ଜିସୁ ମରିକରି ଉଟ୍ଲା
1ବିସ୍ରାମ୍ବାର୍ ସାର୍ଲା ତାର୍ ଆର୍କର୍ ଦିନେ ମଗ୍ଦଲିନି ମରିୟମ୍, ଜାକୁବର୍ ମାଆ ମରିୟମ୍ ଆରି ସଲମି, ଜିସୁର୍ ମଲା ଗାଗ୍ଡେ ଲାଗାଇବାକେ ବାସ୍ନା ଚିକନ୍ ଗେନିଆନ୍ଲାଇ ।2ରଇବାର୍ ଦିନର୍ ସାକାଲ୍ ସାକାଲ୍ ସେମନ୍ ତାର୍ ଗାଗଡ୍ ସଙ୍ଗଇଲା ଜାଗାକେ ଜାଇତେରଇଲାଇ । ସେବେଲେ ବେଲ୍ ଉଦି ଆଇତେରଇଲା ।3ସେମନ୍ ନିଜର୍ ନିଜର୍ ବିତ୍ରେ “ଜିସୁର୍ ଗାଗଡ୍ ସଙ୍ଗଇରଇଲା ମୁଆଟର୍ ବଡ୍ ଚାଚଡା ପାକ୍ନା ଆମର୍ ପାଇ କେ ଗୁଚାଇଦେଇସି ତେବେ ?” ବଲି କାତା ଅଇତେରଇଲାଇ ।4ସେମନ୍ ସେ ଜାଗାଇ କେଟିକରି ଦେକ୍ଲାବେଲେ, ଏଦେ ଦେକା ! ସେ ବଡ୍ ଚାଚଡା ପାକ୍ନା ଗୁଚିଜାଇରଇଲା ।5ସେବେଲା ସେମନ୍ ସେ ଜାଗା ବିତ୍ରେ ପୁରିକରି ଦେକ୍ଲାବେଲେ ଗଟେକ୍ ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଦବ୍ ପଚିଆ ପିନ୍ଦିରଇବା ଦାଙ୍ଗ୍ଡା, ଜିସୁର୍ ମଡ୍ ସଙ୍ଗଇରଇଲା ଜାଗାର୍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍ ବେସି ଡରିଜାଇ କାବା ଅଇଗାଲାଇ ।6ମାତର୍ ସେ ଲକ୍ ସେମନ୍କେ କଇଲା, “ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି ? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।7“ତମେ ଜାଇକରି ତାର୍ ସିସ୍ମନ୍କେ ଆରି ପିତର୍କେ ବାଇଦରେ କୁଆ, ତମେ ଜିବା ଆଗ୍ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍ସା ।” ବଲି କଇଲା ।8ସେ ମାଇଜିମନ୍ ବେସି କାବା ଅଇଜାଇ, ତର୍ତରି ଜାଇକରି ସେ ଜାଗାଇଅନି ବାରଇକରି ପାଲାଇଲାଇ ଆରି ସେମନ୍ ବେସି ଡରିଜାଇକରି କାକେ ମିସା କାଇବଲି କଅତ୍ନାଇ ।ଜିସୁ ବେସି ଲକ୍ମନ୍କେ ଦେକାଇଅଇଲା
9ଜିସୁ ମଲାଟାନେଅନି ଉଟ୍ଲା ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜନ୍ ମାଇଜିଟାନେଅନି ଜିସୁ ସାତ୍ଟା ଡୁମାମନ୍କେ କେଦିରଇଲା, ମଗ୍ଦଲିନି ନାଉଁର୍ ମରିୟମ୍କେ ପର୍ତୁମ୍ ଦେକାଇଅଇଲା ।10ସେ ମାଇଜି ତେଇଅନି ଜାଇକରି, ଦୁକ୍ଅଇ କରି କାନ୍ଦ୍ତେ ରଇଲା ଜିସୁର୍ ସିସ୍ମନ୍କେ କଇଲା,11“ଜିସୁ ମଲାତେଇଅନି ଉଟ୍ଲା ଆଚେ ଆରି ମୁଇ ତାକେ ନିଜେ ଦେକିଆଚି ।” ବଲି କଇଲା । ସିସ୍ମନ୍ ତାକେ ମୁଲ୍କେ ବିସ୍ବାସ୍ କରତ୍ ନାଇ ।ଜିସୁ ଦୁଇଟା ସିସ୍ମନ୍କେ ଦେକାଇ ଅଇଲା
12ତାର୍ପଚେ ଦୁଇଟା ସିସ୍ମନ୍ ଗଟେକ୍ ଗାଏଁ ଜିବାବେଲେ ଜିସୁ ସେମନ୍କେ ବିନ୍ ରୁପେ ଦେକାଇଅଇଲା । ସିସ୍ମନ୍ ତାକେ ଚିନି ନାପାର୍ଲାଇ ।13ସେ ଦୁଇଟା ସିସ୍ମନ୍ ବାଉଡିଆସିକରି ବିନ୍ ସିସ୍ମନ୍କେ ଏ କାତା କଇଲାଇ । ଏନ୍ତି କଇଲେ ମିସା ସିସ୍ମନ୍ ତାକର୍ କାତା ବିସ୍ବାସ୍ କରତ୍ ନାଇ ।ଜିସୁ ବେସି ଲକ୍ମନ୍କେ ଦେକାଇଅଇଲା
14ତାର୍ପଚେ ଏଗାର୍ଟା ସିସ୍ମନ୍ କାଇବାବେଲେ ଜିସୁ ସେମନ୍କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍ଲାଟା ଦେକିରଇଲା ଲକ୍ମନ୍ କଇଲା କାତା ବିସ୍ବାସ୍ ନ କରି, ସେମନର୍ ମନ୍ ଆଁଟ୍ କଲାର୍ ଲାଗି ସେମନ୍କେ ଲାଗ୍ଲା ।15ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆର୍ ଗୁଲାଇବାଟେ ଜାଇକରି ସବୁ ଲକ୍ମନ୍କେ ମର୍ ନିମାନ୍ କାତା କୁଆ ।16ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।17ଆରି ବିସ୍ବାସି ଲକ୍ମନ୍ ମର୍ ନାଉଁ ଦାରି ଡୁମାମନ୍କେ ବାର୍କରାଇ କେଦିଦେବାଇ ଆରି ନାଜାନିରଇବା ବାସାଇ କାତା ଅଇବାଇ । ଏନ୍ତି ବିସ୍ବାସ୍ କର୍ବା ଲକ୍ମନର୍ଟାନେ ଗଟେକ୍ ଚିନ୍ ପାରା ଅଇସି ।18ସେମନ୍ ନାଜାନିକରି ସାଁପ୍ ଆତେ ଦାର୍ଲେ କି ବିସ୍ କାଇଲେ ନ ମରତ୍ । ଜର୍ଦୁକାର୍ ଲକ୍ମନ୍କେ ଆତ୍ ଚିଇ କରି ପାର୍ତନା କଲେ, ସେଲକ୍ମନ୍ ନିମାନ୍ ଅଇଜିବାଇ” ବଲି କଇଲା ।ଜିସୁ ସର୍ଗେ ଗାଲା
19ମାପ୍ରୁ ଜିସୁ ଏ ସବୁ କାତା ସେମନ୍କେ କଇ ସାରାଇଲା ପଚେ, ପର୍ମେସର୍ ତାକେ ସର୍ଗେ ଦାରିଗାଲା ଆରି ପର୍ମେସର୍ ସନ୍ମାନ୍ ଜାଗାଇ ବସ୍ଲା ।20ତାର୍ପଚେ ତାର୍ ସିସ୍ମନ୍ ଜାଇକରି ଏ ଦୁନିଆର୍ ଗୁଲାଇବାଟେ ମାପ୍ରୁ ଜିସୁର୍ ନିମାନ୍ କାତା କଇଲାଇ ଆରି ମାପ୍ରୁ ତାକର୍ ସଙ୍ଗ୍ ରଇକରି କାବାଅଇଜିବା ବିନ୍ ବିନ୍ କାମ୍ କଲା । ଏନ୍ତାରି ସେମନ୍ କଇବା କାତା ସତ୍ ବଲି ଦେକାଇଦେଲା ।