ସାରାସାରି ଜୁଆର୍ କରି ମନା କର୍ବାଟା
1ଏଟାସଙ୍ଗ୍ ତିନ୍ତର୍ ଅଇଲାବେ ତମର୍ ଲଗେ ମୁଇ ଆଇଲିନି । ସାସ୍ତର୍ କଇଲାପାରା "ମଣ୍ଡଲିର୍ ବାଇମନର୍ ବିରୁଦେ ନିନ୍ଦା କାତା ଉଟ୍ଲେ, ସେଟା ତିନ୍ ଲକ୍ ନଇଲେ ଦୁଇଲକର୍ ସାକିର୍ ମୁଆଟେ ସବୁଜାକ ରାଜିନାମା କରାଇବାର୍ ଆଚେ ।2ଆଗେ ପାପ୍କରି ରଇବା ଲକ୍ମନ୍କେ, ଆରି ଏବେ ପାପ୍ କଲା ଲକ୍ମନ୍କେ ମୁଇ ତମର୍ ଲଗେ ଦୁଇପାଲି ଆଇଲା ବେଲେ କଇରଇଲି । ମୁଇ ତେଇ ନ ଆଇବା ଆଗ୍ତୁ କଇଲିନି, ମୁଇ ଆରିତରେକ୍ ଆଇଲାବେଲେ କେ ଜଦି ତାକର୍ ପାପେ ଅନି ନ ବାଉଡତ୍, । ସେମନ୍କେ ଦୟା ନ ଦେକାଇ ।3ମୁଇ କଇବାଟା ଏ ସବୁ କିରିସ୍ଟର୍ ଆଦେସେ ଅନି ଆଚେବଲି ଜାନ୍ବାକେ ଚିନ୍ ମାଙ୍ଗ୍ଲାସ୍ନି । ମୁଇ ତମ୍କେ ଡଣ୍ଡ୍ ଦେଲାବେଲେ ସେ ଚିନ୍ ବିସଇ ଜାନ୍ସା । କିରିସ୍ଟ ତମର୍ ବିତ୍ରେ କାଇ କାମ୍ କଲେ ମିସା ବପୁର୍ ସଙ୍ଗ୍ କର୍ସି, ଦୁର୍ବଲ୍ ଅଇକରି ନାଇ ।4କାଇକେବଇଲେ କୁର୍ସେ ଚଗାଇଲାବେଲେ ସେ ଦୁର୍ବଲ୍ ପାରା ଡିସ୍ଲେ ମିସା ପର୍ମେସରର୍ ବପୁସଙ୍ଗ୍ ସେ ବଁଚିଆଚେ । ସେନ୍ତାରିସେ କିରିସ୍ଟର୍ତେଇ ମିସି ରଇଲାର୍ପାଇ ଆମେ ମିସା ଦୁର୍ବଲ୍ ପାରା ଡିସ୍ଲୁନି । ମାତର୍ ପର୍ମେସରର୍ ବପୁ ସଙ୍ଗ୍ ଜିଇ ରଇବୁ ଆରି ତମର୍ ବିତ୍ରେ କର୍ବା ଜନ୍ କାମେ ମିସା ତାର୍ ବପୁ ରଇସି ।5ତମେ ନିଜେ ନିଜେ ବିସ୍ବାସେ ଆଚାସ୍ କି ନାଇ, ବିଚାର୍ କରି ଦେକା । ଜିସୁକିରିସ୍ଟ ତମର୍ ବିତ୍ରେ ବାସା ଅଇଆଚେ ବଲି ନାଜାନାସ୍ କି ? ତମେ ବିସ୍ବାସ୍ କରାସ୍ ନାଇକେ, କିରିସ୍ଟ ତମର୍ଟାନେ ବାସା ଅଏନାଇ ।6ମାତର୍ ମୁଇ ଆସା କଲିନିଜେ, ଆମେ ସବୁଲକ୍ କିରିସ୍ଟର୍ ପେରିତ୍ ଅଇଆଚୁ ।7ତମେ କାଇ କରାପ୍ କାମ୍ ନ କରା ବଲି, ଆମେ ପର୍ମେସର୍କେ ଗୁଆରି କଲୁନି । ଇତି ପୁରାପୁରୁନ୍ ଟିକ୍ କରିଆଚୁ ବଲି ଆମେ ଦେକାଇବାକେ ଜାଉନାଇ, ମାତର୍ ସେଟା ନାପାରି ରଇଲେ ମିସା, ତମେ ଜେନ୍ତିକି ସତ୍କାମ୍ କର୍ସା, ଏଟାର୍ପାଇ ଆମେ ପାର୍ତନା କଲୁନି ।8ସତ୍ ବିସଇର୍ ବିରୁଦେ ଆମେ କାଇଟା ନ କରୁ, ମାତର୍ ତାର୍ ପାଇ ଟିଆ ଅଇବୁ ।9ଜଦି ଲକ୍ମନ୍ ଆମ୍କେ ଦୁର୍ବଲ୍ ଆଚତ୍ ବଲି କଇଲେ ମିସା, ଆମେ ସାର୍ଦାସଙ୍ଗ୍ ଆଚୁ । ତମେ ଆକା ବିସ୍ବାସେ ଡାଁଟ୍ ରଇବାର୍ଆଚେ । ଆରି ତମର୍ ଚଲାଚଲ୍ତି ସିଦ୍ ଅଇଜାଅ ବଲି ଆମେ ଗୁଆରି କଲୁନି ।10ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।11ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।12ତମେ ରୁଣ୍ଡ୍ଲା ବେଲେ ନିଜର୍ ନିଜର୍ ବିତ୍ରେ କିରିସ୍ଟର୍ ଆଲାଦେ ଜୁଆର୍ବେଟ୍ ଉଆ । ଇତି ରଇବା ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି ।13ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା, ପର୍ମେସରର୍ ଆଲାଦ୍ ଆରି ସୁକଲ୍ ଆତ୍ମାର୍ ମିସିକରି ରଇବାଟା, ତମର୍ ସବୁ ଲକର୍ ସଙ୍ଗ୍ ରଅ । ଜୁଆର୍ ।