ଏବ୍ରି6kfc_pwf
1ମାରି ମାଡୁ ଏଣ୍ତେସ୍କି କ୍ରିସ୍ତଦାର୍ମୁଦି ପାର୍ତୁମ୍ ବିସୟ୍କୁୱିଜୁ ଡ଼ିସ୍ସି ସତ୍ତି ମାଟେଙ୍ଗ୍ୱିଜୁ ଅଜାଦେଙ୍ଗ୍ ଆଗ୍ଡ଼ି ସନିକା ମାନାତ୍ । ମାଡୁ ଦାର୍ମୁବିସ୍ବାସ୍ତି ପାର୍ତୁମ୍ ବିସୟ୍କୁୱିଜୁ ଆତାତ୍, ତାଗ୍ଇ ପାଣିଦାନ୍ ତେବାଜି ମାପୁରୁଦିମାନୁ ବିସ୍ବାସ୍ କିନାଟ୍ ।2ଡୁବନ୍ ଅନି ବିସୟ୍ତାନ୍ ସିକ୍ୟା, କିୟୁ ମୁସ୍କୁ ପେର୍ନିକା, ପେରି ବିଚାର୍, ସାତିକାର୍ ମାରିଡ଼େସିନିଙ୍ଗିଁକା ମାରି ଏସ୍କାଙ୍ଗ୍ୱିଜିଇ ଦଣ୍ତ ୱିଜୁ ମାଟେଙ୍ଗାଁ ନିୟମ ମାରିଡ଼େସି ତିଆର୍ କିଦେଙ୍ଗ୍ ଦରକାର୍ସିଲେ ।3ମାଙ୍ଗିଁ ଇଲେଇ ଆଗ୍ଡ଼ି ସନ୍ଡ୍ରେଙ୍ଗ୍ ଆନାତ୍ । ମାପୁରୁଦି ମୁସୁକୁ ଆସା ଇଡ୍ଜି ଇକାନେ ମାଡୁ କିନାଟ୍ ।4ଏମେକାର୍ ବିସ୍ବାସ୍ ଆରାକିତାମାନାର୍, ୱାର୍ ଏତ୍କିଜି ଡ଼େସି ୱାଦେଙ୍ଗ୍ ଆଟ୍ନାର୍ ନୋ ? ୱାର୍ ଅର୍ଲେନ୍ ମାପୁରୁଦି ଜାୟ୍ତୁ ବାସାଜିମାର୍ହାର୍, ମୁସ୍କୁପୁର୍ତି ଦାନତି ସାୱି ପୋୟ୍ଜି, ପବିତ୍ରଆତ୍ମାଦିଙ୍ଗ୍ ପୋଇତା ମାର୍ହାର୍,5ୱାର୍ ମାପୁରୁଦି ନେଗି ବାକ୍ୟଦିଙ୍ଗ୍ ପୟ୍ତା ମାର୍ହାର୍ ମାରି ୱାଜିନି ଜୁଗ୍ତି ସାକ୍ତି ଏତ୍ କିତାମାର୍ହାର୍ ।6ମାରିବା ୱାର୍ ବିସ୍ବାସ୍ ଆରାକିତାମାନାର୍ । ଆଦେଙ୍ଗ୍ଁ ମାରିଡ଼େସି ଏତ୍କିନି ଉଣ୍ତିଙ୍ଗ୍ ୱାରିଙ୍ଗ୍ ଡ଼େସି ୱେର୍ତେଙ୍ଗ୍ ଆଟ୍ଇକା, ଇରିଙ୍ଗ୍ ୱାର୍ ମାପୁରୁଦି ମାରିନ୍ତିଙ୍ଗ୍ ମାରିଡ଼େସି କ୍ରୁସକାଟ୍ଦୁ ଡାକ୍ସି ୱିଜେରି ଲୋକା ଆଗ୍ଡ଼ି ସେମାର୍ କିଜିନାର୍ ।7ଇରିଙ୍ଗ୍ ଆମା ବୁମି ନିଜେଦି ମୁସ୍କୁ ଜାରିଦିଙ୍ଗ୍ଜାରି ମୁଜିତି ପିରୁଏରୁ ଉଣାତ୍, ମାରି ଆମାୱାରି ଉଣ୍ତିଙ୍ଗ୍ ଆକା ପାସି କିଆୟ୍ଆନାତ୍, ୱାରି ନେଗି ପାସି ସିନାତ୍, ଆୟା ଭୁମିଦିଙ୍ଗ୍ ମାପୁରୁ ଆର୍ସିବାଦ୍ କିନାନ୍ ।8ମାତର୍ ଆୟା ବୁମିଦୁ ଜଦି ସାମ୍ମାରାନ୍ ମାରି ଲାଟା ନେରିସ୍ କିନାତ୍, ଆର୍ତିଙ୍ଗ୍ ଆୟାତାନି ଇନି ପାଣି ତେବାଏତ୍ । ଆକା ମାପୁରୁଦି ଅବିସାପ୍ତିକା ଆନାତ୍ ମାରି ସିସୁଦୁ ନାସ୍ଟୁ ଆନାତ୍ ।9ମାତର୍ ଏ ଲାଡ୍ତିଲୋକୁ, ମାପ୍ ଜଦି ଇୟାୱାଜା ମାଟା ୱେର୍ସିନା, ମାରିବା ମି ଅବସ୍ଥା ଜେ ଆୟାତାନିମାଣୁକୁ ନେଗିକା ମାରି ପରିତ୍ରାଣଦି ୱାଲେ ମିସାତାମାନାତ୍, ଇକା ମାପ୍ ଆଟ୍ୱାଦାନ୍ ବିସ୍ବାସ୍ କିଜିନାପ୍ ।10ମାପୁରୁ ଅନ୍ୟାୟ କିଏନ୍ । ମି ପାଣି ସେବା, ବିସେସ୍ କିଜି ଆଇ ବିସ୍ବାସ୍ରିଙ୍ଗ୍ ସାହାଜ୍ୟ କିଜି ମାପୁରୁଦି ଉଣ୍ତିଙ୍ଗ୍ ମିର୍ ଆମା ଜିବନ୍ନୋନିକା ତର୍ସି ୱାଜିନିଦେର୍, ଆକା ୱାନ୍ ବାଣାଏନ୍ ।11ମା ଉନ୍ଣ୍ତ୍ରି ବଦା, ସାରାସାରି ସାନ୍ଦି ଆଇୱାରି ଉଣ୍ତିଙ୍ଗ୍ ମି ଜିବନ୍ନୋନିକା ୱିଜୁଦିନ୍ ମାନିତ୍ । ଆର୍ତିଙ୍ଗ୍, ମି ଆସା କିତିମାନି ୱିଜୁ ବିସୟ୍ ପୁରା ଆନାତ୍ ।12ଆର୍ତିଙ୍ଗ୍ ମିର୍ ଏସାଙ୍ଗ୍ ଗାଡ଼ିଆ ଆଏଣ୍ଗା ଆଟ୍ୱା ବିସ୍ବାସ୍ ମାରି ସାସ୍ମାନି ଲୋକା ୱେନ୍କାସାନ୍ଡ୍ରୁ ମାରି ମାପୁରୁ ପାର୍ମାଣ୍ କିତିମାନି ୱିଜୁ ବିସୟ୍ ପୟ୍ଦୁ ।