ବିସ୍ବାସ୍ କର୍ବା ଗୁମସ୍ତା
1ଜିସୁ ତାର୍ ସିସ୍ମନ୍କେ ଗଟେକ୍ କାତାନି ବୁଜାଇ କଇଲା । “ଗଟେକ୍ ସାଉକାର୍ ଲକ୍ ରଇଲା । ତାର୍ ଦନ୍ ଇସାବ୍କିତାବ୍ କର୍ବାକେ ଗଟେକ୍ ମୁକିଅ ଗତିଦାଙ୍ଗ୍ଡା ରଇଲା । ଆରି ସେ ସବୁ ଦନ୍ ଏନେତେନେ କରିଦେଲାନି ବଲି ଗଟେକ୍ ଲକର୍ତେଇ ଅନି ସାଉକାର୍ ସୁନ୍ଲା ।”2ସେଟାର୍ ପାଇ ସାଉକାର୍ ମୁକିଅ ଗତିଦାଙ୍ଗ୍ଡାକେ ଡାକି କଇଲା, “ତୁଇ ଟିକ୍ ସଙ୍ଗ୍ ଇସାବ୍ପତର୍ କରୁସ୍ ନାଇ ବଲି ମୁଇ ବେସି କାତା ସୁନ୍ଲିନି । ମର୍ ସବୁ ଡାବୁର୍ ଇସାବ୍ ମକେ ଦେ । କାଇକେ ବଇଲେ ତୁଇ ଆରି ମର ମୁକିଅ ଗତିଦାଙ୍ଗ୍ଡାର୍ କାମେ ନ ରଉସ୍ ।”3ସେବେଲା ସେ ମୁକିଅ ଗତିଦାଙ୍ଗ୍ଡା ମନେ ମନେ ଏତାଇଲା । ଏବେ ମୁଇ କାଇଟା କର୍ବି ? ମର୍ ସାଉକାର୍ କାମେ ଅନି ବାର୍କରିଦେବି ବଲି କଇଲା ଆଚେ । ମାଟି ମାର୍ବାକେ ମକେ ବପୁ ନାଇ ଆରି ବିକ୍ ମାଗ୍ବି ବଇଲେ ମିସା ଲାଜ୍ ଲାଗ୍ଲାନି ।4ମୁଇ କାଇଟା କର୍ବାର୍ ଆଚେ ବଲି ଜାନି ଆଚି । ମକେ ଏ କାମେଅନି ବାର୍ କରିଦେଲା ପଚେ କାଇଟା କଲେ ଲକ୍ମନର୍ ଗରେ ମକେ ଡାକି ନିକକରି ଦେକ୍ବାଇ ବଲି ବାବ୍ଲା ।5ତେବେ ସେ ମୁକିଅ ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ଉଦାର୍ ନେଲା ସବୁ ଲକ୍କେ ଡାକ୍ଲା । ପର୍ତୁମ୍ ଗଟେକ୍ ଲକ୍କେ ଡାକି ପାଚାର୍ଲା, “ତୁଇ ମର୍ ସାଉକାର୍କେ କେତେକ୍ ଦେବାର୍ ଆଚେ ?”6ସେ ଲକ୍ ତାକେ “ସଏ ଡାବା ଚିକନ୍ ।” ବଲି କଇଲା । ମୁକିଅ ଗତିଦାଙ୍ଗ୍ଡା ତାକେ କଇଲା, “ତମେ ଉଦାର୍ ନେଲା ପତିଲଗେ ଉନା କରି ପଚାସ୍ ଡାବା ବଲି ଲେକିଦେସ୍ ।”7ତାର୍ ପଚେ ସେ ଆରି ଗଟେକ୍ ଲକ୍କେ ପାଚାର୍ଲା, “ତମେ କେତେକ୍ ଦେବାର୍ ଆଚେ ?” ଉଦାର୍ ନେଲା ଲକ୍ କଇଲା, “ଅଜାର୍ ବାସ୍ତା ଦାନ୍ ।” ମୁକିଅ ଗତିଦାଙ୍ଗ୍ଡା ତାକେ କଇଲା “ତୁଇ ଉଦାର୍ ନେଲା ପତିତେଇ ଉନାକରି ଆଟ୍ ସଅ ବାସ୍ତା ବଲି ଲେକିଦେସ୍ ।”8ଏଟାର୍ ପାଇ ସେ ମିଚୁଆ ମୁକିଅ ଗତିଦାଙ୍ଗ୍ଡାକେ ତାର୍ ସାଉକାର୍ କଇଲା, “ତୁଇ ବେସି ଚାଲାକି ଅଇକରି ଏନ୍ତି କାମ୍ କରିଆଚୁସ୍ । କାଇକେ ବଇଲେ ଏ ଦୁନିଆର୍ ଲକ୍ମନ୍ ନିଜର୍ କାମ୍ କର୍ବାକେ ପର୍ମେସରର୍ ଲକ୍ମନର୍ ଟାନେଅନି ଅଦିକ୍ ଚାଲାକି ।”9ଆରି ଜିସୁ କଇଲା, “ସେଟାର୍ ପାଇ ମୁଇ ତମ୍କେ କଇଲିନି, ଲକ୍ମନ୍କେ ଏ ଦୁନିଆର୍ ଦନ୍ ଦେଇ କରି ନିଜର୍ ନିଜର୍ ପାଇ ମଇତର୍ କରା । ସେନ୍ତାରି କଲେ ଜେଡେବଲ୍ ତମର୍ ଦୁନିଆର୍ ଦନ୍ ସାରିଜାଇସି, ପର୍ମେସର୍ ତମ୍କେ କାଲ୍କାଲ୍ ଜୁଗ୍ଜୁଗ୍ ରଇବା ଗରେ ଡାକି ନେଇସି ।10କେ ସାନ୍ ବିସଇ ସତ୍ସଙ୍ଗ୍ କର୍ସି, ସେ ବଡ୍ ବିସଇ ସତ୍ସଙ୍ଗ୍ କର୍ସି । ସେନ୍ତାର୍ସେ କେ ସାନ୍ ବିସଇ ନେଇକରି ସତ୍ କାମ୍ ନ କରେ ସେ ବଡ୍ ବିସଇତେଇ ମିସା ସତ୍ କାମ୍ ନ କରେ ।11ପର୍ମେସର୍ ତମ୍କେ ଏ ଦୁନିଆଇ ଦେଲା ଡାବୁ ଆରି ଦନର୍ ବିସଇ ସତଇସେ ନ କରାସ୍ ବଇଲେ ସରଗର୍ ଦନ୍ ତମ୍କେ ମିଲ୍ବାକେ ନ ଦେଏ ।12ତମେ ବିନ୍ ଲକ୍ମନର୍ ଦନ୍ ସତ୍ବାବେ ନ ସଙ୍ଗଇଲେ ନିଜର୍ ଦନ୍ କେ ତମ୍କେ ଦେଇସି ?13ଗଟେକ୍ ଗତିଦାଙ୍ଗ୍ଡା ଦୁଇଟା ସାଉକାରର୍ ଦାଇତ୍ ସମାନ୍ ବାବେ କରିନାପାରେ । କାଇକେବଇଲେ ସେ ଗଟେକ୍ ସାଉକାର୍କେ ଆଲାଦ୍ କର୍ସି ଆରି ଗଟେକ୍ ସାଉକାର୍କେ ଗିନ୍ କର୍ସି । ଗଟେକ୍ ସାଉକାର୍କେ ନାମ୍ସି ଆରି ଗଟେକ୍କେ ନ ନାମେ । ସେନ୍ତାର୍ସେ ଗଟେକ୍ ଲକ୍ ଏକାତରେକ୍ ଏ ଦୁନିଆର୍ ଦନ୍ ଆରି ପର୍ମେସର୍କେ ସମାନ୍ବାବେ ସେବା କରିନାପାରେ ।”ଜିସୁର୍ କେତେଟା କାତା
14ପାରୁସି ଦଲର୍ ଲକ୍ମନ୍ ଏ ସବୁ କାତା ସୁନି ଜିସୁକେ ଟାପ୍ରା କଲାଇ, କାଇକେ ବଇଲେ ଡାବୁ ଆକା ସେମନର୍ ଜିବର୍ ଦନ୍ ବଲି ବାବ୍ତେ ରଇଲାଇ ।15ଜିସୁ ସେମନ୍କେ କଇଲା, “ତମେ ଲକର୍ ମୁଆଟେ ନିକ ବଲି ଦେକାଇ ଅଇଲାସ୍ନି । ମାତର୍ ତମର୍ ମନ୍ବିତ୍ରେ କାଇଟା ଆଚେ ସେଟା ପର୍ମେସର୍ ଜାନିଆଚେ । ଜନ୍ ଦିନ୍ସୁ ଲକ୍ମନ୍ ବେସି ମୁଲିଅ ବଲି ବାବ୍ଲାଇନି ସେଟା ପର୍ମେସର୍ ଦେକ୍ବା ଇସାବେ ବେସି ଗିନର୍ ବିସଇ ।”16“ଡୁବନ୍ ଦେଉ ଜଅନ୍ ଆସି ନିକ କାତା କଇବାଟା ଆରାମ୍ କର୍ବା ଜାକ, ମସାର୍ ନିୟମ୍ ଆରି ବବିସତ୍ବକ୍ତାମନର୍ କାତା ତମ୍କେ କାଡାଇ ନେଇତେ ରଇଲା । ଜଅନ୍ ଆଇଲା ପଚେ, ପର୍ମେସରର୍ ରାଇଜର୍ ସୁବ୍ କବର୍ ଜାନାଇଲାଇନି । ଆରି ନିଜର୍ ବପୁସଙ୍ଗ୍ ପର୍ମେସରର୍ ରାଇଜେ ଜିବାକେ ବେସି ଲକ୍ମନ୍ ଚେସ୍ଟା କଲାଇନି ।17ସରଗ୍ ଆରି ଦୁନିଆ ନସିଗାଲେ ମିସା ନିୟମେ ଲେକା ଅଇରଇଲାଟା ଗଟେକ୍ ମିସା ଅଇକର୍ ନ ନସେ ।”18“କେମିସା ନିଜର୍ ମାଇଜିକେ ଚାଡି ବିନ୍ଟା ଆନ୍ଲେ, ସେ ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଲକ୍ ଅଇଜାଇସି । ଆରି କେ, ସେ ଚାଡ୍ଲା ଦାଙ୍ଗ୍ଡିକେ ବିବା ଅଇସି ବଇଲେ ସେ ମିସା ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଆଚେ ।” ବଲି କଇଲା ।ଗଟେକ୍ ସାଉକାର୍ ଆରି ଲାଜାର୍
19ଜିସୁ ସେମନ୍କେ ଗଟେକ୍ କାତାନି ବୁଜାଇକରି କଇଲା, “ଗଟେକ୍ ସାଉକାର୍ ଲକ୍ ରଇଲା । ସେ ଲଚେକ୍ ମଲ୍ ଦେଇ ଗେନ୍ଲା ନିକ ନିକ ଚକା ପଚିଆ ପିନ୍ଦ୍ତେ ରଇଲା । ସେ ସବୁଦିନ୍ ବଜି କରି ନିଜେ ସାର୍ଦା ଅଇତେରଇଲା ।20ତେଇ ଲାଜାର୍ ନାଉଁର୍ ଅର୍କିତ୍ ଲକ୍ ଗଟେକ୍ ରଇଲା । ତାର୍ ଗୁଲାଇ ଗାଗଡ୍ ଗାଉ ଅଇରଇଲା । ତାକେ ଆନିକରି ସାଉକାରର୍ କାପାଟ୍ ଲଗେ ଡୁଲାଇତେ ରଇଲାଇ ।21ତେଇ ରଇ, ସେ ସାଉକାରର୍ ତାଲିଅନି ଅଦର୍ଲା ସକ୍ଡି ବାତ୍ସିତା ବେଟି କାଇବାକେ ମନ୍ କର୍ତେ ରଇଲା । କୁକୁର୍ମନ୍ ତାର୍ ଗାଗ୍ଡର୍ ଗାଉ ଚାଟ୍ତେ ରଇଲାଇ ।”22କେତେ ଦିନ୍ ଗାଲାପଚେ ସେ ଅର୍କିତ୍ ଲକ୍ ମରିଗାଲା । ଆରି ପର୍ମେସରର୍ ଦୁତ୍ମନ୍ ଆସି ତାକେ ସରଗ୍ପୁରର୍ ବଜିତେଇ ଅବ୍ରାଆମର୍ ଲଗେ ବସ୍ବାକେ ଦାରି ଗାଲାଇ । ଆରି କେତେ ଦିନ୍ ଗାଲାପଚେ ସେ ସାଉକାର୍ ମିସା ମରିଗାଲା । ତାକେ ନେଇ ତପିଦେଲାଇ ।23ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ ।24ସେ ଆଉଲି ଅଇ କଇଲା, “ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।”25ମାତର୍ ଅବ୍ରାଆମ୍ କଇଲା, “ବାବୁରେ, ତୁଇ ଜିବନ୍ ରଇଲାବେଲାର୍ କାତା ମନେ ଏତାଇ ଦେକ୍ । ତର୍ ଜିବ୍ନେ ସବୁ ନିମାନ୍ ବିସଇ ପାଇରଇଲୁସ୍ । ଆରି ଲାଜାର୍ ସବୁ କାରାପ୍ ବିସଇ ପାଇଲା । ମାତର୍ ସେ ଏବେ ଏ ଜାଗାଇ ସାର୍ଦାଅଇ ଆଚେ । ଆରି ତୁଇ ବେସି କସ୍ଟ ପାଇଲୁସ୍ନି ।26ଆରି ଗଟେକ୍ ବିସଇ ଅଇଲାନି, ତର୍ ଆମର୍ ମଜାଇ ଗଟେକ୍ ବଡେଟା ପାଗଡ୍ ଆଚେ । ଇତିର୍ ଲକ୍ ସିତି ଜାଇ ନଏଁ ଆରି ସିତିର୍ ଲକ୍ ଇତି ଆସି ନଏଁ ” ବଲି କଇଲା ।27ସେ ବେଲା ସେ ସାଉକାର୍ କଇଲା, “ଏ ବାବା ଏନ୍ତି ବଇଲେ ମୁଇ ତକେ ବାବୁଜିଆ କଲିନି ଲାଜାର୍କେ ଦୟାକରି ମର୍ ବାବାର୍ ଗରେ ପାଟାଇଦେସ୍ ।28କାଇକେ ବଇଲେ ତେଇ ମର୍ ପାଁଚ୍ଟା ବାଇମନ୍ ଆଚତ୍ । ଲାଜାର୍ ଜାଇ ସେମନ୍କେ ଜାଗ୍ରତ୍ କରାଅ । ସେମନ୍ ସେ କାତା ସୁନି ପାପେଅନି ମନ୍ ବାଦ୍ଲାଅତ୍ । ସେମନ୍ ମଲେ ମୁଇ ଏବେ ବେସି କସ୍ଟ ପାଇବା ଏ ଜାଗାଇ ନ ଆସତ୍” ବଲି କଇଲା ।29ମାତର୍ ଅବ୍ରାଆମ୍ ତାକେ କଇଲା, “ସେମନ୍ ଜାଗ୍ରତ୍ ଅଇ ରଇବାକେ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ସବୁ ତାକର୍ ଲଗେ ଆଚେ । ସେଟା ସେମନ୍ ପଡିକରି ସିକତ୍ ।” ବଲି କଇଲା ।30ଆରି ସେ ସାଉକାର୍ ଅବ୍ରାଆମ୍କେ କଇଲା, “ସେତ୍କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ସେମନ୍ ବିସ୍ବାସ୍ କରି ପାପେଅନି ମନ୍ ବାଉଡାଇବାଇ ।” ବଲି କଇଲା ।31ଅବ୍ରାମ୍ ତାକେ କଇଲା, “ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।”