ଦ୍ୱିତୀୟ ଥେସଲନୀକୀୟ1
1ପାଉଲ, ଶୀଲା ଓ ତୀମଥିଙ୍କ
ନିକଟରୁ ଆମର ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆଶ୍ରିତ ଥେସଲନିକୀୟ ମଣ୍ଡଳୀକୁ ଅଭିବାଦନ:2ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ବିରାଜୁ।
ନିକଟରୁ ଆମର ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆଶ୍ରିତ ଥେସଲନିକୀୟ ମଣ୍ଡଳୀକୁ ଅଭିବାଦନ:2ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ବିରାଜୁ।
ଧନ୍ୟବାଦ ଓ ପ୍ରାର୍ଥନା
3ହେ ଭାଇ ଓ ଭଉଣୀମାନେ, ତୁମ୍ଭମାନଙ୍କନିମନ୍ତେ ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରିବା ଆମର ଉଚିତ ଏବଂ ଏହା କରିବା ମଧ୍ୟ ଯଥାର୍ଥ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ଏବଂ ପରସ୍ପର ପ୍ରତି ତୁମ ପ୍ରତ୍ୟେକର ପ୍ରେମ ବୃଦ୍ଧି ଲାଭ କରୁଅଛି।4ତୁମ୍ଭେମାନେ ଯେଉଁ ନିର୍ଯ୍ୟାତନା ଓ ପରୀକ୍ଷା ସହ୍ୟ କରୁଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କ ଧୈର୍ଯ୍ୟ ଓ ବିଶ୍ୱାସ ବିଷୟରେ ଆମେ ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଦର୍ପ କରିଥାଉ।5ଈଶ୍ୱରଙ୍କ ବିଚାର ଯେ ଯଥାର୍ଥ, ଏହା ତାହାର ପ୍ରମାଣ ଏବଂ ଫଳ ସ୍ଵରୂପେ ତୁମ୍ଭେମାନେ ଈଶ୍ୱରଙ୍କ ଯେଉଁ ରାଜ୍ୟ ପାଇଁ ଦୁଃଖଭୋଗ କରୁଅଛ, ତାହାରି ନିମନ୍ତେ ଯୋଗ୍ୟ ବିବେଚିତ ହେବ।6ଈଶ୍ୱର ନ୍ୟାୟବାନ୍ ତେଣୁ ଯେଉଁମାନେ ତୁମ୍ଭମାନଙ୍କୁ କ୍ଳେଶ ଦେଉଅଛନ୍ତି ପ୍ରତିଫଳ ରୂପେ ସେ ସେମାନଙ୍କୁ କ୍ଳେଶ ଦେବେ7ଏବଂ ତୁମେ ଯେଉଁମାନେ କ୍ଳେଶ ଭୋଗ କରୁଅଛ, ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ମଧ୍ୟ ବିଶ୍ରାମ ଦେବେ। ଯେଉଁଦିନ ପ୍ରଭୁ ଯୀଶୁ ଜ୍ୱଳନ୍ତ ଅଗ୍ନିଶିଖାରେ ଆପଣାର ପରାକ୍ରମୀ ଦୂତମାନଙ୍କ ସଙ୍ଗରେ ସ୍ଵର୍ଗରୁ ପ୍ରକାଶମାନ ହେବେ ସେହିଦିନ ଏହା ହେବ।8ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ସ୍ୱୀକାର କରନ୍ତି ନାହିଁ ସେ ସେମାନଙ୍କୁ ଦଣ୍ଡ ଦେବେ।9ସେମାନେ ଅନନ୍ତକାଳ ବିନଷ୍ଟ ହେବାକୁ ଦଣ୍ଡଭୋଗ କରିବେ ଏବଂ ପ୍ରଭୁଙ୍କ ସାକ୍ଷାତରୁ ଓ ତାହାଙ୍କ ପରାକ୍ରମର ମହିମାରୁ ଦୂରୀକୃତ ହେବେ।10ଯେଉଁଦିନ ସେ ଆପଣାର ପବିତ୍ର ଲୋକମାନଙ୍କ ମଧ୍ୟରେ ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରୁଥିବା ସମସ୍ତଙ୍କ ମଧ୍ୟରେ ବିସ୍ମୟ ଭାଜନ ହେବାକୁ ଆସିବେ ସେହିଦିନ ଏହା ହେବ। ଆମର ସାକ୍ଷ୍ୟ ବିଶ୍ୱାସ କରିଥିବାରୁ ତୁମ୍ଭେମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଟ।11ଆମ୍ଭମାନଙ୍କ ଈଶ୍ୱର ଯେପରି ତୁମ୍ଭମାନଙ୍କୁ ତାହାଙ୍କ ଆହ୍ଵାନର ଯୋଗ୍ୟ ହେବାକୁ ଗଣ୍ୟ କରନ୍ତି, ଏବଂ ତୁମ୍ଭମାନଙ୍କର ସମସ୍ତ ସତ୍ ଅଭିପ୍ରାୟକୁ ଓ ବିଶ୍ୱାସ ପ୍ରଶୋଦିତ କାର୍ଯ୍ୟକୁ ତାହାଙ୍କର ଶକ୍ତି ଦ୍ଵାରା ସଫଳ କରନ୍ତି, ଏହି ଲକ୍ଷ୍ୟରେ ଆମେ ସର୍ବଦା ତୁମ୍ଭମାନଙ୍କନିମନ୍ତେ ପ୍ରାର୍ଥନା କରୁ।12ଆମର ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ତୁମ୍ଭମାନଙ୍କଠାରେ ପ୍ରଭୁ ଯୀଶୁଙ୍କ ନାମ ଯେପରି ଗୌରବାନ୍ୱିତ ହେବ ଓ ତାହାଙ୍କଠାରେ ତୁମ୍ଭେମାନେ ଗୌରବାନ୍ୱିତ ହେବ, ଏଥିପାଇଁ ଆମେ ପ୍ରାର୍ଥନା କରୁଅଛୁ।Biblica, Inc.