ରକିଆ କାରି ଜିସୁ
1ଏ ମର୍ ପିଲାଟକି ପାରା ଅଇରଇବା ଲକ୍ମନ୍, ତମ୍କେ ମୁଇ ଏଟା ଲେକ୍ଲିନି । ଜେନ୍ତିକି ତମେ ପାପ୍ ନ କରାସ୍ । ମାତର୍ କେ ଜଦି ପାପ୍ କଲେ ଆମର୍ ବାବା ପର୍ମେସରର୍ ମୁଆଟେ ଟିଆଅଇରଇବା ଗଟେକ୍ ଲକ୍ ଆମର୍ ପାଇ ଗୁଆରି କଲାନି । ସେ ଅଇଲାନି ଜିସୁକିରିସ୍ଟ । ପର୍ମେସର୍ ଦେକ୍ବା ଇସାବେ ସେ ପୁରାପୁରୁନ୍ ସତ୍ଆଚେ ।2ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।3ଆମେ ତାକେ ଜାନ୍ବା ଲକ୍ ଅଇଲୁଆଚୁ । ଜଦି ଆମେ ତାର୍ ତିଆର୍ଲାଟା ମାନ୍ଲୁନି, ଏଟା ଡାଁଟ୍ସଙ୍ଗ୍ ଜାନ୍ଲୁନି ।4କେ ଜଦି ମୁଇ ପର୍ମେସର୍କେ ଜାନିଆଚିବଲି କଇକରି, ତାର୍ ତିଆର୍ଲାଟା ନ ମାନେ, ସେ ମିଚ୍ କଇଲାନି ଆରି ସେ ସତ୍ ବିସଇମନ୍ ନାଜାନେ ।5ମାତର୍ ଜେ ଜଦି ତାର୍ ବାକିଅ ମାନ୍ସି, ସେନ୍ତାର୍ ଆଲେ ପର୍ମେସରର୍ପାଇ ରଇବା ତାର୍ ଆଲାଦ୍ ସତଇସେ ପୁରାପୁରୁନ୍ ସିଦ୍ ଅଇଆଚେ । ଆମେ ପର୍ମେସରର୍ ସଙ୍ଗ୍ ମିସ୍ଲୁଆଚୁ ବଲି ଦେକାଇବା ବିସଇ ।6କେ ଜଦି ପର୍ମେସରର୍ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍ ଚଲାଚଲ୍ତି ପାରା ଚଲ୍ବାର୍ଆଚେ ।ନୁଆଁ ଆଗିଆ
7ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।8ମାତର୍ ଏଟା ଗଟେକ୍ ନୁଆ ଆଦେସ୍ ପାରା ମିସା ଆଚେ । କାଇକେବଇଲେ ତେଇର୍ ସତ୍ ବିସଇ କିରିସ୍ଟ ଲଗେ ଆରି ତମର୍ ଲଗେ ଡିସ୍ଲାନି । ଆନ୍ଦାର୍ ଉଟିଗାଲାନି, ଆରି ସତ୍ ଉଜଲ୍ ଡିସ୍ଲାନି ।9ଜଦି କେ ମିସା ପର୍ମେସରର୍ ଉଜଲ୍ ଆରି ସୁକଲ୍ ଇସାବେ ଚଲାଚଲ୍ତି କଲିନି ବଲି କଇକରି ତାର୍ ସଙ୍ଗ୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ସେ ଏବେଜାକ ଆନ୍ଦାରେସେ ରଇଲାନି ।10ଜନ୍ ଲକ୍ମନ୍ ତାକର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସୁକଲ୍ ଇସାବେ ଚଲାଚଲ୍ତି କଲାଇନି । ସେମନର୍ ଜିବନେ ବିନ୍ ଲକ୍ମନ୍କେ ପାପ୍ କରାଇବା କାଇ ବିସଇ ନାଇ ।11ମାତର୍ ଜେ ମିସା ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କଲେ, ସେ ଆନ୍ଦାରେ ଆଚେ । ସେ ବୁଲ୍ ଟିକ୍ ନାଜାନିକରି ଚଲାଚଲ୍ତି କଲାନି । ସେ କନ୍ତି ଗାଲାନି ସେଟା ନାଜାନେ । କାଇକେବଇଲେ ସେ ଆନ୍ଦାର୍ ତାର୍ ଆକିକେ କାଣା କରିଆଚେ ।12ଏ ଆଲାଦର୍ ପିଲାମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ କିରିସ୍ଟର୍ ଲାଗି ତମର୍ ପାପ୍ କେମା ଅଇଲାଆଚେ ।13ଏ ବଡ୍ଲକ୍ମନ୍, ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ କିରିସ୍ଟକେ ଜାନିଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାଦାଙ୍ଗ୍ଡିମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ସବୁ କାରାପ୍ କାମ୍ କରାଇବା ସଇତାନ୍କେ ତମେ ଆରାଇଆଚାସ୍ ।14ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।ଜଗତ୍କେ ଆଲାଦ୍ କରାନାଇ
15ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ ।16ସେ କାରାପ୍ ଚଲାଚଲ୍ତି ତେଇ ଲକ୍ମନ୍ ଜାଇଟା ମନ୍ କର୍ବାଇ, ଲକ୍ମନ୍ ଦେକିକରି ଲାଲ୍ସା ଅଇବାଟା, ସବୁ ବିସଇ ରଇଲାର୍ପାଇ ବଡ୍ପନ୍ ଅଇବାଟା ଏ ସବୁ ରଇସି । ଏ ରକାମ୍ ଚଲାଚଲ୍ତି ଏ କାରାପ୍ ଜଗତର୍ ଲାଗି ଅଇଲାଆଚେ । ଆମର୍ ବାବା ପର୍ମେସର୍ ଏନ୍ତାରି କର୍ବାକେ ଆମ୍କେ ତିଆରେନାଇ ।17ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି ।କିରିସ୍ଟର୍ ସତ୍ରୁ
18ଏ ପିଲାଟକିମନ୍, ଏ ଦିନ୍ମନ୍ ଏ ଜଗତର୍ ସାରାସାରି ଦିନ୍ । କିରିସ୍ଟକେ ବିରଦ୍ କର୍ବା ଗଟେକ୍ ଡାକ୍ପୁଟା ଲକ୍ ବାରଇସି ବଲି ଆମେ ତମ୍କେ କଇରଇଲୁ, ସେଟା ମନେ ପାକାଆ । ଏବେମିସା କିରିସ୍ଟକେ ବିରଦ୍ କର୍ବାଟାମନ୍ ଜବର୍ ଉଟ୍ଲାଇ ଆଚତ୍ । ସେଟାର୍ଲାଗି ଏ ଜଗତର୍ ସାରାସାରି ଦିନ୍ ଲଗେ ଅଇଲା ବଲି ଆମେ ଜାନ୍ଲୁନି ।19ଏ ବିରଦ୍ କର୍ବାଟାମନ୍ ଆମର୍ ସଙ୍ଗ୍ ମିସିବିଡି ରଇଲାଇ । ଆରି ଏବେ ସେମନ୍ ଚାଡିଦେଲାଇ । ସେମନ୍ କେବେ ମିସା ଆମର୍ ମିସାବିଡାଟାନେ ମିସତ୍ନାଇ । ଜଦି ସେମନ୍ ସତଇସେ ଆମର୍ ସଙ୍ଗର୍ ବିସ୍ବାସି ଅଇରଇଲେ, ଆମର୍ ସଙ୍ଗ୍ ରଇତାଇ । ମାତର୍ ସେମନ୍ ଚାଡ୍ଲାର୍ପାଇ ଆମର୍ ଦଲର୍ ଲକ୍ ନଅତ୍ ବଲି ଜାନାପଡ୍ଲା ।20ମାତର୍ କିରିସ୍ଟ ତମ୍କେ ସୁକଲ୍ ଆତ୍ମା ଦେଲାଆଚେ ।21ତମେ ସତ୍ ନାଜାନାସ୍ ବଲିକରି ମୁଇ ତମ୍କେ ଲେକ୍ଲିନି, ସେନ୍ତାରି ନଏଁ । ମାତର୍ ସେଟା ତମେ ନିକ ସଙ୍ଗ୍ ଜାନାସ୍ । ଆରି ସତ୍ ସିକିଆ ସଙ୍ଗ୍ ବୁଲ୍ ସିକିଆ କେବେ ନ ମିସେ ।22ତେବେ କେ ମିଚ୍ କଇଲାଇନି ? ଜିସୁକେ ମସିଅ ନଏଁ ବଲି ଜେ କଇଲାନି, ସେ ଆକା ସବୁର୍ଟାନେଅନି ବଡ୍ ମିଚୁଆ । ସେନ୍ତାରି ଲକ୍ମନ୍ କିରିସ୍ଟର୍ ବିରଦି ଲକ୍ମନ୍ । ସେମନ୍ ଉଜେ ବାବା ପର୍ମେସର୍କେ ଆରି ତାର୍ ପଅ ଜିସୁ କିରିସ୍ଟକେ ନାମତ୍ନାଇ ।23ଜେ ଜଦି ପର୍ମେସରର୍ ପଅକେ ନାମେ ନାଇ, ସେ ବାବା ପର୍ମେସର୍କେ ମିସା ନାମେ ନାଇ, ଜେ ପର୍ମେସରର୍ ପଅକେ ନାମ୍ସି, ସେ ବାବା ପର୍ମେସର୍କେ ମିସା ନାମ୍ସି ।24ତମେ କିରିସ୍ଟର୍ ସଙ୍ଗ୍ ଜିବାକେ ଆରାମ୍ ଅଇଲାତେଇଅନି ଜନ୍ କବର୍ ସୁନିଆଚାସ୍, ସେଟା ସବୁବେଲେ ମନେ ପାକାଆ । ଜଦି ସେ କବର୍ ତମର୍ ମନେ ରଇସି, ସେନ୍ତାର୍ଆଲେ ତମେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅର୍ ସଙ୍ଗ୍ ମିସିକରି ରଇସା ।25କିରିସ୍ଟ ନିଜେ ଆମ୍କେ ନ ସାର୍ବା ଜିବନ୍ ଦେବି ବଲି କାତାଦେଇଆଚେ ।26ଜନ୍ ଲକ୍ମନ୍ ତମ୍କେ ସୁବ୍କବର୍ ଜାନାଇଲୁନି ବଲି ବୁଲ୍ ସିକିଆ ଦେଇ ତମ୍କେ ନାଡାଇବାକେ ଚେସ୍ଟା କଲାଇନି, ସେମନର୍ ବିସଇ ଜାନାଇବାକେ ଏ ସବୁ ବିସଇ ମୁଇ ତମ୍କେ ଲେକ୍ଲିନି ।27ମାତର୍ ତମେ ନାଡାଇ ନ ଉଆସ୍ । କାଇକେବଇଲେ କିରିସ୍ଟ ତାର୍ ସୁକଲ୍ଆତ୍ମା ତମ୍କେ ଦେଇଆଚେ । ସେ ସୁକଲ୍ଆତ୍ମା ଏବେ ମିସା ତମର୍ ବିତ୍ରେ ଆଚେ । ତେବର୍ପାଇ କେ ମିସା ବିନ୍ ଲକ୍ ତମ୍କେ ସିକାଇବାକେ ଲଡାନାଇ । ସୁକଲ୍ଆତ୍ମା ତମ୍କେ ସବୁ ବିସଇର୍ ସତ୍ ସିକାଇସି । ତେଇ ସେ ଜନ୍ଟା ସିକାଇସି, ସେଟା ପୁରାପୁରୁନ୍ ସତ୍ । ତେଇ କାଇ ବୁଲ୍ ବିସଇ ନ ରଏ । ତେବର୍ପାଇ ମୁଇ ତମ୍କେ କଇଲିନି, କିରିସ୍ଟର୍ ସଙ୍ଗ୍ ମିସିରୁଆ ।28ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଆରିତରେକ୍ କଇଲିନି କିରିସ୍ଟର୍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍ ଅଇବାକେ ତାକେ ନ ଡରୁ କି ଲାଜ୍ ମିସା ନ ଉଆସ୍ ।29ଆମେ ଜାନିଆଚୁ, କିରିସ୍ଟ ଅନିଆଇ କାମ୍ ନ କରେ । ଏଟାମିସା ଜାନିଆଚୁ, ଜନ୍ଲକ୍ମନ୍ ସତ୍ କାମ୍ କର୍ବାଇ, ସେମନ୍ ପର୍ମେସରର୍ ପିଲାଟକି ।