ୱେ଼କ୍‌ହି ବ଼ଲୁ15kxv_wft

ସା଼ତାଗଟା ର଼ଗ କିନି ସା଼ତାଗଟା ଦୂତୁୟାଁ

1ଏମ୍ବାଟିଏ ନା଼ନୁ ହା଼ଗୁତା ଅ଼ଡ଼େ ର଼ କାବାଆ଼ନି ଲେହେଁତି ସିନା ମେସ୍ତେଏଁ, ସା଼ତାଗଟା ଦୂତୁୟାଁ ସା଼ତାଗଟା ର଼ଗୟାଁ ତାମି କେୟୁତା ଆସାନା ତ଼ଞ୍ଜାଆ଼ତୁ, ଏ଼ ର଼ଗୟାଁ ମାହାପୂରୁତି କ଼ପା ତ଼ହ୍‌ନାୟି ରା଼ନାୟି ମାଚେ ।2ଅ଼ଡ଼େ ନା଼ନୁ ମେସ୍ତେଏଁ, ହିଚୁ କାଲ୍‌ହିତି ଦାର୍ପେଣି ଲେହେଁତି ସାମ୍‌ଦୁରି, ଆମ୍ବାଆରି ଜ଼ନ୍ତ, ଏ଼ଦାନି ବମା ଇଞ୍ଜାଁ ଏ଼ଦାନି ଦ଼ରୁତି ଲମ୍ବରଟି ଜୀଣା ଆ଼ତାରି, ଏ଼ୱାରି ମାହାପୂରୁ ହୀହାମାନି ସେର୍‌ଙ୍ଗି ଆସାନା ଗା଼ଜୁ ଲେହେଁତି ସାମ୍‌ଦୁରି ଗିଚୁତା ନିଚାମାଚେରି ।3ଏ଼ୱାରି ମାହାପୂରୁ ହୀତି ରାମଗଂଟା ୱେଚିହିଁ ମାହାପୂରୁତି ସେ଼ବାକିନି ମ଼ସାତି ପା଼ଚୁ ଇଞ୍ଜାଁ ମେ଼ଣ୍ତା ଡା଼ଲୁତି ପା଼ଚୁ ପା଼ଚିହିଁ ଏଲେ ଇଞ୍ଜିଁ ମାନେରି,“ବାରେତି କିହାଁ ବା଼ଡ଼୍‌ୟୁ ଗାଟି ପ୍ରବୁ ମାହାପୂରୁତି,ନୀ କାମା ଏଚେକା କାଜାୟି ଅ଼ଡ଼େ କାବା ଆ଼ନାୟି,ବାରେ ଲ଼କୁତି ରାଜାତି,ନୀ କାମାତି ଜିରୁ ବାରେ ନୀହାଁୟି ଗାଟାୟି ଇଞ୍ଜାଁ ସାତାତାୟି ।4ପ୍ରବୁ ! ନିଙ୍ଗେ ଆମ୍ବାଆସି ଆଜାଆ ଗାଟାସି ମାନେସି ?ଆମ୍ବାଆସି ନୀ ଗାୱୁରମି ୱେ଼କ୍‌ଆଗାଟାସି ମାନେସି ?ଇଚିହିଁ ନୀନୁ ରଅତିଏ ସୁଦୁ ଗାଟାତି;ବାରେ କୂଡ଼ାତି ଲ଼କୁ ୱା଼ହାନା ନୀ ପୂଜା କିନେରି,ଏ଼ନାଆଁତାକି ଇଚିହିଁ ନୀ ଦାର୍ମୁଗାଟି ନୀହାଁୟିତି କାମାୟାଁ ବାରେଜା଼ଣା ମେସାମାନେରି ।”5ଏମ୍ବାଟିଏ ନା଼ନୁ ମେସ୍ତେଏଁ, ଲାକପୂରୁତି ସା଼କି ହୀନି ତୂମୁ ଦେ଼ୱୁଡ଼ିତି ଦା଼ରା ଦେପିଆ଼ତେ6ସା଼ତାଗଟା କସ୍ତୟାଁ ଆସାମାନି ସା଼ତାଗଟା ଦୂତୁୟାଁ ଲାକପୂରୁତି ଦେ଼ୱୁଡ଼ିଟି ହ଼ଚାୱା଼ତୁ; ଏ଼ୱି ଅପ୍‌ହି ମ୍ଣିହ୍‌ନି ହିମ୍ବରିକା ହୁଚାମାଚୁ ଇଞ୍ଜାଁ ଏ଼ୱାସିକା ବକ ସା଼ରିସୁଟୁ ବାଂଗାରା ପା଼ଟା ଦସାମାଚୁ ।7ସା଼ରିଗଟା ଜ଼ନ୍ତୟାଁ ବିତ୍ରାଟି ର଼ ଜ଼ନ୍ତ କା଼ଲେଏତାକି ନୀଡାମାନି ମାହାପୂରୁ କ଼ପାତଲେ ନେଞ୍ଜାମାନି ସା଼ତାଗଟା ବାଂଗାରା ଗିନାୟାଁ ଏ଼ ସା଼ତାଗଟା ଦୂତୁୟାଁକି ହୀତେ ।8ମାହାପୂରୁତି ଗାୱୁରମି ଅ଼ଡ଼େ ତାନି ବା଼ଡ଼୍‌ୟୁଟି ହ଼ଚିମାନି ବ଼ୟିଁ ଦେ଼ୱୁଡ଼ିତା ନେଞ୍ଜାହାଚେ; ସା଼ତାଗଟା ଦୂତୁୟାଁ ତାଚାମାନି ସା଼ତାଗଟା ର଼ଗୟାଁ ରା଼ଆ ପାତେକା ଏ଼ ଦେ଼ୱୁଡ଼ି ବିତ୍ରା ଆମ୍ବାଆସି ହ଼ଡାଲି ଆ଼ଡାଆତେସି ।