ସାତ୍ଟା ସିଲର୍ ଅରତ୍
1ତାର୍ପଚେ ସେ ମେଣ୍ଡାପିଲା ସାତ୍ଟା ସିଲ୍ ବିତ୍ରେ ପର୍ତୁମ୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେଅନି ଗଟେକ୍ ପସୁ ଗଡ୍ଗଡି ସବଦ୍ପାରା କରି ମକେ କଇଲା “ ଆଉ ।”2ତେଇ ମୁଇ ଦେକ୍ଲି, ଆରି ଏଦେ ଦେକା ! ଗଟେକ୍ ଦବ୍ଲା ଗଡା ଡିସ୍ଲା । ତାକେ ଚାଲାଇବା ଲକର୍ ଆତେ ଦୁନୁ ରଇଲା । ତାକେ ଗଟେକ୍ ମୁକୁଟ୍ ଦିଆ ଅଇଲା । ସେ ତାର୍ ସତ୍ରୁମନ୍କେ ଆରାଇବାକେ ଦାପ୍ରେ ଗାଲା ।3ସେ ମେଣ୍ଡାପିଲା ଦୁଇ ଲମର୍ ସିଲ୍ ବାଙ୍ଗାଇଲା । ଆରି ସେ ଦୁଇ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।”4ଆରି ଏଦେ ଦେକା ! ଆରିଗଟେକ୍ ରଙ୍ଗ୍ ରଇବା ଗଡା ବାରଇଲା । ଜଗତେ ଜୁଇଦ୍ କରାଇବାକେ ସେ ଗଡା ଚାଲାଉକେ ଦିଆଅଇରଇଲା । ଜେନ୍ତାରିକି, ଲକ୍ମନ୍ ତାକର୍ ତାକର୍ ବିତ୍ରେ ମାରାମାରିଅଇ ମର୍ବାଇ । ତାକେ ଗଟେକ୍ ବଡେଟା କାଣ୍ଡା ଦିଆଅଇଲା ।5ତାର୍ପଚେ ସେ ମେଣ୍ଡାପିଲା ତିନ୍ ଲମର୍ ସିଲ୍ ବାଙ୍ଗାଇଲା । ତିନ୍ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।” ମୁଇ ଦେକ୍ଲି ଆରି ଏଦେ ଦେକା ! ଆରି ଗଟେକ୍ କାଲିଆ ଗଡା ଡିସ୍ଲା । ସେ ଗଡା ଚାଲାଉର୍ ଆତେ ଗଟେକ୍ ତୁଲ୍ବା କେଜି ରଇଲା ।6ଚାରିଟା ଜିବନ୍ ରଇବା ପସୁମନ୍ କଇତେରଇଲାଇ “ଦିନେକର୍ ବୁତିକେ ମାନେକ୍ ମୁଣ୍ଡିଆ ଆରି ଦିନେକର୍ ବୁତିକେ ତିନ୍ ମାନ୍ ଦାନ୍ । ମାତର୍ ଅଙ୍ଗୁର୍ ବାଡ୍ ଆରି ଜିତ୍ ଗଚ୍ ନସାଇବାର୍ନାଇ ।”7ତାର୍ପଚେ ସେ ମେଣ୍ଡାପିଲା ଚାରି ଲମର୍ ସିଲ୍ ବାଙ୍ଗାଇଲା । ଆରି ଚାରି ଲମର୍ ଜିବନ୍ ରଇବା ପସୁ ମକେ “ ଆଉ !” ବଲି କଇଲା ।8ତେଇ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଚାରୁଆ ଗଡା ଡିସ୍ଲା । ଗଡା ଚାଲାଉ ଅଇଲାନି ମରନ୍ ଆରି ଡୁମାମନର୍ ରାଇଜ୍ । ସେ ପଚେ ପଚେ ଆଇତେରଇଲା । ସେମନ୍କେ ଏ ଜଗତର୍ ଚାରିବାଗେ ଅନି ଗଟେକ୍ ବାଗ୍ ଉପ୍ରେ ଅଦିକାର୍ ଦେଇତେରଇଲା । ତେଇ ଜୁଇଦର୍ ଲାଗି, ମର୍ଡିର୍ ଲାଗି, ରଗର୍ ଲାଗି ଆରି ଡଙ୍ଗରର୍ ପସୁର୍ ଲାଗି ମରାଇବାକେ ଅଦିକାର୍ ଦେଲା ।9ତାର୍ପଚେ ମେଣ୍ଡାପିଲା ପାଁଚ୍ ଲମର୍ ସିଲ୍ ବାଙ୍ଗାଇଲା । ଆରି ଏଦେ ଦେକା ! ବେଦିର୍ ତଲ୍ବାଟେ ସତ୍ବାବେ ସାକି ଦେଲାର୍ପାଇ ଆରି ପର୍ମେସରର୍ ବାକିଅ ଜାନାଇଲାର୍ପାଇ ଜନ୍ ଲକ୍ମନ୍ ମରାଇ ଅଇରଇଲାଇ ତାକର୍ ଆତ୍ମାମନ୍କେ ଦେକ୍ଲି ।10ସେମନ୍ ଆଉଲି ଅଇକରି କଇଲାଇ “ଏ ମାପ୍ରୁ ପର୍ମେସର୍ ଜେ କି ସବୁର୍ଟାନେଅନି ବପୁର୍ଟା । ତୁଇ ସୁକଲ୍ ଆରି ସତ୍ । ଆମ୍କେ ମରାଇଲା ଲକ୍କେ ବିଚାର୍କରି ଡଣ୍ଡ୍ ଦେବାକେ ଆମେ ଆରି କେତେକ୍ ଦିନ୍ ଜାଗ୍ବୁ ?”11ସେମନ୍କେ ସବୁକେ ଗଟେକ୍ ଗଟେକ୍ ଦବ୍ ବସ୍ତର୍ ଦିଆଅଇରଇଲା । ତାକର୍ ସଙ୍ଗେ ରଇବା ଦାଙ୍ଗ୍ଡାମନ୍କେ ଆରି ବାଇମନ୍କେ ତାକର୍ ପାରାସେ ମରାଇଅଇସି । ଜେତ୍କି ଲକ୍ ଅଇବା କାତା, ସେତ୍କି ଲକ୍ ପୁରାପୁରୁନ୍ ନ ଅଇବାଜାକ ସେମନ୍କେ ଆରି କେତେଦିନ୍ ପୁଣ୍ଡିରଇବାକେ କୁଆ ଅଇଲା ।12ଆରି ଏଦେ ଦେକା ! ମେଣ୍ଡା ପିଲା ଚଅ ଲମର୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ତେଇ ଦର୍ତନି ଜବର୍ଅଇତେ ଚୁଲ୍ବୁଲ୍ଲା । ବେଲ୍ କାଲିଆ ଅଇ କର୍କର୍ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍ ବନି ପାରା ପୁରାପୁରୁନ୍ ରଙ୍ଗ୍ ଅଇଗାଲା ।13ଜବର୍ ପବନ୍ ଆସି ଗଟେକ୍ ଡୁମ୍ରି ଗଚ୍ ଦୁନିଅଇଲେ ଜେନ୍ତାରି ନ ପାଚ୍ଲା ଡୁମ୍ରି ତଲେ ଅଦର୍ସି, ସେନ୍ତାରିସେ ବାଦଲର୍ ତାରାମନ୍ ଦର୍ତନି ଉପ୍ରେ ଅଦର୍ଲାଇ ।14ବାଦଲ୍ ଦୁଇପଡା ଅଇଗାଲା ଆରି କାଗଜ୍ପାରା ଗୁଡିଆଇଅଇଲା । ଗଟେକ୍ ଗଟେକ୍ ଡଙ୍ଗର୍ ଆରି ଚାରିବେଟ୍ତି ପାନିରଇ ମଜାଇ ରଇବା ସୁକ୍ଲା ଜାଗା ତାର୍ ଜାଗାଇ ଅନି ଅସକ୍ଲାଇ ।15ତାର୍ପଚେ ଏ ଜଗତର୍ ରାଜାମନ୍, ସାସନ୍କାରିଆମନ୍, ସନିଅର୍ ନେତାମନ୍, ସାଉକାର୍ ଆରି ବେସି ବପୁରଇବା ଲକ୍ମନ୍, ବନ୍ଦିରଇବା ଆରି ମୁକ୍ଲିରଇବା ଲକ୍ମନ୍ ସେନ୍ତାରି ସବୁଲକ୍ମନ୍ ପାଆରେ ଆରି ଡଙ୍ଗ୍ରେ ରଇବା ବଡ୍ ପାକ୍ନା ତଲେ ଜାଇ ଲୁଚ୍ଲାଇ ।16ସେମନ୍ ଆମ୍କେ ଦୟା କର୍ ବଲି ବାବୁଜିଆ କଲାଇ । ଆରି ଡଙ୍ଗର୍ମନ୍କେ ଆରି ପାକ୍ନାମନ୍କେ ଆଉଲିଅଇକରି କଇଲାଇ, “ଆମର୍ ଉପ୍ରେ ଅଦ୍ରା ଆରି ଆମ୍କେ ଆଡୁକା ଉଆ । ଜେନ୍ତାରି କି ଜେ ବସ୍ବା ଜାଗାଇ ବସିଆଚେ, ସେ ଆମ୍କେ ନ ଦେକେ । ଆରି ମେଣ୍ଡାର୍ ବଡ୍ ରିସାଇଅନି ଆମେ ରକିଆ ପାଇବୁ ।17କାଇକେବଇଲେ ତାର୍ ରିସା ବେସି ରିସାର୍ ଦିନ୍ ଆଇଲାଆଚେ । ଆରି ଆମେ ସେଟା ମୁର୍ଚିରଇ ନାପାରୁ ।”