ବଇନ୍ ଡ ମେଣ୍ଡାଅନନ୍
1ସିଲଡ୍ଲ୍ଲନ୍ କୁର୍ସିଲୋଙନ୍ ଆତଙ୍କୁମ୍ ଆ ମନ୍ରା ଆର୍ଜଡ଼ୋମ୍ସିଗଡ୍ ଞେନ୍ ଅବୟ୍ ବଇନ୍ ଗିୟ୍ଲାୟ୍, ତିଆତେ ବାର୍ମିଡ଼ିୟ୍ତାଲନ୍ ଆଇଡିଡ୍ ଡକୋଏନ୍ ଆରି ସାତଟା ଅରବ୍ଜିଡନ୍ ବାତ୍ତେ ଆବ୍ଜିଡ୍ ଡକୋଏନ୍ ।2ଆରି, ଞେନ୍ ଅବୟ୍ ସୋଡ଼ା ରନପ୍ତିମର୍ ପାଙ୍ଲଙ୍ବର୍ମରନ୍ ଗିୟ୍ଲାୟ୍, ଆନିନ୍ ଅବ୍ସର୍ରଙ୍ଲନ୍ ବର୍ରନେ, “କେନ୍ ଅରବ୍ଜିଡଞ୍ଜି ପାଲ୍ଲେ କେନ୍ ବଇନ୍ ରୋରୋନ୍ ଆସନ୍ ଆନା ଜିଞ୍ଜିନ୍ ଡକୋ ?”3ବନ୍ଡ ରୁଆଙ୍ଲୋଙନ୍ କି ପୁର୍ତିଲୋଙନ୍ କି ପାତାଡ଼ଲୋଙନ୍ଆନ୍ନିଙ୍ ତି ଆ ବଇ ରୋଲେ ଅଃର୍ରପ୍ତିଲଜି, ଆରି ତିଆତେ ଗିୟ୍ଲେ ନିୟ୍ ଅଃର୍ରପ୍ତିଲଜି ।4ତି ଆ ବଇ ରୋରୋନ୍ ଆସନ୍ ଡ ତିଆତେ ଗିୟ୍ଗିଜନ୍ ଆସନ୍ ନିୟ୍ ଆନ୍ନିଙ୍ ଜିଞ୍ଜିନ୍ ଅଃଗିୟ୍ତାଲଞ୍ଜି, ଞେନ୍ ମୁସୁକ୍କାମଲିଁୟ୍ କି ୟେଲାୟ୍ ।5ସିଲଡ୍ଲ୍ଲନ୍ ପାପୁର୍ମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେ ଞେନ୍ଆଡଙ୍ ବର୍ରିଁୟ୍, “ୟେଡଙେ, ଗିଜା, ଦାଉଦନ୍ ଆ କେଜ୍ଜା, ଜିଉଦାନ୍ ଆ କୁତ୍ତମ୍ମାଲୋଙ୍ ସିଅଁକିଡନ୍ ଡକୋ, ଆନିନ୍ କେନ୍ ସାତଟା ଅରବ୍ଜିଡନ୍ ପାଲ୍ଲେ ବଇନ୍ ରୋରୋନ୍ ଆସନ୍ ଜିନୟ୍ଡାଲେ ଜିର୍ରାୟ୍ ।”6କୁର୍ସିନ୍, ଉଞ୍ଜି ପରାନ୍ନାନ୍ ଡ ପାପୁର୍ମରଞ୍ଜି ଆମୁକ୍କାବା ଅବୟ୍ ମେଣ୍ଡାଅନନ୍ ଆତନଙ୍ ଆଡ୍ରକୋଲନ୍ ଗିୟ୍ଲାୟ୍ । ମେଣ୍ଡାଅନନ୍ ଆର୍ରବ୍ବୁଏଞ୍ଜି ଅନ୍ତମ୍ ଗିୟ୍ତାଏନ୍, ଆ ଡେରିଙନ୍ ସାତଟା, ଅମଡନ୍ ସାତଟା ଡକୋଏନ୍, ତି ଆମଡ୍ଜି ସମ୍ପରା ପୁର୍ତିନ୍ ଅନାପ୍ପାୟନ୍ ଆଡ୍ରେନ୍ ଇସ୍ୱରନ୍ ଆ ପୁରାଡ଼ାଜି ସାତଟା ।7ମେଣ୍ଡାଅନନ୍ କୁର୍ସିଲୋଙନ୍ ଆତଙ୍କୁମନ୍ ଆ ମନ୍ରା ଆମଙ୍ ଜିର୍ରେ ଆର୍ଜଡ଼ୋମ୍ସିଗଡ୍ ସିଲଡ୍ ବଇନ୍ ପାଙେନ୍ ।8ଆନିନ୍ ବଇନ୍ ଆପ୍ରାଙେନ୍ ଆସନ୍ ଉଞ୍ଜି ପରାନ୍ନାନ୍ ଡ ବକୁଡ଼ି ଉଞ୍ଜି ପାପୁର୍ମରଞ୍ଜି ମେଣ୍ଡାଅନନ୍ ଆମୁକ୍କାବା ତୁଡ଼ୁମେଞ୍ଜି; ଡିଲେ ମନ୍ରାନ୍ ଆସିଲୋଙ୍ ତଙ୍ବୟ୍ ତଙ୍ବୟ୍ ଗଡେରାଜନ୍ ଡ ବୟ୍ଲେମରଞ୍ଜି ଆ ପାର୍ତନା ଅନ୍ତମ୍ ତରୋମ୍ମୋଡନ୍ ସୁନା ଗିଲ୍ଲଲୋଙନ୍ ଆବରିୟ୍ ଡକୋଏନ୍ ।9ଆନିଞ୍ଜି ଅବୟ୍ ରଙ୍ କନନନ୍ କନେଞ୍ଜି;“ବଇନ୍ ପାଙ୍ଲେ ଅରବ୍ଜିଡଞ୍ଜି ପାଲ୍ପାଲନ୍ ଆସନ୍ ଆମନ୍ ମା ଜିଞ୍ଜିନ୍,ଇନିଆସନ୍ଗାମେଣ୍ଡେନ୍ ଆମନ୍ ରବୁଲମ୍,ଆରି ମିଞାମ୍ନମ୍ ବାତ୍ତେ ଅଡ଼୍କୋ କେଜ୍ଜାନ୍, ଅଡ଼୍କୋ ଲଙ୍ଲଙ୍ମରଞ୍ଜି,ଡ ଅଡ଼୍କୋ ଜାତିମରଞ୍ଜି ଆମଙ୍ ସିଲଡ୍ ଇସ୍ୱରନ୍ ଆସନ୍ ମନ୍ରାଞ୍ଜି ଞିଏନ୍ ।10ଆରି ଇସ୍ୱରନ୍ଆଡଙ୍ ସନେବାନ୍ ଆସନ୍ ଆନିଞ୍ଜିଆଡଙ୍ଅବୟ୍ ରାଜ୍ୟନ୍ ଡ ରାଓଡ଼ା କେଜ୍ଜାନ୍ ଏମ୍ମେଏଞ୍ଜିଆରି ଆନିଞ୍ଜି ପୁର୍ତିଲୋଙନ୍ ରାଜାତଞ୍ଜି ।”11ଞେନ୍ ଆରି ଗିୟ୍ଲାୟ୍, କୁର୍ସିନ୍, ଆମେଙ୍ ପରାନ୍ନାଞ୍ଜି ଡ ପାପୁର୍ମରଞ୍ଜି ଏର୍ରେ ଅଜାର ଅଜାର, ଲକ୍ୟ ଲକ୍ୟ, ପାଙ୍ଲଙ୍ବର୍ମରଞ୍ଜି ଆ ସର୍ରଙ୍ ଞେନ୍ ଅମ୍ଡଙ୍ଲାୟ୍ ।12ଆନିଞ୍ଜି ସୋଡ଼ା ସର୍ରଙନ୍ ବାତ୍ତେ ବର୍ରଞ୍ଜି;“ଆର୍ରବୁଏନ୍ ଆ ମେଣ୍ଡାଅନ୍, ବୋର୍ସାନ୍,ଅନର୍ଜେନ୍, ବୁଡ୍ଡିନ୍, ରନପ୍ତିନ୍ମନାନ୍ନେନ୍, ଗନୁଗୁନ୍, ସନେଙ୍କେନ୍ ଆଞନାଙ୍ ଆସନ୍ ଜିଞ୍ଜିନ୍ ।”13ତିଆଡିଡ୍ ରୁଆଙନ୍, ପୁର୍ତିନ୍, ପାତାଡ଼ନ୍ ଡ ସମେଁୟ୍ଣ୍ଡ୍ରାଲୋଙନ୍ ଆଡ୍ରକୋତଞ୍ଜି ଅଡ଼୍କୋ ପରାନ୍ନାଞ୍ଜି ଡ ପୁର୍ତିଲୋଙନ୍ ଆଡ୍ରକୋତଞ୍ଜି ଅଡ଼୍କୋ ପରାନ୍ନାଞ୍ଜି କନନନ୍ ଆକ୍ରନେଞ୍ଜି ଞେନ୍ ଅମ୍ଡଙ୍ଲାୟ୍, ଆନିଞ୍ଜି କନେଞ୍ଜି;“କୁର୍ସିଲୋଙନ୍ ଆତଙ୍କୁମ୍ ଆ ମନ୍ରା ଡ ମେଣ୍ଡାଅନନ୍ ସନେଙ୍କେନ୍ ଡେଏତୋ,ଆନିନ୍ ମନାନ୍ନେନ୍, ଗନୁଗୁନ୍, ରନପ୍ତିନ୍ ଡ ବୋର୍ସାନ୍ ଆଏଡ଼ର୍ ଡକୋନେତୋ ।”14ଆରି ଉଞ୍ଜି ପରାନ୍ନାନ୍ ବର୍ରଞ୍ଜି, “ଆମେନ୍” ଆରି ପାପୁର୍ମରଞ୍ଜି ତୁଡ଼ୁମ୍ଲେ ଲୋମେଞ୍ଜି ।