ଗୀତସଂହିତା127ory_irv

ମଙ୍ଗଳମୟ ସଦାପ୍ରଭୁଙ୍କ ସ୍ତୁତି

ଆରୋହଣ ଗୀତ; ଶଲୋମନଙ୍କ ରଚିତ।

1ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି,ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି;ଯଦି ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ।2ତୁମ୍ଭେମାନେ ଯେ ପ୍ରଭାତରେ ଉଠଓ ଏତେ ବିଳମ୍ବରେ ବିଶ୍ରାମ କର,ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମ୍ଭମାନଙ୍କ ପକ୍ଷରେ ବୃଥା।କାରଣ ସେହି ପ୍ରକାରେ ସଦାପ୍ରଭୁ ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି।3ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାରଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର4ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ।5ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ;ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେଲଜ୍ଜିତ ହେବେ ନାହିଁ।