ଯୋହନ2
ଯୀଶୁଙ୍କର ପ୍ରଥମ ଅଲୌକିକ କର୍ମ ପାଣି ରୁ ଦ୍ରାକ୍ଷାରସ
1ତୃତୀୟ ଦିନ ଗାଲିଲୀର କାନ୍ନା ନଗରରେ ଏକ ବିବାହ ଉତ୍ସବ ହେଉଥିଲା, ଏବଂ ଯୀଶୁଙ୍କର ମାତା ସେଠାରେ ଥିଲେ,2ପୁଣି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ସେହି ବିବାହକୁ ନିମନ୍ତ୍ରିତ ହୋଇଥିଲେ।3ଯେତେବେଳେ ଦ୍ରାକ୍ଷାରସ ସରିଗଲା, ଯୀଶୁଙ୍କର ମାତା ତାଙ୍କୁ କହିଲେ, “ଏମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”4ଯୀଶୁ ଉତ୍ତର ଦେଲେ, “ଆଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଛ? ମୋର ସମୟ ଏବେ ଆସି ନାହିଁ।”5ତାହାଙ୍କର ମାତା ଭୃତ୍ୟମାନଙ୍କୁ କହିଲେ, “ସେ ତୁମ୍ଭମାନଙ୍କୁ ଯାହା କହିବେ ତାହା କର।”6ପାଖରେ ଛଅଟି ପଥରର ପାଣିକୁଣ୍ଡ ଥିଲା, ଏହିପ୍ରକାର କୁଣ୍ଡ ଯିହୁଦୀମାନଙ୍କର ପ୍ରକ୍ଷାଳନ ବିଧି ପାଇଁ ବ୍ୟବହୃତ ହେଉଥିଲା, ଓ ପ୍ରତେକ ରେ ପ୍ରାୟ ଏକଶହ ପନ୍ଦର ରୁ ଏକଶହ କୋଡିଏ ଲିଟର ପାଣି ଧରୁଥିଲା।7ଯୀଶୁ ଭୃତ୍ୟମାନଙ୍କୁ କହିଲେ, “କୁମ୍ପା ଗୁଡ଼ିକରେ ପାଣି ଭର୍ତ୍ତି କର” ତେଣୁ ସେମାନେ ସେଗୁଡ଼ିକୁ ଫନ୍ଦ ପର୍ଯ୍ୟନ୍ତ ପୂର୍ଣ୍ଣ କଲେ।8ତା ପରେ ସେ ସେମାନଙ୍କୁ କହିଲେ, “ଏବେ ଏଥିରୁ କିଛି କାଢ଼ି ନେଇ ଭୋଜକର୍ତ୍ତାଙ୍କ ନିକଟକୁ ନେଇଯାଅ।”ସେମାନେ ତଦ୍ରୂପ କଲେ,9ଭୋଜିର ମାଲିକ ଦ୍ରାକ୍ଷାରସରେ ପରିଣତ ହୋଇଥିବା ଜଳକୁ ଚାଖିଲେ। ଏହା କେଉଁଠାରୁ ଆସିଲା ତାହା ସେ ବୁଝୀପାରିଲେ ନାହିଁ, କିନ୍ତୁ ଯେଉଁ ଭୃତ୍ୟମାନେ ପାଣି କାଢ଼ି ନେଇଥିଲେ ସେମାନେ ଜାଣିଥିଲେ। ତା ପରେ ସେ ବରଙ୍କୁ ଅଲଗା ଡାକି ନେଲେ10ଏବଂ ତାଙ୍କୁ କହିଲେ, “ସମସ୍ତେ ପ୍ରଥମେ ଉତ୍କୃଷ୍ଟ ଦ୍ରାକ୍ଷାରସ ଦେଇଥାନ୍ତି ଓ ଅତିଥିମାନେ ପୂର୍ଣ୍ଣମାତ୍ରାରେ ପାନ କଲାପରେ ନିମ୍ନମାନର ଦ୍ରାକ୍ଷାରସ ଦିଅନ୍ତି; କିନ୍ତୁ ତୁମେ ତ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ଦ୍ରାକ୍ଷାରସ ସାଇତି ରଖିଛ!”11ଏହି କାର୍ଯ୍ୟ ଯୀଶୁ ଗାଲିଲୀର କାନ୍ନା ନଗରରେ ସାଧନ କଲେ ଓ ଏହା ଥିଲା ତାଙ୍କର ପ୍ରଥମ ଅଲୌକିକ କର୍ମ ଏହିରୂପେ ସେ ନିଜର ମହିମା ପ୍ରକାଶ କଲେ; ଓ ତାଙ୍କର ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କଲେ।12ଏହାପରେ ସେ ତାଙ୍କ ମା ଓ ଭାଇମାନଙ୍କ ସଙ୍ଗେ ଏବଂ ନିଜ ଶିଷ୍ୟମାନଙ୍କ ସଙ୍ଗେ କଫର୍ନାହୁମକୁ ଗଲେ। ସେମାନେ ସେଠାରେ କିଛିଦିନ ରହିଲେ।
ଯୀଶୁଙ୍କ ମନ୍ଦିର ପରିଷ୍କାର କଲେ
13ଯେତେବେଳେ ଯିହୁଦୀୟ ନିସ୍ତାର ପର୍ବର ସମୟ ପାଖ ହୋଇ ଆସିଲା, ଯୀଶୁ ଯିରୂଶାଲମକୁ ଗଲେ।14ସେ ଦେଖିଲେ ମନ୍ଦିରର ପ୍ରାଙ୍ଗଣଗୁଡ଼ିକରେ ଲୋକେ ଗୋରୁ, ମେଷ ଓ କାପ୍ତା, ବିକ୍ରୟ କରୁଛନ୍ତି ଓ ଅନ୍ୟମାନେ ମେଜ ପାଖେ ବସି ମୁଦ୍ରା ବିନିମୟ କରୁଛନ୍ତି।15ତେଣୁ ସେ ଦଉଡ଼ିରେ ଗୋଟିଏ ଚାବୁକ ବନାଇ ମେଷ ଓ ଗୋରୁ ସମେତ, ସମସ୍ତଙ୍କୁ ମନ୍ଦିର ପରିସରରୁ ତଡ଼ିଦେଲେ, ଏବଂ ମୁଦ୍ରା ବିନିମୟକାରୀମାନଙ୍କ ମୁଦ୍ରା ସବୁ ବିଞ୍ଚିଦେଇ, ପୁଣି ସେମାନଙ୍କ ମେଜ ଓଲଟାଇ ପକାଇଲେ।16ସେ କାପ୍ତା ବେପାରୀମାନଙ୍କୁ କହିଲେ, “ଏହିସବୁ ଏଠାରୁ ବାହାର କରିଦିଅ! ତୁମେମାନେ ମୋର ପିତାଙ୍କ ଗୃହକୁ ହାଟବଜାରରେ ପରିଣତ କରିଛ!”17ତୁମ୍ଭ ମନ୍ଦିର ପାଇଁ ଆଗ୍ରହ ମୋତେ ଗ୍ରାସ କରିବ: “ଏହା ଲେଖାଅଛି ବୋଲି ଶିଷ୍ୟମାନେ ସେତେବେଳେ ସ୍ମରଣ କଲେ।”18ଏଉତ୍ତାରେ ଯିହୁଦୀମାନେ ଦୃଢ଼ଭାବେ ପ୍ରଶ୍ନ କଲେ, “ଏସବୁ କରିବାକୁ ତୁମର କ୍ଷମତା ଅଛି ବୋଲି ପ୍ରମାଣ ସ୍ଵରୂପେ ତୁମେ ଆମକୁ କି ଅଲୌକିକ କାର୍ଯ୍ୟର ଚିହ୍ନ ଦେଖାଇପାରିବ?”19ଯୀଶୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଏହି ମନ୍ଦିରକୁ ଧ୍ୱଂସ କରିଦିଅ, ଓ ମୁଁ ଏହାକୁ ତିନି ଦିନରେ ପୁଣି ଗଢ଼ି ଦେବି।”20ଯିହୁଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ ଛୟାଳିଶ ବର୍ଷ ଲାଗିଛି, ଆଉ ତୁମେ ତାହାକୁ ତିନି ଦିନରେ ଗଢ଼ି ଦେବ?”21ସେ ଯେଉଁ ମନ୍ଦିର ବିଷୟରେ କହିଥିଲେ ତାହା ଥିଲା ତାଙ୍କର ନିଜ ଶରୀର।22ଯୀଶୁ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ, ସେ ଯାହା କହିଥିଲେ ଶିଷ୍ୟମାନେ ତାହା ମନେ ପକାଇଲେ। ସେତେବେଳେ ସେମାନେ ଧର୍ମଶାସ୍ତ୍ରବାକ୍ୟକୁ ଓ ଯୀଶୁ କହିଥିବା କଥାସବୁକୁ ବିଶ୍ୱାସ କଲେ।23ନିସ୍ତାର ପର୍ବ ସମୟରେ ସେ ଯିରୂଶାଲମରେ ଥିବା ବେଳେ ଯେଉଁସବୁ ଅଲୌକିକ କର୍ମ କରିଥିଲେ, ତାହା ଦେଖି ଅନେକ ଲୋକ ତାହାଙ୍କ ନାମରେ ବିଶ୍ୱାସ କଲେ।24କିନ୍ତୁ ଯୀଶୁ ନିଜେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ, କାରଣ ସବୁ ଲୋକଙ୍କୁ ସେ ଜାଣିଥିଲେ।25ମନୁଷ୍ୟ ବିଷୟରେ କାହାରି ସାକ୍ଷ୍ୟ ତାଙ୍କର ପ୍ରୟୋଜନ ନ ଥିଲା, କାରଣ ମନୁଷ୍ୟ ଅନ୍ତରରେ କଅଣ ଅଛି ତାହା ସେ ଜାଣିଥିଲେ।Biblica, Inc.