ଏବ୍ରୀ6
1ତେଣୁ ଆସ ଆମେ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ମୈଳିକ ଶିକ୍ଷାଗୁଡ଼ିକ ଛାଡ଼ି ଏହି ମୃତ୍ୟୁଜନକ କ୍ରିୟାକର୍ମରୁ ଫେରି, ଅନୁତାପ ଓ ଈଶ୍ୱରଙ୍କଠାରେ ବିଶ୍ୱାସ,2ନାନାଦି ଡୁବନ ସମ୍ବନ୍ଧରେ ଶିକ୍ଷା, ହସ୍ତାର୍ପଣ, ମୃତଲୋକଙ୍କର ପୁନରୁତ୍ଥାନ ଓ ଅନନ୍ତ ଦଣ୍ଡର ପୁନର୍ବାର ମୂଳଦୁଆ ସ୍ଥାପନ କରିବା ନାହିଁ ଓ ସୁପରିଣତ ଅବସ୍ଥାକୁ ଅଗ୍ରସର ହେବା,3ଈଶ୍ୱର ଅନୁମତି ଦେଲେ, ଆମେ ଅଗ୍ରସର ହେବା।4ଯେଉଁମାନେ ଥରେ ଜ୍ଞାନାଲୋକ ପାଇଅଛନ୍ତି, ସ୍ଵର୍ଗୀୟ ଦାନ ଆସ୍ୱାଦନ କରିଅଛନ୍ତି, ପବିତ୍ରଆତ୍ମାଙ୍କ ସହିତ ଭାଗୀ ହୋଇଅଛନ୍ତି,5ଯେଉଁମାନେ ଈଶ୍ୱରଙ୍କ ବାକ୍ୟର ଉତ୍ତମତା ଓ ଆଗାମୀ ଯୁଗର ପରାକ୍ରମ ଅନୁଭବ କରିଅଛନ୍ତି6ସେମାନଙ୍କର ଯଦି ପତନ ହୁଏ, ତେବେ ସେମାନଙ୍କୁ ଅନୁତାପ କରିବାକୁ ଫେରାଇ ଆଣିବା ଅସମ୍ଭବ। କାରଣ ସେମାନେ ନିଜର ସର୍ବନାଶ କରି ଈଶ୍ୱରଙ୍କ ପୁତ୍ରଙ୍କୁ ପୁଣି କ୍ରୁଶବିଦ୍ଧ କରିଅଛନ୍ତି ଏବଂ ପ୍ରକାଶ୍ୟରେ ତାହାଙ୍କର ଅବମାନନା କରିଅଛନ୍ତି।7ଯେଉଁ ଭୂମି ତା ଉପରେ ବାରମ୍ୱାର ପଡ଼ୁଥିବା ବୃଷ୍ଟିଜଳ ପାନ କରେ ଏବଂ ସେହି ଭୂମି ଚାଷ କରୁଥିବା ଲୋକଙ୍କ ପ୍ରୟୋଜନୀୟ ଫସଲ ଉତ୍ପନ୍ନ କରେ ତାହା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରେ।8କିନ୍ତୁ ଯେଉଁ ଭୂମି କଣ୍ଟାଗଛ ଓ ବାଳୁଙ୍ଗା ଉତ୍ପନ୍ନ କରେ ତାହା ମୂଲ୍ୟହୀନ ପୁଣି ତାହା ଅଭୀଶପ୍ତ ହେବାର ଆଶଙ୍କା ଥାଏ ଓ ପରିଶେଷରେ ତାହା ଦଗ୍ଧ ହେବ।9ପ୍ରିୟ ବନ୍ଧୁଗଣ, ଯଦିବା ଆମେ ଏପରି ଭାବରେ କଥା କହୁଅଛୁ, ତଥାପି ଆମର ଦୃଢ଼ ବିଶ୍ୱାସ ଅଛି ଯେ ତୁମ୍ଭମାନଙ୍କର ଅବସ୍ଥା ଆହୁରି ଉତ୍ତମ ଅର୍ଥାତ୍ ପରିତ୍ରାଣ ସହିତ ମିଳୁଥିବା ଉତ୍କୃଷ୍ଟତର ବିଷୟମାନ ତୁମମାନଙ୍କ ପାଇଁ ରହିଅଛି।10ଈଶ୍ୱର ଅନ୍ୟାୟ କରନ୍ତି ନାହିଁ; ତୁମ୍ଭମାନଙ୍କ କାର୍ଯ୍ୟ ଏବଂ ତାହାଙ୍କର ଲୋକମାନଙ୍କୁ ସାହାଯ୍ୟ କରିଥିବା ଦ୍ଵାରା ଓ କରୁଥିବା ଦ୍ଵାରା ତାହାଙ୍କ ପ୍ରତି ଯେଉଁ ପ୍ରେମ ପ୍ରଦର୍ଶନ କରିଅଛ ତାହା ସେ ଭୁଲିବେ ନାହିଁ।11ଆମେ ଚାହୁଁ ତୁମେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସେହିପ୍ରକାର ନିଷ୍ଠା ପ୍ରଦର୍ଶନ କର, ତା ହେଲେ ତୁମ ଭରସାର ନିଶ୍ଚୟତା ଉପଲବ୍ଧି କରିବ।12ଆମର ଇଚ୍ଛା ନୁହେଁ ଯେ ତୁମ୍ଭେମାନେ ଆଳସ୍ୟପରାୟଣ ହୁଅ, ମାତ୍ର ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ସହକାରେ ପ୍ରତିଶ୍ରୁତି ବିଷୟର ଅଧିକାରୀ ହୁଅନ୍ତି ସେମାନଙ୍କୁ ଅନୁକରଣ କର।
ଈଶ୍ୱରଙ୍କ ଅଟଳ ପ୍ରତିଜ୍ଞା
13ଈଶ୍ୱର ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କଲାବେଳେ, ଶପଥ କରିବାକୁ ନିଜ ଅପେକ୍ଷା ମହତ୍ତର ଆଉ କେହି ନ ଥିବାରୁ, ସେ ନିଜ ନାମରେ ଶପଥ କରିଥିଲେ,14ସେ କହିଥିଲେ, “ମୁଁ ତୁମକୁ ନିଶ୍ଚୟ ଆଶୀର୍ବାଦ କରିବି ଓ ତୁମକୁ ବହୁସଂଖ୍ୟକ ବଂଶଧର ଦେବି।”15ଏହିରୂପେ ଅବ୍ରହାମ ଧୈର୍ଯ୍ୟ ସହକାରେ ଅପେକ୍ଷା କଲାପରେ, ପ୍ରତିଶ୍ରୁତି ବିଷୟ ଲାଭ କଲେ।16ମନୁଷ୍ୟମାନେ ଶପଥ କଲାବେଳେ ନିଜ ଅପେକ୍ଷା ଶ୍ରେଷ୍ଠ ନାମରେ ଶପଥ କରିଥାଆନ୍ତି, ଏବଂ କୁହାଯାଇଥିବା ବିଷୟ ଶପଥ ଦ୍ଵାରା ଦୃଢ଼ୀଭୂତ ହୋଇ ସମସ୍ତ ବାଦପ୍ରତିବାଦର ଅବସାନ ଘଟାଏ।17ସେହିରୂପେ, ପ୍ରତିଜ୍ଞାତ ବିଷୟର ଅଧିକାରୀମାନଙ୍କ ନିକଟରେ ଈଶ୍ୱର ନିଜର ଅପରିବର୍ତ୍ତନୀୟ ସଂକଳ୍ପର ବୈଶିଷ୍ଟ୍ୟ ଅଧିକ ସ୍ପଷ୍ଟଭାବେ ଜଣାଇବାକୁ ଚାହିଁଥିଲେ, ତେଣୁ ସେ ପ୍ରତିଜ୍ଞା ସହ ଶପଥ ଯୋଗ କଲେ।18ଈଶ୍ୱର ଏପରି କରିବାର କାରଣ ହେଉଅଛି, ଯାହା ତାହାଙ୍କ ପକ୍ଷେ ଅନ୍ୟଥା କରିବା ଅସମ୍ଭବ ସେହି ଦୁଇଟି ବିଷୟ ଦ୍ଵାରା ଯେପରି ଆମେ ଅର୍ଥାତ୍ ଯେଉଁମାନେ ଆଶ୍ରୟ ପାଇଁ ଦୈଡ଼ି ଆସିଅଛୁ, ଆମ ସମ୍ମୁଖରେ ଥିବା ଭରସା ଲାଭ କରିବାକୁ ବିଶେଷ ଉତ୍ସାହ ପାଇବୁ।19ସେହି ଭରସା ଆମ ମନର ଲଙ୍ଗରସ୍ଵରୂପ ଏହି ଭରସା ବିଚ୍ଛେଦପର୍ଦାର ଅନ୍ତରାଳରେ ଥିବା ଆଭ୍ୟନ୍ତରୀଣ ପବିତ୍ରଧାମରେ ପ୍ରବେଶ କରି ତାହା ଦୃଢ଼ ଓ ଅଟଳ ରହେ।20ସେଠାରେ ଯୀଶୁ, ଆମର ଅଗ୍ରଣୀରୂପେ, ଆମ ପକ୍ଷରୁ ପ୍ରବେଶ କରିଅଛନ୍ତି। ସେ ମଲ୍କୀଷେଦକଙ୍କ ପଦବିଶିଷ୍ଟ ହୋଇ, ଚିରକାଳୀନ ମହାଯାଜକ ହୋଇଅଛନ୍ତି।Biblica, Inc.