ସାସନ୍ କରୁମନ୍କେ ନାମ୍ବାଟା
1ସାସନ୍କାରିଆମନର୍ କାତା ସବୁ ଲକ୍ ମାନ୍ବାକେ ବାଦିଅ, କାଇକେବଇଲେ ପରମେସର୍ ଆଦେସ୍ ନ ଦେଲେ କେ ମିସା ସାସନ୍ କର୍ବାକେ ଅଦିକାର୍ ନ ପାଏ । ଗାଦିଟାନେ ରଇଲା ସାସନ୍କାରିଆମନ୍କେ ପରମେସର୍ ବସାଇଲା ଆଚେ ।2ସେଟାର୍ ପାଇ ଜେ ଗାଦିତେଇ ବସ୍ଲା ସାସନ୍କାରିଆମନ୍କେ ବିରଦ୍ କର୍ସି, ସେ ପରମେସର୍ ତିଆର୍କଲା ଗାଦିର ବିରଦ୍ କଲାନି । ଜେ ଏଟା କର୍ସି ସେ ପର୍ମେସରର୍ ବିଚାର୍ନା ଜାଗାଇ ଟିଆଅଇସି ।3ଆମର୍ ଚଲାଚଲ୍ତି ସତ୍ ରଇଲେ ସାସନ୍କାରିଆକେ ଡର୍ବାର୍ ଦର୍କାର୍ ନାଇ । କାରାପ୍ ରଇଲେ ଡର୍ବାର୍ ଆଚେ । ସାସନ୍କାରିଆମନ୍କେ ତମେ ଡର୍ବାକେ ମନ୍ କରାସ୍ ନାଇ, ସେନ୍ତାର୍ଆଲେ ନିକ କାମ୍ କରା ଆରି ସେମନ୍ ତମ୍କେ ନାମ୍ବାଇ ।4ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡାମନ୍ ଆରି ତମର୍ ନିକପାଇସେ କାମ୍ କଲାଇନି । ତମେ ଜଦି କାରାପ୍ କାମ୍ କର୍ତେରଇସା, ତେବେ ସେମନ୍କେ ଡର୍ବାର୍ ଆଚେ । କାଇକେବଇଲେ ତମ୍କେ ଡଣ୍ଡ୍ ଦେବାକେ ତାକର୍ ଅଦିକାର୍ ଆଚେ । ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡା ଆରି ଜେତ୍କି ଲକ୍ କାରାପ୍ କାମ୍ କର୍ତେରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେବାଇ ।5ସେଟାର୍ପାଇ ତମେ ସାସନ୍କାରିଆମନର୍ କାତା ମାନ୍ବାର୍ ଆଚେ । ଉଜେ ପରମେସରର୍ ଡଣ୍ଡ୍ ଡରିକରି ନାଇ, ମାତର୍ ନିଜର୍ ବୁଦିସଙ୍ଗ୍ ଏଟା ଟିକ୍ କାମ୍ ବଲି ଜାନିକରି ମିସା ଏଟା କର୍ବାର୍ ଆଚେ ।6ଏଟାର୍ପାଇ ତମେ ସିସ୍ତୁ ମିସା ଦେଲାସ୍ନି, କାଇକେବଇଲେ ସାସନ୍କାରିଆମନ୍ ଟିକ୍ସଙ୍ଗ୍ କାମ୍ କଲାବେଲେ ପରମେସରର୍ ସେବା କର୍ତେ ରଇବାଇ ।7ସେଟାର୍ ପାଇ ସେମନ୍ ଜେତ୍କି ପାଇବାର୍ ଆଚେ ସେଟା ସେମନ୍କେ ଦେଇଦିଆସ୍ । ତମେ ସିସ୍ତୁ କି ଅଡି ଜାଇଟା ଦେବାର୍ ଆଚେ, ସେଟା ବାନ୍ଦିଦିଆସ୍ ଆରି ସେମନ୍କେ ନାମିକରି ସନ୍ମାନ୍ କରା ।ନିଜର୍ ନିଜର୍ ବିତ୍ରେ ଆଲାଦ୍
8ନିଜର୍ ନିଜର୍ ବିତ୍ରେ ଆଲାଦ୍ କରାକରି ଅଇବାଟା ଚାଡି ଆରି କାଇ ବିସଇ କାର୍ ଲଗେ ମିସା ଉଦାର୍ ଉଆ ନାଇ । ଜେ ଏଟା ବିନ୍ ଲକର୍ପାଇ କର୍ସି, ସେ ନିୟମ୍ ମାନ୍ସି ।9ନିୟମ୍ତେଇ ଲେକାଅଇଲା ଆଚେ, “ବେସିଆ କାମ୍ କର୍ବାର୍ ନାଇ, ନର୍ ମାର୍ବାର୍ ନାଇ, ଚରାଇବାର୍ ନାଇ, ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ଏ ଗଟେକ୍ ଆଦେସ୍ ଜଦି ତମେ ମାନ୍ସା, ନିୟମେ ରଇବା ସବୁ ଆଦେସ୍ ମାନ୍ଲାପାରା ଅଇସି ।10କାଇକେବଇଲେ ତମେ ଗଟେକ୍ ଲକ୍କେ ଆଲାଦ୍ କର୍ତେ ରଇଲେ, କେବେ ମିସା ତାକେ ଅନିଆଇ ନ କରାସ୍ । ଆରି ତମେ ଜଦି ସେମନ୍କେ ଆଲାଦ୍ କର୍ସାବଇଲେ, ସବୁ ନିୟମ୍ ମାନିକରିଆଚାସ୍ ।11ଏବେ ତମେ ଏଟା କର୍ବାର୍ ଆଚେ । କାଇକେବଇଲେ ବେଲା କେଟ୍ଲାଆଚେ । ଆମେ ସଇରଇବା ଲକର୍ପାରା ନ ଅଇକରି ଚେତା ଅଇ ଜାଗ୍ରତ୍ ଅଇରଇବାର୍ ଆଚେ । ବିସ୍ବାସ୍ କର୍ବା ବେଲା ଆଗ୍ତୁ ରଇଲେ ମିସା ଆମର୍ ମୁକ୍ତି ପାଇବା ଦିନ୍ ଲଗେ ଅଇଆଚେ ।12ରାତି ଦାପ୍ରେ ସାରିଜାଇସିବେ, ସାକାଲ୍ ଅଇବାକେ ଗାଲାନି । ସେଟାର୍ପାଇ ଆସା, ରାତିଆ କରିରଇବା କାରାପ୍ କାମ୍ ସବୁ ଚାଡିକରି, ଉଜ୍ଲେ ଜୁଇଦ୍ କର୍ବା ଆତ୍ଆତିଆର୍ ଦାରୁ ।13ବେସିଆମନର୍ ଦଲେ ମିସ୍ବାର୍ ନାଇ, ମାତୁଆଲ୍ମନର୍ ଦଲେ ଜିବାର୍ ନାଇ, ବିନ୍ ମାଇଜିମନର୍ ସଙ୍ଗ୍ ମିସିରଇବାର୍ ନାଇ, ଲାଗାଜଡା ଅଇବାର୍ ନାଇ ଆରି ଇଁସା ଅଇବାର୍ ନାଇ । ଆମେ ଜେତ୍କି ଲକ୍ ଉଜ୍ଲେ ରଇଆଚୁ, ଟିକ୍ ସଙ୍ଗ୍ ଚଲାଚଲ୍ତି କରୁ ।14ମାପ୍ରୁ ଜିସୁକିରିସ୍ଟର୍ ଆତ୍ଆତିଆର୍ ଦାରି ରଉଁ । ଆରି ଆମର୍ ପାପର୍ ଗୁନ୍ଚଲନ୍ ନ ମାନିକରି ଆମେ ମନ୍ କର୍ବାଟା ପୁରାପୁରୁନ୍ ନ କରୁ ।