ଗୀତସଂହିତା24ory_irv
ମହାନ ରାଜା
ଦାଉଦଙ୍କର ଗୀତ।
1ପୃଥିବୀ ଓ ତହିଁର ପୂର୍ଣ୍ଣତା,ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।2କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତିଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।3କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ?ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?4ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ;ଯାହାର ମନ ଅସାରତା ପ୍ରତି ଉଠି ନାହିଁ,ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।5ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।6ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି,ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। [ସେଲା]7ହେ ନଗରଦ୍ୱାରସକଳ, ମସ୍ତକ ଟେକ;ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ;ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।8ଗୌରବମୟ ରାଜା କିଏ?ବଳବାନ ଓ ବୀର ସଦାପ୍ରଭୁ,ସଂଗ୍ରାମରେ ବୀର ସଦାପ୍ରଭୁ।9ହେ ନଗରଦ୍ୱାରସକଳ, ମସ୍ତକ ଟେକ;ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ;ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।10ଏହି ଗୌରବମୟ ରାଜା କିଏ?ବାହିନୀଗଣର ସଦାପ୍ରଭୁ,ସେ ଗୌରବମୟ ରାଜା ଅଟନ୍ତି। [ସେଲା]