ଗୀତସଂହିତା44ory_irv
ସୁରକ୍ଷା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍।
1ହେ ପରମେଶ୍ୱର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ,ତାହା ଆମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛୁ ଓ ସେମାନେତାହା ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।2ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ୱହସ୍ତରେ ତଡ଼ିଦେଇସେମାନଙ୍କୁ ରୋପଣ କରିଥିଲ;ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ କରିଥିଲ।3କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ,କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ;ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭରଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।4ହେ ପରମେଶ୍ୱର, ତୁମ୍ଭେ ମୋହର ରାଜା ଅଟ;ପୁଣି ତୁମ୍ଭେ ଯାକୁବ ପକ୍ଷରେ ମୁକ୍ତିର ଆଜ୍ଞା ଦିଅ।5ତୁମ୍ଭ ଦ୍ୱାରା ଆମ୍ଭେମାନେ ବିପକ୍ଷଗଣକୁ ତଳେ ପକାଇବା;ତୁମ୍ଭ ନାମ ଦ୍ୱାରା ଆମ୍ଭେମାନେ ଆପଣା ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ଦଳି ପକାଇବା।6ଯେହେତୁ ମୁଁ ଆପଣା ଧନୁରେ ନିର୍ଭର କରିବି ନାହିଁ,କିଅବା ମୋʼ ଖଡ୍ଗ ମୋତେ ଉଦ୍ଧାର କରିବ ନାହିଁ।7ମାତ୍ର ତୁମ୍ଭେ ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛଓ ଆମ୍ଭମାନଙ୍କ ଘୃଣାକାରୀମାନଙ୍କୁ ଲଜ୍ଜିତ କରିଅଛ।8ଆମ୍ଭେମାନେ ସାରାଦିନ ପରମେଶ୍ୱରଙ୍କଠାରେ ଦର୍ପ କରିଅଛୁଓ ଅନନ୍ତକାଳ ତୁମ୍ଭ ନାମର ଧନ୍ୟବାଦ କରିବା। [ସେଲା]9ମାତ୍ର ଏବେ ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛଓ ଆମ୍ଭମାନଙ୍କୁ ଅପମାନଗ୍ରସ୍ତ କରିଅଛ;ପୁଣି, ଆମ୍ଭମାନଙ୍କ ସୈନ୍ୟ ସଙ୍ଗରେ ଗମନ କରୁ ନାହଁ।10ତୁମ୍ଭେ ବିପକ୍ଷମାନଙ୍କ ନିକଟରୁ ଆମ୍ଭମାନଙ୍କୁ ଫେରାଇଦେଉଅଛ ଓ ଆମ୍ଭମାନଙ୍କ ଘୃଣାକାରୀଗଣ ଆପଣାମାନଙ୍କ ନିମନ୍ତେଆମ୍ଭମାନଙ୍କୁ ଲୁଣ୍ଠନ କରୁଅଛନ୍ତି।11ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ ଆମ୍ଭମାନଙ୍କୁ ସମର୍ପଣ କରିଅଛଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛ।12ତୁମ୍ଭେ ଆପଣା ଲୋକମାନଙ୍କୁ ବିନାମୂଲ୍ୟରେ ବିକ୍ରୟ କରୁଅଛଓ ସେମାନଙ୍କ ମୂଲ୍ୟ ଦ୍ୱାରା ଆପଣା ଧନ ବୃଦ୍ଧି କରି ନାହଁ।13ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥଲୋକମାନଙ୍କର ହାସ୍ୟାସ୍ପଦ ଓ ଉପହାସର ପାତ୍ର କରୁଅଛ।14ତୁମ୍ଭେ ଆମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଗଳ୍ପରବିଷୟ ଓ ଜନବୃନ୍ଦ ମଧ୍ୟରେ ମୁଣ୍ଡହଲାର କାରଣ କରିଅଛ।15ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି,ଶତ୍ରୁ ଓ ପ୍ରତିହିଂସକ ସକାଶୁ,16ସାରାଦିନ ମୋʼ ଅପମାନ ମୋʼ ସମ୍ମୁଖରେ ଥାଏଓ ମୋʼ ମୁଖର ଲଜ୍ଜା ମୋତେ ଢାଙ୍କିଅଛି।17ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପିଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମବିଷୟରେ ଅସତ୍ୟ ବ୍ୟବହାର କରି ନାହୁଁ।18ତୁମ୍ଭେ ଆମ୍ଭମାନଙ୍କୁ ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣଓ ମୃତ୍ୟୁୁଚ୍ଛାୟାରେ ଆଚ୍ଛନ୍ନ କରିଅଛ ବୋଲି19ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ,କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ ହୋଇ ନାହିଁ।20ଯଦି ଆମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମପାସୋରିଥାଉ, ଅବା କୌଣସି ଅନ୍ୟ ଦେବତା ଆଡ଼େ ହସ୍ତ ପ୍ରସାରିଥାଉ;21ତେବେ ପରମେଶ୍ୱର କି ତାହା ଅନୁସନ୍ଧାନ କରିବେ ନାହିଁ?କାରଣ ସେ ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି।22ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ ହେଉଅଛୁ;ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷ ତୁଲ୍ୟ ଗଣିତ ହେଉଅଛୁ।23ଜାଗ, ହେ ପ୍ରଭୋ, ତୁମ୍ଭେ କାହିଁକି ନିଦ୍ରିତ ହେଉଅଛ?ଉଠ, ଆମ୍ଭମାନଙ୍କୁ ସଦାକାଳ ଦୂର କର ନାହିଁ।24ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ,ପୁଣି, ଆମ୍ଭମାନଙ୍କ କ୍ଳେଶ ଓ ଦୌରାତ୍ମଭୋଗ ବିସ୍ମୃତ ହେଉଅଛ?25କାରଣ ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ;ଆମ୍ଭମାନଙ୍କ ଉଦର ଭୂମିରେ ଲାଗୁଅଛି।26ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ଉଠ ଓ ଆପଣାସ୍ନେହପୂର୍ଣ୍ଣ କରୁଣା ସକାଶୁ ଆମ୍ଭମାନଙ୍କୁ ମୁକ୍ତ କର।