1ନା଼ନୁ ମୀ ତା଼ଣା ହାନାୟି ମିଙ୍ଗେତାକି ଅ଼ଡ଼େ ୱେଣ୍ତେ କସ୍ତ ଆୟେଏ, ଈଦାଆଁ ମ଼ନତା ତୀରି କିତେଏଁ ।2ନା଼ନୁ ମିଙ୍ଗେ ଦୁକୁ ହିୟାଇଁ, ଆତିହିଁ ନା଼ନୁ ଆମ୍ବାଆରାଇଁ ଦୁକୁ ହୀଇଁ, ଏ଼ୱାଣି ପିସ୍ପେ ନାଙ୍ଗେ ଆମ୍ବାଆସି ରା଼ହାଁ ହିୟାନେସି ?3ଇଞ୍ଜାଁ ନା଼ନୁ ଆମ୍ବାଆରି ତା଼ଣାଟି ରା଼ହାଁ ପା଼ଣ୍ନାୟି ମାନେ, ଏ଼ୱାରିତା଼ଣା ନା଼ନୁ ୱା଼ହାନା ଏ଼ନିକିଁ ଦୁକୁ ବେଟାଆ଼ଅଁ, ଏ଼ଦାଆଁତାକି ନା଼ନୁ ଈ କାତା ରା଼ଚାମାଚେଏଁ, ଏ଼ନାଆଁତାକି ଇଚିହିଁ ନା଼ ରା଼ହାଁତା ମୀ ରା଼ହାଁ ଆ଼ନେ, ଏ଼ଦି ମୀ ବାରେତାକି ନା଼ ଅଣ୍ପୁ ।4ଇଚିହିଁ ହା଼ରେକା କସ୍ତ ଅ଼ଡ଼େ ହିୟାଁ କା଼ଡାତାକି ହା଼ରେକା ଦୁକୁ ତଲେ କାଣ୍ତ୍ରୁ ତ୍ରକ୍ହିହିଁ ମିଙ୍ଗେ ରା଼ଚାମାଞ୍ଜାତେଏଁ; ଏ଼ନିକିଁ ମୀରୁ ଦୁକୁ ଆ଼ଦେରି, ଏଲେକିଁ ଆ଼ଏ, ସାମା ମିଙ୍ଗେତାକି ନା଼ ଜୀୱୁନ଼ନାୟି ହା଼ରେକା ମାନେ, ଈ କାତା ମୀରୁ ଏ଼ନିକିଁ ପୁଞ୍ଜେରି ।
ମାଣ୍ସିତି ଦ଼ହ ମ୍ଣେକ୍ନାୟି
5ସାମା ଆମ୍ବାଆସି ଦୁକୁ ହୀହାମାନେସି, ଏ଼ୱାସି ନାଙ୍ଗେ ଦୁକୁ ହୀହାମାଞ୍ଜଅସି, ସାମା ବାରେତେରି ମିଙ୍ଗେ ଦୁକୁ ହୀହାମାଞ୍ଜାନେସି ନା଼ନୁ ହା଼ରେକା ଗାଡିକିହିଁ ୱେହ୍ଅଁ ।6ମୀ ବିତ୍ରାଟି ହା଼ରେକା ଲ଼କୁ ତା଼ଣାଟି ଏ଼ୱାସି ଏ଼ନି ଡଣ୍ତ ବେଟା ଆ଼ହାମାନେସି ଏ଼ୱାଣାକି ଏଚେକେଏ ସା଼ରି ।7ଏ଼ଦାଣିତାକି ଏଲେତି ଲ଼କୁ ଏଚେ଼ତା ହା଼ରେକା ଦୁକୁତା ମେଦା ହାନେସି, ଏ଼ଦାଆଁତାକି ମୀରୁ ନୀଏଁ ଏ଼ୱାଣାଇଁ ପା଼ପୁ ମ୍ଣେକ୍ହାନା ବା଼ର୍ସୁ ହୀଦୁ ।8ଇଚିହିଁ ଏ଼ୱାଣାଇଁ ଜୀୱୁ ନ଼ନାଣି ତ଼ହ୍ଦୁ ଇଞ୍ଜିଁ ବାତିମା଼ଲିମାଞ୍ଜାଇଁ ।9ଇଚିହିଁ ମୀରୁ ବାରେ କାତାତି ମା଼ନୱି ଆ଼ହିମାଞ୍ଜେରି, ଇଞ୍ଜିଁ ମିଙ୍ଗେତାକି ଏମ୍ବାତି ପାର୍ମାଣା ଏ଼ନିକିଁ ନା଼ନୁ ବେଟାଆ଼ଇଁ, ଈ ବାରେତାକି ରା଼ଚାମାଚେଏଁ ।10ଇଞ୍ଜାଁ ମୀରୁ ଆମ୍ବାଆରି ଦ଼ହ ପିହ୍ଦେରି, ନା଼ନୁ ଜିକେଏ ଏ଼ୱାଣି ଦ଼ହ ପିହ୍ଇଁ; ଇଚିହିଁ ନା଼ନୁ ଏ଼ନାଆଁ ଦ଼ହ ପିସାମାଇଁ, ଇଞ୍ଜାଁ ଏମିନି ଦ଼ହ ପିସାମାଇଁ, ଏ଼ଦାଆଁ କ୍ରୀସ୍ତତି ନ଼କିତା ମୀ ତାକି ପିସାମାଇଁ ।11ଏ଼ନିକିଁ ସୟତାନ ମାଙ୍ଗେ ଲାଗେଏ କିହାଲି ପାରୁ ବେଟାଆ଼ଏ, ଇଚିହିଁ ମା଼ର ବାରେ ତାନି ଅଣ୍ପୁତି ପୁଞ୍ଜାମାନାୟି ।ତ୍ରୟାତା ପା଼ୱୁଲ ମ଼ନତା କସ୍ତ ପା଼ଣ୍ନାୟି
12ଅ଼ଡ଼େ କ୍ରୀସ୍ତତି ନେହିଁ କାବ୍ରୁ ୱେ଼କ୍ହାଲି ତାକି ନା଼ନୁ ତ୍ରୟାତା ୱା଼ତି ଡା଼ୟୁ ପ୍ରବୁତି କାମା କିହାଲି ଦା଼ରା ଦେପି ଆ଼ହାମାଚି ଜିକେଏ,13ନା଼ନୁ ନା଼ ତାୟି ତିତସଇଁ ଏମ୍ବାଆଁ ମେହ୍ଆଲିଏ ନା଼ ଜୀୱୁ ହିତ୍ଡ଼ି ଆ଼ଆତାକି ଏ଼ୱାରି ତା଼ଣାଟି ହେଲ ବେଟାଆ଼ହାନା ମାକିଦନିୟାଁତା ହାଚେଏଁ ।କ୍ରୀସ୍ତ ତା଼ଣାଟି ଜୀଣା ଆ଼ନାୟି
14ସାମା ମାହାପୂରୁଇଁ ଜହରା ଆ଼ପେ, ଏ଼ୱାସି ବାରେବେ଼ଲା ମାଙ୍ଗେ ଅ଼ହାନା କ୍ରୀସ୍ତ ତା଼ଣା ଜୀଣାଆ଼ତି ଲେହେଁ ହାଜାମାନେସି, ଇଞ୍ଜାଁ ବାରେ ଟା଼ୟୁତା ତାନି ବୁଦି ଲେହେଁତି ଗାନ୍ଦା ମା଼ ତା଼ଣାଟି ୱେ଼କ୍ହିମାନେସି ।15ଇଚିହିଁ ଗେଲ୍ପି ଆ଼ହିମାନି ଲ଼କୁତା଼ଣା ଇଞ୍ଜାଁ ନା଼ସା ଆ଼ହିମାନି ଲ଼କୁତା଼ଣା ମା଼ର ମାହାପୂରୁ ନ଼କିତା କ୍ରୀସ୍ତତି ହା଼ରେକା ନେହିଁ ଗାନ୍ଦା ଲେହେଁ ଆ଼ହାମାନାୟି ।16ରକୱାକି ଲ଼କୁତାକି ହା଼କି ହୀନାୟି ଅ଼ଡ଼େ ରକୱାକି ଲ଼କୁତାକି ଜୀୱୁହୀନି ଲେହେଁତି ନେହିଁ ଗାନ୍ଦା ଲେହେଁ । ସାମା ଈ ବାରେ କାମା କିହାଲି ଆମ୍ବାଆସି ଆ଼ଡିନେସି ?17ହା଼ରେକା ଲ଼କୁ ବାତ୍କାଲି ତାକି ମାହାପୂରୁତି କାବ୍ରୁ ୱେ଼କ୍ହି ମାନେରି, ମା଼ମ୍ବୁ ଏ଼ୱାରିଲେହେଁ କିହିହିଲଅମି, ସାମା ତୀର୍ପୁତଲେ ମାହାପୂରୁତି ହୁକୁମି ତଲେ ତାନି ନ଼କିତା ମା଼ମ୍ବୁ କ୍ରୀସ୍ତ ତା଼ଣା ମାଞ୍ଜାନା କାତା ଜ଼ଲିମାନମି ।