ପ୍ରଥମ କରିନ୍ଥୀୟ10
ଇସ୍ରାଏଲର ଇତିହାସରୁ ଚେତନାବାଣୀ
1ଭାଇମାନେ, ମୁଁ ଚାହେଁ ନାହିଁ ତୁମ୍ଭେମାନେ ଏ ବିଷୟରେ ଅଜ୍ଞ ଥାଅ ଯେ, ଆମର ପିତୃପୁରୁଷ ସମସ୍ତେ ମେଘ ତଳେ ରହିଲେ ଏବଂ ସାଗର ମଧ୍ୟଦେଇ ପାରି ହେଲେ2ସେମାନେ ସମସ୍ତେ ମେଘରେ ଓ ସାଗର ଜଳରେ ମୋଶାଙ୍କ ଉଦ୍ଦେଶ୍ୟରେ ଡୁବିତ ହେଲେ।3ସେମାନେ ସମସ୍ତେ ସେହି ସମାନ ପାରମାର୍ଥୀକ ଖାଦ୍ୟ ଖାଇଲେ4ଓ ସେହି ସମାନ ପାରମାର୍ଥୀକ ଜଳ ପାନ କଲେ; କାରଣ ସେମାନଙ୍କ ସଙ୍ଗରେ ଯାଉଥିବା ପାରମାର୍ଥୀକ ଶୈଳରୁ ସେମାନେ ପାନ କଲେ, ଏବଂ ସେହି ଶୈଳ ଖ୍ରୀଷ୍ଟ ଥିଲେ।5ତଥାପି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ପ୍ରତି ଈଶ୍ୱର ସନ୍ତୁଷ୍ଟ ନ ଥିଲେ; ତେଣୁ ସେମାନେ ମଲେ ଓ ସେମାନଙ୍କର ମୃତଦେହ ମରୁପ୍ରାନ୍ତରରେ ବିକ୍ଷିପ୍ତ ହୋଇପଡ଼ିଲା।6ଏହିସମସ୍ତ ଆମ ପାଇଁ ଦୃଷ୍ଟାନ୍ତ ସ୍ଵରୂପେ ରହିଛି ଯେପରି ସେମାନଙ୍କ ତୁଲ୍ୟ ଆମେ ମନ୍ଦ ବିଷୟ ପାଇଁ ଅଭିଳାଷୀ ନ ହେଉ।7ସେମାନଙ୍କ ମଧ୍ୟରୁ କେତେକ ଯେପରି ପ୍ରତିମାପୂଜକ ହେଲେ, ତୁମ୍ଭେମାନେ ସେପରି ହୁଅ ନାହିଁ; କାରଣ ଯେପରି ଲେଖାଅଛି: “ଲୋକେ ଭୋଜନପାନ କରିବାକୁ ବସିଲେ ତା ପରେ ନାଚିବାକୁ ଉଠିଲେ।”8ସେମାନଙ୍କ ମଧ୍ୟରୁ କେତେକ ଯେପରି ଯୌନ ଅସଦାଚରଣ କଲେ, ଆମେ ସେପରି କରିବା ଉଚିତ ନୁହେଁ, ସେମାନଙ୍କ ମଧ୍ୟରୁ ଗୋଟିଏ ଦିନରେ ତେଇଶ୍ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଲେ।9ସେମାନଙ୍କ ମଧ୍ୟରୁ କେତେକ ଯେପରି ଖ୍ରୀଷ୍ଟଙ୍କୁ ପରୀକ୍ଷା କଲେ, ଆମେ ସେପରି କରିବା ଉଚିତ ନୁହେଁ ଓ ସେମାନେ ସର୍ପଦଂଶନରେ ମଲେ।10ସେମାନଙ୍କ ମଧ୍ୟରୁ କେତେକ ଯେପରି ଅଭିଯୋଗ କରିଥିଲେ, ତୁମ୍ଭେମାନେ ସେପରି କର ନାହିଁ ସେଥିଯୋଗୁଁ ସେମାନେ ସଂହାରକ ଦୂତଙ୍କ ଦ୍ଵାରା ନିହତ ହେଲେ।11ସେମାନଙ୍କ ପ୍ରତି ଏହିସବୁ ଘଟିଲା ଯେପରି ସେଗୁଡ଼ିକ ଦୃଷ୍ଟାନ୍ତସ୍ଵରୂପ ହେବ ଏବଂ ଯେଉଁମାନଙ୍କ କାଳରେ ଯୁଗଯୁଗାନ୍ତର ପୂର୍ଣ୍ଣତା ଆସିଛି, ଅର୍ଥାତ୍ ଆମ୍ଭମାନଙ୍କ ପାଇଁ ଏସବୁ ସତର୍କବାଣୀ ସ୍ଵରୂପେ ଲିଖିତ ହୋଇଛି।12ତେଣୁ, ଯଦି ଭାବୁଥାଅ ତୁମେ ଅଟଳ ରହିଛ, ଯେପରି ପତିତ ନ ହୁଅ ସେଥିପ୍ରତି ସାବଧାନ ଥାଅ!13ମନୁଷ୍ୟ ପ୍ରତି ସାଧାରଣତଃ ଯେଉଁ ପ୍ରକାର ପରୀକ୍ଷା ପ୍ରଲୋଭନ ଆସିଥାଏ ତା ଛଡ଼ା ଅନ୍ୟ କୌଣସି ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଆସି ନାହିଁ। କିନ୍ତୁ ଈଶ୍ୱର ବିଶ୍ୱସ୍ତ; ସେ ତୁମକୁ କୌଣସି ଅସହନୀୟ ପରୀକ୍ଷାର ସମ୍ମୁଖୀନ ହେବାକୁ ଛାଡ଼ି ଦେବେ ନାହିଁ। ମାତ୍ର ତୁମେ ପରୀକ୍ଷିତ ହେଲାବେଳେ, ସେ ଉଦ୍ଧାରର ପଥ ମଧ୍ୟ ଯୋଗାଇଦେବେ ଯଦ୍ଦ୍ୱାରା ତୁମେ ସହ୍ୟ କରିବାକୁ ସକ୍ଷମ ହେବ।ଦେବପ୍ରସାଦ ଓ ପ୍ରଭୁଭୋଜ
14ସେଥିପାଇଁ, ହେ ମୋର ପ୍ରିୟ ବନ୍ଧୁମାନେ, ପ୍ରତିମାପୂଜା ପରିହାର କର।15ମୁଁ ତ ବୁଦ୍ଧିସମ୍ପନ୍ନ ଲୋକଙ୍କୁ କହୁଛି; ମୁଁ ଯାହା କହୁଛି ତାହା ତୁମ୍ଭେମାନେ ନିଜେ ବିଚାର କର।16ଯେଉଁ ଆଶୀର୍ବାଦର ପାତ୍ର ପାଇଁ ଆମେ ଧନ୍ୟବାଦ ଦେଇଥାଉ ତାହା କଅଣ ଖ୍ରୀଷ୍ଟଙ୍କ ରକ୍ତରେ ସହଭାଗିତା ଲାଭ କରିବା ନୁହେଁ? ପୁଣି ଆମେ ଯେଉଁ ରୋଟୀ ଭାଙ୍ଗୁ ତାହା କଅଣ ଖ୍ରୀଷ୍ଟଙ୍କ ଶରୀରରେ ସହଭାଗିତା ଲାଭ କରିବା ନୁହେଁ?17କାରଣ ରୋଟୀ ଗୋଟିଏ ହେବାରୁ, ଆମେ ଅନେକେ ହେଲେ ମଧ୍ୟ, ଏକ ଶରୀର ସ୍ଵରୂପ ଅଟୁ, ଯେହେତୁ ଆମେ ସମସ୍ତେ ଗୋଟିଏ ରୋଟୀରେ ଅଂଶ ଗ୍ରହଣ କରୁ।18ଇସ୍ରାଏଲୀୟ ଲୋକମାନଙ୍କ ବିଷୟ ଚିନ୍ତା କର: ଯେଉଁମାନେ ବଳି ମାଂସ ଭୋଜନ କରନ୍ତି ସେମାନେ କଣ ବେଦିରେ ଅଂଶ ଗ୍ରହଣ କରନ୍ତି ନାହିଁ?19ତା ହେଲେ ପ୍ରତିମା ନିକଟରେ ଉତ୍ସର୍ଗିତ ବଳିର କିଛି ସାର ଅଛି, କିମ୍ବା ପ୍ରତିମାରେ କିଛି ସାର ଅଛି ବୋଲି କଅଣ ମୁଁ କହୁଛି?20ନା, କିନ୍ତୁ ବିଧର୍ମୀ ଲୋକଙ୍କର ବଳିସବୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହୁଏ ନାହିଁ, ପ୍ରେତାତ୍ମାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହୁଏ, ଏବଂ ତୁମ୍ଭେମାନେ ପ୍ରେତାତ୍ମାମାନଙ୍କ ସହ ଅଂଶ ଗ୍ରହଣ କର ବୋଲି ମୁଁ ଚାହେଁ ନାହିଁ।21ତୁମେ ପ୍ରଭୁଙ୍କର ପାନପାତ୍ର ଏବଂ ପ୍ରେତାତ୍ମାମାନଙ୍କର ପାନପାତ୍ର ଉଭୟରୁ ପାନ କରିପାରିବ ନାହିଁ; ତୁମେ ପ୍ରଭୁଙ୍କର ମେଜ ଏବଂ ପ୍ରେତାତ୍ମାମାନଙ୍କର ଭୋଜିମେଜ ଉଭୟରେ ଅଂଶ ଗ୍ରହଣ କରିପାରିବ ନାହିଁ।22ଆମେ କଅଣ ପ୍ରଭୁଙ୍କର ଈର୍ଷା ଉଦ୍ରେକ କରିବାକୁ ଚେଷ୍ଟା କରୁଛୁ? ଆମେ କଅଣ ତାହାଙ୍କଠାରୁ ବଳବାନ୍?ବିଶ୍ୱାସୀର ସ୍ୱାଧୀନତା
23“ସବୁକିଛି କରିବାକୁ ମୋର ସ୍ୱାଧୀନତା ଅଛି,” କିନ୍ତୁ ସବୁକିଛି ମଙ୍ଗଳଜନକ ନୁହେଁ। “ସବୁକିଛି କରିବାକୁ ମୋର ସ୍ୱାଧୀନତା ଅଛି” କିନ୍ତୁ ସବୁକିଛି ଗଠନମୂଳକ ନୁହେଁ।24କେବଳ ନିଜର ସ୍ୱାର୍ଥ କେହି ଅନ୍ୱେଷଣ ନ କରୁ, ମାତ୍ର ଅନ୍ୟମାନଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉ।25ନିଜର ବିବେକ ସକାଶେ କୌଣସି ପ୍ରଶ୍ନ ନ ଉଠାଇ ମାଂସବଜାରରେ ଯାହା ବିକ୍ରୟ ହୁଏ ତାହା ଭୋଜନ କର,26କାରଣ “ପୃଥିବୀ ଓ ତହିଁରେ ଥିବା, ସମସ୍ତ ବିଷୟ ପ୍ରଭୁଙ୍କର।”27କୌଣସି ଅବିଶ୍ୱାସୀ ଲୋକ ଯଦି ଖାଇବା ପାଇଁ ତୁମକୁ ନିମନ୍ତ୍ରିଣ କରେ ଓ ତୁମେ ଯିବାକୁ ଇଚ୍ଛା କର, ତେବେ ବିବେକ ସକାଶେ କୌଣସି ପ୍ରଶ୍ନ ନ ଉଠାଇ ତୁମ ସମ୍ମୁଖରେ ପରିବେଷଣ କରାଯାଇଥିବା ଖାଦ୍ୟ ଭୋଜନ କର।28କିନ୍ତୁ କେହି ଯଦି ତୁମକୁ କହେ, “ଏହା ବଳି ରୂପେ ଉତ୍ସର୍ଗ କରାଯାଇଛି,” ତେବେ ଯିଏ ତୁମକୁ ତାହା ଜଣାଇଲା, ଉଭୟେ ତା ସକାଶେ ଓ ବିବେକ ସକାଶେ ଖାଅ ନାହିଁ।29ମୋର କହିବାର ଅର୍ଥ ଏହି ଯେ ତୁମର ବିବେକ ନୁହେଁ, ମାତ୍ର ତାହାର ବିବେକ ସକାଶେ। କିନ୍ତୁ ମୋର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ଵାରା ନିର୍ଦ୍ଧାରିତ ହେବ?30ମୁଁ ଯଦି ଧନ୍ୟବାଦ ଅର୍ପଣ କରି ସେହି ଖାଦ୍ୟ ଭୋଜନ କରେ, ତେବେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିବା ବିଷୟ ପାଇଁ ନିନ୍ଦିତ ହେବି କାହିଁକି?31କାରଣ ତୁମ୍ଭେମାନେ ଭୋଜନ କର କି ପାନ କର କି ଯାହାକିଛି କର, ସେସବୁ ଈଶ୍ୱରଙ୍କ ଗୌରବ ପାଇଁ କର।32ଯିହୁଦୀ ହେଉ, ବା ଗ୍ରୀକ ହେଉ, ବା ଈଶ୍ୱରଙ୍କ ମଣ୍ଡଳୀର ଲୋକ ହେଉ, ତୁମେ କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ;33ମୁଁ ମଧ୍ୟ ସବୁ ଉପାୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି। କାରଣ ଅନେକେ ଯେପରି ପରିତ୍ରାଣ ପାଇବେ ଏଥିପାଇଁ ମୁଁ ନିଜର ମଙ୍ଗଳ ଅନ୍ୱେଷଣ ନ କରି ସେମାନଙ୍କର ମଙ୍ଗଳ ଅନ୍ୱେଷଣ କରୁଛି।Biblica, Inc.