ବିନ୍ଲକ୍କେ ସାର୍ଦା କରାଆ
1ଏବେ ଆମେ, ଜାର୍ ବିସ୍ବାସ୍ ଡାଟ୍ ଆଚେ, ଜନ୍ ଲକ୍ମନ୍ ବିସ୍ବାସେ ଦୁର୍ବଲ୍ ଆଚତ୍ ଆରି ଅସୁବିଦାଇ ଆଚତ୍, ସେମନ୍କେ ଆମେ ସାଇଜ କର୍ବାର୍ ଆଚେ । ଆରି ନିଜେ ସାର୍ଦା ରଇବା ବିସଇ ଚିନ୍ତା କର୍ବାର୍ ନାଇ ।2ମାତର୍ ଆମର୍ ବାଇବଇନିମନ୍କେ ସାର୍ଦା କରାଇବାକେ ଆରି ସେମନର୍ ବିସ୍ବାସ୍ ଡାଟ୍ କର୍ବାକେ ତାକର୍ ପାଇ ନିକ ବିସଇ କର୍ବାର୍ ଆଚେ ।3କାଇକେବଇଲେ କିରିସ୍ଟ ନିଜ୍କେ ସାର୍ଦା କରାଏ ନାଇ । ମାତର୍ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, ଜନ୍ ଲକ୍ମନର୍ କାରାପ୍ କାତା ତମ୍କେ ନିନ୍ଦାକଲା, ସେଟା ମକେମିସା ନିନ୍ଦା କଲାଇ ।4କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।5ପର୍ମେସର୍ସେ ଆମ୍କେ ମୁର୍ଚିରଇବାଟା ଆରି ସାର୍ଦା କରାଇବାଟା ଦେଇସି । ଆରି ଜିସୁକିରିସ୍ଟର୍ ବାଟେ ଇଣ୍ଡି କରି ସବୁର୍ ମନ୍ ଗଟେକ୍ ଅଇବାକେ ସାଇଜ କର ।6ଜଦି ସେଟା ଅଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ଆରି ଆମର୍ ପର୍ମେସର୍କେ ଡାକ୍ପୁଟା କର୍ବାତେଇ ତମେ ସବୁ ଗଟେକ୍ ଅଇସା ।ଜିଉଦି ଆରି ଜିଉଦିନଇଲା ଲକ୍ମନର୍ ପାଇ ସୁବ୍ କବର୍
7କିରିସ୍ଟ ଜେନ୍ତି ତମ୍କେ ଡାକ୍ଲା ଆଚେ, ତମେ ମିସା ସେନ୍ତି ତମର୍ ସଙ୍ଗର୍ ବିସ୍ବାସିମନ୍କେ ଡାକିନିଆ । ତମେ ଜଦି ଏନ୍ତି କଲେ ପର୍ମେସର୍ ଡାକ୍ପୁଟା ପାଇସି ।8କିରିସ୍ଟ ଜିଉଦିମନର୍ଲଗେ ଗଟେକ୍ ଗତିଦାଙ୍ଗ୍ଡାପାରା ଅଇଲା । ପର୍ମେସର୍ ତାକର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା, ସେଟା ସତ୍ସଙ୍ଗ୍ ସେ ପୁରାପୁରୁନ୍ କର୍ସିଆକା ବଲି ଦେକାଇବାକେ ସେନ୍ତାରି କରିରଇଲା ।9ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ତାର୍ ଦୟା ଦେକାଇସି, ଆରି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଜେନ୍ତାରି କି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଏ ବିସଇ ସାସ୍ତରେ ଲେକା ଆଚେ ।ମୁଇ ଜିଉଦିନଇଲା ଲକ୍ମନର୍ ବିତ୍ରେ ତମ୍କେ ଡାକ୍ପୁଟା କର୍ବି,ସବୁବେଲା ତମର୍ ଡାକ୍ପୁଟାର୍ ଗିତ୍ ଗାଇବି ।10ଆରି ଏନ୍ତାରିମିସା ଲେକାଆଚେ,“ତମେ ଜିଉଦିନଇଲା ଲକ୍ମନ୍ ଏ ସାର୍ଦାଇ ମିସାକାଇକେବଇଲେ ଏବେ ତମେ ଜିଉଦିମନର୍ପାରା ।ତମେ ପରମେସରର୍ ବାଚିରଇବା ଜିଉଦିମନର୍ପାରା ।”11ଆରିତରେକ୍ ସେ କଇଲାଆଚେ“ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ପର୍ମେସର୍କେ ତୁସ୍ତିକରା !”ଆରି ଗୁଲାଇ ମୁନୁସ୍ ଜାତି ତାକେ ଡାକ୍ପୁଟା କରା ।12ଆରି ଜିସାଇଅ କଇଆଚେ,“ଜେସିର୍ କୁଟୁମେଅନି ଗଟେକ୍ ଲକ୍ ବାରଇସି,ସେ ଜିଉଦି ନଇଲା ଲକ୍ମନ୍କେ ସାସନ୍ କର୍ସିଆରି ସେମନ୍ ତାକେ ବିସ୍ବାସ୍ କର୍ବାଇ ।”13ପରମେସର୍ ଜେକି ସବୁ ଆସାର୍ ମୁଲ୍ଡେଲି । ତମର୍ ବିସ୍ବାସର୍ ଲାଗି ସେ ତମ୍କେ ସବୁ ସାନ୍ତି ସାର୍ଦା ଦେଅ । ସୁକଲ୍ ଆତ୍ମାର୍ ବପୁ ସଙ୍ଗ୍ ତମର୍ ଆସା ଅଦିକ୍ ଅଇଜାଅ ।ଜିଉଦିନଇଲା ଲକ୍ମନର୍ ଟାନେ ପାଉଲର୍ ସେବାକାମ୍
14ଏ ବାଇବଇନିମନ୍ ତମର୍ ବିସ୍ବାସ୍ ନିକଆଚେ, ବଲି ମୁଇ ଜାନିଆଚି । ଆରି ପର୍ମେସରର୍ ବାକିଅ ତମେ ନିକସଙ୍ଗ୍ ବୁଜ୍ଲାସ୍ନି ଆରି ଏବେ ତମେ ବିନ୍ ଲକ୍ମନ୍କେ ମିସା ସିକାଇପାର୍ସା ।15ମାତର୍ ଏ ଚିଟିତେଇ ତମ୍କେ କେତେଟା ବିସଇନେଇ ଜାଗ୍ରତ୍ କରାଇବାକେ ମୁଇ ବପୁ ଅଇଲି ଆଚି । କାଇକେବଇଲେ ପର୍ମେସର୍ ମକେ ଅଦିକାର୍ ଦେଲାକେ ମୁଇ ଡାଟ୍ସଙ୍ଗ୍ ଏଟା ତମ୍କେ କଇଲିନି ।16କିରିସ୍ଟ ଜିସୁର୍ ଦାଙ୍ଗ୍ଡା ଇସାବେ ଜିଉଦି ନଇଲା ଲକ୍ମନର୍ ପାଇ କାମ୍ କର୍ବାକେ ପରମେସର୍ ମକେ ବାଚ୍ଲାଆଚେ । ପରମେସରର୍ ସୁବ୍କବର୍ ଜାନାଇବା ପାଇ ମୁଇ ଗଟେକ୍ ଦରମ୍ ଗୁରୁ ଇସାବେ କାମ୍କଲିନି । ଜେନ୍ତାରିକି ଜିଉଦିନଇଲା ଲକ୍ମନ୍ ଗଟେକ୍ ସୁକଲ୍ ବଲି ଇସାବେ ପର୍ମେସର୍କେ ସର୍ପିଦେବାଇ । ଏ କାମ୍ ସୁକଲ୍ଆତ୍ମା ପୁରାପୁରୁନ୍ କର୍ସି ।17କିରିସ୍ଟ ଜିସୁର୍ତେଇ ମକେ ମିସାଇଲାର୍ପାଇ, ତାର୍ ଏ ସେବା କାମ୍ କର୍ବାକେ ମୁଇ ମୁଲ୍କେ ଲାଜ୍ ଅଇନାଇ ।18ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସରର୍ ଆଦେସ୍ ମାନ୍ବାକେ କିରିସ୍ଟ ମକେ ଦେଇକରି ଜନ୍ଟା ସାଦନ୍ କଲାଆଚେ, ଅବ୍କା ସେଟାସେ ମୁଇ ଡାଟ୍ ସଙ୍ଗ୍ କଇବି । କାଇଟା କଇବାର୍ଆଚେ, ଆରି କାଇଟା କର୍ବାର୍ଆଚେ, ସେମକେ ଜାନାଇଲାକେ ଏଟା ଅଇଲା ।19ଚିନର୍ ଲାଗି, କାବାଅଇଜିବା କାମର୍ଲାଗି ଆରି ସୁକଲ୍ଆତ୍ମାର୍ ବପୁର୍ଲାଗି ଏଟା ସବୁ କଲାଆଚେ । ସେଟାର୍ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍କେ ଗାଲାବେଲେ ବାଟେ କିରିସ୍ଟର ସୁବ୍କବର୍ ପୁରାପୁରୁନ୍ ଜାନାଇଲି ଆଚି ।20ଜନ୍ ଜାଗାମନ୍କେ ଲକ୍ମନ୍ କିରିସ୍ଟର୍ ବିସଇ ସୁନତ୍ନାଇ, ସିତି ତାର୍ କବର୍ ଜାନାଇବାର୍ ମର୍ ଆଦେସ୍ ରଇଲା । କାଇକେବଇଲେ ଜନ୍ଲକ୍ମନ୍କେ ସୁବ୍କବର୍ ବିନ୍ଲକ୍ମନ୍ ଜାନାଇ ସାରାଇଆଚତ୍, ତେଇ ମୁଇ ଆରିତରେକ୍ କଇବାକେ ମନ୍ କରିନାଇ ।21ଜେନ୍ତିକି ସାସ୍ତରେ ଲେକା ଆଚେ,“ଜନ୍ଲକ୍ମନ୍ ତାର୍ ନାଉଁ ଏବ୍କେଜାକ ସୁନତ୍ନାଇ,ଏବେ ସେ କେ ବଲି ଜାନ୍ବାଇ ।ଜନ୍ଲକ୍ମନ୍କେ ଏବେଜାକ ତାର୍ ବିସଇ ଜାନାଅତ୍ନାଇ, ସେମନ୍ ବୁଜ୍ବାଇ ।”ରମ୍ଦେସେ ଜିବାକେ ପାଉଲର୍ ଜଜ୍ନା
22ମୁଇ ବେସିତର୍ ତମ୍କେ ଦେକିଆଇବାଟା ପିଟିଗାଲା ଆଚେ ।23ମାତର୍ ଏ ଜାଗା ଲଗେ ମର୍ କାମ୍ ସାରିଗାଲା ଆଚେ । ଆରି ତମ୍କେ ଦେକ୍ବାକେ ମର୍ ବେସି ବରସର୍ ଆସା ଏବେ ପୁରାପୁରୁନ୍ ଅଇସି ।24ସାରାସାରି ଏବେ ମୁଇ ତମ୍କେ ଦେକ୍ବାକେ ଆସିଅଇସି । ଏସ୍ପେନ୍ ଦେସେ ଜିବା ବାଟେ ତମ୍କେ ଦେକିଆଇବି ବଲି ବାବ୍ଲିଆଚି । ତମର୍ଟାନେ ସାର୍ଦାସଙ୍ଗ୍ କେତେ ବେଲା ବିତାଇଲା ପଚେ ତମର୍ ସାଇଜେ ଏସ୍ପେନ୍ ଦେସେ ଉଟିଜିବି ।25ଏବେ ମୁଇ ପର୍ତୁମ୍ ଜିରୁସାଲମେ ଗାଲିନି । କାଇକେବଇଲେ ତେଇର୍ ବିସ୍ବାସିମନ୍କେ ସେବାକାମେ ସାଇଜ କର୍ବା କେତେକ୍ ଡାବୁ ନେଇଦେବାକେ ମକେ କଇଲାଇ ଆଚତ୍ ।26ମାକିଡନିଆ ଆରି ଗିରିସର୍ ଆକାୟାତେଇ ରଇବା ବିସ୍ବାସିମନ୍ ଜିରୁସାଲାମେ ରଇବା ଅର୍କିତ୍ ବିସ୍ବାସିମନର୍ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍ଲାଇ ।27ସେମନ୍ ବେସି ସାର୍ଦାଅଇ ଏ ସାଇଜ ଦେଲାଇନି । ଏଟା ଦେଇକରି ସେମନ୍ ଟିକ୍ ବିସଇ କଲାଇ । କାଇକେବଇଲେ, ଜିରୁସାଲେମେ ରଇବା ବିସ୍ବାସିମନର୍ ଟାନେ ସେମନ୍ ରୁନି ଅଇଆଚତ୍ । ସେଟା କେନ୍ତିବଇଲେ ଜିଉଦିମନର୍ଟାନେଅନିସେ ପର୍ମେସରର୍ ବାକିଅ ଇତିର୍ ଜିଉଦି ନ ଅଇଲା ଲକ୍ମନ୍କେ ଆନିରଇଲା । ସେଟାର୍ପାଇ ତେଇର୍ ଅର୍କିତ୍ ଜିଉଦିମନ୍କେ କେତେକ୍ ଡାବୁ ସାଇଜ ପାଟାଇବାଟା ନିକ ବିସଇ ।28ଆରି ମର୍ ଏ କାମ୍ ସାରାଇକରି ସେମନର୍ ସାଇଜର୍ପାଇ ଆନିରଇବା ଡାବୁ ସର୍ପିଦେଲା ପଚେ, ମୁଇ ଇସ୍ପେନ୍ଦେସେ ଜିବାକେ ବାରଇବି । ଆରି ବାଟେ ତେବିକରି ତମ୍କେ ଦେକ୍ବି ।29ମୁଇ ଜାନିଆଚି, ତମର୍ଟାନେ କେଟ୍ଲାବେଲେ କିରିସ୍ଟର୍ ପୁରାପୁରୁନ୍ ଆସିର୍ବାଦ୍ନେଇ ମୁଇ ଆଇବି ।30ଏ ମର୍ ଆଲାଦର୍ ବାଇବଇନିମନ୍ ! ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆରି ସୁକଲ୍ଆତ୍ମା ଦେଲା ଆଲାଦର୍ ପାଇ ମୁଇ ତମ୍କେ ଗୁଆରି କଲିନି, ମର୍ ପାଇ ମନ୍ଦେଇ ପାର୍ତନା କର୍ତେରୁଆ ।31ଜିଉଦା ଦେସେ ରଇବା ବିସ୍ବାସି ନ କଲା ଲକ୍ମନର୍ ଟାନେଅନି ମକେ କାଇଟା ନ ଅଅ ବଲି ପାର୍ତନା କରା । ଜିରୁସାଲାମର୍ ବିସ୍ବାସିମନ୍କେ ଜନ୍ ସାଇଜ ମୁଇ ନେଇଦେଲିନି, ସେତ୍କିରେ ସେମନ୍ ସାର୍ଦାସଙ୍ଗ୍ ରଅତ୍, ବଲି ସେଟାର୍ପାଇ ମିସା ପାର୍ତନା କରା ।32ସେଟା ସାର୍ଲାପଚେ ପରମେସର୍ ମନ୍ କଲେ ମୁଇ ତମର୍ ଲଗେ ଆଇବି । ଆରି ତମର୍ ସଙ୍ଗ୍ ସାର୍ଦାସଙ୍ଗ୍ କେତେଦିନ୍ ରଇକରି ମର୍ ମନେ ସାନ୍ତି ପାଇବି ।33ସାନ୍ତିଦେବା ପରମେସର୍ ତମର୍ ସବୁ ଲକର୍ ସଙ୍ଗ୍ ରଅ । ଆମେନ୍ ।