ଅନ୍ୟମାନେ
1ହେ ନାରୀଗଣ ମଧ୍ୟରେ ପରମସୁନ୍ଦରୀ,ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି?ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜି ପାରିବା,ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି କୁହ?କନ୍ୟା
2ମୋହର ପ୍ରିୟତମ ଆପଣା ଉଦ୍ୟାନକୁ,ସୁଗନ୍ଧି ଲତାର କିଆରିକୁ,ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଅଛନ୍ତି।3ମୁଁ ଆପଣା ପ୍ରିୟତମଙ୍କର ଓ ମୋʼ ପ୍ରିୟତମ ମୋହର;ସେ କଇଁଫୁଲ ବନରେ ଆପଣା ପଲ ଚରାନ୍ତି।ବର
4ହେ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ,ଯିରୂଶାଲମ ପରି ଶୋଭାବତୀ,ଧ୍ୱଜାଧାରୀ ସୈନ୍ୟ ପରି ଭୟଙ୍କରୀ।5ତୁମ୍ଭେ ମୋʼ ଆଡ଼ୁ ଆପଣା ଆଖି ଫେରାଅ,କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି।ତୁମ୍ଭର କେଶ ଗିଲୀୟଦ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।6ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ;ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି,ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।7ତୁମ୍ଭ ଓଢ଼ଣା ତଳେ ତୁମ୍ଭର ଗାଲ ଡାଳିମ୍ବଖଣ୍ଡ ସଦୃଶ।8ଷାଠିଏ ରାଣୀ ଓ ଅଶୀ ଉପପତ୍ନୀଓ ଅସଂଖ୍ୟ ଯୁବତୀ ଅଛନ୍ତି।9ମାତ୍ର ମୋʼ କପୋତୀ, ମୋʼ ଶୁଦ୍ଧମତି ଅଦ୍ୱିତୀୟା;ସେ ଆପଣା ମାତାର ଏକମାତ୍ର;ସେ ଆପଣା ଗର୍ଭଧାରିଣୀର ମନୋନୀତା।କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ;ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।10ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା,ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ,ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା,ଧ୍ୱଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ?କନ୍ୟା
11ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ,ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁଓ ଡାଳିମ୍ବ ଫୁଲ ଧରିଅଛି କି ନାହିଁ,ଦେଖିବାକୁ ଆକ୍ରୋଟ୍ ଉଦ୍ୟାନକୁ ଗଲି।12ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣମୋʼ ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା।ଅନ୍ୟମାନେ
13ହେ ଶୂଲମିୟେ, ଫେର, ଫେର;ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର।ବରମହନୟିମସ୍ଥ ନୃତ୍ୟକୁ ଯେପରି,ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ?