2CO9dso_twf
ବିନ୍ ବିସ୍ବାସି ମନ୍କେ ସାଇଜ
1ଜିଉଦାଦେସେ ରଇବା ପର୍ମେସରର୍ ଲକ୍ମନ୍କେ ଦାନ୍ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍କେ ଆରି ମୁଇ ନ ଲେକି ।2କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍ବାକେ ସାର୍ଦା ଅଇଲାସ୍ନି । ଆରି ମୁଇ ବଡ୍ପନ୍ ଅଇ ତମର୍ ବିସଇନେଇ ମାକିଦନିଆର୍ ଲକ୍ମନ୍କେ କଇ ଆଚି । ମୁଇ କଇଲି “ଆକାୟାର୍ ବାଇବଇନିମନ୍ ପରୁଅନି ସାଇଜ କର୍ବାକେ ଜାଗିଆଚତ୍ ।” ସେମନ୍ ଏଟା ସୁନ୍ଲାବେଲେ ତାକର୍ ବିତ୍ରେ ଅନି ବେସି ଲକ୍ ଦେବାକେ ମନ୍ କଲାଇ ।3ଏବେ ମୁଇ ଏ ବାଇବଇନିମନ୍କେ ପାଟାଇଲିନି । ଜେନ୍ତିକି ତମର୍ ବିସଇନେଇ ମୁଇ ବଡ୍ପନ୍ ଅଇ କଇଲାଟା ଅବ୍କା କାତାଇ ନ ରଅ । ମାତର୍ ମୁଇ କଇଲାପାରା ତମେ ଦାନ୍ ଦେବା ଡାବୁସଙ୍ଗ୍ ଜାଗ୍ରତ୍ ଅଇ ରୁଆ ।4ମାତର୍ ମାକିଦନିଆର୍ ଲକ୍ମନ୍ ଜଦି ମର୍ ସଙ୍ଗ୍ ଆସି ତମେ ଜାଗ୍ରତ୍ ନ ଅଇଲାଟା ଦେକ୍ଲେ, ତାକର୍ ମୁଆଟେ ଆମେ ଲାଜ୍ ଅଇଜିବାର୍ ଅଇସି । ଆରି ତମେ ମିସା ଲାଜ୍ ଅଇଜାଇସା । କାଇକେବଇଲେ ଆମେ ତମ୍କେ ବେସି ଆସାକରି ରଇଲୁ ।5ତେବେ ମୁଇ ବାବ୍ଲି, ଏ ବାଇବଇନିମନ୍, ମୁଇ ଜିବା ଆଗ୍ତୁ ସେମନ୍ ଜାଇକରି ଜନ୍ ଦାନ୍ ତମେ ଦେବୁ ବଲି କଇତେରଇଲାସ୍, ସେଟା ଜମାଇକରି ସଙ୍ଗଇବାକେ ସେମନ୍କେ ବାବୁଜିଆ କର୍ବି । ଜଦି ଆମେ ସେନ୍ତାରି କର୍ବୁ ବଇଲେ, ଦାନ୍ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍ରତ୍ ଅଇରଇସି । ଆରି ସେଟା ତମେ ନିଜେ ମନ୍ କରି ଦେଲାସ୍ । ବାଦିଅ କଲାକେ ଦିଆସ୍ ନାଇ ବଲି ଜାନାପଡ୍ସି ।6ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି ।7ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି ।8ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।9ସାସ୍ତର୍ କଇଲାପାରାଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରିତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ ।10ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।11ସେ ତମ୍କେ ସାଉକାର୍ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।12ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି ।13ତମେ କର୍ବା ଏ ନିକ କାମ୍ ଦେକିକରି ଲକ୍ମନ୍ ପର୍ମେସର୍କେ ମଇମା କର୍ବାଇ । କାଇକେବଇଲେ ବିସ୍ବାସ୍ କରିରଇବା କିରିସ୍ଟର୍ ସୁବ୍କବର୍ ତମେ ମାନ୍ଲାସ୍ନି । ଆରି ସେମନ୍କେ ଆରି ବିନ୍ଲକ୍ମନ୍କେ ମିସା ଜବର୍ ଦେଲାସ୍ନି ।14ପର୍ମେସର୍ ଜିବନ୍ ଦୁକାଇ ତମ୍କେ ଦୟା ଦେକାଇଲାର୍ପାଇ ସେମନ୍ ବେସି ଆଲାଦ୍ ଅଇକରି ତମର୍ପାଇ ପାର୍ତନା କର୍ବାଇ ।15ପର୍ମେସରର୍ ବେସି ମୁଲିଅ ରଇବା ଦାନର୍ପାଇ ଆମେ ତାକେ ଦନିଅବାଦ୍ ଦେଉଁ ।No translations available.