ଉଜଲର୍ ଜିବନ୍
1ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା ।2ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।3ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।4ସେନ୍ତାରିସେ ଜନ୍ଟାକି ଲଡାକେ ନ ଆଇବା ଗୁନ୍ଚଲନ୍, କି କାରାପ୍ କାତା, ଲାଜ୍ କର୍ବା କାତା କି ଟାପ୍ରା କାତା ତମର୍ଟାନେ ନ ଡିସ । ଏଟାମନ୍ ତମର୍ଟାନେ ରଇବାଟା ଟିକ୍ ନଏ । ତାର୍ବାଦୁଲେ ତମେ ପର୍ମେସର୍କେ ଦନିଅବାଦ୍ ଦେବା କାତା କୁଆ ।5ତମେ ଜାନ୍ବାର୍ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍ କର୍ବା ଲକ୍, କି ସୁକଲ୍ ନ ଅଇଲା ଲକ୍, କି ଲବ୍ରା ଲକ୍ ପରମେସରର୍ ଆରି କିରିସ୍ଟର୍ ରାଇଜେ ରଇବା କାଇ ବିସଇ ମିଲାଇବାକେ ଅଦିକାର୍ ପାଇ ନାପାରତ୍ । ଗଟେକ୍ ଲବ୍ରା, ପୁତ୍ଲା ପୁଜା କର୍ବା ଲକର୍ ସଙ୍ଗ୍ ସମାନ୍ ।6ବିନ୍ ଲକର୍ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବଇଲେ, ଏନ୍ତାରି କରି ତାକେ ନ ନାମ୍ବା ଲକ୍ମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।7ତେବର୍ପାଇ ସେନ୍ତାରି ଲକ୍ମନର୍ ସଙ୍ଗ୍ ମିସା ନାଇ ।8କାଇକେବଇଲେ ଆଗ୍ତୁ ତମେ ଆନ୍ଦାରେ ରଇଲାସ୍ । ମାତର୍ ଏବେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଉଜଲେ ପୁରି ଆଚାସ୍ । ତେବର୍ପାଇ ଉଜଲେ ରଇବା ଲକ୍ମନର୍ପାରା ଚଲାଚଲ୍ତି କରା ।9କାଇକେବଇଲେ, ଉଜ୍ଲେ ରଇଲେ ତେଇଅନି ସବୁ ରକାମର୍ ନିକ, ଦରମ୍, ଆରି ସତ୍ ବିସଇ ବାରଇସି ।10ପର୍ମେସର୍କେ ସାର୍ଦା କରାଇବା ବିସଇ କଜିକରି ମିଲାଆ ।11ଆନ୍ଦାରେ ରଇବା ଲକ୍ମନ୍ କର୍ବା କାଇ ମୁଲିଅ ନ ରଇବା କାମେ ମିସାନାଇ । ସେଟାମନ୍କେ କାଇ ମୁଲିଅ ନାଇ । ତାର୍ ବାଦୁଲେ ସେନ୍ତାରି କାରାପ୍ ଅଇବା କାମ୍ ନ ଲୁଚାଇ ଦେକାଇଦିଆସ୍ ।12ସେନ୍ତାରି ଲୁଚ୍ତେ କର୍ବା କାମର୍ ବିସଇ କାତା ଅଇବାକେ ମିସା ଲାଜ୍ ଲାଗ୍ସି ।13ଏନ୍ତାରି କାମ୍ ନ ଲୁଚାଇ ବାର୍କରାଇଲେ, ତେଇର୍ ସତ୍ ବିସଇ ଲକ୍ମନ୍ ଦେକ୍ବାଇ ।14କାଇକେବଇଲେ ଉଜଲର୍ ସବୁ ବିସଇ ଉଜଲ୍ସେ । ସେଟାର୍ ପାଇ ଏନ୍ତାରି ଲେକାଅଇଲାଆଚେ,“ଏ ଗୁନେରାମନ୍ ଉଟା,ମଲାପାରା ନ ରଇକରି ଜିବନ୍ ରୁଆ,କିରିସ୍ଟ ତମ୍କେ ଉଜଲ୍ ଦେଇସି ।”15ତେବେ ତମର୍ ଚଲାଚଲ୍ତି କର୍ବାଟାନେ ଜାଗ୍ରତ୍ ରୁଆ । ବକୁଆ ଲକ୍ମନର୍ପାରା ନ ଅଇ ବୁଦିରଇବା ଲକର୍ପାରା ରୁଆ ।16ସବୁବେଲେ ନିକ କାମ୍ କର୍ବାକେ କଜ୍ତେ ରୁଆ । କାଇକେବଇଲେ ଏ ଜୁଗର୍ ଲକ୍ମନ୍ ବେସି କାରାପ୍ ଆଚତ୍ ।17ତେବର୍ପାଇ ବୁଦିନଇଲା ଲକ୍ ପାରା ନଅଇ ମାପ୍ରୁର୍ ମନ୍କଲାଟା କଜିକରି ମିଲାଆ ।18ମଦ୍ ପେଣ୍ଡମ୍ କାଇ ମାତା ନାଇ । କାଇକେବଇଲେ ସେଟା ତମ୍କେ ଡିଲା ଚାଡ୍ବା ଗରୁଗାଇର୍ ପାରା ଚଲାଚଲ୍ତି କର୍ବାକେ ଡାକିନେଇସି । ତାର୍ବାଦୁଲେ ସୁକଲ୍ଆତ୍ମା ବାନ୍ଦିନେବାକେ ସର୍ପିଉଆ ।19ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା ।20ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।ମାଇଜି ମୁନୁସ୍
21କିରିସ୍ଟର୍ପାଇ ରଇବା ତମର୍ ସନ୍ମାନର୍ ଲାଗି, ତମର୍ ତମର୍ ବିତ୍ରେ ସର୍ପାସର୍ପି ଉଆ ।22ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ ।23କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ ।24ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।25ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।26କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା ।27ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କରାଇସି ।28ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି ।29କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।30କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।31ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ ।32ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି ।33ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।