ଗୀତସଂହିତା92ory_irv

ଧନ୍ୟବାଦ ସ୍ତୁତି

ଗୀତ: ବିଶ୍ରାମବାର ନିମିତ୍ତକ ଗୀତ।

1ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ,ହେ ସର୍ବୋପରିସ୍ଥ, ତୁମ୍ଭ ନାମରେ ପ୍ରଶଂସା ଗାନ କରିବାର,2ପୁଣି, ଦଶତାର-ଯନ୍ତ୍ର ଓ ନେବଲରେ,ବୀଣାର ଗମ୍ଭୀର ଧ୍ୱନିରେ,3ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାଓ ପ୍ରତି ରାତ୍ରି ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ।4ଯେହେତୁ ହେ ସଦାପ୍ରଭୋ, ତୁମ୍ଭେ ନିଜ କର୍ମରେ ମୋତେ ଆନନ୍ଦିତ କରିଅଛ;ମୁଁ ତୁମ୍ଭର ହସ୍ତକୃତ କର୍ମରେ ଜୟଧ୍ୱନି କରିବି।5ହେ ସଦାପ୍ରଭୋ, ତୁମ୍ଭର କର୍ମସବୁ କିପରି ମହତ!ତୁମ୍ଭର ସଂକଳ୍ପସବୁ ଅତି ଗଭୀର।6ଜ୍ଞାନହୀନ ଲୋକ ଜାଣେ ନାହିଁ;କିଅବା ନିର୍ବୋଧ ଲୋକ ଏହା ବୁଝେ ନାହିଁ;7ଯେତେବେଳେ ଦୁଷ୍ଟଗଣ ତୃଣ ପରି ଅଙ୍କୁରିତଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି,ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ ସେପରି ହୁଏ।8ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ ଊର୍ଦ୍ଧ୍ୱବାସୀ।9କାରଣ ହେ ସଦାପ୍ରଭୋ, ଦେଖ, ତୁମ୍ଭ ଶତ୍ରୁଗଣ,ଦେଖ, ତୁମ୍ଭର ଶତ୍ରୁଗଣ ବିନଷ୍ଟ ହେବେ;ଅଧର୍ମାଚାରୀ ସମସ୍ତେ ଚ୍ଛିନ୍ନଭିନ୍ନ ହେବେ।10ମାତ୍ର ତୁମ୍ଭେ ଅରଣା ଷଣ୍ଢର ଶୃଙ୍ଗ ପରି ମୋହର ଶୃଙ୍ଗ ଉନ୍ନତ କରିଅଛ;ମୁଁ ନୂତନ ତୈଳରେ ଅଭିଷିକ୍ତ ହୋଇଅଛି।11ମୋʼ ଶତ୍ରୁଗଣ ଉପରେ ମୋହର ବାଞ୍ଛା ସଫଳହେବାର ମୋହର ଚକ୍ଷୁ ଦେଖିଅଛି,ମୋʼ ବିରୁଦ୍ଧରେ ଉଠିବା କୁକର୍ମକାରୀମାନଙ୍କ ଉପରେମୋହର ବାଞ୍ଛା ସଫଳ ହେବାର ମୋହର କର୍ଣ୍ଣ ଶୁଣିଅଛି।12ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ;ସେ ଲିବାନୋନରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ।13ଯେଉଁମାନେ ସଦାପ୍ରଭୁଙ୍କ ଗୃହରେ ରୋପିତ ହୁଅନ୍ତି,ସେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ ହେବେ।14ସେମାନେ ବୃଦ୍ଧ ବୟସରେ ହେଁ ଫଳ ଉତ୍ପନ୍ନ କରିବେ;ସେମାନେ ରସ ଓ ତେଜରେ ପୂର୍ଣ୍ଣ ହେବେ;15ତଦ୍ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥିକ, ଏହା ପ୍ରକାଶିତ ହେବ;ସେ ମୋହର ଶୈଳ ଓ ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।