କ୍ରିସ୍ଟାନୁମରଞ୍ଜି ଆ ତନିୟ୍ତିୟ୍
1ଏ ବୋଞାଙ୍ଜି, ତନାନ୍ଜି, ମାକିଦନିଆନ୍ ଆ ମଣ୍ଡଡ଼ିଜି ଏଙ୍ଗାଲେ ଇସ୍ୱରନ୍ ଆ ସନାୟୁମ୍ ଞାଙେଞ୍ଜି ତିଆତେ ଆମ୍ବେଞ୍ଜିଆଡଙ୍ ଏବ୍ଜନାତବେନ୍ ।2ଆନିଞ୍ଜି ବରନ୍ତଙନ୍ ଆ ଡଣ୍ଡ ବାତ୍ତେ ମନାଲ୍ମାଲନ୍ ଞାଙେଞ୍ଜି, ଆନିଞ୍ଜି ଡୋଲେୟ୍ମର୍ଜି ଜନଙ୍ଡେନ୍, ସର୍ଡାନ୍ ବାତ୍ତେ ତନିୟ୍ତିୟନ୍ ତିୟେଞ୍ଜି ।3ଇନିଆସନ୍ଗାମେଣ୍ଡେନ୍ ଞେନ୍ ସାକିନ୍ ତିୟ୍ତାୟ୍, ଆରନପ୍ତିଞ୍ଜି ସିଲଡ୍ ଆନିଞ୍ଜି ଆରି ଗୋଗୋୟ୍ ତନିୟ୍ତିୟନ୍ ତିୟେଞ୍ଜି ।4ଜିଉଦା ଗଡ଼ାଲୋଙନ୍ ଡକୋନ୍ ଇସ୍ୱରନ୍ ଆ ମନ୍ରାଜିଆଡଙ୍ ସନାୟ୍ସିନ୍ ଆସନ୍ ଆନିଞ୍ଜିଆଡଙ୍ ରୟଙନ୍ ତନିୟନ୍ ଡେଏତୋ ଗାମ୍ଲେ ଆନିଞ୍ଜି ଅମଙ୍ଲେନ୍ ବର୍ରଞ୍ଜି ।5ଆମଙଞ୍ଜି ସିଲଡ୍ ଇନ୍ଲେନ୍ ଏଃନ୍ନାସାଲନାୟ୍, ବନ୍ଡ ଇସ୍ୱରନ୍ ଆ ଇସ୍ସୁମ୍ ବାତ୍ତେ ଲୁମେଞ୍ଜି, ଆରି ଆମ୍ମୁଙ୍ ଆନିଞ୍ଜି ରମ୍ମଙ୍ ଆ ପ୍ରବୁ ଆମଙ୍ ତିୟ୍ଡମ୍ଲଞ୍ଜି, ସିଲଡ୍ଲ୍ଲନ୍ ତିକ୍କି ଅମଙ୍ଲେନ୍ ତିୟ୍ଡମ୍ଲଞ୍ଜି ।6ତିତସନ୍ କେନ୍ ଆ କାବ୍ବାଡ଼ା ଲନୁମନ୍ ଆସନ୍ ଉଲନେ, ତିଆସନ୍ କେନ୍ ଆ କାବ୍ବାଡ଼ା ଆନିନ୍ ଏଙ୍ଗାଲେ ଉଲନ୍, ଏତ୍ତେଲେମା ଅନବ୍ସୁଜ୍ଜେନ୍ ଆସନ୍ ଆନିନ୍ଆଡଙ୍ ଏବର୍ରାୟ୍ ।7ଆରି, ଡର୍ନେନ୍, ବର୍ନେନ୍, ବୁଡ୍ଡିନ୍, ଅନୁୟୁବନ୍, ଆରି ଇନ୍ଲେନ୍ ଆସନ୍ ଡନୁଙ୍ୟମ୍ବେନ୍, କେନ୍ ଅଡ଼୍କୋନ୍ ଗୋଗୋୟ୍ଡମ୍ ଅମଙ୍ବେନ୍ ଗିୟ୍ତାତେ, ଏତ୍ତେଲେମା ସନାୟୁମ୍ କାବ୍ବାଡ଼ାଞ୍ଜି ନିୟ୍ ଅମଙ୍ବେନ୍ ଗୋଗୋୟ୍ ଗିୟ୍ତାଏତୋ ।8ଞେନ୍ ଆମ୍ବେଞ୍ଜିଆଡଙ୍ ଆବ୍ରାଁୟ୍ତବେନ୍ ଅନ୍ତମ୍ ଅଃବ୍ବର୍ବେନ୍, ବନ୍ଡ ସେବା କାବ୍ବାଡ଼ାଲୋଙନ୍ ଆନ୍ନାମରଞ୍ଜି ଆନୁୟୁବ୍ ଅବ୍ଜଙ୍ଡାଲେ ଡନୁଙ୍ୟମ୍ବେନ୍ ଡିଅଙ୍ଗା ଡକୋ, ତିଆତେ ଜନନାନ୍ ଆସନ୍ ଏର୍ତାୟ୍ ଗୋୟ୍ତାୟ୍ ।9ଇନିଆସନ୍ଗାମେଣ୍ଡେନ୍ ଆମ୍ୱେଞ୍ଜି ପ୍ରବୁ ଜିସୁ କ୍ରିସ୍ଟନ୍ ଆ ସନାୟୁମ୍ ଜନା, ଆନିନ୍ ଗମାଙ୍ମର୍ ଡକୋଏନ୍ ଜନଙ୍ଡେନ୍ ଆମ୍ୱେଞ୍ଜି ଆସନ୍ ଆନିନ୍ ଡୋଲେୟ୍ମର୍ ଡେଏନ୍ ତିଆସନ୍ ଆ ଡନୋଲେଜନ୍ ବାତ୍ତେ ଆମ୍ୱେଞ୍ଜି ଗମାଙ୍ଲବେନ୍ ।10କେନ୍ ଆସନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ଞଙ୍ଞଙ୍ତବେନ୍, ତିଆତେ ଆମ୍ୱେଞ୍ଜି ଆସନ୍ ମନଙ୍ ଡେତେ; ଆମ୍ୱେଞ୍ଜି କେନ୍ ଆ କାବ୍ବାଡ଼ା ଲନୁମନ୍ ଆସନ୍ ଆମ୍ମୁଙ୍ ଏଉଲନ୍, ଆରି କେନ୍ ଆ କାବ୍ବାଡ଼ା ଲନୁମନ୍ ଆସନ୍ ଆମ୍ୱେଞ୍ଜି ମା ଆମ୍ମୁଙ୍ ଏବର୍ରନ୍;11ତିଆସନ୍ ନମି ଆମ୍ୱେଞ୍ଜି କେନ୍ ଆ କାବ୍ବାଡ଼ା ଅବ୍ସୁଜ୍ଜେବା । କାବ୍ବାଡ଼ାନ୍ ଲନୁମନ୍ ଆସନ୍ ଅନୁୟୁବ୍ବେନ୍ ଏଙ୍ଗାଲେ ଡକୋଏନ୍, କାବ୍ବାଡ଼ାନ୍ ଅନବ୍ସୁଜ୍ଜେନ୍ ଆସନ୍ ନିୟ୍ ଏତ୍ତେଲେ ମା ଲୁମ୍ବା ।12ଇନିଆସନ୍ଗାମେଣ୍ଡେନ୍ ତନିୟ୍ତିୟନ୍ ତିୟ୍ତିୟନ୍ ଏସାଜେନ୍ ଡେନ୍, ରନପ୍ତିବେନ୍ ଅନ୍ତମ୍ ଇନି ଏତିୟ୍ତେ, ଇସ୍ୱରନ୍ ତିଆତେ ଜାତବେନ୍, ରନପ୍ତିବେନ୍ ସିଲଡ୍ ଆରି ଗୋଗୋୟ୍ ତିୟ୍ବା ଗାମ୍ଲେ ଅଃବ୍ବର୍ନେ ।13ଆନ୍ନାମରଞ୍ଜି ସୁକ୍କ ଡକୋନେତଜି, ଆରି ଆମ୍ୱେଞ୍ଜି ଡଣ୍ଡବେନ୍ତୋ, ଗାମ୍ଲେ ଞେନ୍ କେନ୍ ଆ ବର୍ନେ ଅଃବ୍ବର୍ନାୟ୍,14ବନ୍ଡ ଅମଙ୍ବେନ୍ ଗୋଗୋୟ୍ ଡକୋ, ତିଆସନ୍ କରାକୁର୍ତିନ୍ ଆଡ୍ରକୋତଞ୍ଜି ଆ ମନ୍ରାଜିଆଡଙ୍ ଆମ୍ୱେଞ୍ଜି ତିୟ୍ବାଜି; ଆରି, ଆମ୍ୱେଞ୍ଜି କରାକୁର୍ତିନ୍ ଏଡ୍ରକୋତନ୍ ଆ ଡିନ୍ନା ଆନିଞ୍ଜି ଆମ୍ୱେଞ୍ଜିଆଡଙ୍ ତିୟ୍ତବେଞ୍ଜି, କେନ୍ ଏନ୍ନେଲେ ଆମ୍ୱେଞ୍ଜି ତନିୟ୍ତିୟନ୍ ବାତ୍ତେ ତର୍ଡମ୍ ଅଲ୍ସାଜବା ।15ଡରମ୍ମ ସାସ୍ତ୍ରଲୋଙନ୍ ଆଇଡିଡ୍, “ଆନା ଗୋଗୋୟ୍ ତର୍ତୁମେନ୍, ଆନିନ୍ଆତେ ଇନ୍ନିଙ୍ ଅଃଲ୍ଲାଗାଲୋ, ଆନା ଅସୋୟ୍ ତର୍ତୁମେନ୍ ଆନିନ୍ଆତେ ଅଃନ୍ନଞିଡ୍ଲୋ ।”ତିତସନ୍ ଡ ଆ ସାଙ୍ଗଞ୍ଜି
16ଇସ୍ୱରନ୍ ସନେଙ୍କେନ୍ ଡେଏତୋ, ଇନିଆସନ୍ଗାମେଣ୍ଡେନ୍ ଇନ୍ଲେନ୍ ଅନ୍ତମ୍, ତିତସନ୍ ନିୟ୍ ଆମ୍ବେଞ୍ଜିଆଡଙ୍ ସନାୟ୍ସିନ୍ ଆସନ୍ ଲଡୟ୍ତେ ।17ଆନିନ୍ ସତ୍ତର୍ ବର୍ନେଲେନ୍ ତୁମ୍ ବାତ୍ତେ ଅଃନ୍ନଡ଼େଲୋ, ବନ୍ଡ ଆନିନ୍ ଆନିନ୍ଡମ୍ ଅବ୍ନୁୟୁବ୍ଲନ୍ ଅମଙ୍ବେନ୍ ଅନିୟନ୍ ସାୟ୍ତେ ।18ଇନ୍ଲେନ୍ ଆନିନ୍ ସରିନ୍ ଆରି ଅବୟ୍ ବୋଞାଙ୍ଲେନ୍ ଏଆପ୍ପାୟ୍ତାୟ୍, ମନଙ୍ବରନ୍ ଆନପ୍ପୁଙ୍ଲୋଙ୍ ଅଡ଼୍କୋ ମଣ୍ତଡ଼ିନ୍ ଆ ମନ୍ରାଜି ଆନିନ୍ଆଡଙ୍ ଜନାଏଞ୍ଜି ।19ଆଡିୟ୍ତେନ୍ ତଡ୍, ବନ୍ଡ ପ୍ରବୁନ୍ ଆ ଗନୁଗୁ ପନେମେଙ୍ ଆସନ୍ ଡ ଅନୁୟୁବ୍ଲେନ୍ ଆ ବର୍ନେ ଅନବ୍ଜନାନ୍ ଆସନ୍, ଅଙ୍ଗା ସନାୟୁମ୍ କାବ୍ବାଡ଼ା ଇନ୍ଲେନ୍ ଏଲୁମ୍ତାୟ୍ ତିଆତେ ଆସନ୍ ଇନ୍ଲେନ୍ ସରିନ୍ ମାୟ୍ଲନ୍ ଅନିୟନ୍ ଆସନ୍ ମଣ୍ତଡ଼ିନ୍ ଆ ମନ୍ରାଜି ଆନିନ୍ଆଡଙ୍ ସେଡାଏଞ୍ଜି ।20କେନ୍ ଆ ତନିୟ୍ତିୟ୍ଜି ଆସନ୍ ଆନ୍ନିଙ୍ ଇନ୍ଲେନ୍ଆଡଙ୍ ଅବ୍ଡୋସାଡଙ୍ଲେଞ୍ଜି ତଡ୍, ଗାମ୍ଲେ ଇନ୍ଲେନ୍ ଆୟ୍ତନଲନ୍ ଏଞଣ୍ଡ୍ରମ୍ତନାୟ୍ ।21ଇନିଆସନ୍ଗାମେଣ୍ଡେନ୍ ସତ୍ତର୍ ପ୍ରବୁନ୍ ଆଗନିୟ୍ଗିୟ୍ଲୋଙ୍ ତୁମ୍ ତଡ୍, ବନ୍ଡ ମନ୍ରାଞ୍ଜି ଆଗନିୟ୍ଗିୟ୍ଲୋଙ୍ ନିୟ୍ ମନଙ୍ ଞଣ୍ଡ୍ରମ୍ନେନ୍ ଆସନ୍ ଏଇଃୟମ୍ତାୟ୍ ।22ଆରି ଅଙ୍ଗା ବୋଞାଙ୍ଆଡଙ୍ ଇନ୍ଲେନ୍ ନିୟ୍ ଆନିଞ୍ଜି ସରିନ୍ ଏଆପ୍ପାୟ୍ଲାୟ୍, ଇନ୍ଲେନ୍ ଗୋଗୋୟ୍ ତର ଆନିନ୍ଆଡଙ୍ ଏମାଲ୍ଲାୟ୍, ଆରି ଆନିନ୍ ଡର୍ନେନ୍ ବାତ୍ତେ କାବ୍ବାଡ଼ାତନ୍ ଗାମ୍ଲେ ଇନ୍ଲେନ୍ ଏଜନାଲାୟ୍, ଆରି ଆନିନ୍ ଅମଙ୍ବେନ୍ ଡର୍ତନ୍, ତିଆସନ୍ ନମି ଆନିନ୍ ଗୋଗୋୟ୍ ଉୟୁବ୍ଡମେନ୍ ।23ତିତସନ୍, ଆ ବର୍ନେ ଆନ୍ନିଙ୍ ବର୍ରବେଞ୍ଜି ଡେନ୍, ଆନିନ୍ ମରାୟ୍ନେମର୍ଞେନ୍ ଆରି ଆମ୍ୱେଞ୍ଜି ଆସନ୍ ସର୍ସି କାବ୍ବାଡ଼ାମର୍ଞେନ୍; ଆରି ଆନିନ୍ ସରିନ୍ ଆରିୟ୍ତାଞଞ୍ଜି ବୋଞାଙ୍ଲେଞ୍ଜି ଆ ବର୍ନେ ଅସମୟ୍ ଆନ୍ନିଙ୍ ବର୍ରବେନ୍ ଡେନ୍, ମଣ୍ତଡ଼ିନ୍ ଆ ମନ୍ରାଜି କେନ୍ ଆନିଞ୍ଜିଆଡଙ୍ ସେଡାଲେ ଆପ୍ପାୟ୍ଲାଜି, ଆରି କେନ୍ ଆନିଞ୍ଜି କ୍ରିସ୍ଟନ୍ ଆ ଗନୁଗୁ ପନେମେଙ୍ ଅନ୍ତମ୍ ।24ଆମଙଞ୍ଜି ଡନୁଙ୍ୟମ୍ବେନ୍ ଅବ୍ତୁୟ୍ବା, ଏତ୍ତେଲ୍ଡେନ୍ ଅଡ଼୍କୋ ମଣ୍ଡଡ଼ିନ୍ କେନ୍ ଆ ବର୍ନେଜି ଜନାତଜି, ଆରି ଆମ୍ୱେଞ୍ଜି ଆସନ୍ ଇନ୍ଲେନ୍ ଏରବ୍ସୋଡ଼ାଡମ୍ଲନାଞନ୍ ଆ ବର୍ନେ ଆଜାଡ଼ିନ୍ ମା ଗାମ୍ଲେ ଜନାତଜି ।