୧ମ ତେସଲନିକିୟ4dso_twf
ପର୍ମେସର୍ ଦେକ୍ବା ଇସାବେ ସାନ୍ତିରେ ରଇବା ଜିବନ୍
1ତେବେ ଏ ବାଇମନ୍ ସାରାସାରି ବେଲାଇ କେନ୍ତାରି ଚଲାଚଲ୍ତି କଲେ ପର୍ମେସର୍ ସାର୍ଦା ଅଇସି, ସେ ବିସଇ ତମେ ଆମର୍ଟାନେଅନି ସିକିଆଚାସ୍ । ଆରି ସେନ୍ତାରିସେ ଚଲାଚଲ୍ତି କଲାସ୍ନି । ତମେ ଜେନ୍ତାରି କଲାସ୍ନି, ସେ ଇସାବେ ଆରି ଆଗ୍ତୁ ଆଗ୍ତୁ ଜିବାକେ ଆମେ ତମ୍କେ ମାପ୍ରୁ ଜିସୁର୍ ନାଉଁଦାରି ବାବୁଜିଆ କରି ସାର୍ଦା କରାଇଲୁନି ।2କାଇକେବଇଲେ ମାପ୍ରୁ ଜିସୁର୍ଟାନେଅନି ଆଦେସ୍ ପାଇକରି ଜାଇ ଜାଇଟା କର୍ବାକେ କଇରଇଲୁ, ସେଟା ତମେ ଜାନାସ୍ ।3ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି ।4ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା ।5ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ ।6ଜେ ଜଦି ଏ ବିସଇ ନ ମାନିକରି କନ୍ ବିସ୍ବାସି ବାଇକେ ମିସା ଅନିଆଇ କର୍ସି ବଇଲେ, ମାପ୍ରୁ ଏ ସବୁ ବିସଇ ନେଇ ଡଣ୍ଡ୍ ଦେଇସି । ଏ କାତା ଆମେ ପୁର୍ବେ ଜାନାଇଦେଇ ଆଚୁ ।7କାଇକେବଇଲେ ପର୍ମେସର୍ ଆମ୍କେ ସୁକଲ୍ ନ ଅଇକରି ଜିଉନା କାଉନା କର୍ବାକେ ଡାକେନାଇ ମାତର୍ ସୁକଲ୍ ଅଇ ରଇବାକେ ଡାକିଆଚେ ।8ତେବେ ଜେ ଆମର୍ ଏ ସିକିଆ ନ ନାମେ, ସେ ଅବ୍କା ମୁନୁସ୍କେ ନ ନାମେ । ମାତର୍ ଜନ୍ ପର୍ମେସର୍ ତମର୍ ବିତ୍ରେ ସୁକଲ୍ଆତ୍ମା ଦେଇସି, ତାକେ ନ ନାମେ ।9ଏ କିରିସ୍ଟ ବିସ୍ବାସି ବାଇବଇନିମନ୍, ତମର୍ ଆଲାଦ୍ କର୍ବା ବିସଇ ଆମେ ଆରି ଅଦିକ୍ ଲେକ୍ବାର୍ ଦର୍କାର୍ ନାଇ । କାଇକେବଇଲେ ତମେ ପର୍ମେସର୍ଟାନେଅନି ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାଟା ସିକିଆଚାସ୍ ।10ଆରି ଗୁଲାଇ ମାକିଦନିଆଇ ରଇବା ସବୁ ବିସ୍ବାସି ବାଇମନ୍କେ ସେନ୍ତାରି କଲାସ୍ନି । ଏଲେମିସା, ତମେ ଆରି ଅଦିକ୍ ଅଦିକ୍ ସେନ୍ତାରି କରା ।11ଆରି ତମ୍କେ ପୁର୍ବେ ଦିଆଅଇରଇବା ଆଦେସ୍ ଇସାବେ ତମେ ସାନ୍ତିସଙ୍ଗ୍ ରଇକରି ନିଜର୍ ନିଜର୍ କାମେ ଲାଗିରୁଆ, ପାଇଟି କାବାଡ୍ କରି ରୁଆ । ଏଟାର୍ପାଇ ଆମେ ତମ୍କେ ବାବୁଜିଆ କଲୁନି ।12ଏନ୍ତାରି କଲେ ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତମ୍କେ ନାମ୍ବାଇ । ଆରି କାଇଟା ମିସା ଅବାବ୍ ନ ଅଏ । ତମ୍କେ ଦର୍କାର୍ ରଇବା ବିସଇପାଇ ବିନ୍ଲକ୍କେ ଆସା କର୍ବାକେ ନ ପଡେ ।ମାପ୍ରୁ ଆରିତରେକ୍ ଆଇବାଟା
13ଏ ବାଇବଇନିମନ୍, ଆସା ନ କର୍ବା ବିନ୍ ଲକ୍ମନର୍ ପାରା ଦୁକ୍ ଚିନ୍ତା ଅଇ ରୁଆନାଇ । ଏଟାର୍ପାଇ ତମେ ମରିଜାଇରଇବା ଲକ୍ମନର୍ ବିସଇ ଜାନିରୁଆ ।14କାଇକେବଇଲେ ଜିସୁ ମରିକରି ଆରିତରେକ୍ ଉଟିଆଚେ ବଲିକରି ଆମେ ବିସ୍ବାସ୍ କଲୁନି । ତେବେ ଆମେ ଡାଟ୍ ସଙ୍ଗ୍ ଜାନି ଆଚୁ କି, ଜନ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କରି ମରିଆଚତ୍, ସେ ଆରିତରେକ୍ ଆଇଲେ ପର୍ମେସର୍ ତାର୍ ସଙ୍ଗ୍ ସେମନ୍କେ ଦାରିଜାଇସି ।15ଏବେ ଆମେ ତମ୍କେ ଜନ୍ ସିକିଆ ଦେଲୁନି, ସେଟା ମାପ୍ରୁର୍ ସିକିଆ । ମାପ୍ରୁ ଆଇବା ବେଲେ ଜେତ୍କି ଲକ୍ ଆମେ ନ ମରିକରି ଜିଇ ଆଚୁ, ଆମେ ଦେକ୍ବା ଆଗ୍ତୁ ମରିଜାଇରଇବା ବିସ୍ବାସିମନ୍ ମାପ୍ରୁକେ ଦେକ୍ବାଇ ।16କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ ।17ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ ।18ଏସବୁ କାତାମନ୍ ସୁନାଇକରି ତମେ ନିଜର୍ ନିଜର୍ ଲକ୍ମନ୍କେ ସାଆସ୍ କରାଆ ।No translations available.