ଏବ୍ରୀ6unx_twf
1ଏନାତେ ଆବୁ ଖ୍ରୀଷ୍ଟ୍ ଧାରାମ୍ ବିଷାଏରେୟାଃ ଏନେଟେଦ୍ ଇନିତୁ ବାଗିକେଦ୍ତେ ଆତ୍ମାରେ ହାରାଇଦିୟଃ ଲେକାନ୍ ପକ୍ତାନ୍ ଇନିତୁରେ ଇତୁନ୍ ଲାଗାତିଙ୍ଗ୍ୟାଁଃ । ଆବୁ ଧାରାମ୍ ବିଶ୍ୱାସ୍ରେୟାଃ ଏନେଟେଦ୍ ଇନିତୁ ଅକ୍ନାଃଚି, ସାମାକାଜି କାମିକଏତେ ରୁହାଡ଼୍ତାନ୍ଲଃ ପାର୍ମେଶ୍ୱାର୍ତାଃରେ ବିଶ୍ୱାସ୍,2ବାପ୍ତିସ୍ମା ବିଷାଏରେୟାଃ ଇନିତୁ, ବାରାନ୍ ତିଃଇ ଜିଲିଙ୍ଗ୍, ଗନଏଃ ହଡ଼କଆଃ ଜୀଉବିନିରିଦ୍ ଆଡଃ ଜାନାଅ ଜାନାଅରେୟାଃ ସାଜାଇ, ନେ ସବେନାଃରେୟାଃ ଇତୁ ନାଙ୍ଗ୍ ଆଡଃମିସା ନିହିଁଗାଡା ବାଇ କା ଲାଗାତିଙ୍ଗ୍ୟାଁଃ ।3ଆବୁ ଆୟାର୍ତେ ସେନ୍ ଇଦିନାଃବୁ ! ଆଡଃ ପାର୍ମେଶ୍ୱାର୍ ଆବୁକେ ଆଚୁବୁରେଦ, ଆବୁ ନେଆଁଁବୁ କାମିୟା ।4ଅକନ୍କ ଆକଆଃ ବିଶ୍ୱାସ୍କ ଆଦାକାଦା, ଇନ୍କୁ ହେୟାତିଙ୍ଗ୍କେଦ୍ତେ ଆଡଃମିସାକ ରୁହାଡ଼୍ ଦାଡ଼ିୟାଚି ? ଇନ୍କୁ ମିସା ପାର୍ମେଶ୍ୱାର୍ଆଃ ମାର୍ସାଲ୍ରେ ତାଇନଃ ତାଇକେନାକ, ସିର୍ମାରେୟାଃ ବାର୍ଦାନ୍ ଚାଖାଅକାଦାକ ଆଡଃ ପାବିତାର୍ ଆତ୍ମାରାଃ ହିସାଦାର୍ ହବାକାନାକ,5ଇନ୍କୁ ପାର୍ମେଶ୍ୱାର୍ଆଃ ବୁଗିନ୍ ବାଚାନ୍କେ ଆଡଃ ହିଜୁଃ ଦିପିଲିରେୟାଃ ପେଡ଼େଃକେ ଆଟ୍କାର୍ ଉରୁମ୍କାଦାକ ।6ଏନ୍ରେୟ ଇନ୍କୁ ଆକଆଃ ବିଶ୍ୱାସ୍କେ ଆଦାକାଦାକ । ଏନାତେ ଆଡଃମିସା ହେୟାତିଙ୍ଗ୍କେଦ୍ତେ ରୁହାଡ଼୍ତେୟାଃ ଇନ୍କୁ ନାଗେନ୍ତେ କା ହବାସାକାଅଆଃ, ଚିୟାଃଚି ଇନ୍କୁ ଆକଆଃ ଜିୟନଃ ନାଗେନ୍ତେ ପାର୍ମେଶ୍ୱାର୍ଆଃ ହନ୍କେ ଆଡଃମିସା କ୍ରୁଶ୍ରେ କିଲାକେଦ୍ତେ ହଡ଼ ଥାଲାରେ ଗିହୁଗିତାନାକ ।7ଅକ ଅତେରେ ସବେନ୍ ଇମ୍ତା ଗାମା ଦାଆଃ ଉୟୁଃକେଦ୍ତେ ବେଭାରେ ଲେକାନ୍ ହିତାକଏ ଅମନେଆଁ, ଏନ୍ ଅତେରେ ପାର୍ମେଶ୍ୱାର୍ଆଃ ଆଶିଷ୍ ମେନାଃ ।8ମେନ୍ଦ ଏନ୍ ଅତେ ଜାନୁମ୍ ଦାରୁ ଆଡଃ ଟୁଲିତାସାଦ୍ ଅମନେରେଦ, ଏନାରେୟାଃ ଜେତାନ୍ ଗନଙ୍ଗ୍ କା ତାଇନାଃ, ଏନା ପାର୍ମେଶ୍ୱାର୍ ସାର୍ପାଅକାଦ୍ ଲେକାନାଃ ହବାଅଃଆ ଆଡଃ ସେଙ୍ଗେଲ୍ତେ ଜିୟନଃଆ ।9ହେ ଦୁଲାଡ଼୍କ, ଆଲେ ଆପେକେ ନେ'ଲେକା କାଜିଲେରେୟ, ଆପେ ଆପେୟାଃ ଜୀଉ ବାଞ୍ଚାଅ ନାମେ ନାଗେନ୍ତେ ଆଶିଷ୍ ନାମେ ଲେକାପେ ହବାକାନା, ମେନ୍ତେ ଆପେୟାଃ ଚେତାନ୍ରେ ଆଲେୟାଃ ବିଶ୍ୱାସ୍ ମେନାଃ ।10ପାର୍ମେଶ୍ୱାର୍ କା ଧାର୍ମାନ୍ନିଃ ନାହାଁଲିଃ । ଇନିଃ ଆପେୟାଃ କାମିକ, ବିଶେଷ୍କେଦ୍ତେ ପାବିତାର୍ ହଡ଼କକେ ଦେଙ୍ଗା ଆଡଃ ନାହାଁଃ ଜାକେଦ୍ ସୁସାର୍କତାନ୍ ହରାତେ ପାର୍ମେଶ୍ୱାର୍ଆଃ ନୁତୁମ୍ ନାଙ୍ଗ୍ ଆପେ ଅକନ୍ ଦୁଲାଡ଼୍ ଉଦୁବ୍କାଦାପେ, ଏନା ଇନିଃ କାଏ ରିଡ଼ିଙ୍ଗ୍ୟେଁଆ ।11ମେନ୍ଦ ଆଲେୟାଃ ଇଛାସାନାଙ୍ଗ୍ ନେଆଁ ତାନାଃ, ଟୁଣ୍ଡୁ ଦିପିଲି ଜାକେଦ୍ ଏଟାଃକ ନାଗେନ୍ତେ ଆପେୟାଃ ଦୁଲାଡ଼୍ ସବେନ୍ ଇମ୍ତା ତାଇନ୍କା । ଏନାରେ ଆପେୟାଃ ଆସ୍ରାକାଦ୍ ସବେନାଃ ପୁରାଅଃଆ ।12ଆପେ କୁଢ଼ି ହବାଅଃପେ ମେନ୍ତେ ଆଲେ କାଲେ ସାନାଙ୍ଗ୍ତାନା, ମେନ୍ଦ ବିଶ୍ୱାସ୍ରେ ପକ୍ତାକାନ୍କକେ ଆଡଃ ଧିରାଜ୍ରେ ତାଇନ୍ତାନ୍ ହଡ଼କକେ ଅତଙ୍ଗ୍କପେ, ଆଡଃ ପାର୍ମେଶ୍ୱାର୍ ବାନାର୍ସା ଏମାକାଦ୍ ସବେନ୍ ବିଷାଏ ନାମେପେ ।