶ ଅଗ୍ରାହ୍ୟ କରେ ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ ମାତ୍ର ଯେ ତାହାକୁ ପବିତ୍ରଆତ୍ମା ଦାନ କରନ୍ତି, ସେହି ଈଶ୍ୱରଙ୍କୁ ଅଗ୍ରାହ୍ୟ କରେ।9ଭ୍ରାତୃପ୍ରେମ ବିଷୟରେ ତୁମ୍ଭମାନଙ୍କୁ ଆମର କିଛି ଲେଖିବା ପ୍ରୟୋଜନ ନାହିଁ, କାରଣ ପରସ୍ପରକୁ ପ୍ରେମ କରିବା ବିଷୟରେ ତୁମ୍ଭେମାନେ ନିଜେ ଈଶ୍ୱରଙ୍କଠାରୁ ଶିକ୍ଷା ପାଇଅଛ।10ପୁଣି, ପ୍ରକୃତପକ୍ଷେ, ସମଗ୍ର ମାସିଦୋନିଆରେ ଥିବା ଭାଇମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ରହିଅଛି। ତଥାପି ହେ ଭାଇମାନେ, ତୁମ୍ଭମାନଙ୍କୁ ଆମର ଅନୁରୋଧ ଯେ ଆହୁରି ଅଧିକଭାବେ ପ୍ରେମ କର,11ଆମର କହିବାନୁସାରେ ତୁମ୍ଭେମାନେ ଶାନ୍ତିରେ ବାସ କର, ନିଜର କାମଧନ୍ଦାରେ ମନୋଯୋଗ କର ଓ ସ୍ଵହସ୍ତରେ କାର୍ଯ୍ୟ କର, ଏହା ତୁମର ଲକ୍ଷ୍ୟ ହେଉ,12ତା ହେଲେ ଦୈନନ୍ଦିନ ଜୀବନରେ ତୁମ୍ଭେମାନେ ବାହାରର ଲୋକଙ୍କଠାରୁ ସମ୍ମାନ ଲାଭ କରିବ ଓ ତୁମ୍ଭମାନଙ୍କୁ କାହାରି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।ପ୍ରଭୁଙ୍କର ପୁନରାଗମନ
13ହେ ଭାଇମାନେ, ମହାନିଦ୍ରାପ୍ରାପ୍ତ ଲୋକଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, କିମ୍ବା ଭରସାହୀନ ଅନ୍ୟାନ୍ୟ ଲୋକଙ୍କପରି ଶୋକାକୁଳ ହୁଅ, ଏହା ଆମର ଇଚ୍ଛା ନୁହେଁ।14ଆମେ ବିଶ୍ୱାସ କରୁ ଯେ ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଲେ, ତେଣୁ ଆମେ ବିଶ୍ୱାସ କରୁ ଯେ ଯେଉଁମାନେ ତାହାଙ୍କଠାରେ ମହାନିଦ୍ରାପ୍ରାପ୍ତ ଈଶ୍ୱର ସେମାନଙ୍କୁ ଯୀଶୁଙ୍କ ସହିତ ଆଣିବେ।15ସ୍ଵୟଂ ପ୍ରଭୁଙ୍କର ବାକ୍ୟାନୁସାରେ, ଆମେ ତୁମ୍ଭମାନଙ୍କୁ କହୁଅଛୁ, ଆମେ ଯେତେଜଣ ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ମହାନିଦ୍ରାପ୍ରାପ୍ତ ଲୋକଙ୍କର ଆଦୌ ଅଗ୍ରଗାମୀ ହେବୁ ନାହିଁ।16କାରଣ ଏକ ଉଚ୍ଚ ଧ୍ୱନିର ଆଦେଶ, ପ୍ରଧାନ ଦୂତଙ୍କର ସ୍ଵର ଓ ଈଶ୍ୱରଙ୍କ ତୂରୀନାଦ ସହ ପ୍ରଭୁ ନିଜେ ସ୍ଵର୍ଗରୁ ଓହ୍ଲାଇ ଆସିବେ, ଏବଂ ଖ୍ରୀଷ୍ଟଙ୍କଠାରେ ରହି ମୃତ୍ୟୁଭୋଗ କରିଥିବା ଲୋକେ ପ୍ରଥମେ ଉତ୍ଥିତ ହେବେ।17ତା ପରେ, ଆମେ ଯେତେଜଣ ଜୀବିତ ରହି ଅବଶିଷ୍ଟ ଥିବୁ, ଶୂନ୍ୟମଣ୍ଡଳରେ ପ୍ରଭୁଙ୍କୁ ଭେଟିବା ପାଇଁ ସେମାନଙ୍କ ସହିତ ମେଘମାଳାରେ ନୀତ ହେବୁ। ଏହିରୂପେ ଆମେ ଚିରକାଳ ପ୍ରଭୁଙ୍କ ସହିତ ରହିବୁ।18ଅତଏବ ଏହିସବୁ କଥା ଦ୍ଵାରା ପରସ୍ପରକୁ ଉତ୍ସାହ ଦିଅ।Biblica, Inc.