ଏ ଜଗତେ ଜିତ୍ବାଟା
1ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।2ପର୍ମେସରର୍ ପିଲାମନ୍କେ ଆମେ ଆଲାଦ୍ କଲୁନି ବଲି ଏନ୍ତାରି ଜାନିଅଇସି । ପର୍ମେସର୍କେ ଆଲାଦ୍ କରି ଆରି ତାର୍ ଆଦେସ୍ ମିସା ମାନିକରି ।3ଆମେ ଜଦି ସତଇସେ ପର୍ମେସର୍କେ ଆଲାଦ୍ କଲେ, ତାର୍ ଆଦେସ୍ ସବୁ ମାନ୍ବୁ । ସେ ଆମ୍କେ ତିଆର୍ଲା ବିସଇ ମାନ୍ବାକେ ଆମ୍କେ ଆବଡ୍ ନ ଲାଗେ ।4କାଇକେବଇଲେ ପର୍ମେସରର୍ ସବୁ ପିଲା ଏ ଜଗତର୍ କାରାପ୍ ଚଲାଚଲ୍ତି ନିଚିକରି ଜିତିପାର୍ସି । ଆମର୍ ବିସ୍ବାସର୍ ଲାଗି ଆମେ ଜଗତ୍କେ ଜିତିଅଇସି ।5ଏ ଜଗତ୍କେ କେ ଆରାଇପାର୍ସି ? ଜିସୁକେ ପର୍ମେସରର୍ ପଅ ବଲି ଜେ ବିସ୍ବାସ୍ କର୍ସି, ସେ ଏ ଜଗତ୍କେ ଆରାଇସି ।ଜିସୁ କିରିସ୍ଟର୍ ଲାଗି ସାକି
6ଜିସୁକିରିସ୍ଟ ପର୍ମେସରର୍ ପ ବଲିକରି, ଡୁବନ୍ ଦେଉ ଜଅନ୍ ତାକେ ପାନିତେଇ ଡୁବନ୍ ଦେଲା । ଆରି ସେ ମଲାବେଲେ ତାର୍ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍କା ପାନିସଙ୍ଗ୍ ଡୁବନ୍ ଅଇଲା, ମାତର୍ ତାର୍ ମରନେ ତାର୍ ବନି ରକଇଅଇଲା । ଏ ସବୁ ବିସଇ ସତ୍ ବଲି ସୁକଲ୍ଆତ୍ମା ଆମ୍କେ ସାକିଦେଲାନି । କାଇକେବଇଲେ ସେ ସତ୍ ଆତ୍ମା ।7ତେବର୍ପାଇ ତିନ୍ଟା ସାକିତେଇଅନି ଆମେ ସତ୍ ଜାନ୍ଲୁନି ।8ସୁକଲ୍ଆତ୍ମା, ଡୁବନ୍ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍ଟାଜାକ ସାକିତେଇ ରାଜି ଅଇଆଚତ୍ ।9ଜେଡେବେଲେ ଲକ୍ମନ୍ ତାକର୍ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍କେ ବିସ୍ବାସ୍ କର୍ବୁ । ମାତର୍ ପର୍ମେସର୍ ଆମ୍କେ ସାକିଦେବାଟା ତାର୍ତେଇଅନି ଅଦିକ୍ ମୁକିଅ । କାଇକେବଇଲେ ସେଟା ପର୍ମେସରର୍ ସାକି । ସେ ତାର୍ ନିଜର୍ ପଅର୍ ବିସଇନେଇ ଆମ୍କେ ସାକିଦେଲାନି ।10କେ ମିସା ଜିସୁକେ ପର୍ମେସରର୍ ପଅ ବଲି ବିସ୍ବାସ୍ କଲେ, ପର୍ମେସରର୍ ସାକି ତାକର୍ ମନ୍ ବିତ୍ରେ ଆଚେ । ପର୍ମେସର୍ କଇଲା କାତା ଜେ ଜଦି ବିସ୍ବାସ୍ ନ କରେ, ସେ ମିଚ୍ ବଲିକରି କଇଲାନି । କାଇକେବଇଲେ ତାର୍ ନିଜର୍ ପଅର୍ ବିସଇ କଇଲାଟା ସେମନ୍ ବିସ୍ବାସ୍ କରତ୍ ନାଇ ।11ସେ ସାକିଅ ଏଟା ସେ । ପର୍ମେସର୍ ଆମ୍କେ ନ ସାର୍ବା ଜିବନ୍ ଦେଲାଆଚେ । ଏ ଜିବନ୍ ଆମେ ତାର୍ ପଅର୍ଲାଗି ମିଲାଇଆଚୁ ।12ତାର୍ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍ ଏ ନ ସାର୍ବା ଜିବନ୍ ପାଇବାଇ । ଆରି ଜେ ତାର୍ ପଅର୍ସଙ୍ଗ୍ ମିସେନାଇ ସେ ଏ ଜିବନ୍ ମିସା ପାଏନାଇ ।ନ ସାର୍ବା ଜିବନ୍
13ତମେ ଜେତ୍କି ଲକ୍ ପର୍ମେସରର୍ ପଅକେ ବିସ୍ବାସ୍ କଲାସ୍ନି, ତମ୍କେ ଏ ଚିଟି ଲେକ୍ଲିନି । ଜେନ୍ତାରିକି ଆମ୍କେ ନ ସାର୍ବା ଜିବନ୍ ଆଚେ ବଲି ତମେ ଜାନାସ୍ ।14ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି ।15ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।16ଜଦି ତମର୍ ସଙ୍ଗର୍ ବିସ୍ବାସି ବାଇ ପାପ୍କଲାନି ବଲି ଜାନ୍ଲେ, ଆରି ସେ ପାପ୍, ଲକ୍କେ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପ୍ ନଇଲେ, ସେ ଲକ୍କେ ରକିଆ କର ବଲି ତାକେ ଗୁଆରି କର୍ବାର୍ ଆଚେ । ଆରି ପର୍ମେସର୍ ସେ ଲକ୍କେ କେମାକରି ରକିଆ କର୍ସି । ଏଟା ଜେନ୍ତାରି ପାପ୍ ଜନ୍ଟା ମରନର୍ ବାଟେ ଲକ୍ମନ୍କେ ନ ଡାକିନେଏ, ସେନ୍ତାରି ପାପର୍ ପାଇ । ମାତର୍ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପର୍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ ।17ସବୁ ରକାମର୍ ବୁଲ୍ କାମ୍ ପାପ୍ସେ । ମାତର୍ ସବୁ ରକାମର୍ ପାପ୍ ମରନର୍ ବାଟେ ନ ଡାକିନେଏ ।18ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କରାଇସି, ତାକେ କାଇଟା କରିନଏଁ ।19ଆମେ ଜାନିଆଚୁ, ଆମେ ପର୍ମେସରର୍ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍ ସେମନ୍କେ ସାସନ୍ କଲାନି ।20ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।21ଏ ମର୍ ଆଲାଦର୍ ପିଲାଟକିମନ୍, ମିଚ୍ ପୁତ୍ଲାମନର୍ ଟାନେଅନି ଦୁରିକେ ରୁଆ ।