ଆଣ୍ଦି ଭୋଜିରେଆଃ ଜନ୍କା କାଜି
1ୟୀଶୁ ଆଡଃଗି ଜନ୍କା କାଜିତେ ହଡ଼କକେ କାଜିକେଦ୍କଆ ।2“ସିର୍ମା ରାଇଜ୍ ମିଆଁଦ୍ ନେ ଲେକାନାଃ ତାନାଃ । ମିଆଁଦ୍ ରାଜା ହନ୍ତେକଡ଼ାରାଃ ଆଣ୍ଦିରେ ମାରାଙ୍ଗ୍ଜମେୟାଁଃ ବାଇକେଦାଏ ।3ଇନିଃ କେଡ଼ାକାନ୍କକେ ଆଣ୍ଦି ଭୋଜି ଜଜମ୍ ନାଗେନ୍ତେ ହାକାଅ ନାଙ୍ଗ୍ ଆୟାଃ ଦାସିକକେ କୁଲ୍କେଦ୍କଆଏ ମେନ୍ଦ ଇନ୍କୁ ହିଜୁଃ କାକ ସାନାଙ୍ଗ୍କେଦା ।4ଇନିଃ ଏଟାଃ ଦାସିକକେ ନେଆଁଁ କାଜିକେଦ୍ତେ ଆଡଃମିସା କୁଲ୍କେଦ୍କଆଏ, ‘ଆଇଙ୍ଗ୍ ମାରାଙ୍ଗ୍ଜମେୟାଁଃ ବାଇୟାକାଦାଇଙ୍ଗ୍, ଆଇଁୟାଃ ମାପ୍ରାଙ୍ଗ୍ କିରିକାନ୍ ଜାଁତୁକ ମାଆଃକେଦ୍ତେ ସବେନାଃ ବାଇସେକାଡ଼ାକାନା, ଆଣ୍ଦି ଭୋଜି ଜଜମ୍ତେ ହିଜୁଃପେ ।’5ମେନ୍ଦ କେଡ଼ାକାନ୍କ ଜେତାଏ କାକ ଉଡ଼ୁଃକେଦ୍ତେ ଆକଆଃ କାଜିକାମିରେ ତାଇନ୍ୟାନାକ, ଚିମିନ୍କ ଆକଆଃ ଲୟଙ୍ଗ୍ତେ, ଆଡଃ ଚିମିନ୍କ କିରିଙ୍ଗ୍ ଆଖ୍ରିଙ୍ଗ୍ତେକ ସେନଃୟାନା ।6ଏଟାଃକ ରାଜାରାଃ ଦାସିକକେ ସାବ୍କେଦ୍ତେ ଇନ୍କୁକେ ସାସାତିକେଦ୍କଆକ ଆଡଃ ଗଏଃକେଦ୍କଆକ ।7ରାଜା ନେଆଁଁ ଆୟୁମ୍କେଦ୍ତେ ଖିସ୍ୟାନାଏ ଆଡଃ ଆୟାଃ ସିପାଇକକେ କୁଲ୍କେଦ୍ତେ ଏନ୍ ଗଗଏଃକକେ ଜିୟନ୍କେଦ୍କଆଏ ଆଡଃ ଇନ୍କୁଆଃ ନାଗାର୍କେ ଅଣ୍ଡର୍କେଦା ।8ଏନ୍ତେ ଏନ୍ ଆଣ୍ଦି ଗମ୍କେ ଦାସିକକେ କାଜିୟାଦ୍କଆଏ, ‘ଆଣ୍ଦି ଜମେୟାଃଁ ବାଇୟାକାନା ମେନ୍ଦ କେଡ଼ାକାନ୍କ ଏନା ନାମେଲେକା କାକ ତାଇକେନା ।9ଏନା ନାଗେନ୍ତେ ବାରିଆ ହରା ମେସାଅଃତାନ୍ତାଃ ସେନଃପେ ଆଡଃ ଆପେ ନାମ୍ତାନ୍ ସବେନ୍କକେ ଆଣ୍ଦି ଜମେୟାଃଁ ନାଗେନ୍ତେ ହାକାଅକପେ ।’10ଏନ୍ ଦାସିକ ହରାକରେ ସେନ୍କେଦ୍ତେ ଇନ୍କୁ ନାମ୍କେଦ୍ ସବେନ୍ ଏତ୍କାନ୍ ଆଡଃ ବୁଗିନ୍ ହଡ଼କକେ ହୁଣ୍ଡିକେଦ୍କଆକ ଆଡଃ ଆଣ୍ଦି ଅଡ଼ାଃ ହଡ଼ତେ ପେରେଃୟାନା ।11“ରାଜା ଜଜମ୍କକେ ନେନେଲ୍ତେ ବଲୟାନ୍ ଇମ୍ତା, ଆଣ୍ଦି ଲିଜାଃ କା ତୁସିଙ୍ଗ୍କାନ୍ ମିଆଁଦ୍ ହଡ଼କେ ନେଲ୍କିୟାଏ ।12ଆଡଃ ଇନିଃ କୁଲିକିୟାଏ, ‘ଏ ଗାତି, ଆମ୍ ଆଣ୍ଦି ଲିଜାଃ କା ତୁସିଙ୍ଗ୍କେଦ୍ତେ ଚିଲ୍କାତେମ୍ ବଲଆକାନା ?’ ମେନ୍ଦ ଏନ୍ ହଡ଼ ହାପାୟାନାଏ ।13ଏନ୍ତେ ରାଜା ଦାସିକକେ କାଜିକେଦ୍କଆଏ, ‘ଆୟାଃ ତିଃଇ କାଟା ତଲ୍କେଦ୍ତେ ନୁବାଃରେ ହୁରାଙ୍ଗ୍ତାଇପେ, ଏନ୍ତାଃରେ ଇନିଃ ରାଆଃୟାଏ ଆଡଃ ଡାଟା ରିଦେୟାଏ ।’”14ଆଡଃ ୟୀଶୁ କାଜିଟୁଣ୍ଡୁକେଦାଏ, “ପୁରାଃକଦ ହାକାଅକାନା ମେନ୍ଦ ହୁଡିଙ୍ଗ୍ଲେକାକ ସାଲାକାନା ।”କାର୍ ପାଏସା ଏମ୍ରେୟାଃ ବିଷାଏରେ କୁନୁଲି
15ଏନ୍ତେ ଫାରୁଶୀକ ସେନଃକେଦ୍ତେ, ଆବୁ ଚିଲ୍କାତେ ୟୀଶୁକେ ଆୟାଃ କାଜିତେବୁ ସାବିଆ, ମେନ୍ତେକ ରଜୋଟକେଦା ।16ଇନ୍କୁ ହେରୋଦ୍ଆଃ ହଡ଼କଲଃ, ଆକଆଃ ଚେଲାକକେ ୟୀଶୁତାଃତେକ କୁଲ୍କେଦ୍କଆ ଆଡଃ ଇନ୍କୁ ୟୀଶୁକେ କାଜିକିୟାକ, “ହେ ଗୁରୁ, ଆଲେ ସାରିତାନାଲେ, ଆମ୍ ସାର୍ତିଙ୍ଗ୍ ହଡ଼ ତାନ୍ମେ ଆଡଃ ପାର୍ମେଶ୍ୱାର୍ଆଃ ସାର୍ତି ହରା ଇତୁଆଃମେ ଆଡଃ ଜେତାଏକେ କାମ୍ ବରୱା, ଚିୟାଃଚି ଆମ୍ ହଡ଼କଆଃ ମେଦ୍ମୁହାଁଡ଼୍ କାମ୍ ନେଲାଃ ।17ଆମ୍ ଆଲେକେ କାଜିୟାଲେମ୍, ଆମ୍ ଚିକ୍ନାଃମ୍ ଉଡ଼ୁଃତାନା ? କାଇସାର୍କେ ଆଇନ୍ ଲେକାତେ କାର୍ ପାଏସା ଏମଃ ଲାଗାତିଙ୍ଗ୍ୟାଁଃ ଚି କାହା ?”18ମେନ୍ଦ ୟୀଶୁ ଇନ୍କୁଆଃ ଏତ୍କାନାଃ ଆଟ୍କାର୍କେଦ୍ତେ କାଜିୟାଦ୍କଆଏ, “ହେ ବେଦାହଡ଼କ ଚିନାଃ ମେନ୍ତେ ଆଇଙ୍ଗ୍କେ ଚିଟାଇଙ୍ଗ୍ ନାଗେନ୍ତେ ବିଡ଼ାଅତାନାପେ ?19କାର୍ ପାଏସା ଏମ୍ରେୟାଃ ସିକା ମିଆଁଦ୍ ଏମାଇଙ୍ଗ୍ପେ ।” ଏନ୍ତେ ଇନ୍କୁ ମୁସିଙ୍ଗ୍ରାଃ ନାଲା ସିକା ଇନିଃତାଃତେକ ଆଉକେଦା ।20ଆଡଃ ଇନିଃ ଇନ୍କୁକେ କୁଲିକେଦ୍କଆଏ, “ନେ ସିକାରେ ଅକଏୟାଃ ମୁରୁତ୍ ଆଡଃ ନୁତୁମ୍ ମେନାଃ ?”21ଇନ୍କୁ କାଜିକିୟାକ, “କାଇସାର୍ଆଃ,” ଏନ୍ତେ ଇନିଃ ଇନ୍କୁକେ ମେତାଦ୍କଆ, “ଅକ୍ନାଃ କାଇସାର୍ଆଃ ଏନା କାଇସାର୍କେ ଏମାଇପେ, ଅକ୍ନାଃ ପାର୍ମେଶ୍ୱାର୍ଆଃ ଏନା ପାର୍ମେଶ୍ୱାର୍କେ ଏମାଇପେ ।”22ଆଡଃ ଇନ୍କୁ ନେଆଁଁ ଆୟୁମ୍କେଦ୍ତେ ହାଏକାଟ୍ୟାନାକ ଆଡଃ ଇନିଃକେ ବାଗିକେଦ୍ତେ ସେନଃୟାନାକ ।ହଡ଼କଆଃ ଜୀଉବିନିରିଦ୍ ବିଷାଏରେ କୁନୁଲି
23ଏନ୍ ହୁଲାଙ୍ଗ୍ଗି ଚିମିନ୍ ସାଦୁକିକ ୟୀଶୁତାଃତେକ ହିଜୁଃୟାନା ଆଡଃ ଇନ୍କୁ ଜୀଉବିନିରିଦ୍ ବାନଆଃ ମେନ୍ତେକ କାଜିତାଇକେନା ।24ଇନ୍କୁ କାଜିକିୟାକ, “ହେ ଗୁରୁ, ଜେତାଏ ହଡ଼ ବେଗାର୍ ହନ୍ଗାଁଣାତେ ଗଜଃରେଦ, ହାଗାତେ ଇନିୟାଃ କୁଡ଼ିକେ ଆଣ୍ଦିୟଃ ଲାଗାତିଙ୍ଗ୍ୟାଁଃ ଆଡଃ ଗଜାକାନ୍ ହାଗାତେୟାଃ ନାଙ୍ଗ୍ ହନ୍ଗାଁଣା ହାରାକକାଏ ମେନ୍ତେ ମୁଶା ନାବୀ କାଜିକାଦା ।25ନେଲେମେ, ଆଲେତାଃରେ ସାତ୍ ହାଗିୟା ତାଇକେନାକ ମାରାଙ୍ଗ୍ନିଃ ଆଣ୍ଦିକେଦ୍ତେ ବେଗାର୍ ହନ୍ଗାଁଣାତେ ଗଏଃୟାନାଏ, ଆଡଃ ଏନ୍ ରାଣ୍ଡିକୁଡ଼ିକେ ହାଗାତେ ଆଣ୍ଦିୟାନାଏ ।26ଏନ୍ଲେକାଗି ଏଟାଃ ହାଗାତେଲଃ ଆଡଃ ଆପିୟାନିଃଲଃ ହବାୟାନା, ଟୁଣ୍ଡୁରେ ସାତ୍ ହାଗିୟାକ ଇନିଃକେ ଆଣ୍ଦିୟାନାକ ।27ଆଡଃ ସବେନ୍କଆଃ ତାୟମ୍ତେ ଏନ୍ ରାଣ୍ଡି କୁଡ଼ିୟଗି ଗଏଃୟାନାଏ ।28ଏନ୍ତେ ଜୀଉବିନିରିଦ୍ ଇମ୍ତା ଏନ୍ କୁଡ଼ି ଅକଏୟାଃ କୁଡ଼ିତେ ହବାଅଃଆଏ ? ସବେନ୍କଦ ଇନିଃକେ ଆଣ୍ଦିୟାନାକ ।”29ୟୀଶୁ ଇନ୍କୁକେ ମେତାଦ୍କଆ, “ଆପେ ଧାରାମ୍ପୁଥି ଆଡଃ ପାର୍ମେଶ୍ୱାର୍ଆଃ ପେଡ଼େଃ କାପେ ସାରିୟା ଏନା ନାଗେନ୍ତେପେ ଆଦାକାନା ।30ଜୀଉବିନିରିଦ୍କେଦ୍ତେ ଜେତାଏ କାକ ଆଣ୍ଦିନାଃ, ଚାଏ ଆଣ୍ଦି କାକ ଏମଃଆ, ମେନ୍ଦ ଇନ୍କୁ ସିର୍ମାରେନ୍ ଦୁଁତ୍ଲେକାକ ତାଇନାଃ ।31ଆଡଃ ଗଜାକାନ୍କଆଃ ଜୀଉବିନିରିଦ୍ ବିଷାଏରେ ପାର୍ମେଶ୍ୱାର୍ କାଜିୟାକାଦ୍ କାଜିକେ କାପେଚି ପାଢ଼ାଅକାଦା ?32‘ଆଇଙ୍ଗ୍ ଆବ୍ରାହାମ୍ଆଃ ପାର୍ମେଶ୍ୱାର୍, ଇସାକ୍ଆଃ ପାର୍ମେଶ୍ୱାର୍ ଆଡଃ ଯାକୁବ୍ଆଃ ପାର୍ମେଶ୍ୱାର୍ ତାନିଙ୍ଗ୍ ।’ ଇନିଃ ଗଏଃକାନ୍କଆଃ ପାର୍ମେଶ୍ୱାର୍ ନାହାଁଲିଃ ମେନ୍ଦ ଜୀନିଦ୍କଆଃ ପାର୍ମେଶ୍ୱାର୍ ତାନିଃ ।”33ଆଡଃ ଗାଦେଲ୍ ହଡ଼କ ନେଆଁଁ ଆୟୁମ୍କେଦ୍ତେ ଇନିୟାଃ ଇନିତୁତେ ହାଏକାଟ୍ୟାନାକ ।ମାରାଙ୍ଗ୍ ଆନ୍ଚୁ
34ୟୀଶୁ ସାଦୁକିକକେ ହାପାକେଦ୍କଆଏ ମେନ୍ତେ ଫାରୁଶୀକ ଆୟୁମ୍କେଦ୍ଚି ହୁଣ୍ଡିୟାନାକ ।35ଆଡଃ ଇନ୍କୁଏତେ ମିଆଁଦ୍ ଆଇନ୍ ଇତୁନିଃ ୟୀଶୁକେ ଚିଟାଇ ନାଗେନ୍ତେ ବିଡ଼ାଅକିୟାଏ ଆଡଃ କୁଲିକିୟାଏ,36“ହେ ଗୁରୁ, ମୁଶାରାଃ ଆଇନ୍ରେୟାଃ ମାରାଙ୍ଗ୍ ଆନ୍ଚୁ ଅକ୍ନାଃ ତାନାଃ ?”37ୟୀଶୁ ଇନିଃକେ କାଜିରୁହାଡ଼୍କିୟାଏ, “‘ଆମାଃ ସବେନ୍ ମନ୍ତେ, ଆମାଃ ସବେନ୍ ଜୀଉତେ ଆଡଃ ଆମାଃ ସବେନ୍ ମନ୍ତେ ପ୍ରାଭୁ ଆମାଃ ପାର୍ମେଶ୍ୱାର୍କେ ଦୁଲାଡ଼ିମେ ।’38ନେଆଁଁଗି ମାରାଙ୍ଗ୍ ଆଡଃ ପାହିଲା ଆନ୍ଚୁ ତାନାଃ ।39ଆଡଃମିଆଁଦ୍ ମାରାଙ୍ଗ୍ ଆନ୍ଚୁ ଏନ୍ଲେକାଗିୟା, ‘ଆମାଃ ହପର୍ଜାପାଃରେନିଃକେ ଆମାଃ ଲେକା ଦୁଲାଡ଼ିମେ ।’40ନେ ବାରିୟା ଆନ୍ଚୁରେ ମୁଶାରାଃ ଆଇନ୍ ଆଡଃ ନାବୀକଆଃ ଇନିତୁରେ ଆସ୍ରାଏତାନା ।”ଖ୍ରୀଷ୍ଟ୍ ମାସି ତାନିଃ
41ଫାରୁଶୀକ ହୁଣ୍ଡିୟାନ୍ ଇମ୍ତା ୟୀଶୁ ଇନ୍କୁକେ କୁଲିକେଦ୍କଆଏ ?42“ଆପେ ଖ୍ରୀଷ୍ଟ୍ଆଃ ବିଷାଏରେ ଚିନାଃପେ ଉଡ଼ୁଃତାନା ? ଇନିଃ ଅକଏୟାଃ ହନ୍ ତାନିଃ ?” ଇନ୍କୁ କାଜିରୁହାଡ଼୍କିୟାକ, “ଦାଉଦ୍ଆଃ ।”43ୟୀଶୁ ଇନ୍କୁକେ କାଜିୟାଦ୍କଆଏ, “ଦାଉଦ୍, ମାସିକେ ‘ଆଇଁୟାଃ ପ୍ରାଭୁ’ ମେନ୍ତେ ଚିନାଃମେନ୍ତେ ତାମ୍ କାଜିକିୟାଏ ? ଚିୟାଃଚି ପାବିତାର୍ ଆତ୍ମାତେ ଇନିଃ ଅଲାକାଦାଏ,44“‘ପ୍ରାଭୁ ଆଇଁୟାଃ ପ୍ରାଭୁକେ କାଜିକିୟା,ଆଇଙ୍ଗ୍ ଆମାଃ ବାଇରିକକେ ଆମାଃ କାଟା ଲାତାର୍ରେ ଆଉରି ଦହକ ଜାକେଦ୍ଆମ୍ ଆଇଁୟାଃ ଜମ୍ତିସାଃରେ ଦୁବାକାନ୍ମେ ।’”45“ଦାଉଦ୍ ଖ୍ରୀଷ୍ଟ୍କେ ‘ଆଇଁୟାଃ ପ୍ରାଭୁ’ ମେତାଇତାନ୍ରେଦ, ଇନିଃ ଚିଲ୍କାତେ ଇନିୟାଃ ହନ୍ ତାନିଃ ?”46ଆଡଃ ଜେତାଏ ମିଆଁଦ୍ କାଜିୟ ୟୀଶୁକେ କାକ କାଜିରୁହାଡ଼୍ ଦାଡ଼ିକେଦା, ଏନ୍ ହୁଲାଙ୍ଗ୍ତାଃଏତେ ଜେତାଏ ଇନିଃକେ ଜେତ୍ନାଃ କୁଲିନାଙ୍ଗ୍ କାକ ସାହାଁସ୍କେଦା ।