ସୋଫର - ଅଧିକ ମନ୍ଦ ଆବଶ୍ୟକ
1ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା,2“ଏତେ କଥାର କି କିଛି ଉତ୍ତର ଦିଆଯିବ ନାହିଁ?ଓ ବକୁଆ ଲୋକ କʼଣ ନିର୍ଦ୍ଦୋଷ ଗଣାଯିବ?3ତୁମ୍ଭର ଦର୍ପ କʼଣ ଲୋକମାନଙ୍କୁ ନୀରବ କରିବ?ଓ ତୁମ୍ଭେ ପରିହାସ କଲେ, କେହି କʼଣ ତୁମ୍ଭକୁ ଲଜ୍ଜିତ କରିବ ନାହିଁ?4କାରଣ ତୁମ୍ଭେ କହୁଅଛ, ‘ମୋହର ବାକ୍ୟ ଶୁଦ୍ଧ,ମୁଁ ତୁମ୍ଭ ଦୃଷ୍ଟିରେ ଶୁଚି।’5ମାତ୍ର ଆହା, ଯେବେ ପରମେଶ୍ୱର କଥା କହନ୍ତେଓ ତୁମ୍ଭ ପ୍ରତିକୂଳରେ ଆପଣା ଓଷ୍ଠାଧର ଫିଟାନ୍ତେ;6ପୁଣି, ଜ୍ଞାନର ନିଗୂଢ଼ ତତ୍ତ୍ୱ,ଅର୍ଥାତ୍, ତହିଁର ବହୁବିଧ ଫଳଦାୟକ କର୍ମଣ୍ୟତା ତୁମ୍ଭକୁ ଜ୍ଞାତ କରାନ୍ତେ!ଏହେତୁ ଜାଣ ଯେ, ପରମେଶ୍ୱର ତୁମ୍ଭ ଅପରାଧ ଅପେକ୍ଷା ଊଣା ପରିଶୋଧ ତୁମ୍ଭଠାରୁ ନେଉଅଛନ୍ତି।7ତୁମ୍ଭେ କʼଣ ଅନୁସନ୍ଧାନ ଦ୍ୱାରା ପରମେଶ୍ୱରଙ୍କୁ ପାଇ ପାର?ତୁମ୍ଭେ କʼଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ୱ ପାଇ ପାର?8ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର?ପାତାଳଠାରୁ ଗଭୀର; ତୁମ୍ଭେ କଅଣ ଜାଣିପାର?9ତହିଁର ପରିମାଣ ପୃଥିବୀ ଅପେକ୍ଷା ଦୀର୍ଘଓ ସମୁଦ୍ର ଅପେକ୍ଷା ପ୍ରଶସ୍ତ।10ଯଦି ପରମେଶ୍ୱର ଚାଲିଯାʼନ୍ତି ଓ ବନ୍ଦ କରନ୍ତିଓ ବିଚାର ସଭାକୁ ଡାକନ୍ତି, ତେବେ କିଏ ତାହାଙ୍କୁ ବାରଣ କରିପାରେ?11କାରଣ ସେ ଅସାର ଲୋକଙ୍କୁ ଜାଣନ୍ତି;ସେ ଆଲୋଚନା ନ କରି ହିଁ ଅଧର୍ମ ଦେଖନ୍ତି।12ଜଣେ ଅସାର ମନୁଷ୍ୟ ବୁଦ୍ଧିବାନ ହୋଇ ପାରିବ,କିନ୍ତୁ ଯେବେ ବନ୍ୟ ଗର୍ଦ୍ଦଭଶାବକ ମନୁଷ୍ୟକୁ ଜାତ କରିବ।13ଯଦି ତୁମ୍ଭେ ଯଥାର୍ଥ ରୂପେ ଆପଣା ଅନ୍ତଃକରଣ ସୁସ୍ଥିର କରିତାହାଙ୍କ ଆଡ଼େ ଆପଣା ହସ୍ତ ବିସ୍ତାର କର;14ଯଦି ତୁମ୍ଭ ହସ୍ତରେ ଅଧର୍ମ ଥାଏ, ତାହା ଦୂର କରିଦିଅଓ ଅଧର୍ମକୁ ତୁମ୍ଭ ତମ୍ବୁରେ ବାସ କରିବାକୁ ନ ଦିଅ;15ତେବେ ତୁମ୍ଭେ ନିଶ୍ଚୟ କଳଙ୍କରହିତ ହୋଇ ଆପଣା ମୁଖ ଟେକିବ;ଆହୁରି, ତୁମ୍ଭେ ସୁସ୍ଥିର ହେବ ଓ ଭୟ କରିବ ନାହିଁ;16ତୁମ୍ଭେ ଆପଣା ଦୁଃଖ ପାସୋରି ପକାଇବ;ବହିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ;17ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ;ଅନ୍ଧକାର ଥିଲେ ହେଁ ତାହା ପ୍ରଭାତ ତୁଲ୍ୟ ହେବ।18ପୁଣି, ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ;ଆହୁରି, ତୁମ୍ଭେ ଆପଣା ଚତୁର୍ଦ୍ଦିଗ ଅନ୍ଵେଷଣ କରି ନିରାପଦରେ ବିଶ୍ରାମ କରିବ।19ମଧ୍ୟ ତୁମ୍ଭେ ଶୟନ କଲେ, କେହି ତୁମ୍ଭକୁ ଭୀତ କରିବ ନାହିଁ;ବରଞ୍ଚ ଅନେକେ ତୁମ୍ଭ ନିକଟରେ ନିବେଦନ କରିବେ।20ମାତ୍ର ଦୁଷ୍ଟମାନଙ୍କର ଚକ୍ଷୁ ନିସ୍ତେଜ ହେବଓ ସେମାନଙ୍କର ପଳାଇବାର ବାଟ ରହିବ ନାହିଁ,ଆଉ ସେମାନଙ୍କର ଭରସା ପ୍ରାଣତ୍ୟାଗରେ ପରିଣତ ହେବ।”