ଗୀତସଂହିତା142ory_irv

ସହାୟତା ପାଇଁ ପ୍ରାର୍ଥନା

ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍‍; ପ୍ରାର୍ଥନା।

1ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ;ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;2ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ;ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ।3ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହେବା ବେଳେତୁମ୍ଭେ ମୋହର ମାର୍ଗ ଜାଣିଲ।ମୋʼ ଗମନ ପଥରେ ସେମାନେ ମୋʼ ପାଇଁଗୋପନରେ ଫାନ୍ଦ ପାତିଅଛନ୍ତି।4ମୋʼ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ;ମୋତେ ଜାଣିବା ଲୋକ କେହି ନାହିଁ;ମୋହର ଆଶ୍ରୟ ବିନଷ୍ଟ ହୋଇଅଛି;ମୋʼ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ।5ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ;ମୁଁ କହିଲି, ତୁମ୍ଭେ ମୋହର ଆଶ୍ରୟ,ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ।6ମୋʼ କାକୂକ୍ତିରେ ମନୋଯୋଗ କର;କାରଣ ମୁଁ ଅତି ଅଧୋନତ ହୋଇଅଛି;ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର;କାରଣ ସେମାନେ ମୋʼ ଅପେକ୍ଷା ବଳବାନ।7କାରାଗାରରୁ ମୋʼ ପ୍ରାଣ ଉଦ୍ଧାର କର,ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି;ଧାର୍ମିକମାନେ ମୋତେ ବେଷ୍ଟନ କରିବେ;କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।