ମାଇଜି ମୁନୁସର୍ ପାଇ ସିକିଆ
1ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍, ନିଜର୍ ନିଜର୍ ମୁନୁସ୍ମନର୍ କାତାମାନିକରି ରୁଆ । କାଇକେବଇଲେ ତାକର୍ ବିତ୍ରେ କେ ଜଦି ପର୍ମେସରର୍ ବାକିଅ ବିସ୍ବାସ୍ ନ କରିରଅତ୍, ତମର୍ ନିକ ଚଲାଚଲ୍ତି ଦେକିକରି ସେମନ୍ ମିସା ମନ୍ ବାଦ୍ଲାଇବାଇ । ତମ୍କେ ପଦେକ୍ କଇବାକେ ନ ପଡେ ।2କାଇକେବଇଲେ ତମର୍ ସୁଆଲ୍ ଚଲାଚଲ୍ତି ଆରି ପର୍ମେସର୍କେ ମାନିକରି ରଇବାଟା ସେମନ୍ ଦେକ୍ବାଇ ।3ବିନ୍ ମାଇଜିମନ୍ ଜେନ୍ତାରିକି, ପିନ୍ଦାଅଡା ଅଇକରି, ସୁନାବାନା ପିନ୍ଦିକରି, ଚେଣ୍ଡି ସାଜାଡିକରି, ନିଜେ ସୁନ୍ଦର୍ ଅଇବାଇ, ତମେ ସେନ୍ତାରି ଉଆନାଇ ।4ମାତର୍ ମନ୍ବିତ୍ରେ ସୁଆଲେ ରଇକରି ଆତ୍ମାଇ ସୁସାରେ ରଇବା ଗଟେକ୍ ମାଇଜି ପର୍ମେସର୍ ଦେକ୍ବା ଇସାବେ ସୁନ୍ଦର୍ । ସେନ୍ତାରି ସୁନ୍ଦର୍ ରଇବାଟା ବେସି ମୁଲିଅ ଆରି ସବୁଦିନର୍ପାଇ ରଇସି ।5ପୁର୍ବେ ରଇବା ସୁକଲ୍ ମାଇଜିମନ୍ ଏନ୍ତାରିସେ ସେମନ୍ ଆସା କର୍ବାଟା ପର୍ମେସର୍କେ ସର୍ପିଦେଇ ନିଜର୍ ମୁନୁସ୍ମନର୍ କାତା ମାନିକରି ସୁନ୍ଦର୍ ଅଇତେରଇଲାଇ ।6ପୁର୍ବେ ସାରା ସେନ୍ତାରି କର୍ତେରଇଲା । ସେ ତାର୍ ମନସ୍ ଅବ୍ରାଆମ୍କେ ନିଜର୍ ସାଉକାର୍ ଇସାବେ କାତା ମାନିକରି ରଇଲା । ତମେ ଜଦି ସତ୍କାମ୍ କରି କାଇଟାର୍ ପାଇ ଡରି ନ ରଇଲେ, ତମ୍କେ ମିସା ତାର୍ ଟକିମନ୍ ଇସାବେ ଲେକା କର୍ସି ।7ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।ନିମାନ୍ କାମ୍ପାଇ ଦୁକ୍କସ୍ଟ
8ସାରାସାରି ତମର୍ ସବୁଲକର୍ ମନ୍ ଗଟେକ୍ ଅ । ଦୁକ୍ସୁକ୍ ବେଲେ ତମର୍ ତମର୍ ବିତ୍ରେ ମିସିବିଡି ରୁଆ । ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ସୁଆଲେ ରୁଆ ।9ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।10ସାସ୍ତରେ ଲେକା ଅଇଲାପାରା,“ଗଟେକ୍ ଲକ୍ ଜଦି ତାର୍ ଜିବନେ ସାର୍ଦାର୍ ଦିନ୍ଆରି ମଙ୍ଗଲର୍ ଦିନ୍ ଦେକ୍ବିବଲି ମନ୍କଲେ,ସେ କାରାପ୍ କାତା ନ କଅଆରି ମିଚ୍ କାତା ନ କଅ।11“ସେ କରାପ୍ କାମ୍ ଚାଡିକରି, ନିକ ବିସଇ କର୍ବାର୍ ଆଚେ ।ତାର୍ ସଙ୍ଗର୍ ଲକର୍ ସଙ୍ଗ୍ ସୁସାରେ ରଇବାର୍ଆଚେ ।”12କାଇକେବଇଲେ ଦରମ୍ଲକ୍କେ ମାପ୍ରୁ ଜାଗିଲାଗିରଇସି ।ସେମନ୍ ପାର୍ତନା କଲାଟା ସୁନ୍ସିଜେତ୍କି ଲକ୍ କାରାପ୍ ବିସଇ କର୍ବାଇସେମନ୍କେ ବିରଦ୍ କର୍ସି ।13ତମେ ଜଦି ନିକ କାମ୍ କର୍ବାକେ ମନ୍ କଲେ, ତମର୍ ବିରଦେ କେ ମିସା କାରାପ୍ କାମ୍ ନ କରତ୍ ।14ସତ୍ କାମ୍ କରି ମୁର୍ଚି ରଇଲେ ତମେ କେଡେକ୍ କରମର୍ ଲକ୍ । ଜନ୍ ଲକ୍ମନ୍ ତମ୍କେ କସ୍ଟ ଦେଲାଇନି, ସେମନ୍କେ ଡରିକରି ଚିନ୍ତା କରାନାଇ ।15ମାତର୍ କିରିସ୍ଟକେ ମାପ୍ରୁବଲି ଡାକ୍ପୁଟା କରା ଆରି ସନ୍ମାନ୍ ଦିଆସ୍ । ବିସ୍ବାସି ଇସାବେ, ତମେ ଆସା କର୍ବା ବିସଇ କେ ମିସା ପାଚାର୍ଲେ, ସେମନ୍କେ ବାତାଇବାକେ ଜାଗ୍ରତ୍ ଅଇରୁଆ ।16ମାତର୍ ମନ୍ବିତ୍ରେ ସୁଆଲ୍ ରଇକରି, ସନ୍ମାନ୍ ଦେଇକରି କାତାଉଆ । ତମର୍ ବିବେକ୍ ତମ୍କେ ଦସି ନ କର । ଜେନ୍ତାରିକି ତମର୍ ନିକ ଚଲାଚଲ୍ତି ବିରୁଦେ ଜେତ୍କି ଲକ୍ ନିନ୍ଦା କର୍ବାଇ, ତାକର୍ କାତାଇସେ ସେମନ୍ ଲାଜ୍ ଅଇବାଇ ।17କାଇକେବଇଲେ ତମେ ନିକ କାମ୍ କଲାର୍ ଲାଗି ଦୁକ୍ କସ୍ଟ ମୁରଚ୍ବାକେ ପର୍ମେସର୍ ଜଦି ମନ୍ କଲେ, ସେନ୍ତାରି ଅଇବାଟା ନିକ । କାରାପ୍ କରି ଦୁକ୍ କସ୍ଟ ମୁରଚ୍ବା ବାଦୁଲେ, ସେଟା ନିକ ।18କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।19ମଲା ଲକ୍ମନର୍ ଆତ୍ମା ବନ୍ଦିଅଇରଇବା ଜାଗାଇ, ଆତ୍ମାର୍ ଇସାବେ ସେ ସୁବ୍ କବର୍ ଜାନାଇଲା ।20ଏ ବନ୍ଦି ଆତ୍ମାମନ୍ ପୁର୍ବେ ନଅର୍ ବେଲେ ପର୍ମେସରର୍ କାତା ନ ମାନ୍ଲାଟାମନ୍ । ସେଡ୍କିବେଲେ ନଅ ବଡ୍ ଡଙ୍ଗା ତିଆର୍ କର୍ତେରଇଲା । ତାର୍ କାତା ଲକ୍ମନ୍ ବିସ୍ବାସ୍ କର୍ବାଇ ବଲି ପର୍ମେସର୍ ମୁର୍ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍ ଲକ୍ସେ ସେ ପାନିତେଇ ବୁଡତ୍ନାଇ । ସେମନ୍ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ ।21ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି ।22ସେ ସର୍ଗେ ବାଉଡି ଜାଇ ପର୍ମେସରର୍ ଉଜାବାଟେ ଆଚେ । ସର୍ଗେ ରଇବା ସବୁ ଦୁତ୍, ଅଦିକାର୍ ଆରି ବପୁ ଉପ୍ରେ ସେ ସାସନ୍ କଲାନି ।